Posted inଖେଳ

ଖୁସିରେ ଗଦ୍‌ଗଦ୍‌ ଦ୍ରାଭିଡ ଥାପୁଡାଇଲେ ପିଠି

କୋଲକତା,୨୨।୧୧: ତୃତୀୟ ଟି-୨୦ରେ ଭାରତ ନ୍ୟୁଜିଲାଣ୍ଡକୁ ୭୩ ରନରେ ପରାସ୍ତ କରିଛି। ଏଥିସହ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଦଳ ୨୦ ଓଭରରେ ୧୮୪ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡର ଦଳ ୧୧୧ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ମ୍ୟାଚରେ ଇଶାନ କିଶନ ଭଲ ଫିଲ୍ଡିଂ କରିଥିଲେ ଏବଂ ଫିଲ୍ଡିଂ ଦ୍ୱାରା ଦୁଇ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଆଉଟ କରିଥିଲେ। ଇଶାନଙ୍କ ଫିଲ୍ଡିଂ ଦେଖି ମୁଖ୍ୟ କୋଚ ରାହୁଲ ଦ୍ରାଭିଡ ବହୁତ ଖୁସି ହୋଇଥିଲେ।
ନ୍ୟୁଜିଲାଣ୍ଡ ଇନିଂସର ଦ୍ୱାଦଶ ଓଭରରେ ଇଶାନ ନିଜର ଚମତ୍କାର ଥ୍ରୋ ସହିତ ଟିମ ସେଫର୍ଟଙ୍କୁ ଆଉଟ କରିଥିଲେ। ସେ ଦ୍ୱିତୀୟ ରନ ନେବାକୁ ଚେଷ୍ଟା କରୁଥିଲେ। ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ସମୟରେ ଇଶାନ ଆଉ ଏକ ସଠିକ ଥ୍ରୋ କରିଥିଲେ। ୧୪ ତମ ଓଭରରେ ମିଚେଲ ସାଣ୍ଟନର୍‌ ଦୀପକ ଚହରଙ୍କ ପ୍ରଥମ ବଲକୁ ଛକା ମାରିଥିଲେ। ଏଥର ମଧ୍ୟ ସାଣ୍ଟନର୍‌ ସିଧାସଳଖ ଇଶାନଙ୍କ ସଠିକ ଥ୍ରୋ ସହ ଆଉଟ ହୋଇଥିଲେ। ଲଗାତାର ଦୁଇଟି ଥ୍ରୋରୁ ଦୁଇଟି ଉଇକେଟ ନେବା ପରେ ପୁରା ଦଳ ଖୁସି ହୋଇଥିଲା। ଅଧିନାୟକ ରୋହିତ ମଧ୍ୟ ଇଶାନଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଥିଲା। ଏଥିସହିତ ଷ୍ଟାଣ୍ଡରେ ବସିଥିବା ଭାରତୀୟ ମୁଖ୍ୟ କୋଚ ଦ୍ରାଭିଡ ଖୁସିରେ ତାଙ୍କ ପାଖରେ ବସିଥିବା  ଫିଲ୍ଡିଂ କୋଚଙ୍କ ପିଠି ଥାପୁଡାଇ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡକୁ ଚ୍ୟାଲେଞ୍ଜ ଦେବ ଓ୍ବେଷ୍ଟଇଣ୍ଡିଜ ପେସ୍‌ ବାହିନୀ

ଲଣ୍ଡନ, ୧୭ା୬ (ପି.ଟି.)- ବିଶ୍ୱର ଯେକୌଣସି କ୍ରିକେଟ ଦଳକୁ ଚ୍ୟାଲେଞ୍ଜ ଦେଇପାରିବ ବୋଲି କହିଛନ୍ତି ଆସିଷ୍ଟାଣ୍ଟ କୋଚ୍‌ ରୋଡି ଇଷ୍ଟଓ୍ବିକ୍‌। ଅତୀତରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଷ ପେସ୍‌...

ଦିବା-ରାତ୍ର ଟେଷ୍ଟ: ଅଷ୍ଟ୍ରେଲିଆର ବୃହତ୍‌ ବିଜୟ

ପର୍ଥ, ୧୫।୧୨ (ଏଏଫ୍‌ପି)- ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦିବା-ରାତ୍ର ଟେଷ୍ଟ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୨୯୬ ରନର ବୃହତ୍‌ ବ୍ୟବଧାନରେ ଜିତି ନେଇଛି। ଘରୋଇ...

ବ୍ରାଥଓ୍ବେଟଙ୍କୁ ଆଇସିସିର ସବୁଜ ସଙ୍କେତ

ଦୁବାଇ, ୧।୧୦ (ପି.ଟି.)- ଓ୍ବେଷ୍ଟଇଣ୍ଡିଜ ଅଲ୍‌ରାଉଣ୍ଡର କ୍ରେଗ୍‌ ବ୍ରାଥଓ୍ବେଟ୍‌ଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବୋଲିଂ କରିବା ପାଇଁ ସବୁଜ ସଙ୍କେତ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)...

ବୋପାନ୍ନା-ଶାପୋଭାଲୋଭଙ୍କ କ୍ୱାର୍ଟରରୁ ବିଦାୟ

ରୋମ୍‌, ୨୦ା୯ (ପି.ଟି.)-ଭାରତର ରୋହନ ବୋପାନ୍ନା ଓ କାନାଡାର ଡେନିସ୍‌ ଶାପୋଭାଲୋଭ ଏଠାରେ ଚାଲିଥିବା ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟ ପୁରୁଷ ଡବଲ୍ସ ଇଭେଣ୍ଟରୁ ବିଦାୟ...

ଫିଫା ଯୋଗ୍ୟତା ପର୍ଯ୍ୟାୟ: ଭାରତୀୟ ଦଳରେ ଧୀରଜ ନୂଆ ମୁହଁ

ନୂଆଦିଲ୍ଲୀ, ୭।୧୧ (ପି.ଟି.)- ୨୦୨୨ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଏହାର ପ୍ରଥମ-ଲେଗ୍‌ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ। ଏଥିଲାଗି ମୁଖ୍ୟ କୋଚ୍‌ ଇଗର୍‌ ଷ୍ଟିମାକ...

ଟି୨୦ ବିଶ୍ୱକପ୍‌ : ନିଷ୍ପତ୍ତି ଜୁନ୍‌ ୧୦କୁ ଘୁଞ୍ଚିଲା

ନୂଆଦିଲ୍ଲୀ, ୨୯ା୫ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହା ଟେଲି କନଫରେନ୍ସିଂ ଜରିଆରେ ହୋଇଥିଲା। ଏଥିରେ...

ଆଇପିଏଲ୍‌ ପୂର୍ବରୁ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୪: କରୋନା ମହାମାରୀ ଯୋଗୁ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନର ମ୍ୟାଚକୁ କଭର୍‌ କରିବାକୁ ଗଣମାଧ୍ୟମକୁ...

‌ବିଦେଶରେ ରହିଛି ଏହି ଭାରତୀୟ କ୍ରିକେଟରଙ୍କ ନାଁରେ ରାସ୍ତା

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ଅଧିନାୟକ ବିରାଟ କୋହଲି ଏବଂ ୧୯୮୩ ବିଶ୍ୱକପ୍‌ ବିଜେତା ଅଧିନାୟକ କପିଲ ଦେବ ନାଁରେ ବିଦେଶରେ ରାସ୍ତା ରହିଛି। ଅଷ୍ଟ୍ରେଲିଆର ପଶ୍ଚିମ...

Advertisement
Archives

Model This Week