ଠିକ୍‌ରେ ପିପିଇ ନ ପିନ୍ଧିଲେ ସଂକ୍ରମଣ ଆଶଙ୍କା ଅଧିକ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ହସ୍ପିଟାଲ କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟୁଛି। ଦିନକୁ ଦିନ ଡାକ୍ତର ଓ ହସ୍ପିଟାଲ କର୍ମଚାରୀ ସଂକ୍ରମଣର ଶିକାର ହେଉଥିବାରୁ ଆଗାମୀ ଦିନରେ ଜଟିଳ ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ତେବେ ପିପିଇ ଓ ଅନ୍ୟାନ୍ୟ ସୁରକ୍ଷା କିଟ୍‌ ଠିକ୍‌ ଭାବେ ବ୍ୟବହାର ହେଉ ନ ଥିବାରୁ ଏହି କୋଭିଡ୍‌ ଯୋଦ୍ଧାଙ୍କୁ ସଂକ୍ରମଣ ଡେଉଁଥିବା କୁହାଯାଉଛି। ଏଭଳିସ୍ଥଳେ ହସ୍ପିଟାଲଗୁଡ଼ିକ ସେମାନଙ୍କ କର୍ମଚାରୀ ଏବଂ ଡାକ୍ତରଙ୍କୁ ପିପିଇ କିଟ୍‌ ପରିଧାନ ପ୍ରଶିକ୍ଷଣ ଦେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ବର୍ତ୍ତମାନ ଏରୋଜଲ୍‌ ବା ବାୟୁ ଦ୍ୱାରା କୋଭିଡ୍‌ ସଂକ୍ରମଣ ସର୍ବାଧିକ ହେଉଛି। ଯେକୌଣସି ସର୍ଜରି କିମ୍ବା ଚିକିତ୍ସା ସମୟରେ କର୍ମଚାରୀମାନେ ରୋଗୀଙ୍କ ସଂସ୍ପର୍ଶରେ ସିଧାସଳଖ ଆସୁଛନ୍ତି। ପୋଷ୍ଟ ସର୍ଜିକାଲ ମ୍ୟାନେଜମେଣ୍ଟରେ ବହୁତ ଏରୋଜଲ ଜେନେରେଟିଂ ପ୍ରୋସିଜିଓର ରହିଛି। ଇଣ୍ଟ୍ୟୁବେଶନ ଓ ଏକ୍ସଟୁବେଶନ ସମୟରେ ମଧ୍ୟ ସଂକ୍ରମଣର ଅଧିକ ସମ୍ଭାବନା ରହୁଛି। ତେଣୁ ଠିକ୍‌ଭାବେ ପିପିଇ କିଟ୍‌ ପିନ୍ଧା ନ ଯାଏ କିମ୍ବା କାଢିବାବେଳେ ସତର୍କତା ଅବଲମ୍ବନ କରା ନ ଯାଏ ତା’ହେଲେ ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ। ଓଡ଼ିଶାରେ ଏହି କାରଣ ପାଇଁ ହସ୍ପିଟାଲ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ସଂକ୍ରମଣ ବଢୁଥିବା ଅନୁମାନ କରାଯାଉଛି ବୋଲି ହାଇଟେକ୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲର ଆସିଷ୍ଟାଣ୍ଟ୍‌ ପ୍ରଫେସର ଡ. ଶ୍ୱେତାଙ୍କ ଦାସ କହିଛନ୍ତି। ସେହିଭଳି କରୋନା ଭୂତାଣୁ ସମ୍ପର୍କରେ ବର୍ତ୍ତମାନସୁଦ୍ଧା ଯାହା ତଥ୍ୟ ମିଳିଛି ଅଧିକାଂଶ ପରବର୍ତ୍ତୀ ସମୟରେ ଭୁଲ୍‌ ପ୍ରମାଣିତ ହେଉଛି। ତେଣୁ ଏନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଓଡ଼ିଶାରେ ଏବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଛି। ହେଲେ ଅଧିକ ଟେଷ୍ଟ ହେଉ ନ ଥିବାରୁ ସରକାରଙ୍କ ନିକଟରେ ଏନେଇ ତଥ୍ୟ ନାହିଁ। ଯଦି ଦିଲ୍ଲୀ ଭଳି ମାସ୍‌ ସ୍କ୍ରିନିଂ ପ୍ରୋଗ୍ରାମ କରାଯାଅନ୍ତା ତା’ହେଲେ ଗୋଷ୍ଠୀ ସଂକ୍ରମଣ ସମ୍ପର୍କରେ ଜଣାପଡ଼ନ୍ତା। ଯେତେବେଳେ ଜଣେ କୋଭିଡ୍‌-୧୯ ସଂକ୍ରମିତଙ୍କ କଣ୍ଟାକ୍ଟ ହିଷ୍ଟ୍ରି ମିଳୁନି, ସେତେବେଳେ ଆମେ ଜାଣିବା ଯେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଛି ବୋଲି ଡା. ଦାସ କହିଛନ୍ତି।

ସର୍ଜରି ହୋଇଥିବା ରୋଗୀଙ୍କ ମୃତ୍ୟୁ ହାର ଅଧିକ

କାର୍ଡିଓଥୋରାସିସ୍‌ ବା ଯେକୌଣସି ସର୍ଜରି ହୋଇଥିବା ରୋଗୀଙ୍କ କ୍ଷେତ୍ରରେ କୋଭିଡ୍‌-୧୯ ସଂକ୍ରମଣ ଓ ମୃତ୍ୟୁ ହାର ବହୁତ ଅଧିକ ଥିବା ଦେଖାଯାଇଛି। ଭାରତରେ ଏଭଳି କେସ୍‌ ବହୁମାତ୍ରାରେ ଦେଖିବାକୁ ମିଳୁଛି। ଯେଉଁମାନଙ୍କର ଏଭଳି କୌଣସି ସର୍ଜରି ବା ଅସ୍ତ୍ରୋପଚାର ହୋଇନି ସେମାନଙ୍କ କ୍ଷେତ୍ରରେ ମୃତ୍ୟୁ ସମ୍ଭାବନା ଅପେକ୍ଷାକୃତ କମ୍‌ ରହୁଛି। ଭାରତରେ କୋଭିଡ୍‌ ମୃତ୍ୟୁରେ ସର୍ଜରି ଏକ ଗୁରୁତ୍ୱପୂର୍ଣ୍ଣ ଫ୍ୟାକ୍ଟର ବୋଲି ବିଶେଷଜ୍ଞ ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ଘରେ ପଶିଲା ବନ୍ୟାଜଳ, ଗାଁରେ ଉତ୍ତେଜନା

ବଲାଙ୍ଗୀର, ୨୭ା୭(ବୀରେନ୍ଦ୍ର କୁମାର ଝାଙ୍କର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି।…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ୩ ରାଜ୍ୟରେ ବଢିଲା ରାଜନୈତିକ ଆଲୋଚନା; ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୭: NEET ପେପର ଲିକ ନେଇ ବିରୋଧୀଙ୍କ ବିରୋଧ ପରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ପ୍ରହ୍ଲାଦ ଜୋଷୀଙ୍କୁ ଶିକ୍ଷା…

ସୁଶାନ୍ତଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ)- ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ…

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ ଗୁରୁତର

ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ…

ସୁଶାନ୍ତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର/ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…

ଆଜି ଦାରୁବିଗ୍ରହଙ୍କ ନୀଳାଦ୍ରିବିଜେ: ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ ମହାପ୍ରଭୁ

ପୁରୀ,୨୭ା୭ (ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ…

ସମୁଦ୍ର ପଥ ପୁଣି ଅଶାନ୍ତ! ଜାହାଜ ଉପରେ ଆକ୍ରମଣ ପରେ, ଇରାନର ବଡ଼ ଚେତାବନୀ

ତେହରାନ,୨୭।୭: କାସ୍ପିଆନ ସାଗରରେ ଏକ ଇରାନୀ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ୟୁକ୍ରେନକୁ କଡ଼ା…

ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…

କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri