ମହାମାରୀରେ ଶିକ୍ଷକଙ୍କ ଭୂମିକା

କଳ୍ପନା ସାହୁ

ଛାତ୍ରୀଛାତ୍ରମାନେ ଏହି ମହାମାରୀ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରୀକ୍ଷା ବାତିଲ ହେବା, ଫଳାଫଳର ଅନିଶ୍ଚିତତା ଓ କ୍ୟାରିୟରର ଆଶଙ୍କା ଛାତ୍ରୀଛାତ୍ରଙ୍କର ମନୋବଳକୁ ଦୋହଲାଇ ଦେଇଛି। ଏହା ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ଯଥେଷ୍ଟ ପ୍ରଭାବ ପକାଇଛି। ଶିକ୍ଷାନୁଷ୍ଠାନ ଅଠର ମାସରୁ ଅଧିକ ସମୟ ବନ୍ଦ ରହିବା ଫଳରେ ଛାତ୍ରୀଛାତ୍ରମାନେ ସାଙ୍ଗସାଥୀଙ୍କ ସହ ଯୋଗାଯୋଗର ସମ୍ପର୍କ କରିପାରୁନାହାନ୍ତି। ସେମାନେ ଏ କି ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ପରସ୍ପର ସହ କଥାବାର୍ତ୍ତା, ଭାବର ଆଦାନ ପ୍ରଦାନର ଅଭାବ ଯୋଗୁଁ ଛାତ୍ରୀଛାତ୍ରମାନେ ସର୍ବଦା ଉଦାସ ରହୁଛନ୍ତି। ଏହା ସେମାନଙ୍କର ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶରେ ପ୍ରଭାବ ପକାଉଛି। ଏ ଦିଗରେ ଶିକ୍ଷକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଛାତ୍ରମାନେ ଶିକ୍ଷକମାନଙ୍କ ସହିତ ୮ ଘଣ୍ଟାରୁ ଅଧିକ ସମୟ ଅତିବାହିତ କରନ୍ତି। ଏହି ସମୟଟି ଏକ ଗୁଣାତ୍ମକ ଓ ଅର୍ଥପୂର୍ଣ୍ଣ ସମ୍ପର୍କକୁ ଗଢ଼ିବା ପାଇଁ ଯଥେଷ୍ଟ। ଏହି ସମୟରେ ଜଣେ ଶିକ୍ଷକ ଶିକ୍ଷାର୍ଥୀଙ୍କ ସହ ମନସ୍ତାତ୍ତ୍ୱିକ ସମ୍ପର୍କ ଗଢ଼ିଥାଏ। ଉପଯୁକ୍ତ ଯୋଗାଯୋଗ, ଆବଶ୍ୟକ ତଥ୍ୟ ଓ ଜ୍ଞାନ ଦ୍ୱାରା ଛାତ୍ରୀଛାତ୍ରମାନଙ୍କ ମନରେ ବିଶ୍ୱାସ ଓ ଆତ୍ମନିର୍ଭର ଭାବ ସୃଷ୍ଟି କରିପାରିବେ। ଏଥିପାଇଁ ଶିକ୍ଷକମାନଙ୍କୁ ନିଜ ତରଫରୁ ଅଧିକ ସମୟ, ଉତ୍ସାହ ଓ ଆଗ୍ରହ ଦେଖାଇବା ଉଚିତ। ଆଜିର ଡିଜିଟାଲ ଓ ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ଛାତ୍ରମାନଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ବୁଝେଇବା ଏକ ବଡ଼ ଆହ୍ବାନ। ଏହି ସମୟରେ ଶିକ୍ଷକଙ୍କର ପଞ୍ଚ ଇନ୍ଦ୍ରିୟ ସକ୍ରିୟ ଭୂମିକା ନିଏ। ଉଦାହରଣ ସ୍ବରୂପ ଆଖି ଯୋଗାଯୋଗ, ଶାରୀରିକ ଭାଷା, ଅଙ୍ଗଭଙ୍ଗୀ, ସ୍ମିତହସ ଆଦି ଉପାଦାନ ପଢ଼ିବା ସମୟରେ ଅତ୍ୟନ୍ତ ଜରୁରୀ। ଅନ୍‌ଲାଇନ ବା ଭର୍ଚୁଆଲ ଶ୍ରେଣୀରେ ଶିକ୍ଷକ ଓ ଛାତ୍ରର ଯୋଗାଯୋଗ ଅତ୍ୟନ୍ତ ଜରୁରୀ। ଯଦି ଶିକ୍ଷକ ଜଣେ ଦକ୍ଷ ବ୍ୟକ୍ତି ଓ ଭଲ ଯୋଗାଯୋଗକାରୀ, ତାହାହେଲେ ଛାତ୍ରୀଛାତ୍ରମାନେ ଶ୍ରେଣୀରେ ମନଯୋଗ ଦେଇ ଶୁଣିବେ। ଏହାସହିତ ଶିକ୍ଷକ ନିଜ ଛାତ୍ରୀଛାତ୍ରଙ୍କ ମନରେ ବିଶ୍ୱାସ ଜନ୍ମେଇବା ଏକ କଳା ବା ଦକ୍ଷତା ଅଟେ। ତେଣୁ ସଫଳ ଶିକ୍ଷକ ହେବାକୁ ହେଲେ ପିଲାମାନଙ୍କର ଆଶା ଓ ଆକାଂକ୍ଷାକୁ ସନ୍ତୁଳିତ କରି ସେମାନଙ୍କୁ ସମାଜବର୍ତ୍ତୀ ଓ ମାନ ଉପଯୋଗୀ କରି ତିଆରି କରିବାକୁ ପଡ଼ିବ। ସେମାନଙ୍କର ମାନସିକ ଚାପକୁ ଅତି ନିକଟରେ ପଢ଼ି ସେମାନଙ୍କ ମନରେ ଆଶାର ସଞ୍ଚାର ଓ ଆଲୋକ ଦେଖାଇବାକୁ ପଡ଼ିବ। ଶିକ୍ଷକମାନଙ୍କୁ ପିଲାମାନଙ୍କ ସହ ଯୋଗାଯୋଗ କଲାବେଳେ କେବଳ ସେମାନଙ୍କର ମାନସିକ ଓ ଆବେଗିକ ସ୍ଥିତିକୁ ମଧ୍ୟ ଅନୁଧ୍ୟାନ କରିବା ଉଚିତ। ଏପରି ପରିପ୍ରେକ୍ଷୀରେ ଶିକ୍ଷାର୍ଥୀମାନଙ୍କର ମାନସିକ ଓ ବୌଦ୍ଧିକ ଚାପର ହ୍ରାସ ଘଟିବ। ଶିକ୍ଷକମାନଙ୍କର ଯୋଗଦାନ ମୋଟାମୋଟି ଭାବରେ ତିନୋଟି ଭାଗରେ ବିଭକ୍ତ କରାଯାଇପାରିବ।
ଛାତ୍ରୀଛାତ୍ରମାନଙ୍କ ପାଇଁ ପାଠ୍ୟଖସଡ଼ା ତିଆର କରିବା ଶିକ୍ଷାବିତ୍‌ର ଏକ ମୁଖ୍ୟକାର୍ଯ୍ୟ। ଖସଡ଼ା ତିଆରି କଲାବେଳେ ଦେଖିବାକୁ ହେବଯେ ଏହା ସେମାନଙ୍କ ଉପରେ ଗୋଟିଏ ବୋଝ ନା ଏହି ପାଠ୍ୟକ୍ରମ ସେମାନଙ୍କୁ ପଢ଼ିବାରେ ଆନନ୍ଦ ଓ ଉତ୍ସାହ ଆଣିଦେଇଛି। ଏହି ଶିକ୍ଷାଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ସେମାନଙ୍କୁ ପରିସ୍ଥିତିକୁ ଜାଣିବା ଓ ସମସ୍ୟାର ସମାଧାନ କରିବା ଦିଗରେ ସାହାଯ୍ୟ କରିବା ଉଚିତ। ଏହି ପାଠ୍ୟଖସଡ଼ା ସେମାନଙ୍କ ମନରେ ଭୟ, ଆଶଙ୍କା ପରିବର୍ତ୍ତେ ଆଶା, ଉଦ୍ଦୀପନା ଓ ଆତ୍ମବିଶ୍ୱାସ ଆଣିବା ଉଚିତ।
ଛାତ୍ରୀଛାତ୍ରମାନେ ନିଜର ବୌଦ୍ଧିକ ଓ ମାନସିକ ଚାପ ଯେପରି ଗୁରୁ ସହିତ ବାଣ୍ଟିପାରିବେ, ସେମାନଙ୍କୁ ନିଜର ମନକଥା ଖୋଲି କହିପାରିବେ, ଗୁରୁମାନଙ୍କୁ ସେପରି ବାତାବରଣ ସୃଷ୍ଟି କରିବା ଉଚିତ। ଏହି ସାମାଜିକ ସମ୍ପର୍କରେ ଶିକ୍ଷାବିତ୍‌ମାନେ ନିଜର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଓ ସେମାନଙ୍କ ଦକ୍ଷତାକୁ ବାହାର କରିବା ଉଚିତ। ସମାଲୋଚନା ବା ଦୋଷଦେବା ପରିବର୍ତ୍ତେ ଶିକ୍ଷାବିତ୍‌ମାନେ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା ଉଚିତ। ପିଲାମାନେ ନିର୍ଭୀକ ଭାବରେ ଶିକ୍ଷକମାନଙ୍କ ସହିତ ଯୋଗାଯୋଗ ଓ ସମ୍ପର୍କ ରଖିପାରିବେ।
ଜ୍ଞାନଗତ ଅବଦାନ ଏକ ଉଚ୍ଚସ୍ତରୀୟ ଯୋଗଦାନ। ଯେଉଁ ଶିକ୍ଷା ଦେଲେ ପିଲାମାନେ ଏକ ଅର୍ଥପୂର୍ଣ୍ଣ ଜୀବନ ଓ ସଂକଳ୍ପର ଲକ୍ଷ୍ୟ ଦିଗରେ ଗତି କରିବେ ତାହାକୁ ଜ୍ଞାନଗତ ନିଯୋଗ କୁହାଯାଏ। କେବଳ ପୁସ୍ତକ ପାଠ୍ୟଖସଡ଼ା ମଧ୍ୟରେ ସୀମିତ ନ ରହି ପିଲାମାନଙ୍କୁ ସମାଜ ଉପଯୋଗୀ, ସ୍ବାସ୍ଥ୍ୟ ଉପଯୋଗୀ ଓ ପରିସ୍ଥିତିର ମୁକାବିଲା କରିବା ପାଇଁ ଦକ୍ଷତା ଦିଆଯିବା ଉଚିତ। ସେମାନେ ଜ୍ଞାନର ଯେପରି ପ୍ରସାର କରି ନୂତନ କୌଶଳ ବା ପଦ୍ଧତି ଆବିଷ୍କାର କରିପାରିବେ, ଏହି ମହାମାରୀରୁ ନିଜକୁ ରକ୍ଷା କରି ନିଜ ପରିବାର, ସମାଜ ଓ ଦେଶ ପ୍ରତି କିଛି କରିବାର ପ୍ରବୃତ୍ତି ଧାରଣ କରିପାରିବେ, ଶିକ୍ଷକମାନଙ୍କର ଭୂମିକା ଏ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ସହକାରୀ ପ୍ରଫେସର, ମାନବ ସମ୍ବଳ ପରିଚାଳନା
ଏକ୍ସଆଇଏମ୍‌ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
Email: kalpana@xshrm.edu.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri