ମୌଳିକ ସୁବିଧାରୁ ପଟ୍ଟାମୁଣ୍ଡାଇ ସହରବାସୀ ବଞ୍ଚିତ

ପଟ୍ଟାମୁଣ୍ଡାଇ,୫ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇକୁ ୧୯୮୮ରେ ରାଜ୍ୟ ସରକାର ଏନ୍‌ଏସ୍‌ସି ଓ ପରେ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରିଥିଲେ। ଇତିମଧ୍ୟରେ ଏହି ମ୍ୟୁନିସିପାଲିଟି ଘୋଷଣାକୁ ୩୫ବର୍ଷ ପୂରିଛି। କ୍ରମବଦ୍ଧିଷ୍ଣୁ ସହର ଏବେ ନଦୀ, ନାଳ, ପୋଖରୀକୁ ମାଡ଼ିବାରେ ଲାଗିଛି। ସରକାରୀ ଜମି ଜବରଦଖଲ, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି। ନଦୀ, ନାଳ ଓ ପୋଖରୀ ଆଳିଆ ଆବର୍ଜନାରେ ଭରି ରହିବା ହେତୁ ବର୍ଷ ସାରା ମଶା ଓ ମାଛିଙ୍କ ବାସସ୍ଥଳ ପାଲଟିଛି। ଏହି ସହରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପଟ୍ଟମୁଣ୍ଡାଇ ସହରବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ପାରେଶ୍ୱର ସେଠୀ କହିଛନ୍ତି, ୬ା୧୨ା୧୯୮୮ରେ ପଟ୍ଟାମୁଣ୍ଡାଇ ସମେତ କଷଣଅଣ୍ଟା, ମାଟିଆ, ବାଲିପାଟଣା, ନୀଳକଣ୍ଠପୁର ପ୍ରଭୃତି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ନେଇ ଏନ୍‌ଏସିର ମାନ୍ୟତା ପ୍ରଦାନ କରାଯାଇଥିଲା। ପରେ ୨୪ା୨ା୨୦୧୪ରେ ପଟ୍ଟାମୁଣ୍ଡାଇ ଏନ୍‌ଏସିରୁ ମ୍ୟୁନିସିପାଲିଟିର ମାନ୍ୟତା ମିଳିଥିଲା। ବର୍ତ୍ତମାନ ଏହାର ଜନସଂଖ୍ୟା ୪୪,୫୨୮ ହୋଇଥିବାବେଳେ ମୋଟ ୨୦ଟି ୱାର୍ଡ ରହିଛି। ଜନସଂଖ୍ୟା ବୃଦ୍ଧି ଆଖି ଆଗରେ ରଖି ୱାର୍ଡ ପୁନଃ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇନାହିଁ। ପଟ୍ଟାମୁଣ୍ଡାଇ ସହରାଞ୍ଚଳରେ ଲୋକମାନଙ୍କର ବିଭିନ୍ନ ସମସ୍ୟା ରହିଛି। ତନ୍ମଧ୍ୟରୁ ପାଣି ନିଷ୍କାସନ, ଗମନାଗମନ, ସ୍ବାସ୍ଥ୍ୟ, ପାନୀୟ ଜଳ, ବଜାର, ଟ୍ରାଫିକ ସମସ୍ୟା ସମେତ ପାଠାଗାର ପ୍ରତିଷ୍ଠା ସହରବାସୀଙ୍କର ମୌଳିକ ସମସ୍ୟା ରହିଛି। ସାମାଜିକ କର୍ମୀ ଲକ୍ଷ୍ମୀଧର ବାରିକ କୁହନ୍ତି, ମାତ୍ର ୫ଟି ପଞ୍ଚାୟତ ନେଇ ପଟ୍ଟାମୁଣ୍ଡାଇ ଏନ୍‌ଏସି ଗଠନ ହୋଇଥିଲା। ତତ୍‌କାଳୀନ ସମୟରେ ଜଳପଥକୁ ବ୍ୟବହାର କରାଯାଉଥିଲା। ଏପରିକି ୧୮୮୬ ନଅଙ୍କ ଦୁର୍ବିକ୍ଷ ପରେ ଜଗତପୁର-ପଟ୍ଟାମଣ୍ଡାଇ ଓ ଗୋବରୀ ସମ୍ପ୍ରସାରିତ କେନାଲ, ଗୋବରୀ ନଦୀ ଆଦିରେ ନୌପରିବହନ ହେଉଥିଲା। ଇତିମଧ୍ୟରେ ସହରର ୨୦ ୱାର୍ଡରେ ମାତ୍ର ଗୋଟିଏ ୨ଟି ପୋଖରୀ ଦେଖାଯାଉଛି। ପ୍ରାୟ ୧୫ଟି ପୁରାଣ ପ୍ରସିଦ୍ଧ ପୋଖରୀ, ନିକଟସ୍ଥ ଗୋବରୀ ନଦୀ ଓ କେନାଲ ଏବେ ଜବରଦଖଲକାରୀଙ୍କ କବଳକୁ ଚାଲିଯାଇଛି। ନାଳ ଓ ପୋଖରୀଗୁଡିକ ଆବର୍ଜନାରେ ଭର୍ତ୍ତି ହୋଇଛି। ଫଳରେ ମଶାମାଛିଙ୍କ ପାଦ୍ରୁଭାବ ସହ ପରିବେଶ ଦୂଷିତ ହେଉଛି। କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନରେ ଏହି ପୋଖରୀ ଓ ନାଳର ପୁନରୁଦ୍ଧାର ହୋଇପାରନ୍ତା। ତେବେ ସ୍ଥାନୀୟ ନେତୃତ୍ୱଙ୍କ ମନଭାବ ଅଭାବ ସହ ପ୍ରଶାସକଙ୍କ ଏଥିପ୍ରତି ଦୃଷ୍ଟି ପଡୁନାହିଁ। ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇର ମୁଖ୍ୟ ସମସ୍ୟା ମଧ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥା ଗୁରୁତର ହୋଇଛି। ବୁଲା ଗୋରୁ, ଛେଳିମେଣ୍ଢା ଯୋଗୁ ଟ୍ରାଫିକ ନିୟନ୍ତ୍ରଣ ବେହାଲ ହେଉଛି। ସେହିପରି ସହରାଞ୍ଚଳରେ ନିର୍ଦ୍ଧାରିତ ସ୍ଥାନରେ ବଜାର ଭେଣ୍ଡି ଜୋନ ଖୋଲା ନ ଯିବା ଆଉ ଏକ ସମସ୍ୟା। ବର୍ଷାଦିନେ ସହରାଞ୍ଚଳ ବହୁ ସ୍ଥାନ ଜଳାର୍ଣ୍ଣବ ହେଉଛି। ପାଣି ନିଷ୍କାସନ ପାଇଁ ଡ୍ରେନେଜ ସିଷ୍ଟମକୁ ଅଦ୍ୟାବଧି ସଜଡ଼ା ଯାଇ ପାରିଲା ନାହିଁ। ପୌରାଞ୍ଚଳର ବିଭିନ୍ନ ସାହିବସ୍ତିରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡିଛି। ପୌରାଞ୍ଚଳ ରାସ୍ତାପାର୍ଶ୍ୱର ଆଲୋକୀକରଣ ବ୍ୟବସ୍ଥା ସଜାଡ଼ିବା ପାଇଁ କିଣା ଯାଇଥିବା ଗାଡ଼ି ଏବେ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ପଡ଼ି ଖତ ଖାଉଛି। ଆଲୋକୀକରଣ ବ୍ୟବସ୍ଥାକୁ ଏକ ଘରୋଇ ସଂସ୍ଥାକୁ ଦିଆଯାଇଥିବାରୁ ସହରବାସୀ ବହୁ ସମୟରେ ରାତ୍ରକାଳରେ ଷ୍ଟ୍ରିଟ ଆଲୋକ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ସୌମ୍ୟରଞ୍ଜନ ଧଳ କୁହନ୍ତି, ପୌରପାଳିକା ଅଧୀନରେ ବିଭିନ୍ନ ପୋଖରୀ ଥିଲେ ମଧ୍ୟ ସଫା ହୋଇପାରୁନାହିଁ। ଏପରି କି ତହସିଲ କାର୍ଯ୍ୟାଳୟ ପରିସରରେ ଥିବା କଚେରୀ ପୋଖରୀର ପୁନରୁଦ୍ଧାର ପାଇଁ ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲେ ମଧ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ସୁଚିନ୍ତିତ ଯୋଜନା ନ ଥିବାରୁ ରାସ୍ତାଗୁଡିକ ସଙ୍କୁଚିତ ହୋଇରହିଛି। ଗୋବରୀ ନଦୀ ପଠା,ସରକାରୀ ଜମି ଓ ଦକ୍ଷିଣଦିଆ ମାଆବିଣା ଗୋଚର ପଡ଼ିଆ ଏବେ ଜବରଦଖଲକାରୀଙ୍କ ମାଲିକାନାରେ ଅଛି। କ୍ଷୀରୋଦ ମଲ୍ଲିକ କହିଛନ୍ତି, ପୌରାଞ୍ଚଳ ଉନ୍ନତି ପାଇଁ ସ୍ବତନ୍ତ୍ର ଯୋଜନା ଆବଶ୍ୟକ। ଏଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଅନୁଦାନ ଯୋଗାଇ ଦେବା କଥା। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ମନ୍ୟତା ପାଇଥିଲେ ମଧ୍ୟ ବହୁ ପଛରେ ପଡିଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ହେମନ୍ତ ସାହୁଙ୍କୁ ପଚାରିବାରେ କିଛିବର୍ଷ ମଧ୍ୟରେ ସହରର ରୂପରେଖ ବଦଳିଛି। ଆଲୋକୀକରଣ, ରାସ୍ତାଘାଟର ଉନ୍ନତି ସହ ପାର୍କ ଆଦି ସ୍ଥାପନ ହୋଇଛି। ପ୍ରତି ୱାର୍ଡ ମଧ୍ୟରେ ଥିବା ସ୍ଥାନୀୟ ସମସ୍ୟାଗୁଡିକ କାଉନସିଲରଙ୍କ ସହ ପୌର ପ୍ରଶାସନ ଅନୁଧ୍ୟାନ କରୁଛି। ଖୁବ୍‌ଶୀଘ୍ର ଏହି ସହରକୁ ରାଜ୍ୟର ଉନ୍ନତ ସହର ମଧ୍ୟରେ ରଖିବାକୁ ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?