ରିକ୍ସା ଚାଳକଙ୍କୁ ଗଳାକାଟି ହତ୍ୟା: କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

ଭବାନୀପାଟଣା,୧୩ା୭(ଡି.ଏନ୍‌.ଏ.)-ଭବାନୀପାଟଣା ପୌରାଞ୍ଚଳର ୧୦ ନମ୍ବର ୱାର୍ଡ ଅଧୀନ ଅର୍କାବାହାଲିପଡ଼ା ଛକରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି ା ସାମାନ୍ୟ ବଚସାକୁ କେନ୍ଦ୍ରକରି ଜଣେ ବ୍ୟକ୍ତି ରିକ୍ସା ଚାଳକଙ୍କ ଗଳାକାଟି ହତ୍ୟା କରିଛନ୍ତି ା ମୃତକ ହେଲେ ବଡ଼ପଡ଼ାର ତିଲ ବାଗ୍‌(୫୬) ା ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ା ସ୍ପଷ୍ଟ ଦିବାଲୋକରେ ଜଣେ ରିକ୍ସା ଚାଳକଙ୍କୁ ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ହତ୍ୟା କରାଯିବା ଘଟଣା ସହରରେ ଆତଙ୍କ ସୃଷ୍ଟି କରିଛି। ପୋଲିସ ଏହି ଘଟଣାରେ ଅର୍କାବାହାଲିପଡ଼ାର ପୂର୍ଣ୍ଣ ମେହେରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ା ତେବେ କେଉଁ କାରଣକୁ କେନ୍ଦ୍ରକରି ଏପରି ଦୁଃଖଦ ଘଟଣା ଘଟିଥିଲା ତାହା ସ୍ପଷ୍ଟ ହୋଇନାହିଁ ା
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୧୦ଟାରେ ତିଲ ନିଜ ରିକ୍ସା ନେଇ ଅର୍କାବାହାଲିପଡ଼ା ଛକରେ ଭଡ଼ା ଅପେକ୍ଷାରେ ଥିଲେ ା ଏହି ସମୟରେ ପୂର୍ଣ୍ଣ ସେଠାରେ ପହଞ୍ଚତ୍ଥିଲେ ା କୌଣସି କଥାକୁ କେନ୍ଦ୍ରକରି ତିଲ ଓ ପୂର୍ଣ୍ଣଙ୍କ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା ା ଏହାପରେ ପୂର୍ଣ୍ଣ ହଠାତ୍‌ ଏକ ଖୁର ବାହାରକରି ତିଲଙ୍କ ଗଳାକୁ କାଟିଦେଇ ସେଠାରୁ ଫେରାର ହୋଇଯାଇଥିଲେ ା ଘଟଣାସ୍ଥଳରେ ହିଁ ତିଲଙ୍କର ମୃତ୍ୟୁ ଘଟିଥିଲା ା ଖବରପାଇ ଭବାନୀପାଟଣା ଟାଉନ ଥାନା ଆଇଆଇସି ସତ୍ୟ ନନ୍ଦ ଓ ଅନ୍ୟ ପୋଲିସ ଅଧିକାରୀମାନେ ସେଠାରେ ପହଞ୍ଚତ୍ ତିଲଙ୍କ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ା ଏହାପରେ ପୂର୍ଣ୍ଣଙ୍କୁ କାବୁକରି ଥାନାକୁ ନେଇଥିଲେ ା ଥାନାରେ ପୋଲିସ ପୂର୍ଣ୍ଣଙ୍କୁ ପଚରାଉଚୁରା କରୁଛି ା ଖୁବ୍‌ ଶୀଘ୍ର ଏହି ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଆଇଆଇସି ନନ୍ଦ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୭୧ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ବରିଷ୍ଠ ପଦକୁ ପଦୋନ୍ନତି: ଛୁଟୁଛି ଅଭିନନ୍ଦନର ସୁଅ

କେସିଙ୍ଗା, ୨୩।୯(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକରେ ୭୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବରିଷ୍ଠ ଶିକ୍ଷକ ପଦକୁ ପଦୋନ୍ନତି ମିଳିଛି। ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ବିଭାଗର…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨ ସୁଯୋଗ୍ୟ ସନ୍ତାନ ସରସ୍ବତୀ-ଜିତେନ୍ଦ୍ର ସମ୍ବର୍ଦ୍ଧିତ: ଅଞ୍ଚଳ ପାଇଁ ଆଣିଲେ ଗୌରବ

କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୌରକେଲା ଗ୍ରାମର ଶ୍ରୀରାମ ମଣ୍ଡପ ପରିସରରେ ମା’ ସୁନାମୁଖୀ ଯୁବ ସଂଗଠନ, ପୌରକେଲା ପକ୍ଷରୁ ମଙ୍ଗଳବାର…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?