Posted inଖେଳ

କୋହଲି-ରୋହିତଙ୍କ ପ୍ରତ୍ୟାବର୍ତ୍ତନ ଏହି ଖେଳାଳିଙ୍କ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ,୮।୧: ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରାଯାଇଛି। ଏହି ୧୬ ଜଣିଆ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି। ଏହି ଦୁଇ ମହାନ ଖେଳାଳି ଗତ ଟି-୨୦ ବିଶ୍ୱକପ ପରଠାରୁ ଗୋଟିଏ ବି ଟି-୨୦ ଅନ୍ତର୍ଜାତୀୟ ଖେଳି ନାହାଁନ୍ତି। ଦୁଇ ବର୍ଷରୁ ଅଧିକ ସମୟ ପରେ ଭାରତୀୟ ଟି-୨୦ ଦଳକୁ ଫେରିଛନ୍ତି।
ରୋହିତ ଏବଂ ବିରାଟଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଗତ କିଛି ସପ୍ତାହ ଧରି ରୋହିତ ଏବଂ ବିରାଟ ଟି-୨୦ ବିଶ୍ୱକପ୍‌ରେ ରହିବେ ନାହିଁ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ଏହା ପଛରେ ଅନେକ କାରଣ ଦର୍ଶାଯାଇଥିଲା। ଏଥି ମଧ୍ୟରେ ଟି-୨୦ କ୍ରିକେଟ ରେ ରୋହିତଙ୍କ ଅଧିନାୟକତ୍ୱ, ଟି-୨୦ ଫର୍ମାଟରେ ବିରାଟଙ୍କ କମ ଷ୍ଟ୍ରାଇକ ରେଟ, ଯୁବ କ୍ରିକେଟରଙ୍କୁ ସୁଯୋଗ ଦେବାର ସମ୍ଭାବନା ଏବଂ କ୍ରିକେଟର ବିଭିନ୍ନ ଫର୍ମାଟରେ ସନ୍ତୁଳନ ସୃଷ୍ଟି କରିବା ପାଇଁ ବିରାଟ ଏବଂ ରୋହିତଙ୍କୁ ଟେଷ୍ଟ ଏବଂ ଦିନିକିଆରେ ସୀମିତ ରଖିବା ସମ୍ଭାବନା ଥିଲା। ଚୟନକର୍ତ୍ତାମାନେ ଉଭୟ ଆଫଗାନିସ୍ତାନ ସିରିଜରେ ଅନ୍ତର୍ଭୁକ୍ତ କରି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଲେ।
ବର୍ତ୍ତମାନ ପ୍ରାୟ ନିଶ୍ଚିତ ହୋଇଛି ଯେ ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଟିମ ଇଣ୍ଡିଆର ଅଧିନାୟକ ହେବେ। ବିରାଟ ମଧ୍ୟ ଖେଳିବା ନିଶ୍ଚିତ। ଅନ୍ତର୍ଜାତୀୟ ଟି -୨୦ରେ ଏହି ଦୁଇ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଅନ୍ୟ ଖେଳାଳିଙ୍କ ପାଇଁ ଏକ ସକର୍ତ ଘଣ୍ଟି ବୋଲି ପ୍ରମାଣ କରିପାରିବ, ଅର୍ଥାତ୍‌ କିଏ ଟି-୨୦ ବିଶ୍ୱକପରୁ ବାଦ ପଡିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଶ୍ରେୟସ ଆୟର: ଟେଷ୍ଟ ଏବଂ ଦିନିକିଆରେ ଟିମ ଇଣ୍ଡିଆ ପାଇଁ ଶ୍ରେୟସ ଆୟର୍‌ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି କିନ୍ତୁ ତାଙ୍କୁ ଟି-୨୦ରେ ପ୍ରମାଣ କରିବାକୁ ବହୁତ କିଛି ଅଛି। ରୋହିତ ଏବଂ ବିରାଟଙ୍କ ପ୍ରତ୍ୟାବର୍ତ୍ତନର ପ୍ରତ୍ୟକ୍ଷ ପ୍ରଭାବ ତାଙ୍କ ଉପରେ ପଡ଼ିବ।

କେ.ଏଲ ରାହୁଲ: ବିଶ୍ୱକପ ୨୦୨୩ରେ ବ୍ୟାଟ୍ସମ୍ୟାନ ତଥା ଉଇକେଟ କିପର ଭାବରେ କେ.ଏଲ ରାହୁଲ ଭଲ କାମ କରିଥିଲେ। ଏଥିସହ ସେ ଟିମ ଇଣ୍ଡିଆକୁ କିଛି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଜିତାଇଥିଲେ। କିନ୍ତୁ ବିଶ୍ୱକପ ୨୦୨୩ ଫାଇନାଲରେ ତାଙ୍କର ମନ୍ଥର ଇନିଂସ ସମାଲୋଚକଙ୍କ ଟାର୍ଗେଟରେ ରହିଥିଲା। ଟି-୨୦ କ୍ରିକେଟରେ ମଧ୍ୟ ଏହା ଦେଖିବାକୁ ମିଳିଛି ଯେ କେଏଲ ସ୍କୋର ଅନେକ ସମୟରେ ବହୁତ କମ ଷ୍ଟ୍ରାଇକ ରେଟ ରହିଛି।ଏଭଳି ପରିସ୍ଥିତିରେ କେଏଲ ରାହୁଲ ଏଥର ଟି -୨୦ ବିଶ୍ୱକପରୁ ବାଦ୍‌ ପଡ଼ିପାରନ୍ତି।

ଇଶାନ କିଶାନ: ଇଶାନ କିଶାନ ମଧ୍ୟ କମ ଷ୍ଟ୍ରାଇକ ହାର ଯୋଗୁ ଟି-୨୦ ବିଶ୍ୱକପ ବାଦ୍‌ ପଡ଼ିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?