Posted inଖେଳ

ଖୁସିରେ ଗଦ୍‌ଗଦ୍‌ ଦ୍ରାଭିଡ ଥାପୁଡାଇଲେ ପିଠି

କୋଲକତା,୨୨।୧୧: ତୃତୀୟ ଟି-୨୦ରେ ଭାରତ ନ୍ୟୁଜିଲାଣ୍ଡକୁ ୭୩ ରନରେ ପରାସ୍ତ କରିଛି। ଏଥିସହ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଦଳ ୨୦ ଓଭରରେ ୧୮୪ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡର ଦଳ ୧୧୧ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ମ୍ୟାଚରେ ଇଶାନ କିଶନ ଭଲ ଫିଲ୍ଡିଂ କରିଥିଲେ ଏବଂ ଫିଲ୍ଡିଂ ଦ୍ୱାରା ଦୁଇ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଆଉଟ କରିଥିଲେ। ଇଶାନଙ୍କ ଫିଲ୍ଡିଂ ଦେଖି ମୁଖ୍ୟ କୋଚ ରାହୁଲ ଦ୍ରାଭିଡ ବହୁତ ଖୁସି ହୋଇଥିଲେ।
ନ୍ୟୁଜିଲାଣ୍ଡ ଇନିଂସର ଦ୍ୱାଦଶ ଓଭରରେ ଇଶାନ ନିଜର ଚମତ୍କାର ଥ୍ରୋ ସହିତ ଟିମ ସେଫର୍ଟଙ୍କୁ ଆଉଟ କରିଥିଲେ। ସେ ଦ୍ୱିତୀୟ ରନ ନେବାକୁ ଚେଷ୍ଟା କରୁଥିଲେ। ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ସମୟରେ ଇଶାନ ଆଉ ଏକ ସଠିକ ଥ୍ରୋ କରିଥିଲେ। ୧୪ ତମ ଓଭରରେ ମିଚେଲ ସାଣ୍ଟନର୍‌ ଦୀପକ ଚହରଙ୍କ ପ୍ରଥମ ବଲକୁ ଛକା ମାରିଥିଲେ। ଏଥର ମଧ୍ୟ ସାଣ୍ଟନର୍‌ ସିଧାସଳଖ ଇଶାନଙ୍କ ସଠିକ ଥ୍ରୋ ସହ ଆଉଟ ହୋଇଥିଲେ। ଲଗାତାର ଦୁଇଟି ଥ୍ରୋରୁ ଦୁଇଟି ଉଇକେଟ ନେବା ପରେ ପୁରା ଦଳ ଖୁସି ହୋଇଥିଲା। ଅଧିନାୟକ ରୋହିତ ମଧ୍ୟ ଇଶାନଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଥିଲା। ଏଥିସହିତ ଷ୍ଟାଣ୍ଡରେ ବସିଥିବା ଭାରତୀୟ ମୁଖ୍ୟ କୋଚ ଦ୍ରାଭିଡ ଖୁସିରେ ତାଙ୍କ ପାଖରେ ବସିଥିବା  ଫିଲ୍ଡିଂ କୋଚଙ୍କ ପିଠି ଥାପୁଡାଇ ଥିଲେ।

https://twitter.com/krithika0808/status/1462462516601057282


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?