‘ପଛୁଆବର୍ଗଙ୍କ ଅଧିକାର ଛଡ଼ାଇ ଦିଆ ନ ଯାଉ’

ଜଗତ୍‌ସିଂହପୁର ଅଫିସ, ୭ା୬:ପଛୁଆବର୍ଗଙ୍କ ଅଧିକାର ଛଡ଼ାଇ ନିଆ ନ ଯାଉ। ଜାତିଭିତ୍ତିକ ଜନଗଣନା କରାଯାଉ। ଯଦ୍ଦାରା ପ୍ରତ୍ୟେକ ଜାତିର ଅର୍ଥନୈତିକ, ସାମାଜିକ ଓ ଶିକ୍ଷାଗତ ଯୋଗ୍ୟତା ଠିକ ଭାବରେ ଚିହ୍ନଟ ହୋଇପାରିବ। ମହାରାଷ୍ଟ୍ର, ହରୟଆଣା ଏବଂ ଓଡ଼ିଶା ଭଳି ରାଜ୍ୟରେ ଏହି ଜନଗଣନା କରାଯାଇ ନ ଥିବାରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସି ବର୍ଗଙ୍କୁ ସଂରକ୍ଷଣ ସୁବିଧା ମିଳିପାରିନାହିଁ। ଅନ୍ୟପଟେ ଓବିସି ବର୍ଗର ଲୋକ ଦେଶର ମୋଟ ଜନସଂଖ୍ୟାର ଅଧା ହୋଇଥିଲେ ସୁଦ୍ଧା ମାତ୍ର ୨୭% ସଂରକ୍ଷଣ ସୁବିଧା ରହିଛି। କେତେକ ରାଜ୍ୟରେ ମଧ୍ୟ ଏହାଠାରୁ କମ୍‌ ସଂରକ୍ଷଣ ଦିଆଯାଉଛି। ଆମ ରାଜ୍ୟରେ ପଞ୍ଚାୟତ ଓ ନଗରପାଳିକା ନିର୍ବାଚନରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇନାହିଁ । ଅନ୍ୟ ରାଜ୍ୟଗୁଡିକ ପରି ଓଡ଼ିଶା ନାମରେ ସୈନ୍ୟ ବାହିନୀରେ ରେଜିମେଣ୍ଟ ଗଠନ ହେଉ। ଓବିସିଙ୍କ ପାଇଁ ମନ୍ତ୍ରଣାଳୟ, ନ୍ୟାୟପାଳିକାରେ ନିଯୁକ୍ତି ନେଇ କଲେଜିୟମ ବ୍ୟବସ୍ଥା ହେବା ଜରୁରୀ। ଏଥିସହ ଓବିସି ମହିଳାମାନେ ପୃଥକ ସଂରକ୍ଷଣ ପାଇବା, ଚାକିରି କ୍ଷେତ୍ରରେ ସଂରକ୍ଷଣ ଓ ଛାତ୍ର ବୃତ୍ତି ଦିଆଯିବା ବ୍ୟବସ୍ଥା ହେଉ। ସରକାରୀ ଘରୋଇକରଣକୁ ବନ୍ଦ କରାଯାଉ । ସୋମବାର ଜିଲା କଂଗ୍ରେସ ପଛୁଆ ବର୍ଗ ବିଭାଗ ପକ୍ଷରୁ ଏହି ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବିଭାଗ ସଭାପତି ବେଣୁଧର ସ୍ବାଇଁଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଜଗତ୍‌ସିଂହପୁର ସହରରେ ଶୋଭାଯାତ୍ରାରେ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଜିଲା କଂଗ୍ରେସ କମିଟି ସଭାପତି ନଟବର ବାରିକ, ପୂର୍ବତନ ପୌରାଧ୍ୟକ୍ଷ ତଥା ପ୍ରଦେଶ କଂଗ୍ରେସ ସମ୍ପାଦକ ବିପ୍ଳବ ଚୌଧୁରୀ, ଜିଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ନାଉଗାଁ ବ୍ଲକ କଂଗ୍ରେସ ସଭାପତି ନିରଞ୍ଜନ ବେହୁରା, ଜଗତ୍‌ସିଂହପୁର ବ୍ଲକ କଂଗ୍ରେସ ସଭାପତି ଅଦ୍ୱୈତ ଜେନା, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଲିପକ ସାହୁ, ପାରିଷଦ ଓମଶ୍ରୀ ସତ୍ୟ ପ୍ରକାଶ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ସେବାଦଳ ଅଧ୍ୟକ୍ଷ ଡା. ଜଗଦାନନ୍ଦ ବେହେରା, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri