ମହାମାରୀରେ ଶିକ୍ଷକଙ୍କ ଭୂମିକା

କଳ୍ପନା ସାହୁ

ଛାତ୍ରୀଛାତ୍ରମାନେ ଏହି ମହାମାରୀ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରୀକ୍ଷା ବାତିଲ ହେବା, ଫଳାଫଳର ଅନିଶ୍ଚିତତା ଓ କ୍ୟାରିୟରର ଆଶଙ୍କା ଛାତ୍ରୀଛାତ୍ରଙ୍କର ମନୋବଳକୁ ଦୋହଲାଇ ଦେଇଛି। ଏହା ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ଯଥେଷ୍ଟ ପ୍ରଭାବ ପକାଇଛି। ଶିକ୍ଷାନୁଷ୍ଠାନ ଅଠର ମାସରୁ ଅଧିକ ସମୟ ବନ୍ଦ ରହିବା ଫଳରେ ଛାତ୍ରୀଛାତ୍ରମାନେ ସାଙ୍ଗସାଥୀଙ୍କ ସହ ଯୋଗାଯୋଗର ସମ୍ପର୍କ କରିପାରୁନାହାନ୍ତି। ସେମାନେ ଏ କି ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ପରସ୍ପର ସହ କଥାବାର୍ତ୍ତା, ଭାବର ଆଦାନ ପ୍ରଦାନର ଅଭାବ ଯୋଗୁଁ ଛାତ୍ରୀଛାତ୍ରମାନେ ସର୍ବଦା ଉଦାସ ରହୁଛନ୍ତି। ଏହା ସେମାନଙ୍କର ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶରେ ପ୍ରଭାବ ପକାଉଛି। ଏ ଦିଗରେ ଶିକ୍ଷକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଛାତ୍ରମାନେ ଶିକ୍ଷକମାନଙ୍କ ସହିତ ୮ ଘଣ୍ଟାରୁ ଅଧିକ ସମୟ ଅତିବାହିତ କରନ୍ତି। ଏହି ସମୟଟି ଏକ ଗୁଣାତ୍ମକ ଓ ଅର୍ଥପୂର୍ଣ୍ଣ ସମ୍ପର୍କକୁ ଗଢ଼ିବା ପାଇଁ ଯଥେଷ୍ଟ। ଏହି ସମୟରେ ଜଣେ ଶିକ୍ଷକ ଶିକ୍ଷାର୍ଥୀଙ୍କ ସହ ମନସ୍ତାତ୍ତ୍ୱିକ ସମ୍ପର୍କ ଗଢ଼ିଥାଏ। ଉପଯୁକ୍ତ ଯୋଗାଯୋଗ, ଆବଶ୍ୟକ ତଥ୍ୟ ଓ ଜ୍ଞାନ ଦ୍ୱାରା ଛାତ୍ରୀଛାତ୍ରମାନଙ୍କ ମନରେ ବିଶ୍ୱାସ ଓ ଆତ୍ମନିର୍ଭର ଭାବ ସୃଷ୍ଟି କରିପାରିବେ। ଏଥିପାଇଁ ଶିକ୍ଷକମାନଙ୍କୁ ନିଜ ତରଫରୁ ଅଧିକ ସମୟ, ଉତ୍ସାହ ଓ ଆଗ୍ରହ ଦେଖାଇବା ଉଚିତ। ଆଜିର ଡିଜିଟାଲ ଓ ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ଛାତ୍ରମାନଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ବୁଝେଇବା ଏକ ବଡ଼ ଆହ୍ବାନ। ଏହି ସମୟରେ ଶିକ୍ଷକଙ୍କର ପଞ୍ଚ ଇନ୍ଦ୍ରିୟ ସକ୍ରିୟ ଭୂମିକା ନିଏ। ଉଦାହରଣ ସ୍ବରୂପ ଆଖି ଯୋଗାଯୋଗ, ଶାରୀରିକ ଭାଷା, ଅଙ୍ଗଭଙ୍ଗୀ, ସ୍ମିତହସ ଆଦି ଉପାଦାନ ପଢ଼ିବା ସମୟରେ ଅତ୍ୟନ୍ତ ଜରୁରୀ। ଅନ୍‌ଲାଇନ ବା ଭର୍ଚୁଆଲ ଶ୍ରେଣୀରେ ଶିକ୍ଷକ ଓ ଛାତ୍ରର ଯୋଗାଯୋଗ ଅତ୍ୟନ୍ତ ଜରୁରୀ। ଯଦି ଶିକ୍ଷକ ଜଣେ ଦକ୍ଷ ବ୍ୟକ୍ତି ଓ ଭଲ ଯୋଗାଯୋଗକାରୀ, ତାହାହେଲେ ଛାତ୍ରୀଛାତ୍ରମାନେ ଶ୍ରେଣୀରେ ମନଯୋଗ ଦେଇ ଶୁଣିବେ। ଏହାସହିତ ଶିକ୍ଷକ ନିଜ ଛାତ୍ରୀଛାତ୍ରଙ୍କ ମନରେ ବିଶ୍ୱାସ ଜନ୍ମେଇବା ଏକ କଳା ବା ଦକ୍ଷତା ଅଟେ। ତେଣୁ ସଫଳ ଶିକ୍ଷକ ହେବାକୁ ହେଲେ ପିଲାମାନଙ୍କର ଆଶା ଓ ଆକାଂକ୍ଷାକୁ ସନ୍ତୁଳିତ କରି ସେମାନଙ୍କୁ ସମାଜବର୍ତ୍ତୀ ଓ ମାନ ଉପଯୋଗୀ କରି ତିଆରି କରିବାକୁ ପଡ଼ିବ। ସେମାନଙ୍କର ମାନସିକ ଚାପକୁ ଅତି ନିକଟରେ ପଢ଼ି ସେମାନଙ୍କ ମନରେ ଆଶାର ସଞ୍ଚାର ଓ ଆଲୋକ ଦେଖାଇବାକୁ ପଡ଼ିବ। ଶିକ୍ଷକମାନଙ୍କୁ ପିଲାମାନଙ୍କ ସହ ଯୋଗାଯୋଗ କଲାବେଳେ କେବଳ ସେମାନଙ୍କର ମାନସିକ ଓ ଆବେଗିକ ସ୍ଥିତିକୁ ମଧ୍ୟ ଅନୁଧ୍ୟାନ କରିବା ଉଚିତ। ଏପରି ପରିପ୍ରେକ୍ଷୀରେ ଶିକ୍ଷାର୍ଥୀମାନଙ୍କର ମାନସିକ ଓ ବୌଦ୍ଧିକ ଚାପର ହ୍ରାସ ଘଟିବ। ଶିକ୍ଷକମାନଙ୍କର ଯୋଗଦାନ ମୋଟାମୋଟି ଭାବରେ ତିନୋଟି ଭାଗରେ ବିଭକ୍ତ କରାଯାଇପାରିବ।
ଛାତ୍ରୀଛାତ୍ରମାନଙ୍କ ପାଇଁ ପାଠ୍ୟଖସଡ଼ା ତିଆର କରିବା ଶିକ୍ଷାବିତ୍‌ର ଏକ ମୁଖ୍ୟକାର୍ଯ୍ୟ। ଖସଡ଼ା ତିଆରି କଲାବେଳେ ଦେଖିବାକୁ ହେବଯେ ଏହା ସେମାନଙ୍କ ଉପରେ ଗୋଟିଏ ବୋଝ ନା ଏହି ପାଠ୍ୟକ୍ରମ ସେମାନଙ୍କୁ ପଢ଼ିବାରେ ଆନନ୍ଦ ଓ ଉତ୍ସାହ ଆଣିଦେଇଛି। ଏହି ଶିକ୍ଷାଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ସେମାନଙ୍କୁ ପରିସ୍ଥିତିକୁ ଜାଣିବା ଓ ସମସ୍ୟାର ସମାଧାନ କରିବା ଦିଗରେ ସାହାଯ୍ୟ କରିବା ଉଚିତ। ଏହି ପାଠ୍ୟଖସଡ଼ା ସେମାନଙ୍କ ମନରେ ଭୟ, ଆଶଙ୍କା ପରିବର୍ତ୍ତେ ଆଶା, ଉଦ୍ଦୀପନା ଓ ଆତ୍ମବିଶ୍ୱାସ ଆଣିବା ଉଚିତ।
ଛାତ୍ରୀଛାତ୍ରମାନେ ନିଜର ବୌଦ୍ଧିକ ଓ ମାନସିକ ଚାପ ଯେପରି ଗୁରୁ ସହିତ ବାଣ୍ଟିପାରିବେ, ସେମାନଙ୍କୁ ନିଜର ମନକଥା ଖୋଲି କହିପାରିବେ, ଗୁରୁମାନଙ୍କୁ ସେପରି ବାତାବରଣ ସୃଷ୍ଟି କରିବା ଉଚିତ। ଏହି ସାମାଜିକ ସମ୍ପର୍କରେ ଶିକ୍ଷାବିତ୍‌ମାନେ ନିଜର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଓ ସେମାନଙ୍କ ଦକ୍ଷତାକୁ ବାହାର କରିବା ଉଚିତ। ସମାଲୋଚନା ବା ଦୋଷଦେବା ପରିବର୍ତ୍ତେ ଶିକ୍ଷାବିତ୍‌ମାନେ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା ଉଚିତ। ପିଲାମାନେ ନିର୍ଭୀକ ଭାବରେ ଶିକ୍ଷକମାନଙ୍କ ସହିତ ଯୋଗାଯୋଗ ଓ ସମ୍ପର୍କ ରଖିପାରିବେ।
ଜ୍ଞାନଗତ ଅବଦାନ ଏକ ଉଚ୍ଚସ୍ତରୀୟ ଯୋଗଦାନ। ଯେଉଁ ଶିକ୍ଷା ଦେଲେ ପିଲାମାନେ ଏକ ଅର୍ଥପୂର୍ଣ୍ଣ ଜୀବନ ଓ ସଂକଳ୍ପର ଲକ୍ଷ୍ୟ ଦିଗରେ ଗତି କରିବେ ତାହାକୁ ଜ୍ଞାନଗତ ନିଯୋଗ କୁହାଯାଏ। କେବଳ ପୁସ୍ତକ ପାଠ୍ୟଖସଡ଼ା ମଧ୍ୟରେ ସୀମିତ ନ ରହି ପିଲାମାନଙ୍କୁ ସମାଜ ଉପଯୋଗୀ, ସ୍ବାସ୍ଥ୍ୟ ଉପଯୋଗୀ ଓ ପରିସ୍ଥିତିର ମୁକାବିଲା କରିବା ପାଇଁ ଦକ୍ଷତା ଦିଆଯିବା ଉଚିତ। ସେମାନେ ଜ୍ଞାନର ଯେପରି ପ୍ରସାର କରି ନୂତନ କୌଶଳ ବା ପଦ୍ଧତି ଆବିଷ୍କାର କରିପାରିବେ, ଏହି ମହାମାରୀରୁ ନିଜକୁ ରକ୍ଷା କରି ନିଜ ପରିବାର, ସମାଜ ଓ ଦେଶ ପ୍ରତି କିଛି କରିବାର ପ୍ରବୃତ୍ତି ଧାରଣ କରିପାରିବେ, ଶିକ୍ଷକମାନଙ୍କର ଭୂମିକା ଏ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ସହକାରୀ ପ୍ରଫେସର, ମାନବ ସମ୍ବଳ ପରିଚାଳନା
ଏକ୍ସଆଇଏମ୍‌ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
Email: kalpana@xshrm.edu.in


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri