Posted inଫୁରସତ

ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣରେ ନାରୀଙ୍କ ଭୂମିକା

ଶିଳ୍ପୀମାନଙ୍କ ଗାଈଗୋଠ ବ୍ୟବସ୍ଥା କରିଥିଲେ ଗଜପତି। ମୂଳରୁ ଏ ଦିଗ ପ୍ରତି ସେ ନିଘା ରଖିଥିଲେ। ଶହେଜଣ ଗାଈଆଳ ଥିଲେ। ଜଣେ ଗାଈଆଳ ୩୦ଟି ଗାଈଙ୍କ ଦାୟିତ୍ୱରେ ଥିଲେ। ଶହେ ଗାଈଆଳଙ୍କ ମୁଖିଆ ଥିଲେ ଭାଗୀରଥି ମହାଭୋଇ। ସମସ୍ତଙ୍କ ପକ୍ଷରୁ ଭାଗୀରଥି ଗ୍ରହଣ କରିଥିଲେ ଉପହାର। ଉପହାର ନିଜେ ଉପସ୍ଥିତ ରହି ଦେଇଥିଲେ ମହାଶ୍ରମ (ଗଜପତି)। ଗାଈଙ୍କ ପାଇଁ ମୋଟାଧାନ ଯୋଗାଇଦେବାର ବ୍ୟବସ୍ଥା ହୋଇଥିଲା। ଦୁହଁାଳିଆ ଗାଈଙ୍କ ଖାଦ୍ୟ ଦିଗକୁ ମଧ୍ୟ ନଜର ରଖାଯାଇଥିଲା।
ଭରଣ ଭରଣ (୮୦ଗୌଣୀ) ଅକୁଟା ଧାନ ଗାଈଙ୍କ ଖାଦ୍ୟ ପାଇଁ ଖଞ୍ଜା ରହିଥିଲା। କେବଳ ଗଜପତି ମହାଭୋଇଙ୍କୁ ଉପହାର ଦେଇଥିଲେ ତାହା ନୁହେଁ, ମହାରାଣୀ ମଧ୍ୟ ଦେଇ ଥିବାର ଜଣାଯାଏ। ନିଜେ ମହାରାଣୀ ଗାଈଗୋଠ ପରିଦର୍ଶନ କରିଥିଲେ। ଅନ୍ୟତମ ମୁଖିଆ ରାମ ମହାଭୋଇଙ୍କୁ ଉପହାର ଦେଇଥିଲେ। ଗାଈଙ୍କ କାମ କରିବା ପାଇଁ ନାରୀମାନଙ୍କୁ ନିଯୁକ୍ତ କରାଯାଇଥିଲା। ଏଥିପାଇଁ ୭୪ଜଣ ନାରୀ କାର୍ଯ୍ୟ କରୁଥିଲେ। ନାରୀଙ୍କ ମୁଖିଆ ଥିଲେ ସୁଖୀ ମହାଭୋଇ। ସେ ମଧ୍ୟ ୭୪ ଜଣଙ୍କ ପାଉଣା ଗ୍ରହଣ କରୁଥିଲେ।
ବାସ୍ତବରେ ଗାଈଗୋଠର ପରିଚାଳନା ପାଇଁ ନାରୀ ଅପରିହାର୍ଯ୍ୟ। ଗୋ-ପାଳନ, ଗୋ-ସୁରକ୍ଷା ସହଜ ବ୍ୟାପାର ନୁହେଁ। ଦୁହଁାଳିଆ ଗାଈ ରଖାଯାଇଥିଲା। ଦୁଗ୍ଧ ବନ୍ଦ କଲେ ସେମାନଙ୍କୁ ଅଲଗା ରଖାଯାଇ ପୁଣି ଦୁହଁାଳିଆ ଗାଈ ଆଣି ଗୋଠରେ ସାମିଲ କରାଯାଉଥିଲା। ଉଦ୍ଦେଶ୍ୟ ସ୍ପଷ୍ଟ। ଚାରି ଶିବିର, ଶିବିର ବାଦ ବି ଶ୍ରମିକ, ପଥୁରିଆ, କର୍ମଚାରୀ ଅଛନ୍ତି। ସମସ୍ତଙ୍କୁ ଦୁଗ୍ଧ, ଦହି, ଛେନା ଓ ଘିଅ ଯୋଗାଇଦେବା ଗଜପତିଙ୍କର ଅସଲ ଉଦ୍ଦେଶ୍ୟ ଥିଲା। ସେତେବେଳେ ତ ଆଉ ଓମ୍‌ଫେଡ କ୍ଷୀର କି ଦହି, କି ଘିଅ ବିକ୍ରି ବ୍ୟବସ୍ଥା ନ ଥିଲା। ମନ୍ଦିର ନିର୍ମାଣ ସମୟରେ ଯେଉଁମାନେ ପାଇଟିଆଳ ବା ମୂଲିଆ ଥିଲେ ସେମାନଙ୍କୁ ‘ସୁଆଁସିଆ’ କୁହାଯାଉଥିଲା। ଏମାନେ ମୁଖ୍ୟତଃ ଅସମାନ ପଥର, ବନ୍ଧୁର ବା ମସୃଣ ନ ହୋଇଥିବା ପଥରକୁ ଚଉପଟ କରିବା କାମ କରୁଥିଲେ। ପ୍ରତିବର୍ଷ ବର୍ଷାଋତୁରେ କିଛିଦିନ ନିର୍ମାଣ କାର୍ଯ୍ୟ ବନ୍ଦ ରହୁଥିଲା। କାମ ବନ୍ଦ ହେଲେ ବି ଶିଳ୍ପୀମାନେ ଯେପରି ସେମାନଙ୍କ ପାଉଣା ପାଇବେ ତା’ର ବ୍ୟବସ୍ଥା ଥିଲା, ସୁଆଁସିଆଙ୍କୁ ସେହିପରି ପାଉଣା ଦିଆଯାଉଥିଲା। ‘କାମ ନାହିଁ ତ ପଇସା ନାହିଁ’ ଏପରି ନୀତି ନ ଥିଲା। ସୁଆଁସିଆଙ୍କ ମଧ୍ୟରୁ କେତେଜଣ ଜଗୁଆଳି କାର୍ଯ୍ୟ କରୁଥିଲେ। ୩୦ଜଣ ଜଗୁଆଳି ଦିନରାତି କାମରେ ନିଯୁକ୍ତ ଥିଲେ। ସୁଆଁସିଆ ଓ ଜଗୁଆଳି ପୁରୀ ରଥଯାତ୍ରା ଦେଖିବାକୁ ଚାହିଁଲେ ସେମାନଙ୍କୁ ସୁଯୋଗ ଦିଆଯାଉଥିଲା।
ସୁଆଁସିଆ ଦଳର ମୁଖିଆଙ୍କୁ ‘ସୁଆଁସିଆ ନାୟକ’ କୁହାଯାଉଥିଲା। ଆବଶ୍ୟକ ହେଲେ ବାହାରୁ ଅସ୍ଥାୟୀ ସୁଆଁସିଆ ଆଣି କାମ ତୁଲାଉଥିଲେ। ପଥରଖମ୍ବ କଳ ଗୟଳରେ ଉଠାଇବା, ଗାତ ଖୋଳିବା, ଗାତ ପୋତିବା, କଳ-ଗୟଳ ଗଞ୍ଜିବା, ଚୂନ ପଥର ଚଟାଣ ଉପରେ କଳାମୁଗୁନି ପଥର ଖଞ୍ଜିବାରେ ମହାରଣାଙ୍କୁ ସହାୟତା କରିବା, ପଥର ପାହାଚ ନିର୍ମାଣବେଳେ ୨୭ ଶ୍ରମିକଙ୍କ ସହଯୋଗ, ବାଉଁଶ କିଳା ସବୁ ମାପ ଅନୁଯାୟୀ ପୋତିବା କାର୍ଯ୍ୟ ସୁଆଁସିଆମାନେ ତୁଲାଉଥିଲେ।
ସେହିପରି ନାରୀ ସୁଆଁସିଆଙ୍କ ପାଇଁ କାମିକା ଶବ୍ଦ ବ୍ୟବହାର ହୋଇଥିବାର ଦେଖାଯାଏ। ମୂଳଦୁଆ କାମ ସରିଲେ କିମ୍ବା ପଥର ଖମ୍ବ ଖଞ୍ଜାହେବା ପରେ ମାଟିରେ ପୋତାଯାଉ ନ ଥିଲା। ତା’ ମୂଳରେ ଚୂନପଥର ଭର୍ତ୍ତି ହୋଇ ଜାବ ଦିଆଯାଉଥିଲା। ଖାଲି ଚୂନପଥର ନୁହେଁ, ତା’ ସହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶାଯାଉଥିଲା। ଏହି ମିଶେଇବା କାମ ଓ ମୂଳଦୁଆ ପୋତିବା କାମ ନାରୀ ଶ୍ରମିକମାନେ କରୁଥିଲେ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri