କୂଳ ଲଂଘୁଛି ମହାନଦୀ: ଚଉମୁହାଣ ପ୍ରତି ବିପଦ

ମହାକାଳପଡ଼ା,୧୬ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନଦୀନାଳ ଘେରା ଉପକୂଳବର୍ତ୍ତୀ ବରକନ୍ଧା ପଞ୍ଚାୟତ ଦଶରାଜପୁର ଗାଁ ସଂଲଗ୍ନ ଚଉମୁହାଣ ଦେଇ ମହାନଦୀ ପ୍ରବାହିତ ହେଉଛି। ମହାନଦୀ କୂଳ ଲଂଘିବା ଫଳରେ ଅତଡା ଖାଉଥିବାରୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି। ଚାଷୀଙ୍କର ଏକର ଏକର ଚାଷ ଜମି ନଦୀ ଗର୍ଭକୁ ଚାଲିଗଲାଣି। ଫଳରେ ଚଉମୁହାଣ ପ୍ରତି ବିପଦ ଦେଖାଦେଇଛି। ତେଣୁ ବନ୍ଧରେ ପଥର ପ୍ୟାକିଂ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ମହାକାଳପଡ଼ାଠାରେ ସଡ଼କ ପଥ ସୁବିଧା ନ ଥିବାରୁ ଏହି ଚଉମୁହାଣ ଜଳପଥ ଦେଇ କଟକ, କୁଜଙ୍ଗ ଆଦି ଅଞ୍ଚଳରୁ ମାଲ ପରିବହନ ମୁଖ୍ୟ ପଥ ଥିଲା। ଚିକିତ୍ସା କ୍ଷେତ୍ରରେ ମହାକାଳପଡ଼ା ବ୍ଲକର ଏକ ଚତୁର୍ଥାଂଶ ଲୋକ କୁଜଙ୍ଗ (ଅନନ୍ତପୁର) ଉପରେ ନିର୍ଭର କରି ଏହି ଚଉମୁହାଣ ନଦୀ ପଥ ଦେଇ ଯାତାୟାତ କରୁଥିଲେ। ସମୟ ଥିଲା ନଅଙ୍କ ଦୁର୍ଭିକ୍ଷ (୧୮୬୬) ପରେ ଚାଷୀମାନେ ମହଣ ମହଣ ଲୁଣ ଭାର କାନ୍ଧେଇ ଏହି ନଦୀ ଘାଟରେ ଦୈନଦିନ ମହାକାଳପଡ଼ାର ଲୁଣ ନେଇ ବେପାର ବଣିଜ ପାଇଁ କୁଜଙ୍ଗ ଯାଉଥିଲେ। ହେଲେ ଏବେ ମହାନଦୀ ଗତିପଥ ଦିଗ ବଦଳାଇବା ଦ୍ୱାରା ଦଶରାଜପୁର ଗାଁର ଅନେକ ଚାଷୀଙ୍କର ଏକର ଏକର ଚାଷ ଜମି ଏବେ କରାଳ ଗର୍ଭରେ ଲୀନ ହୋଇ ଗଲାଣି। ମହାନଦୀର ସ୍ରୋତ ପ୍ରଖର ଥିବାରୁ ଅତଡ଼ା ପରେ ଅତଡ଼ା ଖସି ଚାଲିଛି। କିଛିବର୍ଷ ପରେ ଆଖଡ଼ାସାହି-ଦଶରାଜପୁର ମୁଖ୍ୟ ରାସ୍ତା ଖାଇ ନଦୀ ଗର୍ଭକୁ ଚାଲିଯିବାକୁ ଏଡ଼ାଇ ଦିଆ ଯାଇ ନ ପାରେ ବୋଲି ବୁଦ୍ଧିଜୀବୀ ମହଲ ଚିନ୍ତା ପ୍ରକଟ କଲେଣି। ମହାନଦୀର ୮୦ ଭାଗ ଜଳପଥ ମହାକାଳପଡ଼ା ରାଜସ୍ବ ତହସିଲ ଅଧୀନରେ ରହିଥିବାରୁ ଉକ୍ତ ଫେରି ଘାଟକୁ ନେଇ ଏବେ ବିବାଦର ବାଟ ଫିଟୁନି। ଅପରପକ୍ଷେ ମହାନଦୀର ଚଉମୁହାଣ ଫେରି ଘାଟକୁ ନେଇ ଜଗତ୍‌ସିଂହପୁର ଜିଲା ସହ ବିବାଦ ସମସ୍ୟାର ସମାଧାନ ହୋଇପାରୁନାହିଁ। ଫଳରେ ପାରାଦୀପ ଶିଳ୍ପାଞ୍ଚଳ ଉପରେ ନିର୍ଭର କରୁଥିବା କେନ୍ଦ୍ରାପଡ଼ା ଜିଲାର ରାଜନଗର, ମହାକାଳପଡ଼ା ବ୍ଲକର ବହୁ କୁଶଳୀ, ଅଣକୁଶଳୀ ଓ ଶ୍ରମିକମାନେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ମହାନଦୀ କୂଳ ଲଂଘିବା ଯୋଗୁ ଚାଷୀମାନଙ୍କ ଚାଷବାସ ପ୍ରଭାବିତ ହେଉଛି। ନଦୀ ତଟବନ୍ଧ ବିଭାଗ ପକ୍ଷରୁ ମହାନଦୀ ପ୍ରବାହିତ କୂଳ ଖାଉଥିବା ସ୍ଥାନରେ ପଥର ପ୍ୟାକିଂ ପାଇଁ ବରକନ୍ଧା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ନାଥ କୁମାର ଭୋଳ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri