Posted inଫୁରସତ

ବିଷ ସେବନ କରୁଥିବା ଶାସକ

ଗୁଜରାଟ ସଲତ୍‌ନତ୍‌ର ଜଣେ ଶକ୍ତିଶାଳୀ ଶାସକ ହେଲେ ମହମୁଦ ବେଗଡ଼ା, ଯିଏ କି ମାତ୍ର ୧୩ ବର୍ଷ ବୟସରେ ଶାସନଭାର ନିଜ ହାତକୁ ନେଇଥିଲେ। ଆଉ ୫୨ ବର୍ଷ ପର୍ଯ୍ୟନ୍ତ ସଫଳତାପୂର୍ବକ ଗୁଜରାଟ ଉପରେ ରାଜତ୍ୱ କରିଥିଲେ। ତେବେ ମହମୁଦ ଯେମିତି ପ୍ରତାପୀ ଥିଲେ ସେମିତି ଖାଦ୍ୟପ୍ରିୟ ବି ଥିଲେ। ଭୋକ ସମ୍ଭାଳିବା ତାଙ୍କ ପକ୍ଷେ ଥିଲା ଅସମ୍ଭବ। ଦିନକୁ ପ୍ରାୟ ୩୫ କି.ଗ୍ରା. ଖାଦ୍ୟ ଖାଇ ସେ ଆରାମରେ ହଜମ କରିଦେଉଥିଲେ। ପ୍ରତିଦିନ ସକାଳ ଜଳଖିଆରେ ସେ ଗୋଟେ ଗିନା ମହୁ, ଗୋଟେ ଗିନା ମଖନ ଆଉ ୧୦୦ରୁ ୧୫୦ଟି କଦଳୀ ଖାଉଥିଲେ। କେବଳ ସେତିକି ନୁହେଁ, ରାତିରେ କାଳେ ତାଙ୍କୁ ଭୋକ ଲାଗିବ ସେଥିପାଇଁ ତାଙ୍କ ଖଟର ଉଭୟ ପାର୍ଶ୍ୱରେ ବି ଖାଦ୍ୟ ରଖି ଦିଆଯାଉଥିଲା। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମହମୁଦ ଅଧିକ ଖାଦ୍ୟ ଖାଇବା ସହ ପ୍ରତିଦିନ ଟିକେ ଟିକେ ବିଷ ବି ସେବନ କରୁଥିଲେ। ଏ ଅଭ୍ୟାସ ତାଙ୍କର ପିଲାଟି ଦିନରୁ ରହିଥିଲା। ସେଥିପାଇଁ ତାଙ୍କ ଶରୀର ଏତେ ବିଷାକ୍ତ ହୋଇଯାଇଥିଲା ଯେ, ଦେହରେ ମାଛିଟିଏ ବସିଲେ କିଛି ସମୟରେ ତା’ର ମୃତ୍ୟୁ ହୋଇଯାଉଥିଲା। ତେଣୁ ମହମୁଦ ବ୍ୟବହାର କରୁଥିବା ପୋଷାକକୁ କେହି ଛୁଉଁ ନ ଥିଲେ ବରଂ ତାକୁ ପୋଡ଼ି ଦିଆଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?