କୋଭିଡ୍‌ ହସ୍ପିଟାଲରେ ଆର୍‌ଟିପିସିଆର୍‌ ଟେଷ୍ଟ ଆରମ୍ଭ

ପୁରୀ ଅଫିସ,୨୫ା୯:ପୁରୀ ଜିଲାରେ କରୋନା ସଂକ୍ରମଣ ଏବେ ଅଣାୟତ୍ତ ହୋଇପଡ଼ିିଛି। ଖୋର୍ଦ୍ଧା ଓ କଟକ ପରେ ସଂକ୍ରମିତଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛି ପୁରୀ। ଦୈନିକ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ପୁରୀ ଉପରେ ଏବେ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଗୁରୁତ୍ୱ ଦେଇଛନ୍ତି। ଜିଲାରେ ପ୍ରାୟ ପ୍ରତିଦିନ ୧,୨୦୦ କୋଭିଡ୍‌ ଟେଷ୍ଟ କରାଯାଉଛି। ଏହାବ୍ୟତୀତ କୋଭିଡ୍‌ ହସ୍ପିଟାଲରେ ଥିବା ଭାଇରୋଲୋଜି ଲାବ୍‌ରେ ବୁଧବାରଠାରୁ ଆର୍‌ଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି। ଏଠାରେ ଦୈନିକ ପ୍ରାୟ ୧୦୦ ଆର୍‌ଟିପିସିଆର ଟେଷ୍ଟ ହୋଇପାରିବ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି। ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଛନ୍ତି, ଜିଲାରେ ଏବେ ପଜିଟିଭ ସଂଖ୍ୟା ବଢୁଛି। ତଥାପି ୮୦ ପ୍ରତିଶତରୁ ଅଧିକ ସଂକ୍ରମିତ ସୁସ୍ଥ ହେଲେଣି। କିନ୍ତୁ ଏବେ ସମସ୍ତଙ୍କୁ ଅଧିକ ସତର୍କ ହେବାକୁ ପଡ଼ିଛି। କୌଣସି କାମରେ ଘରୁ ବାହାରୁ ଥିଲେ ଭଲ ଭାବେ ମାସ୍କ ପିନ୍ଧିବା ଦରକାର। ସେହିପରି କୌଣସି ଗହଳି ସ୍ଥାନକୁ ନ ଯିବା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି।
ଅନେକ ବ୍ୟକ୍ତି କୋଭିଡ୍‌ ଗାଇଡ୍‌ଲାଇନ କଟକଣା ଉଲ୍ଲଂଘନ କରୁଛନ୍ତି। ବିଶେଷକରି ପଜିଟିଭ ଚିହ୍ନଟ ପରେ ଯେଉଁମାନେ ହୋମ୍‌ ଆଇସୋଲେଶନରେ ଅଛନ୍ତି ସେମାନେ ୧୭ ଦିନର ଅବଧି ନ ସରିବା ପର୍ଯ୍ୟନ୍ତ ଆଦୌ ଘରୁ ବାହାରନ୍ତୁ ନାହିଁ। ଯଦି ଏହାକୁ ନ ମାନି କେହି ବାହାରୁଥାନ୍ତି ତେବେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହୋମ୍‌ ଆଇସୋଲେଶନରେ ଥାଇ ଯଦି କେହି ନିଃଶ୍ୱାସ ନେବା କିମ୍ବା ଅନ୍ୟ କୌଣସି ସମସ୍ୟା ଅନୁଭବ କରନ୍ତି ତେବେ ଆର୍‌ଆର୍‌ଟିଙ୍କୁ ସଙ୍ଗେ ସଙ୍ଗେ ଜଣାନ୍ତୁ। ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ଅଣାଯିବ। ହସ୍ପିଟାଲରେ ଅକ୍ସିଜେନ ସୁବିଧା ଥାଇ ପର୍ଯ୍ୟାପ୍ତ ପରିମାଣରେ ବେଡ୍‌ ଏବଂ ଆଇସିୟୁର ବ୍ୟବସ୍ଥା ରହିଛି ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri