ଠିକ୍‌ରେ ପିପିଇ ନ ପିନ୍ଧିଲେ ସଂକ୍ରମଣ ଆଶଙ୍କା ଅଧିକ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ହସ୍ପିଟାଲ କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟୁଛି। ଦିନକୁ ଦିନ ଡାକ୍ତର ଓ ହସ୍ପିଟାଲ କର୍ମଚାରୀ ସଂକ୍ରମଣର ଶିକାର ହେଉଥିବାରୁ ଆଗାମୀ ଦିନରେ ଜଟିଳ ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ତେବେ ପିପିଇ ଓ ଅନ୍ୟାନ୍ୟ ସୁରକ୍ଷା କିଟ୍‌ ଠିକ୍‌ ଭାବେ ବ୍ୟବହାର ହେଉ ନ ଥିବାରୁ ଏହି କୋଭିଡ୍‌ ଯୋଦ୍ଧାଙ୍କୁ ସଂକ୍ରମଣ ଡେଉଁଥିବା କୁହାଯାଉଛି। ଏଭଳିସ୍ଥଳେ ହସ୍ପିଟାଲଗୁଡ଼ିକ ସେମାନଙ୍କ କର୍ମଚାରୀ ଏବଂ ଡାକ୍ତରଙ୍କୁ ପିପିଇ କିଟ୍‌ ପରିଧାନ ପ୍ରଶିକ୍ଷଣ ଦେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ବର୍ତ୍ତମାନ ଏରୋଜଲ୍‌ ବା ବାୟୁ ଦ୍ୱାରା କୋଭିଡ୍‌ ସଂକ୍ରମଣ ସର୍ବାଧିକ ହେଉଛି। ଯେକୌଣସି ସର୍ଜରି କିମ୍ବା ଚିକିତ୍ସା ସମୟରେ କର୍ମଚାରୀମାନେ ରୋଗୀଙ୍କ ସଂସ୍ପର୍ଶରେ ସିଧାସଳଖ ଆସୁଛନ୍ତି। ପୋଷ୍ଟ ସର୍ଜିକାଲ ମ୍ୟାନେଜମେଣ୍ଟରେ ବହୁତ ଏରୋଜଲ ଜେନେରେଟିଂ ପ୍ରୋସିଜିଓର ରହିଛି। ଇଣ୍ଟ୍ୟୁବେଶନ ଓ ଏକ୍ସଟୁବେଶନ ସମୟରେ ମଧ୍ୟ ସଂକ୍ରମଣର ଅଧିକ ସମ୍ଭାବନା ରହୁଛି। ତେଣୁ ଠିକ୍‌ଭାବେ ପିପିଇ କିଟ୍‌ ପିନ୍ଧା ନ ଯାଏ କିମ୍ବା କାଢିବାବେଳେ ସତର୍କତା ଅବଲମ୍ବନ କରା ନ ଯାଏ ତା’ହେଲେ ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ। ଓଡ଼ିଶାରେ ଏହି କାରଣ ପାଇଁ ହସ୍ପିଟାଲ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ସଂକ୍ରମଣ ବଢୁଥିବା ଅନୁମାନ କରାଯାଉଛି ବୋଲି ହାଇଟେକ୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲର ଆସିଷ୍ଟାଣ୍ଟ୍‌ ପ୍ରଫେସର ଡ. ଶ୍ୱେତାଙ୍କ ଦାସ କହିଛନ୍ତି। ସେହିଭଳି କରୋନା ଭୂତାଣୁ ସମ୍ପର୍କରେ ବର୍ତ୍ତମାନସୁଦ୍ଧା ଯାହା ତଥ୍ୟ ମିଳିଛି ଅଧିକାଂଶ ପରବର୍ତ୍ତୀ ସମୟରେ ଭୁଲ୍‌ ପ୍ରମାଣିତ ହେଉଛି। ତେଣୁ ଏନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଓଡ଼ିଶାରେ ଏବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଛି। ହେଲେ ଅଧିକ ଟେଷ୍ଟ ହେଉ ନ ଥିବାରୁ ସରକାରଙ୍କ ନିକଟରେ ଏନେଇ ତଥ୍ୟ ନାହିଁ। ଯଦି ଦିଲ୍ଲୀ ଭଳି ମାସ୍‌ ସ୍କ୍ରିନିଂ ପ୍ରୋଗ୍ରାମ କରାଯାଅନ୍ତା ତା’ହେଲେ ଗୋଷ୍ଠୀ ସଂକ୍ରମଣ ସମ୍ପର୍କରେ ଜଣାପଡ଼ନ୍ତା। ଯେତେବେଳେ ଜଣେ କୋଭିଡ୍‌-୧୯ ସଂକ୍ରମିତଙ୍କ କଣ୍ଟାକ୍ଟ ହିଷ୍ଟ୍ରି ମିଳୁନି, ସେତେବେଳେ ଆମେ ଜାଣିବା ଯେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଛି ବୋଲି ଡା. ଦାସ କହିଛନ୍ତି।

