ଫାସିବାଦର ପୁନଃ ଅଭ୍ୟୁଦୟ

ଜନାର୍ଦ୍ଦନ ପତି

 

 

୧୯୨୨ରେ ମୁସୋଲିନି ତାଙ୍କର ଫାସିଷ୍ଟବାହିନୀକୁ ରୋମରେ ସଶସ୍ତ୍ର ପଟୁଆର କରିବାକୁ ନିର୍ଦ୍ଦେଶ ଦେଇ ଇଟାଲିର ରାଜା ଭିକ୍ଟର ଇମାନୁଏଲଙ୍କୁ ବାଧ୍ୟ କଲେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି ଦେବା ପାଇଁ। ୨୯ ଅକ୍ଟୋବର ୧୯୨୨ରେ ମୁସୋଲିନି ଇଟାଲିର ଶାସନକୁ ହାତକୁ ନେଲେ ଓ ଇଟାଲିରେ ଫାସିଷ୍ଟ ଶାସନ ପ୍ରତିଷ୍ଠା କଲେ। ଠିକ୍‌ ଅନୁରୂପ ଭାବେ ହିଟ୍‌ଲରଙ୍କ ଏସ୍‌.ଏସ୍‌. ସଶସ୍ତ୍ର ବାହିନୀ ବର୍ଲିନରେ ପଟୁଆର କରି ଜର୍ମାନ ରାଷ୍ଟ୍ରପତି ହିଣ୍ଡନବର୍ଗଙ୍କୁ ବାଧ୍ୟ କଲେ ହିଟ୍‌ଲରକୁ ଜର୍ମାନର ଚାନ୍‌ସେଲର ପଦବୀରେ ନିଯୁକ୍ତି ଦେବାକୁ। ୧୯୩୩, ଜାନୁୟାରୀ ୩୦ରେ ହିଟ୍‌ଲର ଜର୍ମାନର ଚାନ୍‌ସେଲର ହେବା ପରେ ନାଜି ପାର୍ଟିର ବର୍ବର ଶାସନ ଆରମ୍ଭ ହେଲା। ୟୁରୋପରେ ପ୍ରଥମେ ଇଟାଲିରେ ଓ ପରେ ଜର୍ମାନରେ ଫାସିଷ୍ଟ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ହେଲା। ଯେଉଁଠି ସାଧାରଣ ମଣିଷଙ୍କ ନାଗରିକ ଅଧିକାର, ବଞ୍ଚତ୍ବାର ଅଧିକାରକୁ ଲୋପ କରାଗଲା।
ସେତେବେଳେ ସମଗ୍ର ୟୁରୋପରେ ଭୟଙ୍କର ସଂକଟ ଦେଖାଦେଇଥିଲା। ୧୯୩୦ରୁ ଏହି ମହାସଂକଟ ଗ୍ରେଟ ଡିପ୍ରେସନରେ ୟୁରୋପରେ ଅସହ୍ୟ ଦରବୃଦ୍ଧି, ବେକାରି, ଛଟେଇରେ ଉବୁଟୁବୁ ହେଉଥାଏ। ଲୋକଙ୍କ ମଧ୍ୟରେ କ୍ରୋଧ ଓ ଘୃଣା ବଢ଼ି ଚାଲିଥାଏ। ଫାସିବାଦୀମାନେ ଏହି ସଂକଟକୁ ବ୍ୟବହାର କରି ଲୋକଙ୍କ ଉପରେ ଆକ୍ରମଣ ଭିଆଇ ଥିଲେ। ସମଗ୍ର ୟୁରୋପରେ ଘୋର ଅରାଜକତା ଓ ଶେଷରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ୧୯୩୯ରେ ଆରମ୍ଭ ହେଲା, ଯେଉଁ ଦିନ ଜର୍ମାନର ନାଜିସେନା ପୋଲାଣ୍ଡକୁ ଆକ୍ରମଣ କରି ଦଖଲ କଲେ। ତା’ପରେ ସମଗ୍ର ୟୁରୋପ ଉପରେ ଜର୍ମାନର ଫାସିଷ୍ଟମାନେ ଦ୍ୱିତୀୟ ଯୁଦ୍ଧକୁ ଲଦି ଦେଇଥିଲେ। ଏହି ପଟ୍ଟଭୂମିରେ ୧୯୩୫ରେ ଜର୍ଜି ଡିମିଟ୍ରଭ ଫାସିବାଦର ହିଂସ୍ର ଚରିତ୍ର ସମ୍ପର୍କରେ ଯେଉଁ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ, ସେଥିରେ ସେ କହିଥିଲେ- ”ବର୍ତ୍ତମାନର ଗଭୀର ଅଥର୍ର୍ନୈତିକ ସଂକଟର ବିସ୍ଫୋରଣ, ପୁଞ୍ଜିବାଦୀ ସଂକଟର ଅସାଧାରଣ ତୀବ୍ରତା ଓ ମେହନତି ଜନସାଧାରଣଙ୍କ ମଧ୍ୟରେ ବିପ୍ଳବୀ ମାନସିକତା ସହିତ ଫାସିବାଦ ଏକ ଜଘନ୍ୟ ଆକ୍ରମଣାମତ୍କ ଅଭିଯାନରେ ମାତିଛି। ଶାସକ ପୁଞ୍ଜିବାଦୀ ଶ୍ରେଣୀ କ୍ରମଶଃ ବେଶି ବେଶି ଭାବେ ଫାସିଜିମ୍‌ର ଗଣ୍ଡି ଭିତରେ ନିଜର ମୁକ୍ତିର ରାହା ଖୋଜୁଛି।“
ଫାସିଜିମ୍‌ର ଉଦ୍ଦେଶ୍ୟ ହେଉଛି ଶ୍ରମଜୀବୀ ମଣିଷ ଓ କୃଷକ ସମୁଦାୟ ଉପରେ ଚରମ ଶୋଷଣ ଓ ଲୁଣ୍ଠନ ଚଳାଇ ରଖିବା। ବୈଦେଶିକ ନୀତି କ୍ଷେତ୍ରରେ ଫାସିବାଦ ହେଉଛି ସବୁଠାରୁ ହୀନ ତଥା ସଂକୀର୍ଣ୍ଣ ଜାତୀୟତାବାଦ। ଫାସିବାଦର କ୍ଷମତା ଆରୋହଣ ଏକ ପୁଞ୍ଜିବାଦୀ ସରକାର ପରିବର୍ତ୍ତେ ଆଉ ଏକ ପୁଞ୍ଜିବାଦୀ ସରକାରର ସ୍ଥାନ ଅଧିକାର ଭଳି ଘଟଣା ନୁହେଁ। ଏହା ହେଉଛି କର୍ପୋରେଟମାନଙ୍କର ନିଜର ଆଧିପତ୍ୟ ବଜାୟ ରଖିବାର ଏକ ହିଂସ୍ର ରାଷ୍ଟ୍ର ରୂପ। ଫାସିବାଦ ହେଉଛି ପୁଞ୍ଜିବାଦର ସବୁଠାରୁ ରକ୍ତପିପାସୁ ଦାନବୀୟ ରୂପ, ଶ୍ରମଜୀବୀ ମଣିଷ ଓ କୃଷକମାନଙ୍କର ଏବଂ ପ୍ରଗତିଶୀଳ ବୁଦ୍ଧିଜୀବୀମାନଙ୍କର ମାରାମତ୍କ ଶତ୍ରୁ।
୧୯୩୦ ଦଶକରେ ସମଗ୍ର ବିଶ୍ୱରେ ଘୋର ଅର୍ଥନୈତିକ ସଂକଟ ସୃଷ୍ଟି ହୋଇଥିଲା। ଜିନିଷର ଦର ବଢ଼ିବା ସହିତ ବେକାରି ସମସ୍ୟା ଉତ୍କଟ ହୋଇଥିଲା। କାରଖାନାରେ ଉପତ୍ାଦନ କମିବା ସହିତ ଶ୍ରମିକ ଛଟେଇ ବ୍ୟାପକ ହୋଇଥିଲା। ଯୁବ ସମାଜ ଏକ ବିକଳ୍ପ ଖୋଜୁଥିଲା। ସେତିକିବେଳେ ଫାସିବାଦୀମାନେ ନିପଟ ମିଥ୍ୟା ଲୋଭନୀୟ ପ୍ରତିଶ୍ରୁତି ଦେଇ ଜନସାଧାରଣଙ୍କୁ ପ୍ରଭାବିତ କରିପାରିଥିଲେ। ଫାସିବାଦ ଏକ ବର୍ବର ମତବାଦ। ଏକ ନିଷ୍ପେଷିତ ଜାତି ଓ ଦୁର୍ବଳ ଜାତିକୁ ଫାସିବାଦ ନିଜ ଆକ୍ରମଣର ଲକ୍ଷ୍ୟ ଭାବରେ ଉପସ୍ଥାପିତ କରିଥାଏ ଓ ଦୁର୍ବଳ ଜାତି ଯୋଗୁ ସଂଖ୍ୟାଗରିଷ୍ଠ ଜାତିର ସମସ୍ୟା ବୃଦ୍ଧି ପାଉଛି ବୋଲି ମନଗଢ଼ା କାହାଣୀ ପ୍ରଚାର କରେ। ଫାସିବାଦର ବଡ଼ କୌଶଳ ହେଉଛି ବାରମ୍ବାର ଓ ତୁହାକୁ ତୁହା ଅସତ୍ୟ ପ୍ରଚାର କରିବା, ପ୍ରଚାର ମାଧ୍ୟମକୁ କବ୍‌ଜା କରିବା ଏବଂ ତାହାକୁ ସତ୍ୟ ବୋଲି ଜନସାଧାରଣଙ୍କ ମନରେ ବିଶ୍ୱାସ କରାଇବା।
୧୯୨୦ ଦଶକ ଆରମ୍ଭ ପୂର୍ବରୁ ୟୁରୋପର ଇଟାଲି, ଜର୍ମାନ, ପର୍ତ୍ତୁଗାଲ, ଅଷ୍ଟ୍ରିଆ, ଗ୍ରୀସ୍‌, ସ୍ପେନ, ରୋମାନିଆ, ଚେକ୍‌ ଓ ସ୍ଲୋଭାକିଆ, ଫ୍ରାନ୍ସ, ୟୁଗୋସ୍ଲୋଭିଆ, ନରୱେ, ହଙ୍ଗେରୀ ଓ ବ୍ରିଟେନ ଆଦି ଦେଶଗୁଡ଼ିକରେ ଫାସିଷ୍ଟ ସପକ୍ଷବାଦୀ ସଂଗଠନ ଗଢ଼ି ଉଠିଥିଲା ଓ ଇଟାଲିରେ ପ୍ରଥମେ ମୁସୋଲିନି ଫାସିଷ୍ଟ ରାଷ୍ଟ୍ର ପ୍ରତିଷ୍ଠା କରିଥିଲେ। ୧୯୩୦ ଦଶକରେ ଫାସିଜିମ୍‌ କମ ବେଶି ପରିମାଣରେ ୟୁରୋପର ଅଧିକାଂଶ ଦେଶରେ ପ୍ରଭାବ ବିସ୍ତାର କରିସାରିଥିଲା।
ଫାସିଜିମ୍‌ର ଅନ୍ୟତମ ଲକ୍ଷ୍ୟ ହେଉଛି ପର ଦେଶ ଦଖଲ କରିବା। ଏହାର ପ୍ରତିଫଳନ ଘଟିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ। ଦ୍ୱିତୀୟ ବିଶ୍ୱଯୁଦ୍ଧ (୧୯୩୯-୧୯୪୫) କାଳରେ ସମଗ୍ର ବିଶ୍ୱକୁ ନିଜ ଭିତରେ ବାଣ୍ଟି ନେବା ପାଇଁ ଇଟାଲି, ଜର୍ମାନ ଓ ଜାପାନ ସ୍ଥିର କରିଥିଲେ। ଆଫ୍ରିକାକୁ ଇଟାଲି, ୟୁରୋପକୁ ଜର୍ମାନ ଓ ଏସିଆକୁ ଜାପାନ- ଏହିପରି ଭାବେ ସେମାନେ ନିଜ ଭିତରେ ବିଶ୍ୱକୁ ବଣ୍ଟୁଆରା କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଫାସିଜିମର ପରାସ୍ତ ହେବା ପରେ ବିଜୟୀ ମିତ୍ରଶକ୍ତି ସବୁ ଦେଶରେ ଫାସିଷ୍ଟ ପାର୍ଟିଗୁଡ଼ିକୁ ବେଆଇନ କରି ଦେଇଥିଲେ।
ମାତ୍ର ଏକବିଂଶ ଶତାବ୍ଦୀରେ ବିଶ୍ୱରେ ପୁଣି ଅର୍ଥନୈତିକ ସଂକଟ ୨୦୦୭-୨୦୦୮ରୁ ଦେଖା ଦେବା ସହିତ କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତି ରସାତଳକୁ ଖସିଯାଇଛି। ବିଭିନ୍ନ ପ୍ରକାର କଞ୍ଚାମାଲ ସମେତ ତୈଳ ସମ୍ପଦକୁ ନିୟନ୍ତ୍ରଣରେ ନେବା ପାଇଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚଳାଇ ରଖିଛି ଆମେରିକା ସାମ୍ରାଜ୍ୟବାଦ। ଗଣବିଧ୍ୱଂସୀ ଅସ୍ତ୍ର-ଇରାକ ପାଖରେ ଅଛି ବୋଲି ବାରମ୍ବାର ପ୍ରଚାର କରି ସମଗ୍ର ବିଶ୍ୱରେ ଇରାକକୁ ଏକ ଘାତକ ରାଷ୍ଟ୍ର ଭାବେ ଚିତ୍ରଣ କରିବା ପରେ ଇରାକ ଉପରେ ଆକ୍ରମଣ କରିଥିଲା। ଏହାପରେ ଇରାକର ତୈଳ ସମ୍ପଦକୁ ପାଶ୍ଚାତ୍ୟ ଦୁନିଆର ପୁଞ୍ଜିପତିମାନେ ଦଖଲକୁ ନେଲେ। ସିରିଆ, ଲିବ୍ୟା ଉପରେ ମଧ୍ୟ ଆକ୍ରମଣ ଚଳାଇ ଲିବ୍ୟାର ରାଷ୍ଟ୍ରମୁଖ୍ୟକୁ ହତ୍ୟା କଲା ଆମେରିକା। ଆଫଗାନିସ୍ତାନ ଉପରେ କୋଡ଼ିଏ ବର୍ଷ ଆକ୍ରମଣ କରି ଆମେରିକା ବିଫଳ ହେଲା। ୨୦୨୨ରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ଯୁଦ୍ଧ କ୍ଷେତ୍ର ୟୁରୋପକୁ ବ୍ୟାପିଛି। ମାତ୍ର ଏ ଯୁଦ୍ଧକୁ ମଧ୍ୟପ୍ରାଚ୍ୟକୁ ନେବା ପାଇଁ ଉଦ୍ୟମ ହେଉଛି। ଇସ୍ରାଏଲର ଗାଜା ଉପରେ ବର୍ବର ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ଆମେରିକା ବିରୋଧରେ ଘୋର ଉତ୍ତେଜନା ସୃଷ୍ଟି ହୋଇଛି। ଅର୍ଥନୈତିକ ସଂକଟରୁ ରକ୍ଷା ପାଇଁ ସାମ୍ରାଜ୍ୟବାଦୀମାନେ ଯୁଦ୍ଧର ଆଶ୍ରୟ ନେଇ ଚାଲିଛନ୍ତି। ଏହା ସହିତ ୟୁରୋପ ଓ ଏସିଆରେ ନବ୍ୟ ଫାସିବାଦୀ ଶକ୍ତିଙ୍କର ପୁନର୍ବାର ଉତ୍ଥାପନ ଦେଖାଦେଇଛି । ୟୁରୋପର କେତେକ ଦେଶରେ ଚରମ ଦକ୍ଷିଣପନ୍ଥୀ ଓ ଫାସିଷ୍ଟ ଶକ୍ତିମାନେ କ୍ଷମତାକୁ ଯାଇଛନ୍ତି। ହଙ୍ଗେରୀ, ପୋଲାଣ୍ଡ, ଜର୍ମାନ, ଫିନ୍‌ଲାଣ୍ଡ, ବ୍ରିଟେନ୍‌, ଅଷ୍ଟ୍ରିଆ, ଫ୍ରାନ୍ସ, ଇଟାଲି ଓ ସ୍ଲୋଭାକିଆରେ ଫାସିଷ୍ଟମାନଙ୍କର ଶକ୍ତି ବଢ଼ିଛି। ହଙ୍ଗେରୀରେ ୨୦୧୦ରୁ, ଫିନଲାଣ୍ଡରେ ୨୦୧୫ରୁ, ଅଷ୍ଟ୍ରିଆରେ ୨୦୧୭ରୁ ମିିଳିତ ସରକାରରେ ଫାସିଷ୍ଟମାନେ କ୍ଷମତାରେ ଅଛନ୍ତି।
ରୁଷ-ୟୁକ୍ରେନ୍‌ ଯୁଦ୍ଧ ଓ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ସମଗ୍ର ବିଶ୍ୱକୁ ଭାଗ ଭାଗ କରିସାରିଛି। ଭାରତରେ ମଧ୍ୟ ଫାସିବାଦୀ ଓ ଉଗ୍ରଜାତୀୟତାବାଦୀମାନଙ୍କର ଶକ୍ତି ବଢ଼ିଛି । ଭାରତରେ ଫାସିବାଦର ବିଜୟ ହେଲେ ତାହା ସମଗ୍ର ଏସିଆ ଓ ବିଶ୍ୱପ୍ରତି ବିପଦ ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ। ବର୍ତ୍ତମାନ ଭାରତର ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ଓ ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ବଢ଼ୁଛି। କର୍ପୋରେଟ୍‌ମାନଙ୍କୁ ସୁଯୋଗ ଦିଆଯାଉଛି ଜାତୀୟ ସଂପଦକୁ ନିଜ ଦଖଲକୁ ନେବା ପାଇଁ। କେନ୍ଦ୍ର ସରକାର ପୁଞ୍ଜିପତିଙ୍କର ରକ୍ଷକ ଭାବେ କାମ କରୁଛି ଓ ଦେଶ ଭିତରେ ଉଗ୍ର ଧର୍ମୀୟ ବିଦ୍ୱେଷ ଓ ହିଂସ୍ର ଜାତୀୟତାବାଦର ପ୍ରଚାର କରୁଛି, ଯାହା କି ଫାସିବାଦର ଅସଲ ଚରିତ୍ର।
ସମାଜ ଯେତେବେଳେ ସଂକଟଗ୍ରସ୍ତ ହୋଇଥାଏ, ସେତେବେଳେ ଫାସିବାଦ ମୁଣ୍ଡ ଟେକିଥାଏ ସମାଜକୁ ଓ ସମଗ୍ର ଦଂଶନ କରେ। ସମସ୍ତ ପ୍ରକାର ମାନବୀୟ ମୂଲ୍ୟବୋଧକୁ ଏହା ତିଳ ତିଳ କରି ଧ୍ୱଂସ କରିଥାଏ। ଆଜି ୟୁରୋପ, ଏସିଆ, ଆମେରିକା ଆଦି ମହାଦେଶର କେତେକ ଦେଶ ଏହା ଯୋଗୁ ପ୍ରଭାବିତ। ଏହା ଯେତେ ଅଧିକ ପ୍ରସାରିତ ହେବ, ମଣିଷ ସମାଜ ସେତେସେତେ ସଂକଟର ଗହ୍ବର ଭିତରକୁ ଚାଲିଯିବ।
ମୋ: ୯୪୩୭୦୦୭୭୭୦


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri