ପାଳଦଉଡ଼ି ଏବେ ନାଗସାପ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

 

ନିମହାନ୍‌ସ (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ୍‌ ନ୍ୟୁରୋ ସାଇନ୍‌ସେସ୍‌) ତରଫରୁ ମାଗଦର୍ଶକ- ଦଲିଲର (ଗାଇଡେନ୍ସ ଡକ୍ୟୁମେଣ୍ଟ)ର ଏକ ଅଧ୍ୟାୟରେ ‘ଓ୍ବରିଡ ଓ୍ବେଲ’କୁ ଆଧାର କରି ବିଭିନ୍ନ ଦୃଷ୍ଟାନ୍ତ ବର୍ଣ୍ଣନା କରାଯାଇଛି ।
ଏହାର ବିଷୟବସ୍ତୁ ହେଉଛି ସୁସ୍ଥ ମଣିଷମାନେ ଅକାରଣରେ କିମ୍ବା ସାମାନ୍ୟ କିଛି ଅସୁସ୍ଥତା ଥିବା ସତ୍ତ୍ୱେ ନିଜ ସ୍ବାସ୍ଥ୍ୟ ବିପନ୍ନ କରି ଦେଉଛନ୍ତି । କୋଭିଡ୍‌-୧୯ କାଳରେ ଏହା କେମିତି ଅବାଞ୍ଛିତ ସମସ୍ୟା ସୃଷ୍ଟି କରିଛି ସେଥିପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି ।
ଉଦାହରଣ ସ୍ବରୂପ ଜଣେ ଛବିଶ ବର୍ଷ ବୟସ୍କ ଆଇଟି ବୃତ୍ତିଧାରୀ ଉକ୍ତ ମହାମାରୀରେ ଆକ୍ରାନ୍ତ ହୋଇଥିଲେ । ସେ ଅଭିଯୋଗ କଲେ ଯେ, ତାଙ୍କୁ ଏହି ସଂକ୍ରାମକ ଭୂତାଣୁ ଆକ୍ରମଣ କରିଛି । ଡାକ୍ତରଙ୍କ ଅଭୟବାଣୀ ସତ୍ତ୍ୱେ ସେ ନିଜକୁ ଆଶ୍ୱସ୍ତ କରିପାରିଲେ ନାହିଁ। ନିଜ ତରଫରୁ ଏକାନ୍ତବାସରେ ରହିଲେ ଜଣେ ପୀଡିତ ପରି । ପରିଶେଷରେ ଏହା ଏତେ ଉତ୍କଟ ହେଲା ଯେ, ସେ ମାନସିକ ବ୍ୟାଧିଗ୍ରସ୍ତ ହେବା ସହ ଏକ ଅଚଳାବସ୍ଥା ଆଡକୁ ମୁହଁ।ଇଲେ । ଅନ୍ୟ ଏକ ଘଟଣାରେ ଜଣେ ଷାଠିଏ ବର୍ଷୀୟା ବୃଦ୍ଧା ଏକ ମାସ ପର୍ଯ୍ୟନ୍ତ ଶୁଖିଲା କାଶରେ ପୀଡିତ ଥିଲେ ।
ପରୀକ୍ଷାରୁ ଜଣାପଡିଲା ଯେ, ତାଙ୍କ ଶ୍ୱାସକ୍ରିୟାରେ କୌଣସି ତ୍ରୁଟି ନ ଥିଲା । ସାଧାରଣ କାଶ ଔଷଧ ସେବନ କରି ସେ ସମ୍ପୂର୍ଣ୍ଣ ରୋଗମୁକ୍ତ ହେଲେ। ଏହା ସତ୍ତ୍ୱେ ସେ ଜୋର୍‌ ଦେଲେ ଯେ, ତାଙ୍କର କରୋନା ପରୀକ୍ଷା କରାଯାଉ। ବିଶେଷଜ୍ଞଙ୍କ ବାରମ୍ବାର ନିର୍ଭରଯୋଗ୍ୟ ଉପଦେଶ ପରେ ମଧ୍ୟ ସେ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ସତତ ଚିନ୍ତିତ ରହିଲେ ।
ବିଶେଷଜ୍ଞମାନଙ୍କ ଅନୁଧ୍ୟାନ ମୁତାବକ ଅଳ୍ପ ସଂଖ୍ୟକ ବ୍ୟକ୍ତି ଏହି ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ସତ୍ତ୍ୱେ ଆମ ମଧ୍ୟରେ ପ୍ରାୟ ଶତକଡା ଶହେ ଭାଗ ଲୋକ ଏହି ଭୟରେ ଆବିଷ୍ଟ । ଫଳରେ ‘ଓ୍ବାରିଡ ଓ୍ବେଲ’ ଯୋଗୁ ଅବିରତ ଏହି ଦୁର୍ଭାବନାରେ ଅସ୍ବାସ୍ଥ୍ୟକର ଓ ଅସମୀଚୀନ ଭାବେ ଆମେ ମାନସିକ ସ୍ତରରେ ଭାରାକ୍ରାନ୍ତ। ଏବେ ପାଳ ଦଉଡି ମଧ୍ୟ ନାଗସାପ ପରି ଦେଖାଯାଉଛି । ଏହି ଦୁଃସ୍ଥିତି ପ୍ରଥମ ଭାବେ ସଂପ୍ରତି ଘଟିଛି ବୋଲି ଆମେ ଭାବିବା ଅନୁଚିତ ।
ଇତିହାସ ପୃଷ୍ଠା ଓଲଟାଇଲେ, ଯାହା ଆମକୁ ସମାବସ୍ଥାର ସାକ୍ଷାତ କରାଇବ, ତା’ର ଏକ ତାଲିକା (ଜଣେ ସଂଗ୍ରାହିକାଙ୍କ ମତରେ) ହେଉଛି ଓ୍ବାଇଟୁକେ (୨୦୦୦), ଆନ୍ଥ୍ରାକ୍ସ (୨୦୦୧), ଓ୍ବେଷ୍ଟ ନାଇଲ ଭାଇରସ (୨୦୦୨), ସାସ୍‌ (୨୦୦୩), ବାର୍ଡ ଫ୍ଲୁ (୨୦୦୫), ଇକୋଲି (୨୦୦୬), ଅର୍ଥନୈତିକ ପତନ (୨୦୦୮), ସ୍ବାଇନ ଫ୍ଲୁ (୨୦୦୯), ମାୟା କ୍ୟାଲେଣ୍ଡର ଅନୁସାରେ ପୃଥିବୀ ଧ୍ୱଂସ (୨୦୧୨), ଉତ୍ତର କୋରିଆ ଯୋଗୁ ତୃତୀୟ ବିଶ୍ୱ ଯୁଦ୍ଧ (୨୦୧୩), ଇବୋଲା (୨୦୧୪), ଆଇଏସ୍‌ଆଇଏସ୍‌ର ଭୟଙ୍କର ଆକ୍ରମଣ (୨୦୧୫), ଜିକା ଭାଇରସ (୨୦୧୬) ଇତ୍ୟାଦି। ମହାମାରୀ ବା ଅନ୍ୟାନ୍ୟ ସଂକଟ ଯୋଗୁ ଧ୍ୱଂସ ସାଧନ ହେବ ଓ ମୃତକ ସଂଖ୍ୟାରେ ଖୁବ୍‌ ବୃଦ୍ଧି ଘଟିବ, ଏହା ଖଣ୍ଡ ପ୍ରଳୟ ରୂପ ନେବ ବୋଲି ତତ୍କାଳୀନ ସମାଜରେ ଆଶଙ୍କା ପ୍ରକଟିତ ହୋଇଥିଲା। କିନ୍ତୁ ସେମିତି କିଛି ସାଂଘାତିକ ବିନାଶ ବା ପରିଣାମ ମାନବସମାଜ ଭୋଗି ନ ଥିଲା । ତେବେ ଏତାଦୃଶ ଆମ ମାନସିକ ଉଦ୍‌ବେଗକୁ ବଢାଇବା ପଛରେ ମୂଳ କାରଣ ହେଉଛି ଆମ ଭୟ । ଏହି ଭୟ ସଂପ୍ରତି କରୋନା-ଭୂତାଣୁ ସୃଷ୍ଟି କରିଛି । ‘ମୁଁ ଭଲ ଅଛି’ ଏମିତି ଆଜି କେହି ମଧ୍ୟ ଛାତିରେ ହାତ ଦେଇ ଦମ୍ଭର ସହ କହିପାରିବେ ବୋଲି ବିଶ୍ୱାସ ହେଉନାହିଁ ।
ଏହାର ଚାକ୍ଷୁସ ପ୍ରମାଣ ହେଉଛି ‘ଓ୍ବାରିଡ ଓ୍ବେଲ’।
ଏହି ଦୁଃଖଦ ପରିବେଶକୁ ବହୁଗୁଣିତ କରିଛି ଲକ୍ଷଣବିହୀନ କରୋନା ରୋଗୀ (ଆସିମ୍ପୋଟିକ କେସେସ) । ସତେ ଯେମିତି ଈଶ୍ୱର ଏହି ପ୍ରକାର ବିଚିତ୍ର ଚୁପ୍‌ ସଇତାନମାନଙ୍କୁ ସମାଜରେ ଜାତ କରାଇଛନ୍ତି । ଫଳସ୍ବରୂପ ବାପ-ପୁଅ ମଧ୍ୟରେ, ପତ୍ନୀ -ପତି ଭିତରେ, ଭଉଣୀ-ଭାଇ ବା ପରିବାରର ବିଭିନ୍ନ ସଦସ୍ୟମାନଙ୍କ ମଧ୍ୟରେ କେହି କାହାରିକୁ ବିଶ୍ୱାସକୁ ନେଉନାହାନ୍ତି ।ପରସ୍ପର ମଧ୍ୟରେ କେବଳ ଶାରୀରିକ ନୁହେଁ, ସାମାଜିକ ଦୂରତା ସମସ୍ତେ ଯଥାସମ୍ଭବ ରଖିବା ପାଇଁ ଉଦ୍‌ଗ୍ରୀବ। ପାରିବାରିକ ବନ୍ଧନରେ ଯେମିତି ଶିଥିଳତା ଦେଖାଦେଇଛି, ସାମାଜିକ ସ୍ତରରେ ତାହା ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି। କୌଣସି ସୁସ୍ଥ ସମାଜ ପାଇଁ ଏହା ଅଶୁଭଙ୍କର ଓ ଘୋର କ୍ଷତିକାରକ ।
ଏମିତି ବିଚ୍ଛିନ୍ନତା ଥରେ ସାମୂହିକ ରୂପ ନେବା ପରେ ଏଥିରୁ ରକ୍ଷା ପାଇଁ ସ୍ବାଭାବିକ ଅବସ୍ଥାରେ ପୁଣି ପହଞ୍ଚତ୍ବା ଏତେ ସହଜ ନୁହେଁ। କରୋନା ପରବର୍ତ୍ତୀ କାଳରେ ବହୁ ଜଟିଳ ସମସ୍ୟା ନେଇ ଆମକୁ ଅଗ୍ରସର ହେବାକୁ ପଡିବ। ଏହା ବେଶ୍‌ ସମୟସାପେକ୍ଷ। ଏଥି ମଧ୍ୟରେ ଦୁର୍ବଳ ଅର୍ଥନୈତିକ ସ୍ଥିତି ସ୍ବତନ୍ତ୍ର ଭାବେ ଉଲ୍ଲେଖନୀୟ।
ସଂପ୍ରତି ଏହା ଯେମିତି ବ୍ୟାପକତା ସହ ପ୍ରକଟ ହୋଇଛି । ତାହା ସ୍ବାଭାବିକ ଭାବେ ଆନନ୍ଦଦାୟକ ଘଟଣାକୁ ମଧ୍ୟ କଦାକାର କରି ଦେଇଛି।
ପରିବାରରେ ନବଜାତକଟିଏ ଭୂମିଷ୍ଠ ହେଲେ କେମିତି ଅଚିତ୍ୟ ପରିସ୍ଥିତି ଦୃଶ୍ୟ ହୁଏ, ତା’ର ଏକ ନମୁନା ।
ଏକ ଖବରକାଗଜ ରିପୋର୍ଟରୁ ଜଣାପଡେ ଯେ, ରାଜସ୍ଥାନ ନାଗୌର ନିକଟସ୍ଥ ଭିଡଓ୍ବାନା ଉତ୍ତମ ହସ୍ପିଟାଲରେ ଜଣେ ମହିଳା ଜୁନ ୨୦୨୦ ତୃତୀୟ ସପ୍ତାହରେ ବିନା ମେଜର ଅସ୍ତ୍ରୋପଚାରରେ ଚାରୋଟି ସନ୍ତାନ ଏକାଥରକେ ପ୍ରସବ କଲେ । ଅବଶ୍ୟ ସନ୍ତାନ ପ୍ରାପ୍ତି ପାଇଁ ସେ ଚିକିତ୍ସିତ ହେଉଥିଲେ । ଏମାନଙ୍କ ମଧ୍ୟରୁ ତିନିଜଣ ପୁତ୍ର ସନ୍ତାନ ଓ ଜଣେ କନ୍ୟା । ସେମାନଙ୍କ ନାମକରଣ ହୋଇଥିଲା କରୋନା, କୋଭିଡ୍‌, ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ । ପ୍ରତିଷେଧକ ଉଦ୍ଭାବିତ ହେବା ପରେ ଏହି ମହାମାରୀ ପ୍ରାୟତଃ ଅପସରିଯିବ ।
ତେବେ ଉକ୍ତ ନାମଧାରୀ ଏହି ସନ୍ତାନମାନେ ଆମକୁ କରୋନା ବିଷୟରେ ସଦାସର୍ବଦା ସ୍ମରଣ କରାଉଥିବେ । କୋଭିଡ-୧୯ ଗଲେ ମଧ୍ୟ ତା’ର ଅଲିଭା ଦାଗ ଜନସାଧାରଣଙ୍କ ମନରୁ ପୋଛିବା ପାଇଁ ଏକ ଦୀର୍ଘ ସଂଗ୍ରାମ ସକାଶେ ଆମେ ପ୍ରସ୍ତୁତ ରହିବା ଯଥାର୍ଥ । ଏଥିପାଇଁ ଧୈର୍ଯ୍ୟ, ସାହସ, ସହନଶୀଳତା ପରି ଗୁଣାବଳୀ ଅପରିହାର୍ଯ୍ୟ । ଏହା ଏକ ଚ୍ୟାଲେଞ୍ଜ ।
ମୋ: ୯୪୩୭୦୨୬୬୫୧


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri