କାର୍ତ୍ତିକରେ ରୋଷେଇ ଘରେ ଝଡ ସୃଷ୍ଟି କରିଛି ଦରଦାମ: ଜୀବନ ଜୀବିକା ପ୍ରଭାବିତ

କେନ୍ଦ୍ରାପଡ଼ା, ୧୮ା୧୦ (ଜଗନ୍ନାଥ ଧଳ): କାର୍ତ୍ତିକ ମାସରେ ବଜାର ଦର ରୋଷେଇ ଘରେ ଝଡ ସୃଷ୍ଟି କରିଛି। ସବୁ ଜିନିଷର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି। ମାସକ ମଧ୍ୟରେ ପରିବା ଦର ୨୫ ପ୍ରତିଶତରୁ ଅଧିକ ହୋଇଛି। ଖାଇବା ତେଲ, ଡାଲି, ପିଆଜ, ଦର ନିୟନ୍ତ୍ରଣ ହରାଇଛି। ଏଥିପାଇଁ ଶାସକ, ପ୍ରଶାସକ ଓ ବିରୋଧୀଙ୍କ ମଧ୍ୟରେ କୌଣସି ଯୋଜନା ନାହିଁ। ଗତ ୩ ମାସ ମଧ୍ୟରେ ଲଗାଣ ବର୍ଷା ଓ ଲଗାତର ବନ୍ୟା ଯୋଗୁ ସବୁବର୍ଗ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ମହଙ୍ଗା ମାଡ଼ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରୁଛି। କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ବଜାର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।
ଏ ସମ୍ପର୍କରେ ଶ୍ୟାମସୁନ୍ଦରପୁରର ମମତା ପାଢ଼ୀ କହିଛନ୍ତି, ଏବେ କାର୍ତ୍ତିକ ମାସ ଚାଲିଛି। ସବୁଠି ନିରାମିଷ ଭୋଜନ ପ୍ରସ୍ତୁତ ହେଉଛି। ତେବେ ରୋଷେଇ ପାଇଁ ପନିପରିବା ସହିତ ତାଳ ଦେଇ ଅନ୍ୟ ସାମଗ୍ରୀର ଦର ବଢ଼ି ଚାଲିଛି। ସୋରିଷ ତେଲ, ପାମୋଲିନ, ସୂର୍ଯ୍ୟମୁଖୀ ତେଲ ଦର ଲିଟର ପ୍ରତି ୨୦୦ ଟଙ୍କା ପାଖାପାଖି ଅଛି। ହରଡ, ମୁଗ ଆଦି ଡାଲି ୧୦୦ ପାର ହୋଇଥିବା ବେଳେ ଜିରା, ସୋରିଷ, ସୁଜି ଓ ବେସନ ଆଦିର ଦର ଅହେତୁକ ଭାବେ ବଢ଼ିଚାଲିଛି। ମହରଗରେ ଖାଉଟିଙ୍କୁ ଭେଜାଲ ପଦାର୍ଥ ପ୍ୟାକେଟରେ ମିଳୁଛି। ଖାଉଟି ବଜାର ଏବେ ବେଲଗାମ ହୋଇଛି ବୋଲି ସେ ମତ ଦେଇଛନ୍ତି। ଗୋପ ହାଟର ପରିବା ବ୍ୟବସାୟୀ ସାଧୁ ଚରଣ ଦାସ କହିଛନ୍ତି, ବର୍ଷା ସିଜନ ପରେ ପରିବା ଦର ସାଧାରଣରେ ବଢ଼ିଥାଏ। ତେବେ ଚଳିତବର୍ଷ ବଜାର ଦର ଅତ୍ୟଧିକ ହୋଇଛି। ଗତ ମାସକ ପୂର୍ବେ ଟମାଟୋ କେଜି ପ୍ରତି ମାତ୍ର ୨୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ୬୦ ଟଙ୍କାରୁ କମ୍‌ରେ ବିକ୍ରି କରି ହେଉନାହିଁ। ସେହିପରି ଭେଣ୍ଡି, ଜହ୍ନି କେଜି ପ୍ରତି ୮୦ଟଙ୍କା ରହିଛି। ଆଳୁ, ପିଆଜ, ବିନ୍‌ସ ଓ ଝୁଡଙ୍ଗ ଆଦିର ମୂଲ୍ୟ ଅଧିକ ରହିଛି। ଏହାର କାରଣ ସ୍ଥାନୀୟ ଅଞ୍ଚଳରେ ଏହାର ଉପତ୍ାଦନ ନାହିଁ। ବାହାରୁ ଆମଦାନୀ ହେଉଥିବାରୁ ପରିବହନ ଖର୍ଚ୍ଚ ଅଧିକ ହେଉଛି। କେନ୍ଦ୍ରାପଡ଼ା ଜିଲାରେ ପ୍ରତି ସିଜନ ପାଇଁ ପନିପରିବା ଉପତ୍ାଦ ଆଶାନୁରୂପକ ହେଉନାହିଁ। ଫସଲ ଅମଳ ସମୟରେ ଅଭାବୀ ବିକ୍ରି ହେଉଛି। ଜିଲାରେ ଶୀତଳଭଣ୍ଡାର ଅଭାବରୁ ବିଭିନ୍ନ ଋତୁର ଉପତ୍ାଦକୁ ସଂରକ୍ଷିତ କରାଯାଇ ପାରୁନାହିଁ। ଜିଲା ବାହାରୁ ପନିପରିବା ଆସୁଥିବାରୁ ପରିବହନ ଖର୍ଚ୍ଚ ଅଧିକ ହେଉଛି। ଅନ୍ୟତମ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁ କହିଛନ୍ତି, ପନିପରିବା ପାଇଁ ବରଗଡ଼, ନୟାଗଡ଼ ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରାଯାଉଛି। ଯାନବାହନରେ ପରିବାଠାରୁ ରାଶନ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ସ୍ଥାନାନ୍ତର, ବାଣିଜି୍ୟକ କାରବାର, ତୈଳ ଦର ବୃଦ୍ଧି ଆଦିର ପ୍ରଭାବ ସିଧାସଳଖ ବଜାର ଓ ଖାଉଟିଙ୍କ ଉପରେ ପକାଉଛି। ଠାକୁରପାଟଣାର ସୁରେନ୍ଦ୍ର ବେହେରା କହିଛନ୍ତି, ଖାଉଟି ସାମଗ୍ରୀ ଦର ବୃଦ୍ଧି ସହ ଏବେ ବିଜୁଳି ବିଭାଗ ଉପରେ ସରକାର ନିୟନ୍ତ୍ରଣ ହରାଇଛନ୍ତି। ବିଜୁଳି ଦର ଅହେତୁକ ବୃଦ୍ଧି ହୋଇଥିଲେ ମଧ୍ୟ ଦୈନିକ ବିଦ୍ୟୁତ୍‌ କାଟ ଅଧିକ ହେଉଛି। ଫଳରେ ଚାଷୀ ପାଣି ମୋଟର ଚଳାଇ ଚାଷ କାର୍ଯ୍ୟ କରୁଛନ୍ତି। ଯାହାଦ୍ୱାରା ଉପତ୍ାଦ ସାମଗ୍ରୀର ଦରବୃଦ୍ଧି ହେବା ସ୍ବାଭାବିକ କଥା। ଜିଲା ପ୍ରଶାସନ ପକ୍ଷରୁ ବଜାର ଦର ନିୟନ୍ତ୍ରଣ କରିବାକୁ ସେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?