Odisha Elections 2024

ରାସ୍ତା ପାଲଟିଛି ମରଣଯନ୍ତା

ପ୍ରୀତିପୁର,୧୪ା୪(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅଧୀନ ଫଳପୁର ଆର୍‌ଡି ରାସ୍ତାଠାରୁ ଅଣ୍ଡାଳୋ ଓ ବଳଭଦ୍ରପୁର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାର ଦୂରବସ୍ଥା ଜଣେ ନ ଦେଖିଲେ ବିଶ୍ୱାସ କରିପାରିବେନାହିଁ। ରାସ୍ତା ଏଭଳି ଜରାଜୀର୍ଣ୍ଣ ହୋଇପଡିଛି ଯେ, ଲୋକେ ଚାଲିକି ଗଲେ ବି ଖଣ୍ଡିଆ ଖାବରା ହେଉଛନ୍ତି। ପ୍ରତିଦିନ ଗାଡ଼ିମୋଟର ଦୁର୍ଘଟଣା ହେଉଛି। ଏହା ଏକ ଅଣଚଉଡ଼ା ରାସ୍ତା। ଏବେ ଗଁାକୁ ପାନୀୟ ଜଳ ପ୍ରକଳ୍ପ ପାଇଁ ପାଇପ୍‌ ବିଛା ଯାଉଥିବାରୁ କଂକ୍ରିଟ ରାସ୍ତାକୁ ଠିକାଦାର ଭାଙ୍ଗି ନଷ୍ଟ କରିଦେଇଛନ୍ତି। ଫଳରେ ଏହି ଗ୍ରାମରେ ବସବାସ କରୁଥିବା ଦୁଇ ଶହରୁ ଅଧିକ ପରିବାର ଗମନାଗମନ କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛୋଟ ପିଲାମାନେ ଦୁର୍ଘଟଣା ଭୟରେ ସ୍କୁଲକୁ ଯିବା ବନ୍ଦ କରିଦେଇଛନ୍ତି। ଗମନାଗମନ ବିକଳ୍ପ ରାସ୍ତା ନ ଥିବାରୁ ଏହି ଜରାଜୀର୍ଣ୍ଣ କଂକ୍ରିଟ ରାସ୍ତାରେ ଚାଲିବା ଲୋକଙ୍କ ପାଇଁ ବହୁତ କଷ୍ଟକର ହେଉଛି। ଠିକାଦାର ଅତି ନିମ୍ନମାନର କାର୍ଯ୍ୟ କରିବା ଯୋଗୁ ରାସ୍ତାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ରାସ୍ତାର ପୁନଃ ନିର୍ମାଣ ନିମନ୍ତେ ଜିଲାପାଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଗ୍ରାମର କୈଳାସ ମଳିକ, ପ୍ରତାପ ମଳିକ, ରବୀନ୍ଦ୍ର ପଣ୍ଡା, ବିଜୟ ମଳିକ, ଅମୂଲ୍ୟ ବଳ, ତପନ ପଣ୍ଡା, ସୁଧାକର ମଳିକ, ଇନ୍ଦ୍ରମଣି ମଳିକ, ମଳୟ ପଣ୍ଡା, ଘନଶ୍ୟାମ ମଳିକ ଓ କାହ୍ନୁ ମଳିକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ରାସ୍ତା ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହୁଏ, ତେବେ ଗ୍ରାମବାସୀ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri