ପରିକଳ୍ପନାର ବାସ୍ତବ ରୂପକାର

ଭଦ୍ରକ ଅଫିସ, ୨୬।୧୧-ସ୍ୱାବଲମ୍ବୀ ହେବେ ଏବଂ ଆଉ କେତେଜଣଙ୍କୁ ସ୍ଵରୋଜଗାରକ୍ଷମ ହେବାର ବାଟ ଦେଖାଇବେ, ଏହି ସ୍ଵପ୍ନ ଦେଖିଥିଲେ ସେ। ଉଚ୍ଚ ଶିକ୍ଷା ପରେ ନିଜର ପରିକଳ୍ପନାକୁ ବାସ୍ତବ ରୂପ ଦେବା ଲାଗି ଆରମ୍ଭ କରିଥିଲେ ଅଭିଯାନ। ମାତ୍ର ବର୍ଷ କେତୋଟି ମଧ୍ୟରେ ନିଜର ସ୍ଵପ୍ନକୁ ସାକାର କରିବାରେ ସେ ହୋଇଛନ୍ତି ସଫଳ। ଆଉ କୃଷି ହିଁ ଦେଇଛି ତାଙ୍କୁ ନୂଆ ପରିଚୟ। ଜୈବିକ ପଦ୍ଧତି ସାଙ୍ଗକୁ ବୁନ୍ଦା ଜଳସେଚନ ଜରିଆରେ ବିଭିନ୍ନ ଫଳ ଓ ପନିପରିବା ଚାଷ କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଚାଷ ସହିତ ଟ୍ୟୁଶନ କରି ସ୍ୱାବଲମ୍ବୀ ହେବା ସହ ସଫଳ ଚାଷୀ ଭାବେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଚଣ୍ଡିଗାଁପଲ୍ଲୀ ଗାଁର ନରେନ୍ଦ୍ର ସେନାପତି।
ଏକ ଲେମ୍ବୁଚାରା ହିଁ ତାଙ୍କ ପରିକଳ୍ପନାକୁ ସାକାର କରିବାରେ ସହାୟକ ହୋଇଥିବା କୁହନ୍ତି ନରେନ୍ଦ୍ର। ଉଚ୍ଚଶିକ୍ଷା ପରେ ସେ ନିଜ ଜୀବନର ଗତିପଥ ଖୋଜିଥିଲେ। ଚାକିରି ପଛରେ ନ ଧାଇଁ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ରଖି ନିଜସ୍ବ ୪ ଏକର ଜାଗାରେ ପ୍ରଥମେ ଆରମ୍ଭ କରିଥିଲେ ଚାଷ। ପ୍ରଥମେ ୯୦ ଟଙ୍କା ଦେଇ ଭଦ୍ରକ ବଜାରରୁ ଲେମ୍ବୁ ଗଛଟିଏ କିଣି ଆଣିଥିଲେ। ଏହି ଗଛ ଲଗାଇବା ସହ ପରିବା ଚାଷ ବି ଆରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ଗୋଟିଏ ଲେମ୍ବୁଗଛରୁ ସେ କଲମି କରି ୪ଶହ ଲେମ୍ବୁ ଗଛ ଲଗାଇଥିଲେ। ଏଥିପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାକୁ ଆସିଥିଲେ। ବର୍ଷକୁ ଲେମ୍ବୁ ଗଛ କଲମି କରି ପ୍ରାୟ ୫୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଛନ୍ତି। ଏଥିସହ ସେ ଲେମ୍ବୁ ବିକ୍ରି କରି ବର୍ଷକୁ ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। ତେବେ ଲେମ୍ବୁ ଚାଷ ହିଁ ଅନ୍ୟ ଚାଷ କରିବା ପାଇଁ ତାଙ୍କୁ ପ୍ରେରଣା ଯୋଗାଇଥିଲା। ପରେ ସେ କଦଳୀ, ପୋଟଳ, ବାଇଗଣ, ସାରୁ, ମାଟିଆଳୁ, ଗଜେନ୍ଦ୍ର ଓଲୁଅ, ଭେଣ୍ଡି, କଲରା, କାକୁଡ଼ି ଆଦି ଋତୁଭିତ୍ତିକ ପରିବା ଚାଷ ଆରମ୍ଭ କରିଥିଲେ। ୪ ଏକର ଚାଷ ଜମି ପାଇଁ ସେ ବୁନ୍ଦା ଜଳସେଚନ ବ୍ୟବସ୍ଥା କରିଛନ୍ତି। ତାଙ୍କ ୩ ଭାଇ ଏଥିରେ ସାହାଯ୍ୟ କରିଥାନ୍ତି। ବର୍ଷ ସାରା ଚାଷ ହେଉଥିବାରୁ ପ୍ରାୟ ୧୦ ଜଣ ଶ୍ରମିକଙ୍କୁ ମାସିକିଆ ବେତନରେ କାମରେ ଲଗାଇଛନ୍ତି। ଚାଷ ବ୍ୟତୀତ ଘର ପାଖରେ ସକାଳ ଓ ସନ୍ଧ୍ୟାରେ ଦୁଇଘଣ୍ଟା ଲେଖାଏ ପିଲାଙ୍କୁ ଟ୍ୟୁଶନ କରି ବେଶ୍‌ ଦୁଇ ପଇସା ରୋଜଗାର କରୁଥିବା ସେ କୁହନ୍ତି।
୩ ବର୍ଷ ତଳେ କୃଷିମନ୍ତ୍ରୀଙ୍କଠାରୁ ଜଣେ ସଫଳ ଚାଷୀ ଭାବେ ପୁରସ୍କାର ପାଇବା ତାଙ୍କୁ ଉତ୍ସାହିତ କରିଥିଲା। ତେବେ ସରକାରୀ ସ୍ତରରେ ହେଉଥିବା ଗ୍ରୀନ୍‌ ହାଉସଗୁଡ଼ିକରେ ଖର୍ଚ୍ଚ ତୁଳନାରେ ଉପଯୁକ୍ତ ଲାଭ ହେଉ ନ ଥିବାରୁ ସେ ଭବିଷ୍ୟତରେ ନିଜସ୍ବ ଜ୍ଞାନ କୌଶଳରେ ଗ୍ରୀନ୍‌ ହାଉସ ତିଆରି କରିବାକୁ ଲକ୍ଷ୍ୟ ରଖିଥିବା ନରେନ୍ଦ୍ର କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri