ମହାନଦୀ ଗିଳୁଛି ବହାକୁଦ କାଜୁ ଜଙ୍ଗଲ

ମହାକାଳପଡା,୧୧ା୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବହାକୁଦ ଗଁା ସଂଲଗ୍ନ ମହାନଦୀର ପଠାରେ ଥିବା କାଜୁ ଜଙ୍ଗଲ ଧ୍ୱଂସହେବାରେ ଲାଗିଛି। ଶତାଧିକ କାଜୁ ଗଛ ସମୁଦ୍ର ଜୁଆର ମାଡ଼ରେ ଭାସି ଯାଉଥିବା ଦେଖିବାକୁ ମିଳୁଛି। ଏହି କାଜୁ ଜଙ୍ଗଲ ୨୩୩ ଏକର ପରିମିତ ବାଲୁକା ଶଯ୍ୟାର ୫ ହଜାରରୁ ଅଧିକ ଗଛ ଥିଲା। ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ୍‌, ୨୦୧୪ ହୁଡ୍‌ହୁଡ୍‌, ୨୦୧୮ ତିତିଲି, ୨୦୧୯ ଫନୀ ପରି ସାମୁଦ୍ରିକ ଝଡ଼ ବାତ୍ୟାରେ ବହୁ ସଂଖ୍ୟାରେ କାଜୁ ଗଛ ସହ ବାଲୁକା ଶଯ୍ୟା ମହାନଦୀ ଗର୍ଭରେ ଲୀନହୋଇଯାଇଛି। ଆଗାମୀ କିଛିବର୍ଷ ମଧ୍ୟରେ ମହାନଦୀ ଏହି ଜଙ୍ଗଲକୁ ସମ୍ପୂର୍ଣ୍ଣ ଗିଳିବ ବୋଲି ପରିବେଶବିତ ଆଶଙ୍କା ପ୍ରକାଶ କରୁଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ପତ୍ତନ ବୃଦ୍ଧି ପାଇବାରୁ ସ୍ଥଳଭାଗରେ ଜୁଆର ମାଡ଼ିଯିବାରୁ ନିକଟସ୍ଥ କୂଳ ପଠା ଧୀରେ ଧୀରେ ନଦୀଗର୍ଭକୁ ଚାଲିଯାଉଛି। ସେହିପରି ରାମନଗର ପଞ୍ଚାୟତରେ ଅନ୍ୟ ୨ଟି କାଜୁ ଜଙ୍ଗଲ ରହିଛି। ପିତାପାଟ ଗ୍ରାମ କାଜୁ ଜଙ୍ଗଲରେ ୧୮୨ ଏକର ଜମିରେ ୫ ହଜାର ଗଛ ରହିଥିବା ବେଳେ ରାମନଗର କାଜୁ ଜଙ୍ଗଲରେ ୩୫୪ ଏକର ଜଙ୍ଗଲରେ ୧୦ ହଜାର ଗଛ ରହିଛି। ଏହି ୩ କାଜୁ ଜଙ୍ଗଲ ରାଜ୍ୟ କାଜୁ ଉନ୍ନୟନ ନିଗମ ଦ୍ୱାରା ପରିଚାଳିତ ହେଉଛି। ୩ କାଜୁ ଜଙ୍ଗଲକୁ ନିଗମ ପ୍ରତିବର୍ଷ ଲକ୍ଷାଧିକ ଟଙ୍କାରେ ନିଲାମ ଦେଇଥାଏ। ସ୍ଥାନୀୟ ଅଞ୍ଚଳର ଲୋକେ କାଜୁ ଜଙ୍ଗଲ ନିଲାମ ନେଇ ଭଲ ଲାଭ କରିଥାନ୍ତି ତ ଆଉ କେଉଁ ବର୍ଷରେ କାଜୁଚାଷରେ କ୍ଷତି ସହିବାକୁ ପଡ଼େ ବୋଲି କହିଛନ୍ତି। ଏହି କାଜୁ ଜଙ୍ଗଲ ୧୯୭୨ ମସିହାଠାରୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାରା ରୋପଣ କରାଯାଇଥିଲା। ପରେ ରାଜ୍ୟ କାଜୁ ଉନ୍ନୟନ ନିଗମ ୧୯୭୯-୮୦ ମସିହାଠାରୁ ପରିଚଳନା କରିଆସୁଛି ବୋଲି କୁହାଯାଇଛି। ଏହି ୩ କାଜୁ ଜଙ୍ଗଲ ଜମିରେ କେତେଜଣ ଜବରଦଖଲକାରୀ ଘରଦ୍ୱାର ନିର୍ମାଣ କରି ସ୍ଥାୟୀ ଭାବେ ରହୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳର ଅନୁସୂଚିତ ଜନଜାତିର ୨୦ ଜଣ ପରିବାରକୁ ଦୁଇ ଏକର ଜମିରେ କାଜୁଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିବେ। ତେବେ ପାରାଦୀପ ଅଞ୍ଚଳର ଶିଳ୍ପ କାରଖାନାର ବାୟୁ ପ୍ରଦୂଷଣ ଯୋଗୁ ପୂର୍ବ ଅପେକ୍ଷା ବହୁ ପରିମାଣରେ କାଜୁ ମଞ୍ଜି ଉତ୍ପାଦନ ହ୍ରାସ ପାଇଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ ଡାଉନ୍‌ ହେଲା ଚାଷୀଙ୍କ ପାଇଁ କାଳ

କୋକସରା, ୧୮ା୪(ଡି.ଏନ.ଏ.) – ପ୍ରଥମେ କରାବର୍ଷା ଓ ତାର କିଛିଦିନ ପରେ ଲକ୍‌ଡାଉନ କଳାହାଣ୍ଡି ଜିଲା କୋକସରା ବ୍ଲକର ପନିପରିବା ଓ ତରଭୁଜ ଚାଷୀଙ୍କ ପାଇଁ...

ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା

ବ୍ରହ୍ମପୁର ଅଫିସ,୧୩।୨: ବ୍ରହ୍ମପୁର ମହାନଗର ନିଗମକୁ ବର୍ତ୍ତମାନ ସ୍ବଚ୍ଛ ଓ ସୁନ୍ଦର କରିବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଏପରି ବହୁ...

ଗଞ୍ଜାମ ଜିଲା: ୧୦୦ ତଳକୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ଛତ୍ରପୁର,୪ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ଦୀର୍ଘ ୨ ମାସ ପରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା...

ପରିଣତ ବୟସରେ ଉଦାହରଣ ‘ରସ’: ନିଷ୍ଠା କରିଛି ସ୍ବାବଲମ୍ବୀ

ଢେଙ୍କାନାଳ ଅଫିସ, ୧୪।୮- ରସ ନାଏକଙ୍କ ଘର ଢେଙ୍କାନାଳ ସଦର ବ୍ଲକ ମଙ୍ଗଳପୁର ଗ୍ରାମରେ। ସ୍ବାମୀ ଫଗୁ ନାଏକ, ଦୁଇ ପୁଅ, ଝିଅଙ୍କୁ ନେଇ ତାଙ୍କ...

ଆସନ୍ତାକାଲିଠାରୁ ଖୋଲିବ ଧବଳେଶ୍ୱର ମନ୍ଦିର

ଆଠଗଡ଼,୫।୮: କଟକ ଜିଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର ମନ୍ଦିର ଶୁକ୍ରବାରଠାରୁ ଖୋଲିବ । କୋଭିଡ୍‌ ଗାଇଡ୍‌ଲାଇନରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର...

ପ୍ରସୂତି, ଶିଶୁ ମୃତ୍ୟୁର କାରଣ ଖୋଜିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୯ା୪(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିଆଯାଉଥିବା ସ୍ବାସ୍ଥ୍ୟ ସେବାର ଏକ ସମୀକ୍ଷା ବୈଠକ ରବିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା...

ଟ୍ରିପଲ ରାଇଡିଂ କରୁଥିଲେ ହେବ ଲାଇସେନ୍ସ ରଦ୍ଦ

ବ୍ରହ୍ମପୁର ଅଫିସ,୧୧ା୯: ସଡ଼କ ଦୁର୍ଘଟଣା ରୋକିବାକୁ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଟ୍ରିପଲ ରାଇଡିଂ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏଥିରେ...

ନକଲି ମୋବିଲ କାରଖାନା ଠାବ: ୨ ଗିରଫ

ବାଲେଶ୍ୱର ଅଫିସ,୧୯।୭: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ଆରଡ଼ି ବଜାର ମଜିତ୍‌ ଗଳି ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ପୋଲିସ ଚଢ଼ାଉ କରି ନକଲି ମୋବିଲ...

Advertisement
Archives

Model This Week