Posted inଫୁରସତ

ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣରେ ନାରୀଙ୍କ ଭୂମିକା

ଶିଳ୍ପୀମାନଙ୍କ ଗାଈଗୋଠ ବ୍ୟବସ୍ଥା କରିଥିଲେ ଗଜପତି। ମୂଳରୁ ଏ ଦିଗ ପ୍ରତି ସେ ନିଘା ରଖିଥିଲେ। ଶହେଜଣ ଗାଈଆଳ ଥିଲେ। ଜଣେ ଗାଈଆଳ ୩୦ଟି ଗାଈଙ୍କ ଦାୟିତ୍ୱରେ ଥିଲେ। ଶହେ ଗାଈଆଳଙ୍କ ମୁଖିଆ ଥିଲେ ଭାଗୀରଥି ମହାଭୋଇ। ସମସ୍ତଙ୍କ ପକ୍ଷରୁ ଭାଗୀରଥି ଗ୍ରହଣ କରିଥିଲେ ଉପହାର। ଉପହାର ନିଜେ ଉପସ୍ଥିତ ରହି ଦେଇଥିଲେ ମହାଶ୍ରମ (ଗଜପତି)। ଗାଈଙ୍କ ପାଇଁ ମୋଟାଧାନ ଯୋଗାଇଦେବାର ବ୍ୟବସ୍ଥା ହୋଇଥିଲା। ଦୁହଁାଳିଆ ଗାଈଙ୍କ ଖାଦ୍ୟ ଦିଗକୁ ମଧ୍ୟ ନଜର ରଖାଯାଇଥିଲା।
ଭରଣ ଭରଣ (୮୦ଗୌଣୀ) ଅକୁଟା ଧାନ ଗାଈଙ୍କ ଖାଦ୍ୟ ପାଇଁ ଖଞ୍ଜା ରହିଥିଲା। କେବଳ ଗଜପତି ମହାଭୋଇଙ୍କୁ ଉପହାର ଦେଇଥିଲେ ତାହା ନୁହେଁ, ମହାରାଣୀ ମଧ୍ୟ ଦେଇ ଥିବାର ଜଣାଯାଏ। ନିଜେ ମହାରାଣୀ ଗାଈଗୋଠ ପରିଦର୍ଶନ କରିଥିଲେ। ଅନ୍ୟତମ ମୁଖିଆ ରାମ ମହାଭୋଇଙ୍କୁ ଉପହାର ଦେଇଥିଲେ। ଗାଈଙ୍କ କାମ କରିବା ପାଇଁ ନାରୀମାନଙ୍କୁ ନିଯୁକ୍ତ କରାଯାଇଥିଲା। ଏଥିପାଇଁ ୭୪ଜଣ ନାରୀ କାର୍ଯ୍ୟ କରୁଥିଲେ। ନାରୀଙ୍କ ମୁଖିଆ ଥିଲେ ସୁଖୀ ମହାଭୋଇ। ସେ ମଧ୍ୟ ୭୪ ଜଣଙ୍କ ପାଉଣା ଗ୍ରହଣ କରୁଥିଲେ।
ବାସ୍ତବରେ ଗାଈଗୋଠର ପରିଚାଳନା ପାଇଁ ନାରୀ ଅପରିହାର୍ଯ୍ୟ। ଗୋ-ପାଳନ, ଗୋ-ସୁରକ୍ଷା ସହଜ ବ୍ୟାପାର ନୁହେଁ। ଦୁହଁାଳିଆ ଗାଈ ରଖାଯାଇଥିଲା। ଦୁଗ୍ଧ ବନ୍ଦ କଲେ ସେମାନଙ୍କୁ ଅଲଗା ରଖାଯାଇ ପୁଣି ଦୁହଁାଳିଆ ଗାଈ ଆଣି ଗୋଠରେ ସାମିଲ କରାଯାଉଥିଲା। ଉଦ୍ଦେଶ୍ୟ ସ୍ପଷ୍ଟ। ଚାରି ଶିବିର, ଶିବିର ବାଦ ବି ଶ୍ରମିକ, ପଥୁରିଆ, କର୍ମଚାରୀ ଅଛନ୍ତି। ସମସ୍ତଙ୍କୁ ଦୁଗ୍ଧ, ଦହି, ଛେନା ଓ ଘିଅ ଯୋଗାଇଦେବା ଗଜପତିଙ୍କର ଅସଲ ଉଦ୍ଦେଶ୍ୟ ଥିଲା। ସେତେବେଳେ ତ ଆଉ ଓମ୍‌ଫେଡ କ୍ଷୀର କି ଦହି, କି ଘିଅ ବିକ୍ରି ବ୍ୟବସ୍ଥା ନ ଥିଲା। ମନ୍ଦିର ନିର୍ମାଣ ସମୟରେ ଯେଉଁମାନେ ପାଇଟିଆଳ ବା ମୂଲିଆ ଥିଲେ ସେମାନଙ୍କୁ ‘ସୁଆଁସିଆ’ କୁହାଯାଉଥିଲା। ଏମାନେ ମୁଖ୍ୟତଃ ଅସମାନ ପଥର, ବନ୍ଧୁର ବା ମସୃଣ ନ ହୋଇଥିବା ପଥରକୁ ଚଉପଟ କରିବା କାମ କରୁଥିଲେ। ପ୍ରତିବର୍ଷ ବର୍ଷାଋତୁରେ କିଛିଦିନ ନିର୍ମାଣ କାର୍ଯ୍ୟ ବନ୍ଦ ରହୁଥିଲା। କାମ ବନ୍ଦ ହେଲେ ବି ଶିଳ୍ପୀମାନେ ଯେପରି ସେମାନଙ୍କ ପାଉଣା ପାଇବେ ତା’ର ବ୍ୟବସ୍ଥା ଥିଲା, ସୁଆଁସିଆଙ୍କୁ ସେହିପରି ପାଉଣା ଦିଆଯାଉଥିଲା। ‘କାମ ନାହିଁ ତ ପଇସା ନାହିଁ’ ଏପରି ନୀତି ନ ଥିଲା। ସୁଆଁସିଆଙ୍କ ମଧ୍ୟରୁ କେତେଜଣ ଜଗୁଆଳି କାର୍ଯ୍ୟ କରୁଥିଲେ। ୩୦ଜଣ ଜଗୁଆଳି ଦିନରାତି କାମରେ ନିଯୁକ୍ତ ଥିଲେ। ସୁଆଁସିଆ ଓ ଜଗୁଆଳି ପୁରୀ ରଥଯାତ୍ରା ଦେଖିବାକୁ ଚାହିଁଲେ ସେମାନଙ୍କୁ ସୁଯୋଗ ଦିଆଯାଉଥିଲା।
ସୁଆଁସିଆ ଦଳର ମୁଖିଆଙ୍କୁ ‘ସୁଆଁସିଆ ନାୟକ’ କୁହାଯାଉଥିଲା। ଆବଶ୍ୟକ ହେଲେ ବାହାରୁ ଅସ୍ଥାୟୀ ସୁଆଁସିଆ ଆଣି କାମ ତୁଲାଉଥିଲେ। ପଥରଖମ୍ବ କଳ ଗୟଳରେ ଉଠାଇବା, ଗାତ ଖୋଳିବା, ଗାତ ପୋତିବା, କଳ-ଗୟଳ ଗଞ୍ଜିବା, ଚୂନ ପଥର ଚଟାଣ ଉପରେ କଳାମୁଗୁନି ପଥର ଖଞ୍ଜିବାରେ ମହାରଣାଙ୍କୁ ସହାୟତା କରିବା, ପଥର ପାହାଚ ନିର୍ମାଣବେଳେ ୨୭ ଶ୍ରମିକଙ୍କ ସହଯୋଗ, ବାଉଁଶ କିଳା ସବୁ ମାପ ଅନୁଯାୟୀ ପୋତିବା କାର୍ଯ୍ୟ ସୁଆଁସିଆମାନେ ତୁଲାଉଥିଲେ।
ସେହିପରି ନାରୀ ସୁଆଁସିଆଙ୍କ ପାଇଁ କାମିକା ଶବ୍ଦ ବ୍ୟବହାର ହୋଇଥିବାର ଦେଖାଯାଏ। ମୂଳଦୁଆ କାମ ସରିଲେ କିମ୍ବା ପଥର ଖମ୍ବ ଖଞ୍ଜାହେବା ପରେ ମାଟିରେ ପୋତାଯାଉ ନ ଥିଲା। ତା’ ମୂଳରେ ଚୂନପଥର ଭର୍ତ୍ତି ହୋଇ ଜାବ ଦିଆଯାଉଥିଲା। ଖାଲି ଚୂନପଥର ନୁହେଁ, ତା’ ସହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶାଯାଉଥିଲା। ଏହି ମିଶେଇବା କାମ ଓ ମୂଳଦୁଆ ପୋତିବା କାମ ନାରୀ ଶ୍ରମିକମାନେ କରୁଥିଲେ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri