ଋତୁ ପରିବର୍ତ୍ତନରେ ଚନ୍ଦ୍ରର ଭୂମିକା

ମେଘମୁକ୍ତ ପୂର୍ଣ୍ଣମୀର ଜ୍ୟୋତ୍ସ୍ନା ଯାମିନୀର ଅପରୂପ ଶୋଭା ସକାଶେ ଚନ୍ଦ୍ର ଦାୟୀ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ବୈଚିତ୍ରଭରା ଋତୁଚକ୍ର ଚନ୍ଦ୍ରର ଏକ ଅବଦାନ ବୋଲି ସର୍ବସାଧାରଣ ଜ୍ଞାତ ହୋଇ ନ ପାରନ୍ତି। ବାସ୍ତବିକ ଏହା ବୁଝିବା ପାଇଁ ବୈଜ୍ଞାନିକ ବିଶ୍ଳେଷଣ ଯଥାର୍ଥ ହେବ।
ମୋଟାମୋଟି ଭାବେ ଦେଖିବାକୁ ଗଲେ ଆମ ସୌରମଣ୍ଡଳ ଗୋଟିଏ ପରିବାର ପରି। ଆମେ ସୂର୍ଯ୍ୟଠାରୁ ଶକ୍ତି ଓ ଆଲୋକ ପାଉ। ବୃହସ୍ପତି ଓ ଶନି ଆମକୁ ଧୂମକେତୁ ଓ କ୍ଷୁଦ୍ରଗ୍ରହ ବା ଗ୍ରହଖଣ୍ଡଠାରୁ ସୁରକ୍ଷା ଦେଇଥାନ୍ତି। ଏପରିକି ଆମ ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ଉପଯୋଗୀ ଋତୁ ପରିବର୍ତ୍ତନରେ ସହାୟକ ହୋଇଛି।
ଏହି ପରିସ୍ଥିତିରେ ପୃଥିବୀ ପୃଷ୍ଠରେ ଅନୁଭୂତ ହେଉଥିବା କ୍ରାନ୍ତିପାତ (ଇକ୍ୟୁନକ୍ସ) ଓ ଅୟନାନ୍ତ ଦିବସ (ପୋଲଷ୍ଟିସ) ଉଲ୍ଲେଖଯୋଗ୍ୟ। ଅୟନାନ୍ତ ଦିବସରେ ସୂର୍ଯ୍ୟ ବିଷୁବରେଖାଠାରୁ ଉତ୍ତର ବା ଦକ୍ଷିଣ ଦିଗରେ ଦୂରତମ ବିନ୍ଦୁରେ ପହଞ୍ଚତ୍ଥାଏ। ଫଳରେ ପ୍ରତିବର୍ଷ ଦୁଇଟି ଅୟନାନ୍ତ ଦିବସର ସୂତ୍ରପାତ ହୁଏ। ପାଖାପାଖି ଜୁନ୍‌ ୨୨ ଉତ୍ତର ଅୟନାନ୍ତ ଦିବସ (ସମର ସୋଲଷ୍ଟିସ୍‌) ଏବଂ ଡିସେମ୍ବର ୨୨ ତାରିଖ ଦକ୍ଷିଣ ଅୟନାନ୍ତ (ଓ୍ବିଣ୍ଟର ସୋଲଷ୍ଟିସ୍‌) ଦେଖାଦିଏ। ଏହି ଦିନ ଦୁଇଟିରେ ଦିନ ଓ ରାତିର ଅବଧି ମଧ୍ୟରେ ସର୍ବାଧିକ ତାରତମ୍ୟ ଘଟେ।

ଉକ୍ତ ଦିବସମାନଙ୍କର ପାଖାପାଖି ଛଅମାସ ଅନ୍ତରରେ କ୍ରାନ୍ତିପାତ (ଇକ୍ୟୁନକ୍ସ) ବେଳେ ଦିନ ଓ ରାତିର ଅବଧି ସମାନ ରହେ। ଏହି ସମ ଦିବା ରାତ୍ରି ପାଖାପାଖି ମାର୍ଚ୍ଚ ୨୨ ବାସନ୍ତୀ କ୍ରାନ୍ତିପାତ (ଭର୍ନାଲ୍‌ ଇକ୍ୟୁନକ୍ସ) ଏବଂ ସେପ୍ଟେମ୍ବର ୨୨ରେ ଶାରଦୀୟ କ୍ରାନ୍ତିପାତ (ଆଟମ୍‌ ଇକ୍ୟୁନକ୍ସ) ସଂଘଟିତ ହୋଇଥାଏ।
ଏହା ସୂଚିତ କରେ ଯେ, କ୍ରାନ୍ତିପାତ ଓ ଅୟନାନ୍ତ ଦିବସ ଋତୁମାନଙ୍କ ସହ ସଂପୃକ୍ତ। ଅବଶ୍ୟ ଆମେ ଛଅଟି ଋତୁ ସହ ପରିଚିତ। କିନ୍ତୁ ଆମେ ସାଧାରଣ ଭାବେ ଗ୍ରୀଷ୍ମ, ଶରତ, ଶୀତ ଓ ବସନ୍ତ ଋତୁ -ଏମିତି ଚାରି ପ୍ରକାରେ ବିଭାଗ କହିପାରିବା। ଅନ୍ୟ ଦୁଇଟି ଋତୁ ଏହି ଚାରୋଟି ଋତୁର ମଧ୍ୟବର୍ତ୍ତୀ ଅବସ୍ଥା କହିଲେ ଅତ୍ୟୁକ୍ତି ହେବ ନାହିଁ।
ତେବେ ଏମିତି ଋତୁଚକ୍ରର ମୂଳରେ ପୃଥିବୀର କକ୍ଷ ଅକ୍ଷଟି ପ୍ରତି ୬୬.୫ ଡିଗ୍ରୀ କୋଣ କରି ରହିଛି। ଏହି ମେରୁଦଣ୍ଡର ପାର୍ଶ୍ୱ ଅବନତି (ଇନ୍‌କ୍ଲାଇନ୍‌) ଯୋଗୁଁ ପୃଥିବୀ ଉଲମ୍ବ (ଭଲମ୍‌)ଠାରୁ ଅନତି ରହେ। ଫଳରେ କେବଳ ଦିନରାତି (ଆହ୍ନିକ ଗତି ବା ରୋଟେସନ) ହୁଏ ନାହିଁ। ତତ୍‌ସହ ବାର୍ଷିକ ଗତି (ପରିକ୍ରମଣ ବା ରିଭୋଲ୍ୟୁସନ)ରୁ ଋତୁ ପରିବର୍ତ୍ତନ ସମ୍ଭବ ଥାଏ।

ତେବେ ବୈଜ୍ଞାନିକ କାରଣରୁ ସିଦ୍ଧ ହୁଏ ଯେ, ପୃଥିବୀର ପ୍ରାକୃତିକ ଗ୍ରହ ଚନ୍ଦ୍ର ହିଁ ପୃଥିବୀକୁ ଉପଯୁକ୍ତ ପରିମାଣରେ ଢଳାଇ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଯଦି ପୃଥିବୀର ମେରୁଦଣ୍ଡ ଓ ଅକ୍ଷଟି କକ୍ଷ (ଅର୍ବିଟ୍‌)ସହିତ ଲମ୍ବଭାବରେ ରହିଥାନ୍ତା, ତାହାହେଲେ ପୃଥିବୀର ପ୍ରତ୍ୟକ ସ୍ଥାନରେ ବର୍ଷ ସାରା ସବୁ ତାରିଖଗୁଡିକରେ ବାରଘଣ୍ଟିଆ ଦିନ ଓ ବାରଘଣ୍ଟିଆ ରାତି ହୋଇଥାନ୍ତା। ଆମକୁ କ୍ୟାଲେଣ୍ଡର ଓ ପାଞ୍ଜିରେ ପ୍ରତ୍ୟେକ ତାରିଖରେ ଯେଉଁ ସୂର୍ଯୋଦୟ ଏବଂ ସୂର୍ଯ୍ୟାସ୍ତର ପରିବର୍ତ୍ତନ ସମୟ ଦେବାକୁ ପଡୁଛି ତାହା ଅବାନ୍ତର ହୋଇଯାଇଥାନ୍ତା ।

ଦୃଷ୍ଟାନ୍ତ ଭାବେ ସୌର-ଜଗତରେ ମଙ୍ଗଳ ଗ୍ରହ ବିଚାର୍ଯ୍ୟ। ଏହାର ଦୁଇଟି ଉପଗ୍ରହ, ଯଥା ୨୨ କି.ମି. ବ୍ୟାସ ବିଶିଷ୍ଟ ‘ଫୋବୋସ’ ଓ ୧୨ କି.ମି. ବ୍ୟାସ ଥିବା ‘ଡିଓମୋସ’ ଅଛି। ଆମ ଉପଗ୍ରହ ଚନ୍ଦ୍ର ତୁଳନାରେ ଏହି ଉଭୟ ଉପଗ୍ରହ ଅତି କ୍ଷୁଦ୍ର। ତେଣୁ ମଙ୍ଗଳକୁ ଉପଗ୍ରହବିହୀନ ଗ୍ରହ ରୂପେ ଗ୍ରହଣ କରାଯାଇପାରେ। ଏହି କାରଣରୁ ମଙ୍ଗଳର ଅକ୍ଷ ଅଧିକ ଚଳେଇ ହୋଇଯାଉଛି। ପରିଣାମ ସ୍ବରୂପ ସଂପ୍ରତି ସେଠାରେ ମେରୁ ଅଞ୍ଚଳରେ ଯେଉଁ ବରଫ ଦେଖାଯାଉଛି, ତାହା ବିଷୁବରେଖାଠାରୁ ଅତୀତରେ ପ୍ରଭାବିତ ହୋଇ ଯାଇଥିବା ସମ୍ଭବ।
ସେମିତି ଯଦି ଚନ୍ଦ୍ରହୀନ ପୃଥିବୀର ଦୁର୍ଦ୍ଦଶା ଆସିଲେ ମେରୁର ବରଫ ସ୍ଥିର ନ ରହି ଆଫ୍ରିକାର ବହୁ ଅଞ୍ଚଳ ବରଫାବୃତ ହେବ। ସମୟାନୁକ୍ରମେ ଏହି ବରଫ ଆତଯାତ ନାନା ସମସ୍ୟା ସୃଷ୍ଟି କରିବ। (ଦ୍ରଷ୍ଟବ୍ୟ: କାରେ ଆକ୍ସନ, ପ୍ରଫେସର ଏମିରିଟସ୍‌, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଥିଉଥେଟିକାଲ ଫିଜିକ୍ସ, ଓସ୍କୋ ବିଶ୍ୱବିଦ୍ୟାଳୟ-୧୨ ଜାନୁୟାରୀ ୨୦୧୨)। ମୋଟାମୋଟି ଭାବେ ପୃଥିବୀର ଭୂଗୋଳରେ ଆମୂଳଚୂଳ ପରିବର୍ତ୍ତନ ସୃଷ୍ଟି ହେବ।

ଏହାର କାରଣ ହେଉଛି ଚନ୍ଦ୍ର ପୃଥିବୀର ଅକ୍ଷର ଆନତକୁ ଅତ୍ୟଧିକ ବୃଦ୍ଧି ପାଇବାରୁ ଅନେକାଂଶରେ ନିୟନ୍ତ୍ରଣ କରେ। ଆମେ ହାମର୍‌ ଥ୍ରୋ ଖେଳରେ ଦେଖୁ ଯେ, ଖେଳନାଟି ହାମର୍‌ (ଧାତୁପିଣ୍ଡ)ଟି ଫୋପାଡ଼ିବା ପରେ ପରେ ନିଜେ ଭୂପତିତ ହେବାରୁ ରକ୍ଷା ପାଇବା ପାଇଁ ତାକୁ କେତୋଟି ଅବାଗିଆ ଅସ୍ଥିର ପରିଚାଳନା କରିବାକୁ ପଡ଼େ। ସେମିତି ଚନ୍ଦ୍ରର ପୃଥିବୀ ଉପରେ ଲଗାମ ନ ରହିଲେ, ପୃଥିବୀ ଏପଟ ସେପଟ ଭାବେ ଦୋଳାୟମାନ ହୋଇଥା’ନ୍ତା। ପୁଣି ଆମ ପାଣିପାଗ ଅସ୍ବାଭାବିକ ହୋଇଥା’ନ୍ତା। ବର୍ଷ ସାରା ଦୈନନ୍ଦିନ ତାପମାତ୍ରାରେ ଅତ୍ୟଧିକ ହ୍ରାସ-ବୃଦ୍ଧି ଘଟିବ। ଯଦି ପୃଥିବୀର ଆନତ କୋଣ ଏତେ ମାତ୍ରାରେ ବଦଳିବ ଯେ, ପୃଥିବୀର ପାର୍ଶ୍ୱ ଅବନତି ଶୂନ ହୋଇ ସିଧା ରହିବ। ତେବେ ସମ ଦିନ-ରାତି ଦେଖା ଦେବ ଏବଂ ଋତୁ ଚକ୍ର ରହିବ ନାହିଁ। ଚନ୍ଦ୍ର ହେଉଛି ବାସ୍ତବିକ୍‌ ପୃଥିବୀକୁ ଟଳମଳ ହେବାରୁ ରକ୍ଷା କରି ଷ୍ଟାବିଲାଇଜରର କାମ କରେ ଏବଂ ଋତୁଚକ୍ର ପରି ବୈଚିତ୍ର୍ୟ-ଭରା ଆନନ୍ଦର ଉପହାର ଦିଏ।
ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଥିବା ଏହି ସମ୍ପର୍କକୁ ‘ଟାଇଡାଲ ଲକିଂ’ ଭାବେ ନାମକରଣ କରାଯାଉଛି। ଏହି ପ୍ରକାର ସମ୍ବନ୍ଧ ମଧ୍ୟ ପ୍ଲୁଟୋ ଓ ତା’ର ଉପଗ୍ରହ ‘ଚାରୋନ’ ମଧ୍ୟରେ ପ୍ରତିଷ୍ଠିତ (ଅବଶ୍ୟ ଗ୍ରହ ଭାବେ ପ୍ଲୁଟୋର ମାନ୍ୟତା ସଂପ୍ରତି ବିତର୍କିତ।
ଆମେ ଯେମିତି ଆମ ଜୀବନକୁ ସରସ, ସୁନ୍ଦର ଓ ଉପଭୋଗ୍ୟ କରିବାକୁ ସାଥୀର ସାନ୍ନିଧ୍ୟ ଲୋଡ଼ୁ; ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ସେମିତି ବନ୍ଧୁତା ରହିଛି। ଯଦି କୌଣସି କାରଣରୁ ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ବିଚ୍ଛେଦ ଘଟିବ, ଏହି ବିରହ-ବେଦନା ଦ୍ୱାରା ସମଗ୍ର ପୃଥିବୀବାସୀ ପ୍ରତିକ୍ଷଣ ବିଳପିବେ।

ବିଶାଳ ସୌର ଜଗତରେ ଚନ୍ଦ୍ର ଓ ପୃଥିବୀର ଘନିଷ୍ଠ ସମ୍ପର୍କକୁ ପଦାର୍ଥ ବିଜ୍ଞାନବିତ୍‌ମାନେ ‘ଟୁ-ବଡି-ପ୍ରବଲେମ୍‌’ ବୋଲି ଅଭିହିତ କରିଛନ୍ତି। ତେବେ ଏହି ନିର୍ଜୀବ ସମ୍ବନ୍ଧର ମହତ୍ତ୍ୱ ଆମ ଆଖି ଆଗରେ ଉଦ୍‌ଭାସିତ ହୋଇଯାଏ, ଯେତେବେଳେ ‘ଏକାଡେମିକ୍‌ କପୁଲ୍ସ’ ବିଷୟ ଚିନ୍ତା କରୁ। କ୍ଲେମ୍ୟାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଜେଣ୍ଡା ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ଗବେଷଣା ପ୍ରସୂତ ନିବନ୍ଧରୁ ସିଦ୍ଧ ହୁଏ ଯେ, ଶତକଡ଼ା ୭୦ ଭାଗ ଶିକ୍ଷା ଓ ଗବେଷଣା ସହ ସଂପୃକ୍ତ ବୃତ୍ତିଧାରୀ ସେମାନଙ୍କ ପରିସରରେ ଦାମ୍ପତ୍ୟ ତୁଲ୍ୟ ଅନ୍ତରଙ୍ଗ ସମ୍ପର୍କ ରଖିଥା’ନ୍ତି ଏବଂ ସେମାନଙ୍କ ଏହି ବନ୍ଧନ ଅତୁଟ ରଖିବାରେ କର୍ତ୍ତୃପକ୍ଷ ନୟାନ୍ତ ହୋଇଯାଆନ୍ତି। ସେମାନେ ନିଜ ଅନୁଭୂତିରୁ ବିଚ୍ଛେଦ ବେଦନାର ଯେଉଁ କରୁଣ ଚିତ୍ର ଦେବେ, ତାହାଠାରୁ ଆହୁରି ଅଧିକ ତୀବ୍ର ହେବ ପୃଥିବୀ-ଚନ୍ଦ୍ର ଯୋଡ଼ିର ଅନୁମତି ବିଚ୍ଛିନ୍ନତା। କିନ୍ତୁ ଏହା କ’ଣ ସମ୍ଭବ? ହୋଇପାରେ ମହାଜାଗତିକ କାରଣରୁ ପୃଥିବୀ ପାଖରୁ ଚନ୍ଦ୍ର ଖସି ଯାଇପାରେ!

– ଡ. ନିଖିଳାନନ୍ଦ ପାଣିଗ୍ରାହୀ
-ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଏହି ଫଳର ଚୋପା କରେ ତ୍ୱଚାକୁ ଉଜ୍ଜ୍ୱଳ: ଜାଣନ୍ତୁ କେମିତି କରିବେ ବ୍ୟବହାର

ସୌନ୍ଦର୍ଯ୍ୟକୁ ନେଇ ପ୍ରାୟ ଅଧିକାଂଶ ଲୋକ ବେଶ୍‌ ଚିନ୍ତିତ। ଏକ ସୁନ୍ଦର ତ୍ୱଚା ପାଇବା ଲାଗି ସମସ୍ତଙ୍କର ଇଚ୍ଛା ଥାଏ। ଏ ନେଇ ବଜାରରେ ମିଳୁଥିବା...

ପାଣି ପିଇବା ସମୟରେ ମାନନ୍ତୁ ଏହି ୫ଟି କଥା, ରହିବେ ସୁସ୍ଥ

ଜଣେ ବୟସ୍କ ବ୍ୟକ୍ତି ଦିନକୁ ଦୁଇରୁ ଅଢ଼େଇ ଲିଟର ପାଣି ପିଇଲେ ସୁସ୍ଥ ରହି ପାରିବେ। କିନ୍ତୁ ଏହି ପାଣି ପିଇବାରେ ମଧ୍ୟ କିଛି ନିୟମ...

ହାର୍ଟ ଆଟାକ୍‌ ଓ ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ପାଣି…

ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍‌ ଓ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ କେତେକ ଘରୋଇ ଉପାୟ ଆପଣାଇଲେ ଏଥିରୁ...

ସ୍ବାସ୍ଥ୍ୟ ପାଇଁ ବରଦାନ ସେଓ: ନିୟମିତ କରନ୍ତୁ ସେବନ, ଏସବୁ ରୋଗରୁ ପାଇବେ ମୁକ୍ତି

ସୁସ୍ଥ ରହିବାକୁ ସମସ୍ତେ ଚାହାନ୍ତି। ମାତ୍ର ବର୍ତ୍ତମାନର ଜୀବନଶୈଳୀରେ ସେସବୁ ସମ୍ଭବ ହୋଇପାରୁନାହିଁ। କେଉଁଠି ନା କେଉଁଠି ଅବହେଳା କାରଣରୁ ଅଧିକାଂଶ ଲୋକ ବିଭିନ୍ନ ସ୍ବାସ୍ଥ୍ୟ...

ବ୍ଲଡ୍‌ ସୁଗାର ନିୟନ୍ତ୍ରଣ କରେ ଏସବୁ ମସଲା…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ବ୍ଲଡ୍‌ ସୁଗାର ସମସ୍ୟା ଦେଖାଯାଇଥାଏ। ଏହାକୁ ନେଇ ଲୋକେ ମାନସିକ ଚିନ୍ତାଗସ୍ତ ହୋଇଥାନ୍ତି। ତେବେ ନିତିଦିନିଆ ଜୀବନରେ କେତେକ କାର୍ଯ୍ୟ କଲେ...

ସମୁଦ୍ର ପତ୍ତନଠାରୁ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍‌

ଓ୍ବାଶିଂଟନ,୧।୬: କରୋନା ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ଦେଶରେ ନାନା ପ୍ରକାର ଗବେଷଣା ଜାରି ରହିଛି। ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ...

ଗୁରୁ ସର୍ବଦା ନମସ୍ୟ

କଲେଜବେଳର ଅନେକ ଏଭଳି ଅନୁଭୂତି ରହିଛି, ଯାହା ସତରେ ଅଭୁଲା। ତେବେ ମନେପଡ଼ୁଛି ଗୋଟିଏ ଘଟଣା। ୧୯୭୭ ମସିହାରେ ଇଣ୍ଟରମିଡିଏଟ୍‌ ବିଜ୍ଞାନ ପରୀକ୍ଷା ସରିଥାଏ। ଭଲ...

ଭାଗ୍ୟରୁ ଧନୀ ହୋଇଥାନ୍ତି ଏହି ୩ ରାଶିର ବ୍ୟକ୍ତି; ଯାହା ଚାହାନ୍ତି ତାହା ପାଆନ୍ତି…

କୁହାଯାଏ, ଯାହାର ଭାଗ୍ୟ ଭଲ ସେ କମ୍‌ ପରିଶ୍ରମରେ ସଫଳତା ପ୍ରାପ୍ତ କରିଥାଏ। ଯାହାର ଖରାପ ତାକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଜ୍ୟୋତିଷଶାସ୍ତ୍ରରେ ଏଭଳି...

Advertisement
Archives

Model This Week