Posted inଫୁରସତ

ପାରିଶ୍ରମିକ ଟଙ୍କା ଠାକୁରଙ୍କୁ ଅର୍ପଣ କରାଯାଇଥିଲା: ଶିକ୍ଷୟିତ୍ରୀ ମୃଣ୍ମୟୀ ପରିଡ଼ା

ଜୀବନର ଗତିପଥରେ କେତେ ଯେ ଘଟଣା ଘଟେ ତାହା ଅସୁମାରୀ, କିନ୍ତୁ କିଛି ଘଟଣା ମନ ଭିତରେ ଅପୂର୍ବ ଶିହରଣ ସୃଷ୍ଟି କରିଥାଏ। ଏଇ ଯେମିତି ପ୍ରଥମ ରୋଜଗାରର ଅନୁଭୂତି; ଯାହାକି ଏବେ ବି ଅଭୂଲା ହୋଇରହିଛି। ଘଟଣା ହେଲା ୧୯୭୨ ମସିହାର କଥା। ସେତେବେଳେ ମୁଁ ସେଣ୍ଟମେରୀ ଗାର୍ଲସ ସ୍କୁଲ, ସୁନ୍ଦରଗଡରେ ମାଟ୍ରିକ୍‌ ପଢୁଥାଏ। ମାଟ୍ରିକ୍‌ ଫାଇନାଲ୍‌ ପରୀକ୍ଷାରେ ଫାଷ୍ଟକ୍ଲାସ୍‌ ପାଇବାରୁ ସେବେ ମୋତେ ୧୦୦୦ ଟଙ୍କା ସ୍କଲାର୍‌ଶିପ୍‌ ମିଳିଥିଲା; ଯାହାକୁ ନେଇ ମୁଁ ମୋ ବାପାଙ୍କୁ ଦେଇଥିଲି। ବାପା ସେହି ଟଙ୍କାକୁ ଠାକୁରଙ୍କ ପାଖେ ରଖି ଦେଇଥିଲେ। ଠିକ୍‌ ଏହି ଘଟଣା ପୂନର୍ବାର ମୋ ସହିତ ଘଟିଲା ୧୯୮୪ ମସିହାରେ। ସେତେବେଳକୁ ମୋର ବାହାଘର ସରିଥାଏ। ୧୯୮୪ ମସିହା ମାର୍ଚ୍ଚ ୫ ତାରିଖରେ ରାଇକିଆସ୍ଥିତ ସେଣ୍ଟକାଥାରିନା ବାଳିକା ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଲି। ସେ ଅନୁଭୂତି ବି ଅବର୍ଣ୍ଣନୀୟ। ଏପ୍ରିଲ ମାସ ୨/୩ ତାରିଖ ଦିନ କ୍ଲାସରେ ପଢାଉଥିଲା ବେଳେ ପିଅନ ଆସି ଅଫିସକୁ ଯିବାକୁ କହିଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଡକେଇ ପଠେଇଥିଲେ। ଟିକେ ଡର, ଟିକେ ଉତ୍ତେଜନା ପୂର୍ଣ୍ଣ ମନରେ ଯାଇଥିଲି। ସେ ଟିକେ ହସି ମୋର ଦରମା ୭୮୫ଟଙ୍କା ମୋ ହାତକୁ ବଢାଇ ଦେଲେ। ଟଙ୍କା ତ ଅନେକ ଦେଖିଥିଲି ଆଉ ହାତରେ ବି ଧରିଥିଲି, କିନ୍ତୁ ଏହି ଦରମା ଟଙ୍କାର ମହତ୍ତ୍ବ କିଛି ଭିନ୍ନ ଥିଲା ମୋ ପାଇଁ। ଖୁବ୍‌ ଖୁସି ଥିଲି। ଘରକୁ ଆସି ସ୍ବାମୀକୁ ସେ ଟଙ୍କା ଦେବାରୁ; ସେ ବି ମୋ ବାପାଙ୍କ ପରି ଟଙ୍କାକୁ ନେଇ ଠାକୁରଙ୍କ ପାଖେ ରଖିଦେଲେ। ଅବଶ୍ୟ ପରେ ଆମେ ସେହି ଟଙ୍କା ଆଣି ଖର୍ଚ୍ଚ କରିଥିଲୁ କିନ୍ତୁ କେମିତି ଖର୍ଚ୍ଚ କଲୁ ତାହା ଏବେ ଆଉ ସ୍ପଷ୍ଟ ମନେପଡୁନି। କିନ୍ତୁ ଏତିକି ଖୁସି ଲାଗୁଛି ଯେ, ମୋର ପାରିଶ୍ରମିକ ଉପରେ ଭଗବାନଙ୍କର ଆଶୀର୍ବାଦ ସବୁବେଳେ ରହି ଆସିଛି। ଯେଉଁଥିପାଇଁ ଚାକିରୀ କ୍ଷେତ୍ରରେ ଖୁବ୍‌ ଉନ୍ନତି କରିବା ସହ ଶିକ୍ଷାର୍ଥୀଙ୍କର ଅନେକ ଭଲ ପାଇବା ଓ ସମ୍ମାନ ପାଇଛି; ଯାହାକି ସବୁଠୁ ଅଧିକ ମୂଲ୍ୟବାନ। ତେବେ କେବଳ ଶିକ୍ଷୟିତ୍ରୀ ନୁହେଁ ମୁଁ ଉକ୍ତ ବିଦ୍ୟାଳୟର ଏନ୍‌ସିସି ଅଫିସର୍‌ ଭାବେ ବି ବେଶ୍‌ କିଛି ଦିନ ଦାୟିତ୍ୱ ତୁଲାଇଥିଲି। ଶେଷରେ ୨୦୧୬ ମେ’ ମାସରେ ଚାକିରିରୁ ଅବସର ନେଲି। ନିଜ ଜୀବନର ଅନେକ ଅନୁଭୂତିକୁ ନେଇ ମୁଁ ବେଳେବେଳେ ଫେସ୍‌ବୁକ୍‌ରେ ମୋ ଲେଖା ପୋଷ୍ଟ କରିଥାଏ; ଯାହାକୁ ପଢି ଅନେକେ ସୁନ୍ଦର ସୁନ୍ଦର ରିପ୍ଲାଏ ଦେଇଥାନ୍ତି; ଯାହା ମୋତେ ଖୁବ୍‌ ଆନନ୍ଦ ଦେଇଥାଏ। ଏବେ ପ୍ରକାଶିକା ଭାବେ ଆଉ ଏକ ପରିଚୟ ମୋର ସୃଷ୍ଟି ହୋଇଛି। ଏଥିରେ ମୋ ସ୍ବାମୀ କାବ୍ୟ ସାରଥି ପବନି ଜେନାଙ୍କର ୨୭ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri