ମଣ୍ଡିକୁ ଧାନ ଆସି ଫେରିଲା

ଯାଜପୁର ଅଫିସ,୯ା୬:ଯାଜପୁର ଜିଲାରେ ଗତ ୨୧ ତାରିଖରୁ ରବି ଧାନ କିଣା ଆରମ୍ଭ ହୋଇଛି। ହେଲେ ଏହି କାରବାରରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ଟୋକନ ମିଳିଛି, ମୋବାଇଲକୁ ଏସ୍‌ଏମ୍‌ଏସ୍‌ ଆସିଛି। ହେଲେ ଧାନ ବିକ୍ରି କରିବାକୁ ଆସିଥିବା ଚାଷୀଙ୍କୁ ଫେରାଇ ଦିଆଯାଇଛି। କୋରେଇ ବ୍ଲକ ଧନେଶ୍ୱର ଓ କୋରେଇ ପ୍ୟାକ୍ସରେ ଏଭଳି ଅବ୍ୟବସ୍ଥା ଲାଗି ରହିଛି। ଏ ସଂକ୍ରାନ୍ତରେ ଚାଷୀମାନେ କୃଷି ମନ୍ତ୍ରୀ, କୃଷି ସଚିବ, ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ଡାକ ଓ ମେଲ୍‌ ଯୋଗେ ଅଭିଯୋଗପତ୍ର ପ୍ରେରଣ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ୫୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ମୋବାଇଲକୁ ତା୩୧ା୫ା୨୦୨୧ରିଖରେ ଧାନ ବିକ୍ରି କରିବାକୁ ମେସେଜ ଆସିଥିଲା। ହେଲେ ଆବଶ୍ୟକ ମଣ୍ଡି ବ୍ୟବସ୍ଥା ନ ଥିବାରୁ ସେମାନେ ଧାନ ବିକ୍ରି କରିପାରି ନ ଥିଲେ। ପୁଣି ୭ା୬ା୨୦୨୧ରେ ନିର୍ଦ୍ଧାରିତ କ୍ରୟ ଦିନଠାରୁ ୭ ଦିନ ବିତି ଯାଇଥିଲେ ହେଁ ଧାନ ବିକ୍ରି କରିବାକୁ ଆସୁ ନାହାନ୍ତି, ୫ ଦିନ ମଧ୍ୟରେ ମଣ୍ଡିକୁ ଆସି ଧାନ ବିକ୍ରି କରନ୍ତୁ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ପଞ୍ଜୀକୃତ ଚାଷୀଙ୍କ ମୋବାଇଲକୁ ମେସେଜ ଆସିଛି। କିନ୍ତୁ ପ୍ରଥମ ମେସେଜ ଆସିବା ଦିନଠାରୁ ଚାଷୀମାନେ ମଣ୍ଡିକୁ ଧାନ ବିକ୍ରି କରିବାକୁ ଯାଉଥିଲେ ହେଁ ସୋସାଇଟି ସମ୍ପାଦକ ଟାର୍ଗେଟ ନ ଥିବା କହି ଫେରାଇ ଦେଉଛନ୍ତି। ଜଣେ ଚାଷୀଙ୍କ ଟୋକନରେ ଥିବା ପରିମାଣଠାରୁ କମ୍‌ ଧାନ କିଣି ଅବଶିଷ୍ଟ ଧାନକୁ ହେର୍‌ଫେର୍‌ କରୁଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ଚାଷୀମାନେ ଅଭିଯୋଗ ଆଣିଛନ୍ତି। ତେଣୁ ଧାର୍ଯ୍ୟ ପରିମାଣ ଅନୁସାରେ ଧାନ କ୍ରୟ କରିବାକୁ ବିଜୟ କୁମାର ବୋଇତେଇ, ଚୈତନ୍ୟ ବେହେରା, ମାମିନା ସାହୁ, ରାଜେନ୍ଦ୍ର କୁମାର ବେହେରା, ମାଳତି ବେହେରା, ମିୟ ସାହୁ, କବିତା ସାହୁ, ସୌମ୍ୟରଞ୍ଜନ ସାହୁ, ଆନନ୍ଦଚନ୍ଦ୍ର ସାହୁ ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି। ନଚେତ୍‌ ଚାଷୀମାନେ ବାଧ୍ୟ ହୋଇ ଧନେଶ୍ୱର-କୋରେଇ ମୁଖ୍ୟ ରାସ୍ତାରେ ଧାନବସ୍ତା ରଖି ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଚଳିତ ବର୍ଷ ପ୍ରାରମ୍ଭରୁ ରବି ଧାନ ସଂଗ୍ରହରେ ବିଭ୍ରାଟ ଦେଖାଦେଇଛି। ଏଥର ୧୦,୨୦୦ କୁଇଣ୍ଟାଲ ରବି ଧାନ ସଂଗ୍ରହ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେଥିପାଇଁ ୭ ବ୍ଲକର ୨୩ ପ୍ୟାକ୍ସ(ପ୍ରାଥମିକ ସେବା ସମବାୟ ସମିତି) ଓ ୭ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଭାଗ ନେଉଛନ୍ତି। ହେଲେ ଅଧିକାଂଶ ଚାଷୀ ଧାନ ଅମଳ କରି ଖଳାରେ ରଖି ଟୋକନ ଅପେକ୍ଷାରେ ରହିଛନ୍ତି। ଲଗାଣ ବର୍ଷା ସେମାନଙ୍କୁ କ୍ଷତିଗ୍ରସ୍ତ କରିଛି। ବିଭିନ୍ନ ସ୍ଥାନରୁ ଋଣ କରି ଚାଷ କରିଥିବା ଚାଷୀ ବିପୁଳ ପରିମାଣରେ କ୍ଷତି ସହିଛି। ଏପରିକି କରୋନା ମହାମାରୀ ରବି ଧାନ ଚାଷକୁ ପ୍ରଭାବିତ କରିଛି। ଏଭଳିସ୍ଥଳେ ଚାଷୀଙ୍କ କଷ୍ଟୋପାର୍ଜିତ ଧାନକୁ ସରକାର ଯଦି ନ କିଣନ୍ତି ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯିବ ବୋଲି ଚାଷୀମାନେ କୋହଭରା କଣ୍ଠରେ କହିଛନ୍ତି।
ଏ ସଂକ୍ରାନ୍ତରେ ଏଆରସିସି ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ରବି ଧାନ ସଂଗ୍ରହରେ ହେଉଥିବା ସମସ୍ୟାର ସମାଧାନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଏଥିପାଇଁ ଜିଲାପାଳଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ। ତେବେ ଧାନ କିଣାରେ ଟାର୍ଗେଟ ଆସିବା ପରେ ଏହି ସମସ୍ୟାର ନିଶ୍ଚିତ ଭାବେ ସମାଧାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri