ଆଣ୍ଟିଅକ୍ସିଡାଣ୍ଟର ଭୂମିକା

ମାନେକା ଗାନ୍ଧୀ

ଅକ୍ସିଡେଶନ (ଜାରଣ) ଏକ ରାସାୟନିକ କ୍ରିୟା। କୌଣସି ଏକ ପଦାର୍ଥ ଅକ୍ସିଜେନ ବା ଅମ୍ଳଜାନ ସଂସ୍ପର୍ଶରେ ଆସିଲେ ଏହା ସଂଗଠିତ ହୋଇଥାଏ। ଯଥା-ଆପଲ ଓ କଦଳୀ ଆଦି ଫଳର ଚୋପା ଛଡାଇ ତାହାକୁ ଖୋଲା ରଖିଦେଲେ ସେଗୁଡ଼ିକ ଧୂସର ବା ଲୁହା କଳଙ୍କି ରଙ୍ଗ ଭଳି ହୋଇଯାଏ। ଯେଉଁ ଅମ୍ଳଜାନ ଶରୀରରେ ଶକ୍ତି ସୃଷ୍ଟି କରିବା ପ୍ରକ୍ରିୟାରେ ସାହାଯ୍ୟ କରେ ଏବଂ ଜୀବାଣୁ ବିରୋଧରେ ଲଢେ ତାହା ମଧ୍ୟ ବେଳେବେଳେ ଜୀବନ ପ୍ରତି ସଙ୍କଟ ସୃଷ୍ଟି କରୁଥିବା ତତ୍ତ୍ୱ ସୃଷ୍ଟି କରିଥାଏ। ପ୍ରଶ୍ୱାସରେ ଗ୍ରହଣ କରୁଥିବା ଅମ୍ଳଜାନ ଖାଦ୍ୟର ଅକ୍ସିଡେଶନ କ୍ରିୟା ମାଧ୍ୟମରେ ଖାଦ୍ୟଅଣୁକୁ ବିଘଟନ କରି ଶକ୍ତି ଉପତ୍ନ କରେ। ଶରୀରରେ ପ୍ରତିରୋଧକ ଶକ୍ତି ଜୀବାଣୁ ବିରୋଧରେ ଲଢେଇ କରିବା ସମୟରେ ମଧ୍ୟ ଅକ୍ସିଡେସନ କ୍ରିୟା ସଂଗଠିତ ହୋଇ ପ୍ରଦାହ ସୃଷ୍ଟି ହୋଇଥାଏ।
ଅକ୍ସିଡେଶନ କ୍ରିୟାରେ ଅମ୍ଳଜାନ ଅଣୁ ବିଭାଜନ ଘଟି ଏକକ ପରମାଣୁରେ ପରିଣତ ହୋଇଥାଏ,ଯେଉଁଥିତ୍ରେ ବେଯୋଡ଼ ଇଲେକ୍‌ଟ୍ରୋନ ରହିଥାଏ। ଏହି ଏକକ ପରମାଣୁଗୁଡ଼ିକୁ ଫ୍ରି ରାଡିକାଲ୍ସ କୁହାଯାଏ। ଏଗୁଡ଼ିକ ଚାରି ଆଡେ ବୁଲି ଅନ୍ୟ ଅଣୁରୁ ଇଲେକ୍‌ଟ୍ରୋନକୁ ଛଡାଇ ଆଣିବାକୁ ଚେଷ୍ଟା ଚଳାନ୍ତି। ସେମାନେ ଇଲେକଟ୍ରୋନ୍‌କୁ ନେଇଗଲେ ସେଲ୍‌ ବା କୋଷିକା ନଷ୍ଟ ହୋଇଯାଏ। ଫ୍ରି ରାଡିକାଲ୍ସ ହେଉଛି ଅକ୍ସିଡେଶନ ପ୍ରକ୍ରିୟାର ଶେଷ ଉପତ୍ାଦ। ଏଗୁଡ଼ିକୁ ଶରୀର ଅବଶୋଷଣ କରି ନ ଥାଏ ଏବଂ ସେମାନେ କୋଷିକା, ପ୍ରୋଟିନ୍‌ ଏବଂ ଡିଏନ୍‌ଏକୁ କ୍ଷତି କରିଥାନ୍ତି। ଥରେ ଫ୍ରି ରାଡିକାଲ୍ସ ଗଠିତ ହେଲେ ଏକ ଧାରାବାହିକ କ୍ରିୟା ଆରମ୍ଭ ହୋଇଯାଏ। ପ୍ରଥମ ଫ୍ରି ରାଡିକାଲଟି ଗୋଟିଏ ଅଣୁରୁ ଏକ ଇଲେକଟ୍ରୋନକୁ ଟାଣି ଆଣେ। ଏହାଦ୍ୱାରା ସେହି ଅଣୁ ଅସ୍ଥିର ହୋଇଯାଏ ଓ ତାହା ମଧ୍ୟ ଏକ ଫ୍ରି-ରାଡିକାଲ ପାଲଟିଯାଏ। ଫ୍ରି-ରାଡିକାଲ ପାଲଟିଥିବା ଅଣୁଟି ପୁଣି ଆଉ ଏକ ଅଣୁରୁ ଇଲେକଟ୍ରୋନକୁ ନେଇଯାଏ ଓ ତାହା ଅସ୍ଥିର ହୋଇ ଆଉ ଏକ ଫ୍ରି ରାଡିକାଲ ସୃଷ୍ଟି ହୁଏ। ଏହି କ୍ର୍ରିୟାରେ ପୂରା ସେଲ୍‌ ବା କୋଷିକାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ। ଶରୀରରେ ଫ୍ରିରାଡିକାଲ୍ସ ଅତ୍ୟଧିକ ବଢ଼ିଯାଏ ସେତେବେଳେ ଅକ୍ସିଡେଶନ ଜିନିତ ଚାପ ବୃଦ୍ଧିପାଇଲେ ଅଧିକ କୋଷିକା ନଷ୍ଟ ହେବାକୁ ଲାଗେ। ଏହି ଚାପ ଯୋଗୁ ସେଲ ଏବଂ ଟିସ୍ୟୁ ନଷ୍ଟ ହୋଇ ହୃଦ୍‌ରୋଗ, କ୍ୟାନ୍‌ସର, ହୃଦ୍‌ଘାତ, ପ୍ରତିରୋଧ ଶକ୍ତି ହ୍ରାସ, ଶ୍ୱାସକ୍ରିୟା ଜନିତ ରୋଗ, ପାର୍କିନସନ ଓ ଅନ୍ୟ ପ୍ରଦାହ ସମ୍ବନ୍ଧିତ ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ପ୍ରକୃତିଦତ୍ତ ଆଣ୍ଟିଅକ୍ସିଡାଣ୍ଟ (ଫ୍ରିରାଡିକାଲ୍ସ ବିରୋଧରେ ଲଢେଇ କରୁଥିବା ତତ୍ତ୍ୱ) ଫ୍ରି ରାଡିକାଲ୍ସ ସମସ୍ୟାର ସମାଧାନ କରିଥାଏ।
କୋଷିକା ମଧ୍ୟରେ ଆଣ୍ଟିଅକ୍ସିଡାଣ୍ଟର ଉପସ୍ଥିତି ଯୋଗୁ ଫ୍ରି ରାଡିକାଲ୍ସ ଅଣୁରୁ ଇଲେକଟ୍ରୋନ ନେଇପାରେ ନାହିଁ କି ସେଲ୍‌ର କ୍ଷତି କରିପାରେନାହିଁ। ଆଣ୍ଟିଅକ୍ସିଡାଣ୍ଟ ନିଜକୁ ଅସ୍ଥିର ଅବସ୍ଥାକୁ ନ ନେଇ ଫ୍ରିରାଡିକାଲକୁ ଗୋଟିଏ ଇଲେକ୍‌ଟ୍ରୋନ ଦିଏ। ଏହାଯୋଗୁ ଫ୍ରି-ରାଡିକାଲର ଧାରାବାହିକ କ୍ରିୟା ବନ୍ଦ ହୋଇଯାଏ। ଆଣ୍ଟିଅକ୍ସିଡାଣ୍ଟ କୋଷିକାରୁ ଫ୍ରି-ରାଡିକାଲ ଓ୍ବେଷ୍ଟ ବାହାର କରିଦିଏ। ଶରୀର ନିଜେ କିଛି ଆଣ୍ଟିଅକ୍ସିଡାଣ୍ଟ ସୃଷ୍ଟି କରୁଥିଲେ ମଧ୍ୟ ଫ୍ରି ରାଡିକାଲ୍ସର ପ୍ରଭାବ ଦୂର କରିବା ପାଇଁ ଖାଦ୍ୟରୁ ଆମକୁ ଏହା ଗ୍ରହଣ କରିବା ଦରକାର। ଫଳ ଓ ପରିବା ଖାଇଲେ କ୍ରୋନିକ୍‌ ଡିଜିଜ୍‌ ପ୍ରଭାବ ହ୍ରାସ ପାଏ ବୋଲି ହଜାର ହଜାର ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ମାଂସ , ପରିବା ଓ ଫଳ ଖାଇବା ସହ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫୁସ୍‌ଫୁସ କାର୍ଯ୍ୟର କ’ଣ ସମ୍ପର୍କ ରହିଛି ତାହା ଜାଣିବା ଲାଗି ବୈଜ୍ଞାନିକମାନେ ଏକ ଅନୁଧ୍ୟାନ କରିଥିଲେ। ଏ ସମ୍ପର୍କିତ ତଥ୍ୟ ୟୁରୋପିଆନ ରେସ୍‌ପିରେଟୋରି ଜର୍ନାଲରେ ପ୍ରକାଶ ପାଇଥିଲା। ଅଧିକ ମାଂସ ଏବଂ କମ୍‌ ପରିବା ଓ ଫଳ ଖାଉଥିବା ବ୍ୟକ୍ତିଙ୍କ ଫୁସଫୁସ କାର୍ଯ୍ୟଦକ୍ଷତା କମିବା ଲକ୍ଷ୍ୟ କରାଯାଇଥିତ୍ଲା। ଅଧିକ ଫଳ ଓ ପରିବା ଖାଉଥିବା ବ୍ୟକ୍ତିଙ୍କ ଫୁସ୍‌ଫୁସ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ସହ ଆଣ୍ଟିଅକ୍ସିଡାଣ୍ଟର ଶ୍ୱାସକ୍ରିୟା କ୍ଷମତା ଉପରେ ପ୍ରଭାବ ଦେଖାଯାଇଥିତ୍ଲା।
ବିଭିନ୍ନ ପ୍ରକାର ଖାଦ୍ୟର ଆଣ୍ଟିଅକ୍ସିଡାଣ୍ଟ କ୍ଷମତା ବା ଶକ୍ତି ମାପ କରିବା ପାଇଁ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ହେଲ୍‌ଥ ଆଣ୍ଡ୍‌ ଏଜିଂ (ଏନ୍‌ଆଇଏଚ୍‌) ଓଆର୍‌ଏସି (ଅକ୍ସିଜେନ ରାଡିକାଲ ଆବର୍ଜବାନ୍ସ କାପାସିଟି) ପଦ୍ଧତି ବିକାଶ କରିଛି। ଯେଉଁ ଖାଦ୍ୟର ଓଆର୍‌ଏସି ବା ରାଡିକାଲ ଅବଶୋଷିତ କରିବାର କ୍ଷମତା ବେଶି ସେଥିରେ ଆଣ୍ଟିଅକ୍ସିଡାଣ୍ଟ ସଂଖ୍ୟା ବେଶି ଓ ଫ୍ରି ରାଡିକାଲ୍ସକୁ ପ୍ରଭାବହୀନ କରିବାରେ ଏହାର ସାମର୍ଥ୍ୟ ଅଧିକ। ବୈଜ୍ଞାନିକମାନଙ୍କ ମତରେ,ଶରୀର ପ୍ରଭାବୀ ଢଙ୍ଗରେ ଦିନକୁ ୩୦୦୦-୫୦୦୦ ଆଣ୍ଟିଅକ୍ସିଡାଣ୍ଟ ବା ଓଆର୍‌ଏସି ୟୁନିଟ୍‌ ଉପଯୋଗ କରିପାରେ। ଏହାଠାରୁ ଅଧିକ ହେଲେ କିଛି ଲାଭ ମିଳେନି ଏବଂ ଅଧିକ ଆଣ୍ଟିଅକ୍ସିଡାଣ୍ଟ କିଡନୀ ଦ୍ୱାରା ଶରୀରରୁ ବାହାରକୁ ବାହାରିଯାଏ। ଟୁଫ୍ଟସ୍‌ ୟୁନିଭର୍ସିଟି(ବୋଷ୍ଟନ, ମାସାଚ୍ୟୁସେଟସ)ର ୟୁଏସ୍‌ ଡିପାର୍ଟମେଣ୍ଟ ଅଫ୍‌ ଏଗ୍ରିକଲ୍‌ଚର ରିସର୍ଚ୍ଚ ସର୍ଭିସର ଗବେଷକ ରୋନାଲ୍ଡ ପ୍ରିୟୋର କହନ୍ତି, ଅଧିକ ଓଆରଏସିଯୁକ୍ତ ଫଳ ଓ ପରିବା ଖାଇଲେ ଆଣ୍ଟି ଅକ୍ସିଡାଣ୍ଟରେ ୧୫-୨୦% ବୃଦ୍ଧି ହୋଇଥାଏ। ତେବେ ପ୍ଲାଜ୍‌ମା ଏବଂ ଟିସ୍ୟୁ ଆଣ୍ଟିଅକ୍ସିଡାଣ୍ଟ କ୍ଷମତା ବୃଦ୍ଧି କରିବା ଲାଗି ଦୈନିକ ଜଣେ ବ୍ୟକ୍ତି ଖାଦ୍ୟରେ ଗ୍ରହଣ କରୁଥିତ୍ବା ଓଆର୍‌ଏସି ୟୁନିଟ୍‌କୁ ୩୦୦୦-୫୦୦୦ଯାଏ ବୃଦ୍ଧି କରିବା ଗୁରୁତ୍ୱପୂର୍ଣ୍ଣ । ଏହାଠାରୁ ଅଧିକ ପରିମାଣ ପ୍ରାୟତଃ ନିରର୍ଥକ। ସେହି କାରଣରୁ ରକ୍ତର ଆଣ୍ଟିଅକ୍ସିଡାଣ୍ଟ କ୍ଷମତାକୁ ଠିକ ଭାବେ ନିୟନ୍ତ୍ରିତ କରାଯାଏ। ଏଣୁ କେତେ ପରିମାଣର ଆଣ୍ଟିଅକ୍ସିଡାଣ୍ଟରୁ କେତେ ଲାଭ ପାଇହେବ ତା’ର ଏକ ସୀମା ଅଛି। ୫୦୦୦ ଓଆର୍‌ଏସି ୟୁନିଟ ଗ୍ରହଣ କେଲେ ଯେତିକି ଲାଭ ମିଳେ ୨୫୦୦୦ ୟୁନିଟ୍‌ ଏକାଥରକେ ଗ୍ରହଣ କଲେ ତାଠାରୁ କମ୍‌ ଲାଭ ମିଳିଥାଏ।
ଗୋଟିଏ ଖାଦ୍ୟର ‘ଟୋଟାଲ ଆଣ୍ଟିଅକ୍ସିଡାଣ୍ଟ କାପାସିଟି’ବା ମୋଟ ଆଣ୍ଟିଅକ୍ସିଡାଣ୍ଟ କ୍ଷମତା ( ଟିଏସି)ରୁ ସେହି ଖାଦ୍ୟର ଓଆର୍‌ଏସି ଭାଲ୍ୟୁ ବା ମାନ ନିର୍ଦ୍ଧାରଣ କରାଯାଏ। ୨୦୧୦ରେ ନ୍ୟୁଟ୍ରିଶନାଲ ଜର୍ନାଲରେ ପ୍ରକାଶିତ ରିପୋର୍ଟରେ ଓଆର୍‌ଏସି ଭାଲ୍ୟୁ ନିର୍ଣ୍ଣୟ କରିବା ପାଇର୍ଁ ୩୧୦୦ ପ୍ରକାର ବିଭିନ୍ନ ଖାଦ୍ୟକୁ ୨୪ଟି ବର୍ଗରେ ବିଭକ୍ତ କରାଯାଇଛି। ଏଥିରେ କ୍ଷୀର,ଅଣ୍ଡା,ମାଛ ଓ ମାଂସର ଓଆର୍‌ଏସି ଭାଲ୍ୟୁ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି ଓ ଏହି ଖାଦ୍ୟଗୁଡ଼ିକର ଓଆର୍‌ଏସି ଭାଲ୍ୟୁ ବହୁତ କମ୍‌ ସ୍ତରରେ ରହିଛି। ମାଛ ଯାହାକୁ ସ୍ବାସ୍ଥ୍ୟକର ଖାଦ୍ୟ ଭାବେ ଗ୍ରହଣ କରାଯାଏ ସେଥିରେ ଏହା ୩୦-୯୦ ମଧ୍ୟରେ ସୀମିତ। ଏପରି କି ଆଇସ୍‌ବର୍ଗ ଲେଟ୍ୟୁସରେ ସାଲମନଠାରୁ ୧,୪୦୦% ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଥିବା ଦେଖାଯାଇଛି। ସେହିପରି ବିଭିନ୍ନ ପ୍ରକାର ମସଲା, ପରିବା ଓ ଫଳରେ ଥିବା ଓଆର୍‌ଏସି ଭାଲ୍ୟୁ ୟୁଏସ୍‌ଡିଏ ଏଗ୍ରିକଲଚର ରିସର୍ଚ୍ଚ ସର୍ଭିସ ଦ୍ୱାରା ପ୍ରକାଶ ପାଇଛି।
କୋଭିଡ୍‌ ମହାମାରୀ ସମୟରେ ରକ୍ତର ଅମ୍ଳଜାନ ପରିବାହୀ କ୍ଷମତା ଉପରେ ଆମ ପ୍ରତିରୋଧକ ଶକ୍ତି ନିର୍ଭର କରୁଛି। ଯଦି ଖାଦ୍ୟରେ ଓଆର୍‌ଏସି ଭାଲ୍ୟୁ ଅଧିକ ରହେ ତେବେ ରକ୍ତ ବେଶି ଅମ୍ଳଜାନ ବହନ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବ। ପ୍ରାକୃତିକ ଖାଦ୍ୟ ଯଥା ମସଲା, ଫଳ ଓ ପରିବା, ଏପରି କି ଚାମଚେ ଅଦା,ତୁଳସୀ, ହଳଦୀର ଓଆର୍‌ସିଏ ଭାଲ୍ୟୁ ବେଶି। ଅଧିକ ଓଆର୍‌ଏସି ଭାଲ୍ୟୁ ଯୁକ୍ତ ଖାଦ୍ୟ ଗ୍ରହଣ କଲେ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କ୍ୟାନ୍‌ସର, ସ୍ନାୟୁସମସ୍ୟା, ଡାଇବେଟିସ ଏବଂ ଅନ୍ୟ କ୍ରୋନିକ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ଏହି ପ୍ରକାର ଖଦ୍ୟ ମଧ୍ୟ ଆଇରନ,ଭିଟାମିନ ସି,ଜିଙ୍କ୍‌, ଓମେଗା-୩, ମ୍ୟାଗ୍ନେସିୟମ ଏବଂ ଭିଟାମିନ ଡି ରେ ଭରପୁର। ବ୍ରାହ୍ମୀ, ଅଶ୍ୱଗନ୍ଧା,ଶତାବରି,ମେଥି, ଅର୍ଜୁନାରିିଷ୍ଟମ,ପିପରମିଣ୍ଟ, ଧନିଆ, କଳାଜିରାର ଓଆରଏସି ଭାଲ୍ୟୁ ଜାଣିବା ଲାଗି ଏବେ ଗବେଷଣା ଜାରି ରହିଛି।
ଅନ୍ୟ ଖାଦ୍ୟର ଓଆର୍‌ଏସି ମାନକୁ କ୍ଷୀର କମାଇଦିଏ କି ନାହିଁ ତାହା ଜାଣିବା ଲାଗି କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ,ଚା’ରେ କ୍ଷୀର ମିଶାଇଲେ କ୍ଷୀରରେ ଥିବା କାସିନ ପ୍ରୋଟିନ୍‌ ଚା’ର ଆଣ୍ଟିଅକ୍ସିଡାଣ୍ଟର ଶକ୍ତି ହ୍ରାସ କରିଦିଏ। କ୍ଷୀର ଚକୋଲେଟର ଆଣ୍ଟିଅକ୍ସିଡାଣ୍ଟ ଶକ୍ତି ପ୍ରାୟ ୩୦ % କମାଇଦିଏ ବୋଲି ଏକ ଗବେଷଣାରୁ ମଧ୍ୟ ସ୍ପଷ୍ଟ ହୋଇଛି। କିନ୍ତୁ ଅନ୍ୟ ଏକ ଗବେଷଣା ଏହା ସହ ଏକମତ ନୁହେଁ। ଆଉ ମଧ୍ୟ ଜଣାପଡିଛି, କ୍ଷୀର ସହ ବ୍ଲୁବେରି ଖାଇଲେ ଏହା ତା’ର ଆଣ୍ଟିଅକ୍ସିଡାଣ୍ଟ ପ୍ରଭାବାକୁ ବନ୍ଦ କରିଦିଏ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?