ଖତ ଖାଉଛି ଉଦ୍ଧାରକାରୀ ବୋଟ୍‌

ବରୀ,୧୦ା୮(ଡି.ଏନ.ଏ): ବନ୍ୟା ସମୟରେ ଲୋକମାନଙ୍କୁ ଉଦ୍ଧାର କରିବାକୁ ବ୍ୟବହୃତ ସରକାରୀ ବୋଟ୍‌ଗୁଡ଼ିକ ରାସ୍ତାକଡ଼ରେ ଦୀର୍ଘ ଦିନ ଧରି ଅଯତ୍ନ ଭାବେ ପଡ଼ିରହିଛି। ବରୀ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଖରସ୍ରୋତାର ଶାଖା ଦୁଧେଇ ନଦୀରେ ବନ୍ୟାଜଳ ପ୍ରବେଶ କରିସାରିଥିବା ବେଳେ ଏ ଯାଏଁ ଉଦ୍ଧାରକାରୀ ବୋଟ୍‌କୁ ଠିକଣାସ୍ଥାନରେ ପହଞ୍ଚାଯାଇନି। ଦୁଧେଇ ନଦୀ ସମେତ ଓ ବ୍ରାହ୍ମଣୀ ଏବଂ ବିରୂପା ନଦୀରେ ବନ୍ୟା ହେଲେ ବ୍ଲକ ଅଞ୍ଚଳର ବହୁ ଗ୍ରାମ ପ୍ରଭାବିତ ହେବା ଆଶଙ୍କା ରହିଛି। ଅନ୍ୟପଟେ ବିଗତ ଦିନରେ ବ୍ଲକ ପ୍ରଶାସନକୁ ବନ୍ୟା ସମୟରେ ସହଯୋଗର ହାତ ବଢ଼ାଇଥିବା ଦେଶୀ ଡଙ୍ଗା ମାଲିକମାନେ ପ୍ରାପ୍ୟ ପାଇ ନ ଥିବାରୁ ସେମାନେ ଆଉ ସହଯୋଗ କରୁନାହାନ୍ତି। ମାତ୍ର ପ୍ରଶାସନ ନିକଟରେ ଆବଶ୍ୟକ ବୋଟ୍‌ ନ ଥିବା ବେଳେ ଯେତିକି ବୋଟ୍‌ ରହିଛି, ସେଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉନି। ବାଲିଆପାଳ ଛକ ନିକଟରେ ଦୀର୍ଘଦିନ ଧରି ଖତ ଖାଉଥିବା ବୋଟ୍‌କୁ କାର୍ଯ୍ୟକ୍ଷମ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାରଠାରୁ ଉଦ୍ୟମ ଆରମ୍ଭ ହୋଇଥିବା ଦେଖାଯାଇଛି। ଏ ସମ୍ପର୍କରେ ବରୀ ବ୍ଲକ ନୂତନ ବିଡିଓ ଶିବାନନ୍ଦ ସ୍ବାଇଁଙ୍କୁ ପଚାରିବାରେ ବୋଟଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ଯଥାଶୀଘ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

IND vs ENG: ବାହାନା ପରେ ବାହାନା… ଟିମ ଇଣ୍ଡିଆର ଦୁଃଖଦ ଅବସ୍ଥା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ପାଖରେ ଅସୀମ ବାହାନା ଥିବା ପରି ମନେହୁଏ। ସେ ଏବେ ଆଉ ଏକ ବାହାନା ବାହାର…

ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ, ଆଉ ୩…

ଝରିଗାଁ,୧୧ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ନୂତନ କୋର୍ଟ ନିକଟରେ ବାଇକ୍‌ ଦୁର୍ଘଟଣା ଯୋଗୁ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ୍‌ରେ ଥିବା…

ଦୁଃଖ କରୁଛି ପାକିସ୍ତାନ ! ମୋଦିଙ୍କୁ ନେଇ ଶାହବାଜ ସରିଫଙ୍କ ପରାମର୍ଶଦାତା କହିଲେ ଏମିତି କଥା ସବୁଠି ହେଉଛି ଚର୍ଚ୍ଚା

ଇସଲାମାବାଦ,୧୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଜଣେ ପ୍ରମୁଖ ପରାମର୍ଶଦାତା ରାଣା ସାନାଉଲ୍ଲା ଖାନଙ୍କ ଏକ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା…

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

ଟ୍ରମ୍ପଙ୍କ ଧମକ ପରେ ଇରାନର ପ୍ରତିଆକ୍ରମଣ, କହିଲା ‘ଯଦି ଆମେରିକା ବିଶ୍ୱାସଘାତକତା କରେ, ତେବେ ପରିଣାମ ଭୋଗିବ’

ତେହରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ସହିତ ଯୁଦ୍ଧବିରତି ଶେଷ ଘୋଷଣା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ଏକ…

ଆରମ୍ଭ ହୋଇଛି କି ‘ଅପରେଶନ ଟାଇଗର-୩’? ଉଦ୍ଧବ ଗୋଷ୍ଠୀର ୧୦ ବିଧାୟକ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି

ମୁମ୍ବାଇ,୧୧।୦୭: ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଘଟଣାକ୍ରମକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ତୀବ୍ର ହୋଇଛି। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ‘ଅପରେଶନ ଟାଇଗର-୩’ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri