ପରିକଳ୍ପନାର ବାସ୍ତବ ରୂପକାର

ଭଦ୍ରକ ଅଫିସ, ୨୬।୧୧-ସ୍ୱାବଲମ୍ବୀ ହେବେ ଏବଂ ଆଉ କେତେଜଣଙ୍କୁ ସ୍ଵରୋଜଗାରକ୍ଷମ ହେବାର ବାଟ ଦେଖାଇବେ, ଏହି ସ୍ଵପ୍ନ ଦେଖିଥିଲେ ସେ। ଉଚ୍ଚ ଶିକ୍ଷା ପରେ ନିଜର ପରିକଳ୍ପନାକୁ ବାସ୍ତବ ରୂପ ଦେବା ଲାଗି ଆରମ୍ଭ କରିଥିଲେ ଅଭିଯାନ। ମାତ୍ର ବର୍ଷ କେତୋଟି ମଧ୍ୟରେ ନିଜର ସ୍ଵପ୍ନକୁ ସାକାର କରିବାରେ ସେ ହୋଇଛନ୍ତି ସଫଳ। ଆଉ କୃଷି ହିଁ ଦେଇଛି ତାଙ୍କୁ ନୂଆ ପରିଚୟ। ଜୈବିକ ପଦ୍ଧତି ସାଙ୍ଗକୁ ବୁନ୍ଦା ଜଳସେଚନ ଜରିଆରେ ବିଭିନ୍ନ ଫଳ ଓ ପନିପରିବା ଚାଷ କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଚାଷ ସହିତ ଟ୍ୟୁଶନ କରି ସ୍ୱାବଲମ୍ବୀ ହେବା ସହ ସଫଳ ଚାଷୀ ଭାବେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଚଣ୍ଡିଗାଁପଲ୍ଲୀ ଗାଁର ନରେନ୍ଦ୍ର ସେନାପତି।
ଏକ ଲେମ୍ବୁଚାରା ହିଁ ତାଙ୍କ ପରିକଳ୍ପନାକୁ ସାକାର କରିବାରେ ସହାୟକ ହୋଇଥିବା କୁହନ୍ତି ନରେନ୍ଦ୍ର। ଉଚ୍ଚଶିକ୍ଷା ପରେ ସେ ନିଜ ଜୀବନର ଗତିପଥ ଖୋଜିଥିଲେ। ଚାକିରି ପଛରେ ନ ଧାଇଁ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ରଖି ନିଜସ୍ବ ୪ ଏକର ଜାଗାରେ ପ୍ରଥମେ ଆରମ୍ଭ କରିଥିଲେ ଚାଷ। ପ୍ରଥମେ ୯୦ ଟଙ୍କା ଦେଇ ଭଦ୍ରକ ବଜାରରୁ ଲେମ୍ବୁ ଗଛଟିଏ କିଣି ଆଣିଥିଲେ। ଏହି ଗଛ ଲଗାଇବା ସହ ପରିବା ଚାଷ ବି ଆରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ଗୋଟିଏ ଲେମ୍ବୁଗଛରୁ ସେ କଲମି କରି ୪ଶହ ଲେମ୍ବୁ ଗଛ ଲଗାଇଥିଲେ। ଏଥିପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାକୁ ଆସିଥିଲେ। ବର୍ଷକୁ ଲେମ୍ବୁ ଗଛ କଲମି କରି ପ୍ରାୟ ୫୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଛନ୍ତି। ଏଥିସହ ସେ ଲେମ୍ବୁ ବିକ୍ରି କରି ବର୍ଷକୁ ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। ତେବେ ଲେମ୍ବୁ ଚାଷ ହିଁ ଅନ୍ୟ ଚାଷ କରିବା ପାଇଁ ତାଙ୍କୁ ପ୍ରେରଣା ଯୋଗାଇଥିଲା। ପରେ ସେ କଦଳୀ, ପୋଟଳ, ବାଇଗଣ, ସାରୁ, ମାଟିଆଳୁ, ଗଜେନ୍ଦ୍ର ଓଲୁଅ, ଭେଣ୍ଡି, କଲରା, କାକୁଡ଼ି ଆଦି ଋତୁଭିତ୍ତିକ ପରିବା ଚାଷ ଆରମ୍ଭ କରିଥିଲେ। ୪ ଏକର ଚାଷ ଜମି ପାଇଁ ସେ ବୁନ୍ଦା ଜଳସେଚନ ବ୍ୟବସ୍ଥା କରିଛନ୍ତି। ତାଙ୍କ ୩ ଭାଇ ଏଥିରେ ସାହାଯ୍ୟ କରିଥାନ୍ତି। ବର୍ଷ ସାରା ଚାଷ ହେଉଥିବାରୁ ପ୍ରାୟ ୧୦ ଜଣ ଶ୍ରମିକଙ୍କୁ ମାସିକିଆ ବେତନରେ କାମରେ ଲଗାଇଛନ୍ତି। ଚାଷ ବ୍ୟତୀତ ଘର ପାଖରେ ସକାଳ ଓ ସନ୍ଧ୍ୟାରେ ଦୁଇଘଣ୍ଟା ଲେଖାଏ ପିଲାଙ୍କୁ ଟ୍ୟୁଶନ କରି ବେଶ୍‌ ଦୁଇ ପଇସା ରୋଜଗାର କରୁଥିବା ସେ କୁହନ୍ତି।
୩ ବର୍ଷ ତଳେ କୃଷିମନ୍ତ୍ରୀଙ୍କଠାରୁ ଜଣେ ସଫଳ ଚାଷୀ ଭାବେ ପୁରସ୍କାର ପାଇବା ତାଙ୍କୁ ଉତ୍ସାହିତ କରିଥିଲା। ତେବେ ସରକାରୀ ସ୍ତରରେ ହେଉଥିବା ଗ୍ରୀନ୍‌ ହାଉସଗୁଡ଼ିକରେ ଖର୍ଚ୍ଚ ତୁଳନାରେ ଉପଯୁକ୍ତ ଲାଭ ହେଉ ନ ଥିବାରୁ ସେ ଭବିଷ୍ୟତରେ ନିଜସ୍ବ ଜ୍ଞାନ କୌଶଳରେ ଗ୍ରୀନ୍‌ ହାଉସ ତିଆରି କରିବାକୁ ଲକ୍ଷ୍ୟ ରଖିଥିବା ନରେନ୍ଦ୍ର କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାପାଣିରେ ଭାସୁଛି ବର୍ଷକର ଦାନା

ଗଞ୍ଜାମ,୬ା୧୨(ଡି.ଏନ୍‌.ଏ.): ବାତ୍ୟା ପ୍ରଭାବରେ ତିନିଦିନ ଲଗାଣ ବର୍ଷାରେ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳର ଚାଷଜମି ଜଳମଗ୍ନ ହୋଇଯାଇଛି। ପାଚିଲା ଧାନ ଏବେ ବର୍ଷା ପାଣିରେ ଭାସୁଥିବା...

ସାଙ୍ଗ ପାଇଁ ପରୀକ୍ଷାରେ ଉତ୍ତର ଲେଖି ନ ଥିଲେ ଦ୍ରୌପଦୀ

ନୀଳାଦ୍ରି ବିହାରୀ ଦଣ୍ଡପାଟ ବାରିପଦା ଅଫିସ, ୨୯ା୬: ମୟୂରଭଞ୍ଜ ଜିଲାର ଉପରବେଡ଼ାରେ ଜନ୍ମିତା (୨୦ ଜୁନ ୧୯୫୮) ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ସାରା ଦେଶରେ...

କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଶତକ ଛୁଇଁଲା ପୁରୀ

ପୁରୀ ଅଫିସ, ୬।୬: କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଶନିବାର ପୁରୀ ଜିଲା ଶତକ ଛୁଇଁଛି। ପୂର୍ବରୁ ଜିଲାର ୯୯ଜଣ ଏହି ମହାମାରୀ ଭୂତାଣୁ ଦ୍ୱାରା ସଂକ୍ରମିତ...

ମଧୁର ପାଣି ମାଛଚାଷ ଅପେକ୍ଷା ଚିଙ୍ଗୁଡ଼ି ଚାଷ ଅଧିକ

କେନ୍ଦ୍ରାପଡ଼ା ଅଫିସ, ୮ା୧୨: ଲୁଣି ମାଛ ରପ୍ତାନି କ୍ଷେତ୍ରରେ ଓଡ଼ିଶାର ଚାହିଦା ବଢ଼ିଛି। ଗତ ୧୦ବର୍ଷ ମଧ୍ୟରେ ଏହା ୭୪୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୧-୧୨...

ଭାଙ୍ଗିଦେଲେ, ଗଢ଼ୁନାହାନ୍ତି

ବଇଣ୍ଡା,୨୦।୪ (ପରିକ୍ଷିତ ସାହୁ) – ରାଜପଥ ସମ୍ପ୍ରସାରଣ ନିମନ୍ତେ ୪ ବର୍ଷ ତଳୁ ଭଙ୍ଗାଯାଇଛି ରାଜ୍ୟ ସରକାରଙ୍କ ଏକାଧିକ କାର୍ଯ୍ୟାଳୟ। ଏପରି କି ଶିକ୍ଷାନୁଷ୍ଠାନ ମଧ୍ୟ...

ଆବାସ ଘର ସାତ୍‌ସପନ: ନଡ଼ାଛପର ଘରେ ବିତୁଛେ ଜୀବନ୍‌

ଅତାବିରା, ୧୯।୬ (ଡି.ଏନ.ଏ)- ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ନିଅଁାସିମାନକର ଲାଗି ଅବାସ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ସର୍ଭେରେ ଭୁଲଭଟକା,...

ଅଜାତିରେ ଖାଇ ଅଜେତ୍‌ ହେଇଥିଲେ: ଖଁଦ୍‌ ଦେବାକେ ମନାକଲେ ଜାତିଭାଇ

  ଚିପିଲିମା, ୧୧।୨ (ଡି.ଏନ୍‌.ଏ.)- ବିଗିଅଁାନ ଯୁଗ୍‌ରେ ବି ଅନେକ ଜାତି, ଧରମ୍‌, ସମାଜର ଲୋକ୍‌ ଅଁଧ୍‌ ବିଶୁଆସରେ ବଁାଧି ହେଇ ରହିଛନ୍‌। ଆଏଜ୍‌ ବି...

-୨୬୦ ଲିଟର ମଦ, ପ୍ୟାକିଂ ମେଶିନ ଜବତ, ୩ ଗିରଫ

ପାତ୍ରପୁର,୮ା୫(ଡି.ଏନ୍‌.ଏ.)- ଜରଡ଼ା ପୋଲିସ ଶୁକ୍ରବାର ୧୨ଶହ ପାଉଚ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଲଙ୍କା ଗ୍ରାମର ଡି....

Advertisement
Archives

Model This Week