ସର୍ଜରି ହୋଇଥିବା ରୋଗୀଙ୍କ ମୃତ୍ୟୁ ହାର ଅଧିକ

କାର୍ଡିଓଥୋରାସିସ୍‌ ବା ଯେକୌଣସି ସର୍ଜରି ହୋଇଥିବା ରୋଗୀଙ୍କ କ୍ଷେତ୍ରରେ କୋଭିଡ୍‌-୧୯ ସଂକ୍ରମଣ ଓ ମୃତ୍ୟୁ ହାର ବହୁତ ଅଧିକ ଥିବା ଦେଖାଯାଇଛି। ଭାରତରେ ଏଭଳି କେସ୍‌ ବହୁମାତ୍ରାରେ ଦେଖିବାକୁ ମିଳୁଛି। ଯେଉଁମାନଙ୍କର ଏଭଳି କୌଣସି ସର୍ଜରି ବା ଅସ୍ତ୍ରୋପଚାର ହୋଇନି ସେମାନଙ୍କ କ୍ଷେତ୍ରରେ ମୃତ୍ୟୁ ସମ୍ଭାବନା ଅପେକ୍ଷାକୃତ କମ୍‌ ରହୁଛି। ଭାରତରେ କୋଭିଡ୍‌ ମୃତ୍ୟୁରେ ସର୍ଜରି ଏକ ଗୁରୁତ୍ୱପୂର୍ଣ୍ଣ ଫ୍ୟାକ୍ଟର ବୋଲି ବିଶେଷଜ୍ଞ ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ, କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର,୨୯।୧୧: ଓଡିଶାରେ ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ। ରାଜ୍ୟରେ ଏବେ ବାଘ ଜନଗଣନା ଚାଲିଥିବା ବେଳେ କଲରା ପତରିଆ ବାଘର ରୋମାଞ୍ଚକର ଦୃଶ୍ୟ...

ସରକାରଙ୍କ ସହ ଆଲୋଚନା ସଫଳ, ବସ୍ ଧର୍ମଘଟ ପ୍ରତ୍ୟାହାର

ଭୁବନେଶ୍ୱର,୨୯।୧୧: ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ବସ୍ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ଅଲ ଓଡିଶା ଘରୋଇ ବସ ସଂଘ। ବୁଧବାର ସନ୍ଧ୍ୟାରେ...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ରସୁଲଗଡ଼ରେ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ବର,୨୯।୧୧: ଭୁବନେଶ୍ୱରର ରସୁଲଗଡ଼ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଟ୍ରକ୍‌ ଚଢ଼ିଯିବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।...

ସମ୍ଭାବ୍ୟ ବାତ୍ୟା ନେଇ ୭ ଜିଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି 

ଭୁବନେଶ୍ବର,୨୯।୧୧: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ମଙ୍ଗଳବାର...

ସୁଦୃଶ୍ୟ ହେଲା ଲଘୁଚାପ : ୧ରୁ ସମୁଦ୍ର ଅଶାନ୍ତ

ଭୁବନେଶ୍ୱର,୨୯।୯: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ତେବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ...

ଡିଲେଶ୍ୱର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’

ଭୁବନେଶ୍ୱର,୨୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ) : ଯୁବ ଗାଳ୍ପିକ ଡିଲେଶ୍ବର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’। କଳାହାଣ୍ଡି ମାଟିର ପୁଅ ଡିଲେଶ୍ବର ତାଙ୍କ ଲିଖିତ...

ସଡ଼କ ଦୁର୍ଘଟଣାରେ ଲାଗୁନି ବ୍ରେକ୍‌

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ସଡ଼କ ଦୁର୍ଘଟଣାରେ ଚାଲିଯାଉଛି ବହୁମୂଲ୍ୟ ଜୀବନ। ଉଜୁଡ଼ିଯାଉଛି ଘରସଂସାର। ଅନାଥ ହୋଇଯାଉଛନ୍ତି ପରିବାର। ରାଜ୍ୟରେ ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri