ମଣ୍ଡିକୁ ଧାନ ଆସି ଫେରିଲା

ଯାଜପୁର ଅଫିସ,୯ା୬:ଯାଜପୁର ଜିଲାରେ ଗତ ୨୧ ତାରିଖରୁ ରବି ଧାନ କିଣା ଆରମ୍ଭ ହୋଇଛି। ହେଲେ ଏହି କାରବାରରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ଟୋକନ ମିଳିଛି, ମୋବାଇଲକୁ ଏସ୍‌ଏମ୍‌ଏସ୍‌ ଆସିଛି। ହେଲେ ଧାନ ବିକ୍ରି କରିବାକୁ ଆସିଥିବା ଚାଷୀଙ୍କୁ ଫେରାଇ ଦିଆଯାଇଛି। କୋରେଇ ବ୍ଲକ ଧନେଶ୍ୱର ଓ କୋରେଇ ପ୍ୟାକ୍ସରେ ଏଭଳି ଅବ୍ୟବସ୍ଥା ଲାଗି ରହିଛି। ଏ ସଂକ୍ରାନ୍ତରେ ଚାଷୀମାନେ କୃଷି ମନ୍ତ୍ରୀ, କୃଷି ସଚିବ, ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ଡାକ ଓ ମେଲ୍‌ ଯୋଗେ ଅଭିଯୋଗପତ୍ର ପ୍ରେରଣ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ୫୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ମୋବାଇଲକୁ ତା୩୧ା୫ା୨୦୨୧ରିଖରେ ଧାନ ବିକ୍ରି କରିବାକୁ ମେସେଜ ଆସିଥିଲା। ହେଲେ ଆବଶ୍ୟକ ମଣ୍ଡି ବ୍ୟବସ୍ଥା ନ ଥିବାରୁ ସେମାନେ ଧାନ ବିକ୍ରି କରିପାରି ନ ଥିଲେ। ପୁଣି ୭ା୬ା୨୦୨୧ରେ ନିର୍ଦ୍ଧାରିତ କ୍ରୟ ଦିନଠାରୁ ୭ ଦିନ ବିତି ଯାଇଥିଲେ ହେଁ ଧାନ ବିକ୍ରି କରିବାକୁ ଆସୁ ନାହାନ୍ତି, ୫ ଦିନ ମଧ୍ୟରେ ମଣ୍ଡିକୁ ଆସି ଧାନ ବିକ୍ରି କରନ୍ତୁ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ପଞ୍ଜୀକୃତ ଚାଷୀଙ୍କ ମୋବାଇଲକୁ ମେସେଜ ଆସିଛି। କିନ୍ତୁ ପ୍ରଥମ ମେସେଜ ଆସିବା ଦିନଠାରୁ ଚାଷୀମାନେ ମଣ୍ଡିକୁ ଧାନ ବିକ୍ରି କରିବାକୁ ଯାଉଥିଲେ ହେଁ ସୋସାଇଟି ସମ୍ପାଦକ ଟାର୍ଗେଟ ନ ଥିବା କହି ଫେରାଇ ଦେଉଛନ୍ତି। ଜଣେ ଚାଷୀଙ୍କ ଟୋକନରେ ଥିବା ପରିମାଣଠାରୁ କମ୍‌ ଧାନ କିଣି ଅବଶିଷ୍ଟ ଧାନକୁ ହେର୍‌ଫେର୍‌ କରୁଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ଚାଷୀମାନେ ଅଭିଯୋଗ ଆଣିଛନ୍ତି। ତେଣୁ ଧାର୍ଯ୍ୟ ପରିମାଣ ଅନୁସାରେ ଧାନ କ୍ରୟ କରିବାକୁ ବିଜୟ କୁମାର ବୋଇତେଇ, ଚୈତନ୍ୟ ବେହେରା, ମାମିନା ସାହୁ, ରାଜେନ୍ଦ୍ର କୁମାର ବେହେରା, ମାଳତି ବେହେରା, ମିୟ ସାହୁ, କବିତା ସାହୁ, ସୌମ୍ୟରଞ୍ଜନ ସାହୁ, ଆନନ୍ଦଚନ୍ଦ୍ର ସାହୁ ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି। ନଚେତ୍‌ ଚାଷୀମାନେ ବାଧ୍ୟ ହୋଇ ଧନେଶ୍ୱର-କୋରେଇ ମୁଖ୍ୟ ରାସ୍ତାରେ ଧାନବସ୍ତା ରଖି ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଚଳିତ ବର୍ଷ ପ୍ରାରମ୍ଭରୁ ରବି ଧାନ ସଂଗ୍ରହରେ ବିଭ୍ରାଟ ଦେଖାଦେଇଛି। ଏଥର ୧୦,୨୦୦ କୁଇଣ୍ଟାଲ ରବି ଧାନ ସଂଗ୍ରହ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେଥିପାଇଁ ୭ ବ୍ଲକର ୨୩ ପ୍ୟାକ୍ସ(ପ୍ରାଥମିକ ସେବା ସମବାୟ ସମିତି) ଓ ୭ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଭାଗ ନେଉଛନ୍ତି। ହେଲେ ଅଧିକାଂଶ ଚାଷୀ ଧାନ ଅମଳ କରି ଖଳାରେ ରଖି ଟୋକନ ଅପେକ୍ଷାରେ ରହିଛନ୍ତି। ଲଗାଣ ବର୍ଷା ସେମାନଙ୍କୁ କ୍ଷତିଗ୍ରସ୍ତ କରିଛି। ବିଭିନ୍ନ ସ୍ଥାନରୁ ଋଣ କରି ଚାଷ କରିଥିବା ଚାଷୀ ବିପୁଳ ପରିମାଣରେ କ୍ଷତି ସହିଛି। ଏପରିକି କରୋନା ମହାମାରୀ ରବି ଧାନ ଚାଷକୁ ପ୍ରଭାବିତ କରିଛି। ଏଭଳିସ୍ଥଳେ ଚାଷୀଙ୍କ କଷ୍ଟୋପାର୍ଜିତ ଧାନକୁ ସରକାର ଯଦି ନ କିଣନ୍ତି ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯିବ ବୋଲି ଚାଷୀମାନେ କୋହଭରା କଣ୍ଠରେ କହିଛନ୍ତି।
ଏ ସଂକ୍ରାନ୍ତରେ ଏଆରସିସି ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ରବି ଧାନ ସଂଗ୍ରହରେ ହେଉଥିବା ସମସ୍ୟାର ସମାଧାନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଏଥିପାଇଁ ଜିଲାପାଳଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ। ତେବେ ଧାନ କିଣାରେ ଟାର୍ଗେଟ ଆସିବା ପରେ ଏହି ସମସ୍ୟାର ନିଶ୍ଚିତ ଭାବେ ସମାଧାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri