ଚେର ଲମ୍ବିଛି, ତଦନ୍ତ ଶିଥିଳ

ବଲାଙ୍ଗୀର ଅଫିସ,୨୪ା୪: ବହୁଚର୍ଚ୍ଚିତ ଜାଲ୍‌ ସାର୍ଟିଫିକେଟ୍‌ ମାମଲାର ପର୍ଦ୍ଦାଫାଶକୁ ଏକମାସ ବିତିଛି। ପୋଲିସ ତନାଘନାରୁ ଆରମ୍ଭ ହୋଇଥିବା ଏହି ମାମଲାର ତଦନ୍ତ ଦାୟିତ୍ୱ ପରେ କ୍ରାଇମ୍‌ବ୍ରାଞ୍ଚ ନେଇଛି। ଲୋକେ ଆଶା କରୁଥିଲେ ଯେ, ଜାଲ୍‌ ସାର୍ଟିଫିକେଟ ମାମଲାର ଚେରକୁ କ୍ରାଇମ୍‌ବ୍ରାଞ୍ଚ ଠାବ କରିବ ଓ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଗତ ମାସକ ଭିତରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଆଶାଠାରୁ ଆଶଙ୍କା ଅଧିକ ଘନୀଭୂତ ହେବାରେ ଲାଗିଛି। ବଲାଙ୍ଗୀର ପୋଲିସର ଆକ୍‌ଶନ ମୋଡ୍‌ରୁ ଆରମ୍ଭ ହୋଇଥିବା ଜାଲ୍‌ ସାର୍ଟିଫିକେଟ୍‌ ମାମଲା ଏବେ କ୍ରାଇମବ୍ରାଞ୍ଚର ସାଇଲେଣ୍ଟ ମୋଡ୍‌ରେ ସୀମିତ ରହିଯାଇଥିବା ଅନୁଭବ ହେଉଛି। କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ ଦାୟିତ୍ୱ ନେବାର ଇତିମଧ୍ୟରେ ୨୪ ଦିନ ବିତିଯାଇଥିଲେ ମଧ୍ୟ ତଦନ୍ତରେ ଅଗ୍ରଗତି ସମ୍ପର୍କରେ କେହି ହେଲେ ମୁହଁ ଖୋଲୁ ନାହାନ୍ତି। ଗତ ମାର୍ଚ୍ଚ ୨୩ ତାରିଖରେ ବଲାଙ୍ଗୀର ଡାକମଣ୍ଡଳ ଗ୍ରାମୀଣ ଡାକସେବକ ପଦ ପାଇଁ ସାର୍ଟିଫିକେଟ୍‌ ଭେରିଫିକେଶନ ବେଳେ ଜିଲା ଡାକ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ କିଛି ସାର୍ଟିଫିକେଟ ଜାଲ୍‌ ସନ୍ଦେହ କରି ଟାଉନ୍‌ ଥାନାରେ ରିପୋର୍ଟ କରିଥିଲେ। ବଲାଙ୍ଗୀର ଏସ୍‌ପି ନୀତିନ କୁଶଲ୍‌କରଙ୍କ ନିର୍ଦ୍ଦେଶରେ ଟାଉନ୍‌ ଥାନା ପୋଲିସ ଏନେଇ ମାମଲା ରୁଜୁ କରି ବଲାଙ୍ଗୀର ରିଲାଏନ୍ସ କୋଚିଂ ସେଣ୍ଟରରେ ଚଢ଼ାଉ କରି ବିପୁଳ ମାତ୍ରାରେ ଜାଲ୍‌ ସାର୍ଟିଫିକେଟ୍‌ ଜବତ କରିଥିଲା। ଏହି ମାମଲାରେ ପୋଲିସ ରିଲାଏନ୍ସ କୋଚିଂ ସେଣ୍ଟର ମାଲିକ ମନୋଜ ମିଶ୍ର ଏବଂ ସହଯୋଗୀ ଆଲୋକ ରଞ୍ଜନ ଉଦ୍‌ଗାତାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରିଥିଲା। ଉକ୍ତ କୋଚିଂ ସେଣ୍ଟରରୁ ଦେଶର ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ୪୧ଟି ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ନାମ ଉଲ୍ଲେଖ ଥିବା ୫ ହଜାରରୁ ଊର୍ଦ୍ଧ୍ୱ ଜାଲ୍‌ ସାର୍ଟିଫିକେଟ୍‌ ଜବତ କରିବା ପରେ ଏହା ଏକ ଜାତୀୟସ୍ତରର ସ୍କାମ୍‌ ବୋଲି ଏସ୍‌ପି କୁଶଲ୍‌କର କହିଥିଲେ। ଏହି ମାମଲାକୁ ନେଇ ସେତେବେଳେ ବିଧାନସଭା ହୁଲସ୍ଥୂଲ ହୋଇଥିଲା। ଜାଲ୍‌ ସାର୍ଟିଫିକେଟ୍‌ କାରବାରର ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହ ଶାସକ ଦଳର କେତେଜଣ ନେତାମନ୍ତ୍ରୀଙ୍କ ସମ୍ପୃକ୍ତି ବିଷୟରେ ଅଭିଯୋଗ ଓ ଚର୍ଚ୍ଚା ଉଠିବା ପରେ ରାଜ୍ୟ ସରକାର କ୍ରାଇମ୍‌ବ୍ରାଞ୍ଚକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲେ। ଗତ ୧ତାରିଖଠାରୁ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ରଙ୍କ ନେତୃତ୍ୱରେ ୫ଜଣିଆ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବଲାଙ୍ଗୀର ଆସିଥିଲେ। ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦ୍‌ଗାତାଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ତ୍ରିବିହାରୀ ପଣ୍ଡା ଏବଂ ପରେଶ ବୁଡେକଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା କରିଥିଲା। କ୍ରାଇମ୍‌ବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା ମଧ୍ୟ ବଲାଙ୍ଗୀରରେ କ୍ୟାମ୍ପ କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଦୁଇ ମୁଖ୍ୟ ଅଭିଯୁକ୍ତ ମନୋଜ ଏବଂ ଆଲୋକଙ୍କ ଘରେ ଚଢ଼ାଉ କରିଥିଲା। ରିମାଣ୍ଡ ଅବଧିରେ ପଚରାଉଚରା ବେଳେ ଅଭିଯୁକ୍ତମାନଙ୍କଠାରୁ କ୍ରାଇମ୍‌ବ୍ରାଞ୍ଚ ଗୁରୁତ୍ୱପୂର୍ଣ୍ଣ ଇନ୍‌ପୁଟ୍‌ ପାଇଥିବା କୁହାଯାଇଥିଲା। ଜାଲ୍‌ ସାର୍ଟିଫିକେଟ୍‌ର ଚେର ରାଜ୍ୟର ବିଭିନ୍ନ ଜିଲା ସମେତ ଦେଶର ବିଭିନ୍ନ ରାଜ୍ୟକୁ ଲମ୍ବିଥିବା ସୂଚନା ଦିଆଯାଇଥିଲା। ଏଥିପାଇଁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି କୁହାଯିବା ସହ ଜାଲ୍‌ ସାର୍ଟିଫିକେଟ୍‌ରେ ଏକ ବଡ଼ଧରଣର ଆର୍ଥିକ କାରବାର ହୋଇଥିବା ସୂଚନା ଦିଆଯାଇଥିଲା। ଏପରି କି ଆର୍ଥିକ କାରବାର ଉପରେ ତଦନ୍ତ କରିବାକୁ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସମ୍ପତ୍ତି ବାଜ୍ୟାପ୍ତି ଦିଗରେ କ୍ରାଇମ୍‌ବ୍ରାଞ୍ଚ ପଦକ୍ଷେପ ନେଉଥିବା ସୂଚନା ଦିଆଯାଇଥିଲା। ଜାଲ୍‌ ସାର୍ଟିଫିକେଟ୍‌ କାରବାର ଏକ ଆନ୍ତଃରାଜ୍ୟ ରାକେଟ ହୋଇଥିବାରୁ ଏଦିଗରେ ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ଟିମ୍‌ ରାଜ୍ୟ ବାହାରକୁ ଯିବ ବୋଲି କୁହାଯାଇଥିଲା। ୧୫ ଦିନ ରହଣି ଭିତରେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିବା କହିଥିଲେ। ମାତ୍ର ୧୫ ଦିନର ତଦନ୍ତ ପରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ବଲାଙ୍ଗୀରରୁ ଫେରିଯାଇଥିଲା। ମାମଲାର ପର୍ଦ୍ଦାଫାଶକୁ ଏକ ମାସ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍‌ର ଅଗ୍ରଗତି ସମ୍ପର୍କରେ କିଛି ସୂଚନା ମିଳିପାରୁ ନାହିଁ। ତଦନ୍ତ ବେଳେ ଜାଲ୍‌ ସାର୍ଟିଫିକେଟ୍‌ କାରବାରରେ ଅନେକ ବଡବଡିଆଙ୍କ ସମ୍ପୃକ୍ତି ଆସିଥିବାରୁ ଏବଂ ଆଗକୁ ନିର୍ବାଚନ ଥିବାରୁ କାଳେ ଫଳ ଓଲଟା ହେବ ଏହି ଭୟରେ କ୍ରାଇମ୍‌ବ୍ରାଞ୍ଚକୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇ ନ ଥିବା ଚର୍ଚ୍ଚାର ବିଷୟ ହୋଇଛି। ମାମଲାର ତଦନ୍ତ ସମ୍ପର୍କରେ ବଲାଙ୍ଗୀର ଏସ୍‌ପିଙ୍କୁ ପଚାରିବାରେ ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ନେଇଥିବାରୁ ସେ ଏନେଇ କିଛି କହିପାରିବେ ନାହିଁ ବୋଲି କହିଛନ୍ତି। ଅପରପକ୍ଷରେ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଦେବବ୍ରତଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ୍‌ ନମ୍ବର ୭୦୦୮୧୯୧୯୫୮ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri