ଅସରାଏ ବର୍ଷାରେ ରାସ୍ତାକଡ଼ ମାଟି ଧସିଲା

ପଟ୍ଟାମୁଣ୍ଡାଇ,୨୩ା୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପୂର୍ତ୍ତ ବିଭାଗ ଡିଭିଜନ-୧ ପକ୍ଷରୁ ପଟ୍ଟାମୁଣ୍ଡାଇ-ରାଜନଗର ଦକ୍ଷିଣପାର୍ଶ୍ୱ ବନ୍ୟା ବନ୍ଧ ପ୍ରଶସ୍ତିକରଣ ଓ ସୁଦୃଢିକରଣ କାର୍ଯ୍ୟ ଚାଲିଛି। ନିମ୍ନମାନର କାମ ଯୋଗୁ ଅସରାଏ ବର୍ଷାରେ ରାସ୍ତା ପାର୍ଶ୍ୱ ମାଟି ଧୋଇ ହୋଇଯାଇଛି। ପଟ୍ଟାମୁଣ୍ଡାଇ କେନାଲ ପୋଲଠାରୁ ଅଳଭା ମଧ୍ୟରେ ରାସ୍ତାର ଦକ୍ଷିଣପାର୍ଶ୍ୱର ବିଭିନ୍ନ ସ୍ଥାନରେ ରାସ୍ତା କଡ ମାଟି ଧୋଇ ଯିବା ସହ ବହୁ ଜାଗାରେ ବଡ ବଡ ଗର୍ତ୍ତମାନ ସୃଷ୍ଟି ହୋଇ ନବନିର୍ମିତ ରାସ୍ତା ପ୍ରତି ବିପଦ ସୃଷ୍ଟି କରିଛି। ଏହି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଉତିକଣ ସଂଗ୍ରାମୀ ପରିଷଦ ପକ୍ଷରୁ ଅଭିଯୋଗ ହୋଇ ଆସୁଛି। କେଉଁଠି ୱାଲ ନିର୍ମାଣରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ତ ପୁଣି କେଉଁଠାରେ ହୋଇଥିବା ପିଚୁ ଫାଟି ଯାଉଥିବା ଅଭିଯୋଗ ହେଉଛି।
ପଟ୍ଟାମୁଣ୍ଡାଇ-ରାଜନଗର ଦକ୍ଷିଣପାର୍ଶ୍ୱ ବନ୍ୟା ବନ୍ଧ ରାସ୍ତାଟି ପୂର୍ବରୁ ଜଳସମ୍ପଦ ବିଭାଗ ଅଧୀନରେ ଥିଲା। ୯ବର୍ଷ ତଳେ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ୧୫ କିଲୋମିଟର ରାସ୍ତା ନିର୍ମାଣ ଓ ପ୍ରଶସ୍ତୀକରଣ ପାଇଁ ୨୧ କୋଟି ୧୭ ଲକ୍ଷ ୮୯ ହଜାର ୪୨୩ ଟଙ୍କା ବ୍ୟୟ ବରାଦ କରାଯାଇଛି। ତେବେ ରାସ୍ତା ପ୍ରଶସ୍ତୀକରଣ କାମରେ ପ୍ରାଥମିକ ସ୍ତରରୁ ବ୍ୟବହାର ହୋଇଥିବା ମାଟି ଓ ଡଷ୍ଟ ପର୍ଯ୍ୟାୟକ୍ରମେ ରୋଲିଂ ହୋଇ ନ ଥିବା ଜଣାପଡ଼ିଛି। ଏପରି କି ଏହା ଉପରେ ରୋଲର ଚଢ଼ା ଯାଇ ନ ଥିବାବେଳେ ମେଟାଲ ଓ ବଜୁରୀ ଢଳାଯାଇ ପିଚୁର ଲେପ ଦିଆଯାଇଛି। ଅବସ୍ଥା ଏମିତି ହେଉଛି ଅସରାଏ ବର୍ଷା ହେବା ଯୋଗୁ ଉକ୍ତ ନିର୍ମାଣ ସ୍ଥାନର ମାଟି ଧସି ଗଲାଣି। ଏଭଳି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ନ କରିବାକୁ ସ୍ଥାନୀୟ ଲୋକ ପୂର୍ବରୁ ବାରମ୍ବାର ତାଗିଦ୍‌ କରିଥିଲେ ସୁଦ୍ଧା ଠିକାସଂସ୍ଥା ଏହାକୁ ଭ୍ରୁକ୍ଷେପ ନ କରି ତରବରିଆ ଭାବେ କାମ ସାରିବାକୁ ଚେଷ୍ଟା କରିଛି। ଫଳରେ ଏଭଳି ମନୁଷ୍ୟକୃତ ତ୍ରୁଟି ଯୋଗୁ ପିଚୁ ଫାଟିବା ସହ ମାଟି ଧସୁଥିବା ଉତିକଣ ସଂଗ୍ରାମୀ ପରିଷଦ ଅଭିଯୋଗ କରିଛନ୍ତି। କାର୍ଯ୍ୟ ଆରମ୍ଭରୁ ଠିକାଦାରଙ୍କ ମନମାନୀ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ନିମ୍ନମାନର କାର୍ଯ୍ୟ ପାଇଁ ଗାର୍ଡୱାଲ ଭୁଷୁଡି ପଡ଼ବା, ରାସ୍ତା ମଧ୍ୟରେ ପିଚୁ ଗାଡ଼ି ଦବିଯିବା, ଫୁଟପାଥ ନିର୍ମାଣ ନ କରିବା, ରାସ୍ତାରେ ଥିବା ଗଛ, ବିଦ୍ୟୁତ୍‌ ଖୁଣ୍ଟକୁ ଅପସାରଣ କରା ନ ଯିବା ଆଦି ବିଭିନ୍ନ ସମସ୍ୟା ସହ ପିଚୁ କାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଥିଲା। ଏ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଓ ଉତିକଣ ସଂଗ୍ରାମୀ ପରିଷଦ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ମଧ୍ୟ ଦେଇଥିଲେ। ତେବେ ପ୍ରଶସ୍ତିକରଣ ଓ ସୁଦୃଢିକରଣ କାର୍ଯ୍ୟ ଠିକ୍‌ ଭାବେ କରାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇ ଆସୁଥିଲେ ହେଁ ଏହା ପାଳନ କରାଯାଉନାହିଁ। ଠିକାଦାର ମନମାନୀକୁ ବିରୋଧ କରି ଉତିକଣ ସଂଗ୍ରାମୀ ପରିଷଦ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇ ରିଟ୍‌ କେସ୍‌ ନଂ. ୦୦୦୬୫୦୮/୨୩ ରୁଜୁ କରିଛନ୍ତି। ଏହି ରାସ୍ତା କାର୍ଯ୍ୟକୁ ଠିକ୍‌ ଭାବେ କରାଯିବା ପାଇ ସ୍ଥାନୀୟ ଅଞ୍ଚଳର ସରପଞ୍ଚ ଓ ଖବରଦାତାମାନଙ୍କୁ ନେଇ ଏକ ତଦାରଖ କମିଟି ଗଠନ ମଧ୍ୟ କରାଯାଇଛି। ମଙ୍ଗଳବାର ବର୍ଷାରେ ପଟ୍ଟାମୁଣ୍ଡାଇ କେନାଲ ପୋଲଠାରୁ ଅଳଭା ମଧ୍ୟରେ ରାସ୍ତାର ଦକ୍ଷିଣପାର୍ଶ୍ୱ ବିଭିନ୍ନ ସ୍ଥାନରେ ରାସ୍ତା ପାଖ ମାଟି ଧୋଇ ଯିବା ସହ ବହୁ ବଡ଼ ବଡ଼ ଗର୍ତ୍ତମାନ ସୃଷ୍ଟି ହୋଇଛି। ନିର୍ମାଣ ଆରମ୍ଭରୁ ଯଦି ଏମିତି ସ୍ଥିତି ଉପୁଜିଛି। ଭବିଷ୍ୟତରେ ରାସ୍ତାର ସ୍ଥାୟିତ୍ୱକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ନିମ୍ନମାନର କାମ ହେଉଥିବାରୁ ରାସ୍ତା ଧୋଇ ଗଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତେବେ ନିର୍ମାଣକାରୀ ସଂସ୍ଥା ନିଜ ତ୍ରୁଟି ସୁଧାରିବା ସହ ଏହା ଉପରେ ଦୃଷ୍ଟି ନ ଦେଲେ ଆଗାମୀଦିନରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri