ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ ଓ ୨ ମଣିଷଙ୍କ ଜୀବନ ଗଲା ପରେ ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥର ଶଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ ହୋଇପଡିଛି। ଉପରୋକ୍ତ ଅଞ୍ଚଳ ହାତୀ ଓ ବାଘଙ୍କ ଚଲାପଥ ହୋଇଥିବାରୁ ଜାତୀୟ ରାଜପଥରେ ହମ୍ପସ ନିର୍ମାଣ ପରେ ଅଧିକ ଭୟ ସୃଷ୍ଟି ହୋଇଛି। ବାଇକ୍‌ ଚାଳକଙ୍କ ପାଇଁ ବିପଦକୁ ଡାକି ଆଣିଛି। ହମ୍ପସ ଯୋଗୁ ବାଇକ୍‌ର ଗତି ଧିର ହୋଇ ଯାଉଥିବାବେଳେ ଅଧିକାଂଶ ସମୟ ବାଇକ୍‌ ଚାଳକମାନେ ଲୁଟ୍‌ର ଶିକାର ହେଉଛନ୍ତି। କେତେଜଣ ଲୁଟେରା ଶାଳଭଙ୍ଗା ଜଙ୍ଗଲରୁ ଲୁଟିବା ପାଇଁ ନିରାପଦ ଭାବୁଛନ୍ତି। ଜଙ୍ଗଲିଆ ଅଞ୍ଚଳ ହୋଇଥିବାରୁ ଲୁଟେରାଙ୍କ ପାଇଁ ଲୁଟ୍‌ କରିବା ସହଜ ହୋଇଛି। ପୁଣି ପୋଲିସର କାର୍ଯ୍ୟାନୁଷ୍ଠାନ ନାହିଁ। ଅନ୍ୟପକ୍ଷେ ରାତିରେ ବନ୍ୟପ୍ରାଣୀ ଅତିକ୍ରମ ବେଳେ ବାଇକ୍‌ର ଗତି ଧିର ହେଉଥିବାରୁ ବନ୍ୟଜନ୍ତୁଙ୍କ ଆକ୍ରମଣର ଭୟ ବଢ଼ୁଛି। କେତେଜଣ ବାଇକ୍‌ ଚାଳକ ବନ୍ୟପ୍ରାଣୀଙ୍କ ହାବୁଡରେ ପଡି ବର୍ତ୍ତିଥିବା ଖବର ମିଳିଛି। ତେବେ ହମ୍ପସ ଯୋଗୁ ବଡ଼ ଗାଡ଼ିର ବେଗ କମ୍‌ ହେଉଥିବାରୁ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ଏକ ପ୍ରକାରର ଟଳି ଯାଇଛି। ବନ୍ୟପ୍ରାଣୀ ଓ ମନୁଷ୍ୟଙ୍କ ସୁରକ୍ଷା ପାଇଁ ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପର୍ଯ୍ୟନ୍ତ ପ୍ରାୟ ୫କି.ମି.ରାସ୍ତାରେ ରାଜପଥରେ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି ଉଠିଛି।
ଦଶପଲ୍ଲା ବ୍ଲକ ବୁଗୁଡା ନିକଟସ୍ଥ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ବାଣୀଗୋଛା ପଶ୍ଚିମ ବନାଞ୍ଚଳର ଶାଳଭଙ୍ଗା ଜଙ୍ଗଲିଆ ଅଞ୍ଚଳରେ ବନ୍ୟ ଜୀବଜନ୍ତୁ ପରି ଲୋକଙ୍କ ମଧ୍ୟ ମୃତ୍ୟୁ ହେଉଛି। କେତେବେଳେ ବାଇକ୍‌ ଦୁର୍ଘଟଣା ହେଉଛି ତ’ଆଉ କେତେବେଳେ ବଡ଼ ଯାନବାହନ ଦୁର୍ଘଟଣା ଘଟୁଛି। ୬ ବର୍ଷ ତଳେ ଟାକେରା ଘାଟି ଅଞ୍ଚଳରେ ଏକ କଲରାପତରିଆ ବାଘ ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ସମେତ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୨୧ ଜୁଲାଇ ୧ ରାତିରେ ଗାଡ଼ି ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା। ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ପରେ କିଛି ଫରକ ପଡ଼ି ନ ଥିଲା। ତେବେ ବାଘର ମୃତ୍ୟୁ ପରେ ମହାନଦୀ ବନ୍ୟପ୍ରାଣୀ ବିଭାଗର ଚିନ୍ତା ବଢ଼ିଥିଲା। ରାଜପଥ ବିଭାଗ ରାଜପଥରେ ବଡ଼ ହମ୍ପସ ନିର୍ମାଣ କଲା। ହମ୍ପସ ପରେ ବଡ଼ ଗାଡ଼ିର ବେଗ କମିଗଲା। ବନ୍ୟପ୍ରାଣୀ ଯାତାୟତରେ ଟିକିଏ ସୁବିଧା ହେଲା। ତେବେ ବାଇକ୍‌ ଆରୋହୀଙ୍କ ସ୍ବାର୍ଥକୁ ବନ ବିଭାଗ ଭୁଲିଗଲେ। ବାଇକ୍‌ ଆରୋହୀଙ୍କ ପାଇଁ ବ୍ୟବସ୍ଥା ନ ଥିବାରୁ ସନ୍ଧ୍ୟା ହେଲେ ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପର୍ଯ୍ୟନ୍ତ ଅଞ୍ଚଳକୁ ଯିବାକୁ ବାଇକ୍‌ ଆରୋହୀ ଡରୁଛନ୍ତି। ଅନ୍ୟପକ୍ଷେ ରାତ୍ରିରେ ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପର୍ଯ୍ୟନ୍ତ ଅଞ୍ଚଳରେ ଫରେଷ୍ଟ ଓ ପୋଲିସ ପାଟ୍ରୋଲିଂ ପାଇଁ ଦାବି ଉଠୁଛି।

ମଧୁସୂଦନ ଓଝା, ବିକ୍ରମ ସ୍ବାଇଁ, ପବିତ୍ର ମୋହନ ସ୍ବାଇଁ ନାମକ ବାଇକ୍‌ ଚାଳକଙ୍କ ସୂଚନା ଅନୁସାରେ ଶାଳଭଙ୍ଗା ଜଙ୍ଗଲ ବାଣିବିିରି ଘାଟି ପର୍ଯ୍ୟନ୍ତ ଲାଗିଛି। ଏହା ଘଞ୍ଜ ଜଙ୍ଗଲ ହୋଇ ରହିଛି। ମଝିରେ ରାଜପଥ ଯାଇଥିବାରୁ ଲୁଟ୍‌ ହେଉଛି। ବନ୍ୟପ୍ରାଣୀ ଭୟ ଓ ଲୁଟ୍‌ରୁ ବର୍ତ୍ତିବା ପାଇଁ ଜଙ୍ଗଲିଆ ରାସ୍ତାରେ ବାଇକ୍‌ ଚାଳକମାନେ ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି। ତେବେ ହମ୍ପସ ଯୋଗୁ ଅଧିକାଂଶ ସମୟ ବାଇକ୍‌ ଦୁର୍ଘଟଣା ହେଉଛି। ହାତୀ ଓ ବାଘ ଚଲାପଥ ଯୋଗୁ ୱାଚ୍‌ ଟାୱାର ହୋଇଛି। ପୁଣି ନାମ ଫଳକ ମରାଯାଇ ସଚେତନତା କରାଯାଇଛି। ହେଲେ ବାଇକ୍‌ ଚାଳକଙ୍କ ପାଇଁ କିଛି ସଚେତନତା ନାହିଁ। ଲୁଟ୍‌ ଓ ବନ୍ୟପ୍ରାଣୀ ଆକ୍ରମଣରୁ ରକ୍ଷା ପାଇଁ ପଦକ୍ଷେପ ନାହିଁ କହି ଅସନ୍ତୋଷ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri