ଭୁବନେଶ୍ୱର,୨୪।୪ (ବ୍ୟୁରୋ): ଓଡ଼ିଶା ପରମ୍ପରାରେ ଦକ୍ଷତାର ଗୁରୁତ୍ୱ ବହୁ ପୂର୍ବରୁ ରହିଆସିଛି। ଆବହମାନ କାଳରୁ ଓଡ଼ିଶା ମାଟିରେ କଳା, ସାହିତ୍ୟ, ସଂସ୍କୃତି ଓ ବାଣିଜ୍ୟରେ ଦକ୍ଷତାର ପରାକାଷ୍ଠା ରହିଛି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରବିବାର ସିଏସ୍ଆଇଆର୍-ଆଇଏମ୍ଏମ୍ଟି ପରିସରରେ ଜି-୨୦ ଶିକ୍ଷା ଓ୍ବାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’କୁ ଉଦ୍ଘାଟନ କରି କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି। ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ‘ଭବିଷ୍ୟତ କାର୍ଯ୍ୟଶୈଳୀରେ ଗହନ ପ୍ରଯୁକ୍ତି ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ’ ଶୀର୍ଷକ ସମ୍ମିଳନୀ ଅନୁଷ୍ଠିତ
‘ଓଡ଼ିଶା ପରମ୍ପରାରେ …
ହୋଇଥିଲା। ଏଥିରେ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଲେ, ବିଶ୍ୱ ଦ୍ରୁତଗତିରେ ପରିବର୍ତ୍ତନ ହେଉଛି। ଏହା ସହ ତାଳ ଦେବାକୁ ହେଲେ ଦକ୍ଷତା ବିକାଶ ନିତାନ୍ତ ଆବଶ୍ୟକ। ୨୦୪୭ ସୁଦ୍ଧା ବିଶ୍ୱ ଯୁବବର୍ଗଙ୍କ ମଧ୍ୟରେ ୨୫% ଭାରତରୁ ରହିବେ। ଆଗାମୀ ଦିନରେ ଡିଗ୍ରୀ ନୁହେଁ, ଦକ୍ଷତା ଓ ସାମର୍ଥ୍ୟ ହିଁ ଗୁରୁତ୍ୱ ବହନ କରିବ। ଏ ଦିଗରେ ଜି-୨୦ ଶିକ୍ଷା ଓ୍ବାର୍କିଂ ଗ୍ରୁପ୍ ବୈଠକ ବିଶେଷ ଭାବେ ସହାୟକ ହେବ। ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଟେକ୍ନୋଲୋଜିର ଯୁଗ ହେବ। ଏହି ସମୟରେ ଭାରତ ବିଶ୍ୱ ଆକାଂକ୍ଷାକୁ ପୂରଣ କରିବ। ଅଟୋମେଶନ, ମେକାନାଇଜେଶନ୍, ଡିଜିଟାଇଜେଶନ ଏବଂ ଟେକ୍ନୋଲୋଜି କାର୍ଯ୍ୟ କରିବାର ପୁରୁଣା ପଦ୍ଧତିକୁ ପରିବର୍ତ୍ତନ କରି ନୂଆ ନୂଆ ଚାକିରି ସୁଯୋଗ ସୃଷ୍ଟି କରୁଛି। ଏହାର ଅର୍ଥ ଆମକୁ ସବୁବେଳେ ସ୍କିଲ୍, ରି ସ୍କିଲ୍ ଏବଂ ଅପ୍ ସ୍କିଲର ଆବଶ୍ୟକତା ରହିଛି। ଜି-୨୦ ଜନଭାଗିଦାରୀରେ ଓଡ଼ିଶାବାସୀଙ୍କ ଯୋଗଦାନ ଉତ୍ସାହପୂର୍ଣ୍ଣ। ଏଥିରେ ଶିଳ୍ପସମୂହ, ଶିକ୍ଷାନୁଷ୍ଠାନ, ଷ୍ଟାର୍ଟଅପ୍ ପରିସଂସ୍ଥାନ ଏବଂ ଷ୍ଟେକ୍ହୋଲ୍ଡର ଜି-୨୦ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ଫ୍ରେମ୍ଓ୍ବାର୍କରେ ସାମିଲ ହୋଇ ଭାରତକୁ ବିଶ୍ୱ ମାନବ ସମ୍ବଳର ପେଣ୍ଠସ୍ଥଳ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ବାନ ଦେଇଥିଲେ।
ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଅତୁଲ କୁମାର ତିଓ୍ବାରୀ ଯୋଗଦେଇ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ୪ଟି ପ୍ରମୁଖ ବିଷୟ – ଫାଉଣ୍ଡେଶନ ଲିଟେରାସି ଆଣ୍ଡ୍ ନ୍ୟୁମରେସି, ଏଡୁଟେକ୍, ରିସର୍ଚ୍ଚ ଏବଂ ଭବିଷ୍ୟତର ଦକ୍ଷତା ସମ୍ପର୍କରେ ଚର୍ଚ୍ଚା କରାଯିବ। ଜି-୨୦ରେ ବିଭିନ୍ନ ଦେଶ ଅଂଶଗ୍ରହଣ କରିବା ସହ ନିଜର ଚିନ୍ତାଧାରା ବାଣ୍ଟିବେ। ଏପ୍ରିଲ ୧ରୁ ଜନଭାଗିଦାରୀ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ ଏବଂ ଅନ୍ୟ ସଂଗଠନକୁ ସାମିଲ କରାଯାଇଛି। ଭୁବନେଶ୍ୱର ପାଇଁ ଏହା ଏକ ଭଲ ସୁଯୋଗ ଆଣିଦେବ। ଏଥିରେ ଭବିଷ୍ୟତର ଜ୍ଞାନକୌଶଳ ସମ୍ପର୍କରେ ଅନ୍ୟମାନେ ଜାଣିପାରିବେ ବୋଲି ତିଓ୍ବାରୀ କହିଥିଲେ।
ପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଶିକ୍ଷା, ସ୍ବାସ୍ଥ୍ୟ, ମୋବିଲିଟି, ମେଟାଭର୍ସ, ରିଭର୍ସ ଇଞ୍ଜିନିୟରିଂ, ଡ୍ରୋନ୍ ଟେକ୍ନୋଲୋଜି ସହ ହସ୍ତତନ୍ତ, ଓଡ଼ିଆ ଭାସ୍କର୍ଯ୍ୟ, କଳା ସଂସ୍କୃତି, ପାଶ୍ଚାତ୍ୟ ପଢା ଶୈଳୀକୁ ନେଇ ଆୟୋଜିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ବୁଲି ଦେଖିଥିଲେ। ସିଆଇଆଇ ମିଶନ୍ ଅନ୍ ଟେକ୍, ଇନୋଭେଶନ୍ ଆଣ୍ଡ୍ ରିସର୍ଚ୍ଚ ଆଣ୍ଡ୍ ଫ୍ୟୁଚର ମୋବିଲିଟିର ଚେୟାରମ୍ୟାନ୍ ବିପିନ ସୋନ୍ଧି, ୟୁଏସ୍ଆଇବିସି ସଭାପତି ତଥା ସାଉଥ୍ ଏସିଆ, ୟୁଏସ ଚାମ୍ବର ଅଫ୍ କମର୍ସ ଉପସଭାପତି ଆମ୍ବାସାଡର ଅତୁଲ କେସପ୍, ଜି-୨୦ ପ୍ରେସିଡେନ୍ସି ଚିଫ୍ କୋଅର୍ଡିନେଟର ହର୍ଷବର୍ଦ୍ଧନ ଶ୍ରୀଙ୍ଗ୍ଲା ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇଥିଲା। ଜି-୨୦ ଶିକ୍ଷା ଓ୍ବାର୍କିଂ ଗ୍ରୁପ୍ର ତୃତୀୟ ସଂସ୍କରଣ ବୈଠକ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।
ଦୀପ ଜାଳି କ୍ୟାପ୍ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର
ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…
ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍ ମିସ୍ତ୍ରୀ
ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…
କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…
ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ
ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…
ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….
ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…
ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!
ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…
ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍ଯାପିତ
ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍ଯାପିତ ହୋଇଯାଇଛି। ଦୁଇ…
ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….
ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

