କୂଳ ଲଂଘୁଛି ମହାନଦୀ: ଚଉମୁହାଣ ପ୍ରତି ବିପଦ

ମହାକାଳପଡ଼ା,୧୬ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନଦୀନାଳ ଘେରା ଉପକୂଳବର୍ତ୍ତୀ ବରକନ୍ଧା ପଞ୍ଚାୟତ ଦଶରାଜପୁର ଗାଁ ସଂଲଗ୍ନ ଚଉମୁହାଣ ଦେଇ ମହାନଦୀ ପ୍ରବାହିତ ହେଉଛି। ମହାନଦୀ କୂଳ ଲଂଘିବା ଫଳରେ ଅତଡା ଖାଉଥିବାରୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି। ଚାଷୀଙ୍କର ଏକର ଏକର ଚାଷ ଜମି ନଦୀ ଗର୍ଭକୁ ଚାଲିଗଲାଣି। ଫଳରେ ଚଉମୁହାଣ ପ୍ରତି ବିପଦ ଦେଖାଦେଇଛି। ତେଣୁ ବନ୍ଧରେ ପଥର ପ୍ୟାକିଂ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ମହାକାଳପଡ଼ାଠାରେ ସଡ଼କ ପଥ ସୁବିଧା ନ ଥିବାରୁ ଏହି ଚଉମୁହାଣ ଜଳପଥ ଦେଇ କଟକ, କୁଜଙ୍ଗ ଆଦି ଅଞ୍ଚଳରୁ ମାଲ ପରିବହନ ମୁଖ୍ୟ ପଥ ଥିଲା। ଚିକିତ୍ସା କ୍ଷେତ୍ରରେ ମହାକାଳପଡ଼ା ବ୍ଲକର ଏକ ଚତୁର୍ଥାଂଶ ଲୋକ କୁଜଙ୍ଗ (ଅନନ୍ତପୁର) ଉପରେ ନିର୍ଭର କରି ଏହି ଚଉମୁହାଣ ନଦୀ ପଥ ଦେଇ ଯାତାୟାତ କରୁଥିଲେ। ସମୟ ଥିଲା ନଅଙ୍କ ଦୁର୍ଭିକ୍ଷ (୧୮୬୬) ପରେ ଚାଷୀମାନେ ମହଣ ମହଣ ଲୁଣ ଭାର କାନ୍ଧେଇ ଏହି ନଦୀ ଘାଟରେ ଦୈନଦିନ ମହାକାଳପଡ଼ାର ଲୁଣ ନେଇ ବେପାର ବଣିଜ ପାଇଁ କୁଜଙ୍ଗ ଯାଉଥିଲେ। ହେଲେ ଏବେ ମହାନଦୀ ଗତିପଥ ଦିଗ ବଦଳାଇବା ଦ୍ୱାରା ଦଶରାଜପୁର ଗାଁର ଅନେକ ଚାଷୀଙ୍କର ଏକର ଏକର ଚାଷ ଜମି ଏବେ କରାଳ ଗର୍ଭରେ ଲୀନ ହୋଇ ଗଲାଣି। ମହାନଦୀର ସ୍ରୋତ ପ୍ରଖର ଥିବାରୁ ଅତଡ଼ା ପରେ ଅତଡ଼ା ଖସି ଚାଲିଛି। କିଛିବର୍ଷ ପରେ ଆଖଡ଼ାସାହି-ଦଶରାଜପୁର ମୁଖ୍ୟ ରାସ୍ତା ଖାଇ ନଦୀ ଗର୍ଭକୁ ଚାଲିଯିବାକୁ ଏଡ଼ାଇ ଦିଆ ଯାଇ ନ ପାରେ ବୋଲି ବୁଦ୍ଧିଜୀବୀ ମହଲ ଚିନ୍ତା ପ୍ରକଟ କଲେଣି। ମହାନଦୀର ୮୦ ଭାଗ ଜଳପଥ ମହାକାଳପଡ଼ା ରାଜସ୍ବ ତହସିଲ ଅଧୀନରେ ରହିଥିବାରୁ ଉକ୍ତ ଫେରି ଘାଟକୁ ନେଇ ଏବେ ବିବାଦର ବାଟ ଫିଟୁନି। ଅପରପକ୍ଷେ ମହାନଦୀର ଚଉମୁହାଣ ଫେରି ଘାଟକୁ ନେଇ ଜଗତ୍‌ସିଂହପୁର ଜିଲା ସହ ବିବାଦ ସମସ୍ୟାର ସମାଧାନ ହୋଇପାରୁନାହିଁ। ଫଳରେ ପାରାଦୀପ ଶିଳ୍ପାଞ୍ଚଳ ଉପରେ ନିର୍ଭର କରୁଥିବା କେନ୍ଦ୍ରାପଡ଼ା ଜିଲାର ରାଜନଗର, ମହାକାଳପଡ଼ା ବ୍ଲକର ବହୁ କୁଶଳୀ, ଅଣକୁଶଳୀ ଓ ଶ୍ରମିକମାନେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ମହାନଦୀ କୂଳ ଲଂଘିବା ଯୋଗୁ ଚାଷୀମାନଙ୍କ ଚାଷବାସ ପ୍ରଭାବିତ ହେଉଛି। ନଦୀ ତଟବନ୍ଧ ବିଭାଗ ପକ୍ଷରୁ ମହାନଦୀ ପ୍ରବାହିତ କୂଳ ଖାଉଥିବା ସ୍ଥାନରେ ପଥର ପ୍ୟାକିଂ ପାଇଁ ବରକନ୍ଧା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ନାଥ କୁମାର ଭୋଳ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

ଆଶାଠାରୁ ଅଧିକ ଗରମ ହେଲାଣି ପ୍ରଶାନ୍ତ ମହାସାଗର; ଭାରତକୁ ମାଡି ଆସୁଛି ପ୍ରଚଣ୍ଡ ଗରମ ସହ ମରୁଡ଼ିର ବିପଦ…

ନୂଆଦିଲ୍ଲୀ,୧୭।୫: ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏକ ନୂତନ ଚେତାବନୀ ବର୍ତ୍ତମାନ ବିଶ୍ୱବ୍ୟାପୀ ପାଣିପାଗ ବିଭାଗ ମଧ୍ୟରେ ନିରନ୍ତର ଆଲୋଚନାର ବିଷୟ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ ଆଗାମୀ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ସୁନା କ୍ରୟକୁ ନେଇ ଆସିଲା ବଡ଼ ଖବର, ମୋଦିଙ୍କ ଅପିଲ ପରେ ୧୦ରୁ ୬ ଜଣ ବଦଳାଇଲେ ନିଷ୍ପତ୍ତି: ସର୍ଭେ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ, ଦେଶରେ ସୁନା କ୍ରୟ ସମ୍ପର୍କରେ ସାଧାରଣ ଲୋକଙ୍କ ଭାବନା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। LocalCircles ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri