ଆର୍ଥିକ ସ୍ଥିତିର ବାସ୍ତବତା

ଡ. ସନ୍ତୋଷ କୁମାର ମହାପାତ୍ର

 

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ। ଏହା ସୀତାରାମନଙ୍କ ଷଷ୍ଠ ଏବଂ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଚୂଡ଼ାନ୍ତ ବଜେଟ। ସାଧାରଣତଃ ପୂର୍ଣ୍ଣାଙ୍ଗ ବଜେଟ, ଅନ୍ତରୀଣ ବଜେଟ ଓ ଲେଖାନୁଦାନ ମଧ୍ୟରେ ଅନେକ ତଫାତ୍‌ ରହିଛି। ପୂର୍ଣ୍ଣାଙ୍ଗ ବଜେଟ ଏକ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରାଯାଏ, ଯେତେବେଳେ ଗୋଟିଏ ସରକାର ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ ଶେଷ କରିବାର ସମ୍ଭାବନା ଥାଏ। କିନ୍ତୁ ଯଦି କୌଣସି କାରଣରୁ ଏକ ସରକାର ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ ଶେଷ କରିବାର ସମ୍ଭାବନା ନ ଥାଏ ବା ୨୦୨୪ ବର୍ଷ ପରି ମଝିରେ ନିର୍ବାଚନ ଥାଏ ବା ଏକ କାମଚଳା ସରକାର ଶାସନ କରୁଥାଏ, ତେବେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ନ କରାଯାଇ ଅନ୍ତରୀଣ ବଜେଟ ଉପସ୍ଥାପନ କରାଯାଏ। ପୂର୍ଣ୍ଣାଙ୍ଗ ବଜେଟରେ ଆୟ, ବ୍ୟୟ ଏବଂ ଟିକସ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଏ। ସାଧାରଣତଃ ଅନ୍ତରୀଣ ବଜେଟରେ ଉଭୟ ଆୟ, ବ୍ୟୟ, ଟିକସ ବ୍ୟବସ୍ଥା ଥାଏ। କିନ୍ତୁ ଟିକସରେ ସାଧାରଣ କିଛି ପରିବର୍ତ୍ତନ କରାଯାଏନାହିଁ। ଅନ୍ତରୀଣ ବଜେଟ ବୋଲି କିଛି ନାହିଁ।
ସାଧାରଣତଃ ସରକାର ବଜେଟରୁ ବା କନ୍‌ସୋଲିଡେଟେଡ୍‌ ପାଣ୍ଠିରୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ହେଲେ ସଂସଦରେ ଅନୁମୋଦିତ ହେବା ଆବଶ୍ୟକ। ଉପସ୍ଥାପନ ପରେ ସଂସଦରେ ଆଲୋଚନା ହୋଇ ଗୃହୀତହେବାକୁ ସମୟ ଲାଗେ। ଯଦି ଆର୍ଥିକ ବର୍ଷ ଆରମ୍ଭରୁ ଅନୁମୋଦନ ନ ହୁଏ ତେବେ କୌଣସି ସରକାରୀ ବ୍ୟୟ ହୋଇପାରିବ ନାହିଁ। ଅନେକ କାର୍ଯ୍ୟ ବନ୍ଦ ହୋଇଯିବ। ଏଣୁ କିଛି ମାସ ପାଇଁ (ମନେକର ୨ରୁ ୪ମାସ) ପାଇଁ ବ୍ୟୟବରାଦ କରାଯାଇ ଆବଶ୍ୟକ ‘ଲେଖାନୁଦାନ’ ବା ‘ଭୋଟ ଅନ୍‌ ଆକାଉଣ୍ଟ’ ହିସାବରେ ଉପସ୍ଥାପନ କରାଯାଇ ସଂସଦରେ ଗୃହୀତ କରାଯାଏ; ଯାହାକୁ ଦଳମତ ନିର୍ବିଶେଷରେ ସମସ୍ତେ ସଂସଦରେ ସମର୍ଥନ କରନ୍ତି। ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ-ମେ’ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନୂଆ ସରକାର ଗଠନ ପରେ ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ।
ଏହି ବଜେଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଛି। କୁହାଯାଉଛି ଏହା ୨୦୪୭ର ବିକଶିତ ଭାରତର ମୂଳଦୁଆକୁ ଦୃଢ଼ କରିବ। ବିରୋଧୀମାନେ ଏହାକୁ ନୈରାଶ୍ୟଜନକ କହିଛନ୍ତି। ବଜେଟକୁ ନେଇ ଏତେ ମାତ୍ରାରେ ପ୍ରଚାର କରାଯାଉଛି ଯେପରି ଦେଶରେ କିଛି ସମସ୍ୟା ନାହିଁ ଓ ସମସ୍ତେ ଘିଅମହୁରେ ଭାସୁଛନ୍ତି। ଯଦି ଦେଶରେ ସବୁ ଠିକ୍‌ ଚାଲିଛି, ତେବେ ସରକାରଙ୍କୁ ୮୦ କୋଟି ଲୋକଙ୍କୁ କାହିଁକି ମାଗଣା ଖାଦ୍ୟଶସ୍ୟ ଯୋଗାଇଦେବାକୁ ପଡୁଛି। ଯିଏ ସୁଖରେ ଅଛି, ତାହା କଥା ସରକାର କହିବା ଅନୁଚିତ, ବରଂ ଯିଏ ଦୁଃଖ ସମସ୍ୟାରେ ଅଛି, ତାହା କଥା କହିବା ଉଚିତ। ଯିଏ ସରକାର ଗଠନ କରୁନା କାହିଁକି, ସବୁ ସମସ୍ୟା ସମାଧାନ କରି ପାରିବନାହିଁ। କିନ୍ତୁ ଯେଉଁ ସମସ୍ୟା ଦେଖାଦେଇଛି, ତାକୁ ସ୍ବୀକାରକରି ସମାଧାନ ପାଇଁ ପ୍ରୟାସ କରିବା ସରକାରଙ୍କ କର୍ତ୍ତବ୍ୟ।
ବାସ୍ତବ କଥା ହେଉଛି, ଯେଉଁ ଦଳ ଶାସନ କରୁନା କାହିଁକି, ପ୍ରତ୍ୟେକ ବର୍ଷ ଆପେ ଆପେ ନାମାଙ୍କନ ମୂଲ୍ୟରେ ଅଧିକ ଟିକସ ଆଦାୟ ବୃଦ୍ଧି ଘଟିବ ଏବଂ ବଜେଟର ଆକାର ମଧ୍ୟ ବୃଦ୍ଧିପାଇବ। ଏପରିକି ମୁଦ୍ରାସ୍ଫୀତି ଯୋଗୁ ନାମାଙ୍କନ ମୂଲ୍ୟରେ ଆପେ ଆପେ ବୃଦ୍ଧି ପାଇବ; ଯେପରି ୧୯୫୦-୫୧ରେ ନାମାଙ୍କନ ଜିଡିପି ୧୦,୦୩୬ କୋଟି ଟଙ୍କା ଥିଲାବେଳେ ବଜେଟର ଆକାର ମାତ୍ର ୩୫୭.୪୯ କୋଟି ଟଙ୍କା ଥିଲା। ୨୦୨୩-୨୪ରେ ନୋମିନାଲ ବା ନାମାଙ୍କନ ଜିଡିପି ୨୯୬,୫୭,୭୪୫ କୋଟି ଟଙ୍କା ହୋଇଥିଲା, ଯାହା ସଂଶୋଧିତ ଅଟକଳରେ ଏହା ୪୪. ୯ ଲକ୍ଷ କୋଟି ହୋଇଛି। ଅବଶ୍ୟ ଧାର୍ଯ୍ୟ ବଜେଟ ଅଟକଳ ୪୫.୦୩ ଲକ୍ଷ କୋଟି ଟଙ୍କାରୁ ଏହା କମ୍‌।
ଯେହେତୁ ବଜେଟର ଆକାର ଆପେ ଆପେ ବୃଦ୍ଧି ପାଉଛି, ଯିଏ ଶାସନ କରୁନା କାହିଁକି କିଛି ନୂତନ ଯୋଜନା କରିବ, ପୁରୁଣା ଯୋଜନାକୁ ଅଧିକ ସକ୍ରିୟ କରିବ। ଏଣୁ କିଛି ଯୋଜନାକୁ ଭିତ୍ତିକରି ବଜେଟର ଭଲମନ୍ଦ ବିଚାର କରାଯାଏ ନାହିଁ। ସେହିପରି କୌଣସି ସରକାର ନିଜେ ଦେଉଛନ୍ତି ବୋଲି କେବେ କହିବା ଅନୁଚିତ। ଏକ ବଜେଟରେ ବ୍ୟୟ ବୃଦ୍ଧି ଘଟିଛି ବୋଲି କୁହାଯିବ ଯଦି ଏହା ନାମାଙ୍କନ ବୃଦ୍ଧି ସହ ତାଳଦେଇ ବୃଦ୍ଧି ପାଏ ବା ମୋଟ ଜିଡିପି ଅନୁସାରେ ବୃଦ୍ଧି ପାଏ। ୨୦୨୪-୨୫ ବର୍ଷ ପାଇଁ ବଜେଟ ବ୍ୟୟ ଅଟକଳ ୪୯.୦୬ ଲକ୍ଷ କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଛି। ୨୦୨୩-୨୪ ନୋମିନାଲ ବା ନାମାଙ୍କନ ଅଭିବୃଦ୍ଧି ୧୦.୫% ଧାର୍ଯ୍ୟ କରାଯାଇଥିଲାବେଳେ ବାସ୍ତବରେ ଏହା ହ୍ରାସ ପାଇ ୮.୯% ହୋଇଛି। ନାମାଙ୍କନ ଜିଡିପି ୨୦୨୪-୨୫ରେ ପୂର୍ବବର୍ଷ ତୁଳନାରେ ୧୦.୫% ବୃଦ୍ଧି ପାଇ ୩୨୭, ୭୧, ୮୦୮ କୋଟି ଟଙ୍କା ହେବ। ଅର୍ଥାତ୍‌ ନାମାଙ୍କନ ଅଭିବୃଦ୍ଧି ୧୦.୫% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଥିଲା ବେଳେ ବଜେଟ ବ୍ୟୟ ଅଟକଳ ମାତ୍ର ୬.୧% ବୃଦ୍ଧି ପାଇବ ବୋଲି ଧାର୍ଯ୍ୟ କରାଯାଇଛି। ଏହା ଦର୍ଶାଉଛି, ବ୍ୟୟ ଅଟକଳ ନାମାଙ୍କନ ଅଭିବୃଦ୍ଧି ସହ ତାଳଦେଇ ବୃଦ୍ଧିପାଇବ ନାହିଁ ଏବଂ ଏହା ଏକ ସଙ୍କୁଚିତ ବଜେଟ। ପୁନଶ୍ଚ ଏହି ବୃଦ୍ଧି ହାର ଗତ ୬ ବର୍ଷରେ ସର୍ବନିମ୍ନ। ୨୦୧୯-୨୦ରେ ୧୬%, ୨୦୨୦-୨୧ରେ କରୋନା ମହାମାରୀ ଯୋଗୁ ୩୦.୭%, ୨୦୨୧-୨୨ରେ ୮.୧%, ୨୦୨୨-୨୩ରେ ୧୦.୫% ଏବଂ ୨୦୨୩ -୨୪ରେ ୭.୧%ବୃଦ୍ଧି ପାଇଥିଲା।
ଅତ୍ୟନ୍ତ ଚିନ୍ତାଜନକ ହେଉଛି ଜିଡିପି ଅନୁସାରେ ଭାରତରେ ମୋଟ ବ୍ୟୟବରାଦ ବହୁତ କମ୍‌। ୨୦୨୦-୨୧ରେ ମୋଟ ବ୍ୟୟବରାଦ ଜିଡିପିର ୧୭.୭% ଥିଲାବେଳେ ୨୦୨୧-୨୨ ରେ ୧୫.୯୩%, ୨୦୨୨-୨୩ରେ ୧୫.୩୪%, ୨୦୨୩-୨୪ରେ ଏହା ୧୫. ୧୩%କୁ ହ୍ରାସ ପାଇଥିଲାବେଳେ ୨୦୨୪-୨୫ରେ ୧୩.୭୦% ହେବ ବୋଲି ଧାର୍ଯ୍ୟ କରାଯାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଅନୁସାରେ ଏହା ଫ୍ରାନ୍ସରେ ୫୮.୩୪%, ଜାପାନ ୪୪.୦୯%, ସୁଇଡେନ୍‌ ୪୭.୩୨%, ଆମେରିକା ୩୬.୨୬ %, ବ୍ରିଟେନରେ ୪୪.୩%। ୧୯୭୦ରୁ ୨୦୨୩ ମଧ୍ୟରେ ଭାରତରେ ଏହା ହାରାହାରି ୧୫.୧୧% ହୋଇଥିଲା ବେଳେ ୧୯୮୬ରେ ସର୍ବାଧିକ ରେକର୍ଡ ୧୯.୪୨% ଏବଂ ୧୯୭୦ରେ ରେକର୍ଡ ସର୍ବନିମ୍ନ ୧୧.୮୧% ପହଞ୍ଚିଥିଲା।
ଯେତେବେଳେ କେନ୍ଦ୍ର ବଜେଟ ଆକାର ବୃଦ୍ଧିପାଉନାହିଁ, ସେତେବେଳେ କେତେକ କ୍ଷେତ୍ରରେ ବ୍ୟୟ ବୃଦ୍ଧି ପାଇଲାବେଳେ କିଛି କ୍ଷେତ୍ରରେ ହ୍ରାସ ପାଉଛି। ଯଦି ମୁଦ୍ରାସ୍ଫୀତିକୁ ବିଚାରକୁ ନେବା ତେବେ ହ୍ରାସ ବେଶି ଅଧିକ ହେବ। କେନ୍ଦ୍ର ସରକାରଙ୍କ ବ୍ୟୟ ଜିଡିପି ଅନୁସାରେ ସଙ୍କୁଚିତ ହେଉନି ବରଂ ରାଜ୍ୟକୁ ଦେଉଥିବା ତାଙ୍କ ଅଂଶ ମଧ୍ୟ ହ୍ରାସ ପାଉଛି, ଯାହା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ।
ଅର୍ଥ କମିଶନ ଅନୁସାରେ ବିଭାଜିତ ପାଣ୍ଠିରୁ ରାଜ୍ୟଗୁଡ଼ିକ ୪୨% (ଜମ୍ମୁ ଓ କଶ୍ମୀରକୁ ୨ଭାଗ ଯୋଗୁ ପଞ୍ଚଦଶ ଅର୍ଥ କମିଶନ ଅନୁସାରେ ୪୧%) ପାଇବା କଥା। କିନ୍ତୁ ସରଚାର୍ଜ, ସେସ୍‌ ଯୋଗୁ ଏହା କମ୍‌ ମିଳୁଛି। କାରଣ ସରଚାର୍ଜ, ସେସ୍‌ ଦ୍ୱାରା ସଂଗୃହୀତ ସମ୍ବଳରେ ରାଜ୍ୟର କିଛି ଅଂଶ ନ ଥାଏ। ୨୦୧୬-୧୭ରେ ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ବିଭାଜନ ପାଣ୍ଠିରୁ ୩୫% ପାଉଥିଲା ବେଳେ ୨୦୨୨-୨୩ ରେ ୩୧.୧୭% ପାଇଥିଲେ। ୨୦୨୩-୨୪ର ସଂଶୋଧିତ ଅଟକଳରେ ଏହା ୩୦.୦%କୁ ହ୍ରାସ ପାଇଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି କିଛି ବର୍ଷ ହେବ ଶିକ୍ଷା,ସ୍ବାସ୍ଥ୍ୟ ତଥା ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ବଜେଟର ମୋଟ ବ୍ୟୟ ଅଟକଳ ଅନୁପାତରେ ବ୍ୟୟ ହ୍ରାସ ପାଉଛି। ବର୍ତ୍ତମାନ ଦରଦାମ ବୃଦ୍ଧି, ବେକାରି, ବୈଷମ୍ୟ, ବଞ୍ଚିବା ଅଧିକ ବ୍ୟୟ ସାପେକ୍ଷ ହେବା ସହ ସାମାଜିକ ଅସ୍ଥିରତା ସୃଷ୍ଟି କରିଛି।
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?