ଉଛୁଳୁଛି ନଦୀ, ଗ୍ରାମବାସୀ ଆତଙ୍କିତ

ଡେରାବିଶ, ୧୭।୮(ସ୍ବ.ପ୍ର.): ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବା ବେଳେ ଏହାର ଶାଖାନଦୀ ଡେରାବିଶ ବ୍ଲକ ଅଧୀନ ଲୁଣା ଓ କରାଣ୍ଡିଆରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। ବ୍ଲକ ଅଧୀନ ବସୁପୁର ପଞ୍ଚାୟତ ଢିଅବସୁପୁର ଗଁାରେ ଉଭୟ ନଦୀର ବନ୍ୟାଜଳ ପ୍ରବେଶ କରିବା ଫଳରେ ଗାଁ ଦାଣ୍ଡରେ ୪ ଫୁଟରୁ ଊର୍ଦ୍ଧ୍ୱ ବନ୍ୟାଜଳ ପ୍ରବାହିତ ହେଉଛି। ଏଥିସହ ବହୁ ଲୋକଙ୍କ ଘର ଭିତରେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ବନ୍ୟାଜଳ ମଧ୍ୟ ପ୍ରବେଶ କରିବାରେ ଲାଗିଛି। ବସୁପୁର ଗ୍ରାମ ନିକଟରେ ନଦୀବନ୍ଧ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେହିପରି କରାଣ୍ଡିଆ ନଦୀର ବନ୍ୟାଜଳ ଇନ୍ଦାଳୋ ପଞ୍ଚାୟତ ପୁରୁଷୋତ୍ତମପୁର ଗଁାରେ ପ୍ରବେଶ କରିବା ସହ ଗଁା ଦାଣ୍ଡରେ ୪ ଫୁଟ ଉଚ୍ଚତାର ପାଣି ଲହଡ଼ି ଖେଳୁଛି। ତେବେ ଲୁଣାନଦୀର ଦାନପୁରଠାରେ ବିପଦ ସଙ୍କେତ ୩୨.୫୫ ଫୁଟ ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ବନ୍ୟାଜଳ ବିପଦ ସଙ୍କେତ ଉପରେ ୩୫.୬୦ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବା କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ କୁମାର ସେଠୀ ସୂଚନା ଦେଇଛନ୍ତି। ଏହି ବନ୍ୟାଜଳ କ୍ରମଶଃ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଗାଁର କେତେକ ବ୍ୟକ୍ତି ବନ୍ଧ ଉପରେ ଗୃହପାଳିତ ପଶୁମାନଙ୍କ ପାଇଁ ପାଲ ଟାଣି ଅସ୍ଥାୟୀ ଛାମୁଡ଼ିଆ କରିଥିବା ଦେଖିବାକୁ ମିଳିଛି। ବନ୍ୟା ସମ୍ପର୍କରେ ଜାଣିବାକୁ ଶତାଧିକ ନଦୀକୂଳିଆ ଲୋକ ଦାନପୁରଠାରେ ଥିବା ଲୁଣାସେତୁ ଉପରେ ସନ୍ଧ୍ୟାରେ ରୁଣ୍ଡ ହୋଇ ନଦୀର ଜଳପ୍ରବାହକୁ ଦେଖୁଛନ୍ତି। ବ୍ଲକ ଅଧରନ ଢିଅବସୁପୁର ଓ ପୁରୁଷୋତ୍ତମପୁର ଗଁା ପାଇଁ ପ୍ରଶାସନ ପକ୍ଷରୁ ଦୁଇଟି ଅଗ୍ନିଶମ ବିଭାଗ ଟିମ୍‌ ନିୟୋଜିତ କରାଯାଇଛି। ବିଡିଓ ନମିତା ବାରିକ ଉଭୟ ଗ୍ରାମକୁ ପରିଦର୍ଶନ କରି ଖଲୁଆ ଅଞ୍ଚଳରେ ଥିବା ଘରରୁ ଲୋକମାନଙ୍କୁ ଉଚ୍ଚା ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା କରିବା ସହ ମାଗଣା ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ଉଭୟ ପଞ୍ଚାୟତର ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜଳସମ୍ପଦ ବିଭାଗର ସହକାରୀ ମୁଖ୍ୟଯନ୍ତ୍ରୀ ପ୍ରବୋଧ କୁମାର ରାଉତ ଓ ପୂର୍ଣ୍ଣଚନ୍ଦ୍ର ରଥ, କେନ୍ଦ୍ରାପଡ଼ା ଅଧୀକ୍ଷଣ ଯନ୍ତ୍ରୀ ଉମେଶ କୁମାର ସେଠୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ ଏବଂ କନିଷ୍ଠ ଯନ୍ତ୍ରୀ ନବୀନ ପାଣିଗ୍ରାହୀ ପ୍ରମୁଖ ନଦୀବନ୍ଧକୁ ତଦାରଖ କରିବା ସହ ଦୁର୍ବଳ ଥିବା ସ୍ଥାନରେ ବାଲିବସ୍ତାମାନ ମହଜୁଦ ରଖିଛନ୍ତି। ସନ୍ଧ୍ୟାରେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅନିତା ପଟ୍ଟନାୟକଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଉଭୟ ଢିଅବସୁପୁର ଓ ପୁରୁଷୋତ୍ତମପୁର ଗ୍ରାମକୁ ଯାଇ ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?