ଖତ ଖାଉଛି ଉଦ୍ଧାରକାରୀ ବୋଟ୍‌

ବରୀ,୧୦ା୮(ଡି.ଏନ.ଏ): ବନ୍ୟା ସମୟରେ ଲୋକମାନଙ୍କୁ ଉଦ୍ଧାର କରିବାକୁ ବ୍ୟବହୃତ ସରକାରୀ ବୋଟ୍‌ଗୁଡ଼ିକ ରାସ୍ତାକଡ଼ରେ ଦୀର୍ଘ ଦିନ ଧରି ଅଯତ୍ନ ଭାବେ ପଡ଼ିରହିଛି। ବରୀ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଖରସ୍ରୋତାର ଶାଖା ଦୁଧେଇ ନଦୀରେ ବନ୍ୟାଜଳ ପ୍ରବେଶ କରିସାରିଥିବା ବେଳେ ଏ ଯାଏଁ ଉଦ୍ଧାରକାରୀ ବୋଟ୍‌କୁ ଠିକଣାସ୍ଥାନରେ ପହଞ୍ଚାଯାଇନି। ଦୁଧେଇ ନଦୀ ସମେତ ଓ ବ୍ରାହ୍ମଣୀ ଏବଂ ବିରୂପା ନଦୀରେ ବନ୍ୟା ହେଲେ ବ୍ଲକ ଅଞ୍ଚଳର ବହୁ ଗ୍ରାମ ପ୍ରଭାବିତ ହେବା ଆଶଙ୍କା ରହିଛି। ଅନ୍ୟପଟେ ବିଗତ ଦିନରେ ବ୍ଲକ ପ୍ରଶାସନକୁ ବନ୍ୟା ସମୟରେ ସହଯୋଗର ହାତ ବଢ଼ାଇଥିବା ଦେଶୀ ଡଙ୍ଗା ମାଲିକମାନେ ପ୍ରାପ୍ୟ ପାଇ ନ ଥିବାରୁ ସେମାନେ ଆଉ ସହଯୋଗ କରୁନାହାନ୍ତି। ମାତ୍ର ପ୍ରଶାସନ ନିକଟରେ ଆବଶ୍ୟକ ବୋଟ୍‌ ନ ଥିବା ବେଳେ ଯେତିକି ବୋଟ୍‌ ରହିଛି, ସେଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉନି। ବାଲିଆପାଳ ଛକ ନିକଟରେ ଦୀର୍ଘଦିନ ଧରି ଖତ ଖାଉଥିବା ବୋଟ୍‌କୁ କାର୍ଯ୍ୟକ୍ଷମ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାରଠାରୁ ଉଦ୍ୟମ ଆରମ୍ଭ ହୋଇଥିବା ଦେଖାଯାଇଛି। ଏ ସମ୍ପର୍କରେ ବରୀ ବ୍ଲକ ନୂତନ ବିଡିଓ ଶିବାନନ୍ଦ ସ୍ବାଇଁଙ୍କୁ ପଚାରିବାରେ ବୋଟଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ଯଥାଶୀଘ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇରୁ ଘରକୁ ଫେରିବାବେଳେ ରାସ୍ତାରେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୨୫ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳ କୁର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ…

ଏଇ ଭାରତରେ

ଏକାଗ୍ରତାର ସହ ନୂତନତ୍ୱର ଅନ୍ବେଷଣ କଲେ ସଫଳତା ନିଶ୍ଚୟ ମିଳେ, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର ବିମଳ କିଶୋର। ବିମଳ ଜଣେ ଦିବ୍ୟାଙ୍ଗ। ଏଣୁ ସେ…

ଶିକ୍ଷାନୁଷ୍ଠାନ ନେତୃତ୍ୱର ଅନ୍ତୁଡ଼ିଶାଳ

ଭଗବାନଙ୍କୁ ପୂଜା କରିବା ପାଇଁ ଆମେ ମନ୍ଦିରକୁ ଯାଉ। ଜ୍ଞାନ ଓ ଶିକ୍ଷା ରୂପକ ଅମୂଲ୍ୟ ରତ୍ନ ହାସଲ କରିବା ପାଇଁ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି। ଏହି…

ନିବେଶ ଚମକ, ତୃଷାର ଛାୟା

ଭାରତରେ ଗୁଗଲ୍‌ର ପ୍ରସ୍ତାବିତ ଡାଟା ସେଣ୍ଟର ଏବଂ ଏହା ସହିତ ଜଡ଼ିତ ଜଳ ସଙ୍କଟ ଏକ ଗଭୀର ବିଡ଼ମ୍ବନାର ପର୍ଦ୍ଦାଫାଶ କରୁଛି। ସରକାର ଏହାକୁ ‘ଐତିହାସିକ ନିବେଶ’…

ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା: ଏଣିକି ଇଣ୍ଟରନେଟ୍‌ରେ ପଠାଇହେବ ସୁଗନ୍ଧ

ୱାଶିଂଟନ, ୨୬ା୧୦: ଡିଜିଟାଲ ଦୁନିଆରେ ବର୍ତ୍ତମାନ ସୁଦ୍ଧା ଆମେ କେବଳ ଫଟୋ, ଭିଡିଓ ଏବଂ ଅଡିଓ ଶେୟାର୍‌ କରିପାରୁଛୁ। କିନ୍ତୁ ଏବେ ଦୂରରେ ଥାଇ ମଧ୍ୟ ପରସ୍ପରକୁ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ, ଚଳଚଞ୍ଚଳ ଅଞ୍ଚଳ କଲୋନୀ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନିଳାଦ୍ରୀ ବିହାର ପ୍ରଥମ ଲେନରେ ପ୍ରତିବର୍ଷ ଭଳି ଚଳିତବର୍ଷ ଧର୍ମୀୟ ଭାବନା, ଭକ୍ତି ଓ ଆଧ୍ୟାତ୍ମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?