ନିୟମ ଅମାନ୍ୟ

Dillip Cherian

କେରଳରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ ଅଧିକାରୀମାନେ ସେମାନଙ୍କ ସରକାରୀ ଗାଡ଼ିରେ ବହୁ ସମୟରେ ବ୍ଲୁ ଫ୍ଲାଗ୍‌ ବା ନୀଳ ପତାକା ଲଗାଇଥାନ୍ତି। ଏଥିରେ ଥିବା ପ୍ରତୀକ ମସୁରି ଟ୍ରେନିଂ ଏକାଡେମୀର ପ୍ରତୀକ ସହ ସମାନ । କିନ୍ତୁ ଏବେ କେରଳ ମୋଟର ଭେହିକିଲ୍‌ ଡିପାର୍ଟମେଣ୍ଟ ବା କେରଳ ମୋଟର ଯାନ ବିଭାଗ ଏଭଳି ପତାକା ବ୍ୟବହାରକୁ ବେଆଇନ ବୋଲି କହିଛି। ବାବୁମାନେ ସରକାରୀ ଗାଡ଼ିଗୁଡ଼ିକରେ ଏଭଳି ପତାକା ଲଗାଇବା ଲାଗି କୌଣସି ସରକାରୀ ନିର୍ଦ୍ଦେଶ ନାହିଁ ବୋଲି ଉକ୍ତ ବିଭାଗ ପ୍ରକାଶ କରିଛି। ଏହା ପୂର୍ବରୁ ବାବୁମାନେ ସରକାରୀ ଗାଡ଼ିରେ ରେଜିଷ୍ଟ୍ରେଶନ ନେମ୍‌ ପ୍ଲେଟ ନ ଲଗାଇ ଅସୁବିଧାରେ ପଡ଼ିଥିଲେ। ଏପରି କିି ରାଜ୍ୟପାଳ ଏବଂ ଅନେକ ମନ୍ତ୍ରୀଙ୍କ ଗାଡ଼ିଗୁଡ଼ିକରେ ନେମ୍‌ ପ୍ଲେଟ ନ ଥିଲା ଅର୍ଥାତ୍‌ ସେମାନେ ଏହି ନିୟମ ଅମାନ୍ୟ କରିଥିଲେ। ସେ ସମୟରେ ସେତେବେଳର ପରିବହନ କମିଶନର ଟୋମିନ୍‌ ଥାଞ୍ଚାକରୀ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସରକାରୀ ଗାଡ଼ିଗୁଡ଼ିକରୁ ଫ୍ଲାଗ୍‌ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ପଷ୍ଟତଃ, ସେତେବେଳେ ଏହି ନିର୍ଦ୍ଦେଶ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇ ନ ଥିଲା। ମନେହୁଏ, ବାବୁମାନେ ସେମାନଙ୍କ ସରକାରୀ ଷ୍ଟାଟସ୍‌ ତ୍ୟାଗ କରିବା ଲାଗି ଅନିଚ୍ଛୁକ। ଏ ଦୃଷ୍ଟିରୁ ନୂଆ ନିୟମକୁ ଯଦି କଡ଼ାକଡ଼ି ଭାବେ ପାଳନ କରା ନ ଯାଏ, ତେବେ ଏହା ପୂର୍ବ ନିୟମ ଭଳି ସମ ଦଶା ସାମ୍‌ନା କରିବ।
ସକାରାମତ୍କ ସଙ୍କେତ
ସିଭିଲ ସର୍ଭିସ କାର୍ଯ୍ୟକାଳ ଶେଷ ହେବା ପରେ ବାବୁମାନେ ବହୁ ସମୟରେ ସରକାରୀ କମିଟିଗୁଡ଼ିକରେ ରହି ଭଲ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାନ୍ତି। ସୂତ୍ରରୁ ଜଣାପଡ଼ିଛି, ବହୁ ଦଶନ୍ଧିର ପୁରୁଣା ବିବାଦକୁ ସମାଧାନ କରିବାକୁ ପୋର୍ଟ, ଶିପିଂ ଆଣ୍ଡ୍‌ ଓ୍ବାଟରଓ୍ବେଜ୍‌ ମନ୍ତ୍ରଣାଳୟ ଦ୍ୱାରା ଗଠିତ କନ୍‌ସିଲେସନ ଆଣ୍ଡ୍‌ ସେଟେଲ୍‌ମେଣ୍ଟ କମିଟି (ସିଏସ୍‌ସି)ର ମୁଖ୍ୟ ଭାବେ ପୂର୍ବତନ ଶିପିଂ ସେକ୍ରେଟାରି ଗୋପାଳ କ୍ରିଷ୍ଣ ରହିଛନ୍ତି। କ୍ରିଷ୍ଣ୍‌ଙ୍କ ସହ ବାଣିଜ୍ୟ ମନ୍ତ୍ରଣାଳୟର ପୂର୍ବତନ ସ୍ବତନ୍ତ୍ର ସଚିବ(ଲଜିଷ୍ଟିକ୍‌) ଏନ୍‌. ଶିବଶୈଳମ୍‌, କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ପୂର୍ବତନ ସଚିବ ଡ. ସି. ଚନ୍ଦ୍ରମୌଳି, ସଡ଼କ ପରିବହନ ଓ ରାଜପଥର ପୂର୍ବତନ ସଚିବ ଶମ୍ଭୁ ସିଂଙ୍କ ସମେତ ଆଉ କେତେଜଣ ରହିଛନ୍ତି ଉକ୍ତ କମିଟିରେ । ଉଲ୍ଲେଖନୀୟ, କ୍ରିଷ୍ଣଙ୍କ ନେତୃତ୍ୱାଧୀନ ଏହି କମିଟିର ମଧ୍ୟସ୍ଥତାରେ ଚେନ୍ନାଇ ପୋର୍ଟ ଅଥରିଟି ଏବଂ ଚେତିନାଡ ଲଜିଷ୍ଟିକ ମଧ୍ୟରେ ଥିବା ଏକ ଜଟିଳ ବିବାଦ ୬ ମାସ ମଧ୍ୟରେ ସମାଧାନ ହୋଇପାରିଲା। ତେବେ ବହୁ ପ୍ରମୁଖ ବନ୍ଦରଗୁଡ଼ିକରେ ରହିଥିବା ୧୦୦ରୁ ଅଧିକ ଚୁକ୍ତିଭିତ୍ତିକ ବିବାଦର ଶୀଘ୍ର ସମାଧାନ ହୋଇପାରିବ ବୋଲି ଅବସରପ୍ରାପ୍ତ ବାବୁମାନଙ୍କ ଉକ୍ତ ସଫଳତା ଏକ ସକାରାମତ୍କ ସଙ୍କେତ ଦେଇଛି। ସେହିଭଳି, ୨୦୧୦ରେ ବିବାଦୀୟ ଆଣ୍ଟ୍ରିକ୍ସ-ଡିଭାସ୍‌ ଚୁକ୍ତିକୁ ହଟାଇ ଦେବା ଲାଗି ଜଣେ ବାବୁ ସରକାରଙ୍କୁ ସତର୍କ କରି ଦେଇଥିଲେ। ଏବେ ଏହା ପୁନର୍ବାର ଚର୍ଚ୍ଚାକୁ ଆସିଛି। ମହାକାଶ ବିଭାଗର ପୂର୍ବତନ ଅତିରିକ୍ତ ସଚିବ ଗୋପାଳନ୍‌ ବାଲ୍‌ଚନ୍ଦ୍ରନ୍‌ଙ୍କୁ ଚୁକ୍ତି ସମ୍ପର୍କିତ ରିପୋର୍ଟକୁ ସମୀକ୍ଷା ବା ଯାଞ୍ଚ କରିବା ଲାଗି ଦାୟିତ୍ୱ ଦିଆଯାଇଥିଲା। ସେ ଏହି ଚୁକ୍ତିକୁ ରଦ୍ଦ କରିବା ପାଇଁ ଏବଂ ଚୁକ୍ତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଅଟକାଇଥିବା ବିଭାଗର ପୂର୍ବତନ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ଉପରେ ତଦନ୍ତ କରିବା ସହ କ୍ୟାବିନେଟ ଦ୍ୱାରା ଉକ୍ତ ଚୁକ୍ତିକୁ ରଦ୍ଦ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ। ବୁଝାପଡ଼ୁଛି, ବାବୁମାନେ ବହୁ ସମୟରେ ଫାଇଲ ଓ କାଗଜକାମରେ ବୁଡ଼ିରହିଲେ ମଧ୍ୟ ବେଳେବେଳେ ଉପଯୁକ୍ତ ସମୟ ପାଇଲେ ସଫଳତା ପୂର୍ବକ ଭଲ କାର୍ଯ୍ୟ କରିଥାନ୍ତି।
ବିତର୍କର ପ୍ରକୃଷ୍ଟ ସମୟ
ରାଜନୀତି ଅଭିଳାଷୀ ବାବୁମାନେ ସେମାନଙ୍କ ମୂଳ ରାଜ୍ୟରେ ନିର୍ବାଚନ ସମୟରେ ତପତ୍ର ହୋଇଉଠୁଛନ୍ତି। ସେମାନେ ରାଜ୍ୟର ଡାକରାକୁ ଏଡାଇଯାଇପାରୁନାହାନ୍ତି। ଉତ୍ତରପ୍ରଦେଶ ଓ ପଞ୍ଜାବରେ ହେବାକୁ ଥିବା ନିର୍ବାଚନରେ ସେହି ରାଜ୍ୟର କେତେ ଜଣ ବାବୁ ସିଭିଲ ସର୍ଭିସ କ୍ୟାରିୟର ଛାଡ଼ି ରାଜ୍ୟ ରାଜନୀତି ଆଡକୁ ମୁହଁାଇଛନ୍ତି। କିଛି ସପ୍ତାହ ପୂର୍ବରୁ ଉକ୍ତ ସ୍ତମ୍ଭରେ ଉତ୍ତରପ୍ରଦେଶର ଦୁଇ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅସିମ୍‌ ଅରୁନ ଏବଂ ରାଜେଶ୍ୱର ସିଂଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ସେମାନେ ସ୍ବେଚ୍ଛାକୃତ ଅବସର ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ସେମାନଙ୍କ ପଦାଙ୍କ ଅନୁସରଣ କରି ତାମିଲନାଡୁର ଅତିରିକ୍ତ ଶାସନ ସଚିବ ଜଗମୋହନ ସିଂ ରାଜୁ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ଓ ତାହାକୁ ମଧ୍ୟ ତରବରିଆ ଭାବେ ଗ୍ରହଣ କରାଯାଇଛି। ରାଜୁ ଏବେ ପଞ୍ଜାବରେ ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ଦୌଡ଼ରେ ସାମିଲ ହୋଇଛନ୍ତି। ବାବୁରୁ ଯେଉଁମାନେ ନେତା ହୋଇଛନ୍ତି ସେମାନେ ଅଧିକାଂଶ ସମୟରେ ଭିନ୍ନ ଯୁକ୍ତି ବାଢୁଛନ୍ତି। ସେମାନଙ୍କ ରାଜ୍ୟ ପାଇଁ କିଛି କରିବା ଦରକାର ବୋଲି ଅନୁଭବ କରୁଥିଲେ ବି ତାହାକୁ ସେମାନେ ଚାକିରି ସମୟରେ କରିବାକୁ ସକ୍ଷମ ହୋଇ ନ ଥିଲେ ବୋଲି କହୁଛନ୍ତି। ଚାକିରିରୁ ଅବସର ନେଇ ରାଜନୀତି ହେଉ କିମ୍ବା ଘରୋଇ ସେକ୍ଟର୍‌ରେ ଯୋଗଦେବାକୁ ଲମ୍ଫ ପ୍ରଦାନ କରିବା ଆଗରୁ ବାଧ୍ୟତାମୂଳକ କୁଲିଂ ଅଫ୍‌ ପିରିୟଡ଼ ରହିଥିଲା। ଏବେ ଏହି ବାବୁମାନଙ୍କୁ ନେଇ ଏହା ଉପରେ ପୁନର୍ବାର ପ୍ରଶ୍ନ ଉଠିଛି। ବହୁ ଘଟଣାରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ( ସିଭିସି) ଏ ସମ୍ପର୍କରେ ପରାମର୍ଶ ଦେଇଛି, କିନ୍ତୁ ସରକାର ତାହାକୁ ଅଣଦେଖା କରିଛନ୍ତି। ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଉଥିବା ବାବୁମାନଙ୍କ ସଂଖ୍ୟା ବଢୁଥିବାରୁ କୁଲିଂ ଅଫ୍‌ ପିରିୟଡ ବିତର୍କକୁ ପୁନର୍ବାର ଉତ୍‌ଥାପନ କରିବାର ଏହା ହିଁ ପ୍ରକୃଷ୍ଟ ସମୟ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri