ଦଳିତ ପରିବାରଙ୍କ ଯାତାୟାତ ରାସ୍ତା ଖୋଳି ବନ୍ଦ

ଆଳି,୬।୫(ଡି.ଏନ.ଏ.): ଆଜିର ସଭ୍ୟ ସମାଜରେ ସମସ୍ତଙ୍କର ଜୀବନ ଜିଇବା ନିମନ୍ତେ ମୌଳିକ ଅଧିକାର ଥିବାବେଳେ କେନ୍ଦ୍ରାପଡ଼ା ଜିଲା ଆଳି ତହସିଲ ଅନ୍ତର୍ଗତ ବିଲିକଣା ଗଁାର ଜଣେ ଦଳିତ ପରିବାରକୁ ଏସବୁ ସୁବିଧାରୁ କେତେଜଣ ଯୁବକ ବଞ୍ଚତ୍ତ କରିଥିବା ଅଭିଯୋଗ ହୋଇଛି। ଗ୍ରାମର ଖଗେଶ୍ୱର ମଳିକଙ୍କ ପୁଅ ଗୋଲେଖଙ୍କ ଅଭିଯୋଗ ଅନୁଯାୟୀ, ସେ ବିଲିକଣା ଗ୍ରାମ ମୁଖ୍ୟରାସ୍ତା କଡ଼ରେ ନିଜ କିଣା ଜମି ଉପରେ ଦୀର୍ଘଦିନ ହେବା ଘରକରି ରହୁଛନ୍ତି। ଘର ସମ୍ମୁଖ ସରକାରୀ ରାସ୍ତାରେ ଯାତାୟାତ କରୁଥିଲେ। କିନ୍ତୁ ଗ୍ରାମର କେତେଜଣ ଯୁବକ ତାଙ୍କୁ ଏହି ରାସ୍ତାରେ ଯାତାୟାତ କରିବାକୁ ହେଲେ ଲକ୍ଷାଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ଦାବି କରିଥିଲେ। ଗୋଲେଖଙ୍କ ପରିବାର ଲୋକ ଏତେ ପରିମାଣର ଅର୍ଥ ଦେବାକୁ ଅସମର୍ଥ ହେବାରୁ ଯୁବକମାନେ ଜେସିବି ଲଗାଇ ଯାତାୟାତ କରୁଥିବା ସରକାରୀ ରାସ୍ତାକୁ ଖୋଳି ଦେଇଛନ୍ତି। ଏଥିସହ ସେମାନଙ୍କ ଘରକୁ ଯାଇଥିବା ପାଣି ପାଇପ୍‌ ଲାଇନ୍‌ ମଧ୍ୟ କାଟି ଦିଆଯାଇଛି। ଫଳରେ ପରିବାର ଲୋକେ ଘରୁ ବାହାରିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ପାଣି ଲାଗି ସେମାନଙ୍କୁ ଅନ୍ୟ ଗଁାକୁ ଯିବାକୁ ପଡୁଛି। ଏପ୍ରିଲ ୧୦ରେ ଏହି ଘଟଣା ଘଟିବା ପରେ ଗୋଲେଖ ଆଳି ଥାନାରେ ଗ୍ରାମର ୫ ଯୁବକଙ୍କ ନାମରେ ଅଭିଯୋଗ କରିଥିଲେ। ଏଥିସହ ନ୍ୟାୟ ଭିକ୍ଷା କରି ଆଳି ତହସିଲଦାର, ଏସ୍‌ପି ଓ ଜିଲାପାଳଙ୍କ ନିକଟକୁ ଅଭିଯୋଗପତ୍ର ପ୍ରେରଣ କରିଥିଲେ। ମାତ୍ର ଆଜିପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ତାଙ୍କ ନିକଟରେ ପହଞ୍ଚତ୍ ନ ଥିବା ସେ କ୍ଷୋଭର ସହ କହିଛନ୍ତି। ସେହି ଯୁବକମାନେ ସେମାନଙ୍କୁ ବିଭିନ୍ନ ସମୟରେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ଉକ୍ତ ପଞ୍ଚାୟତ ସରପଞ୍ଚ କାନନ ବିହାରୀ ପରିଡ଼ାଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଶୁଣିଛନ୍ତି, ଘଟଣାସ୍ଥଳ ପରିଦର୍ଶନ କରି ବାସ୍ତବ ଘଟଣା କ’ଣ ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଏ ନେଇ ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟଙ୍କୁ ପଚାରିବାର ଏଭଳି ଅଭିଯୋଗ ପାଇନାହିଁ, ଆପଣଙ୍କ ନିକଟରୁ ଜାଣିବା ପରେ ଶନିବାର ସକାଳେ ଘଟଣାସ୍ଥଳରେ ପହଞ୍ଚତ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ, ସରକାରୀ ଜମି ଉପରେ ସରକାରଙ୍କର ଯେତିକି ଅଧିକାର ସାଧାରଣ ଲୋକଙ୍କ ମଧ୍ୟ ସେତିକି ଅଧିକାର ରହିଛି। କେଉଁ ଅଧିକାର ବଳରେ ଗୋଲେଖଙ୍କ ନିକଟରୁ ଗ୍ରାମର କେତେଜଣ ଯୁବକ ଟଙ୍କା ମାଗିଥିଲେ, ସେ ଟଙ୍କା ନ ଦେବାରୁ ତାଙ୍କୁ ଏଭଳି ଅସୁବିଧାରେ ପକାଇଥିଲେ। ଏହି ଘଟଣାକୁ ନେଇ ବିଲିକଣା ଗ୍ରାମର ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri