Posted inଜାତୀୟ

ଉଲଗ୍ନ ଅବସ୍ଥାରେ ଘରକୁ ଚାଲିଚାଲି ଗଲେ ଗଣବଳାତ୍କାର ପୀଡ଼ିତା

ମୋରଦାବାଦ, ୨୩ା୯: ଉତ୍ତରପ୍ରଦେଶର ମୋରଦାବାଦରୁ ଏକ ସମ୍ବେଦନଶୀଳ ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୫ ବର୍ଷୀୟା ବାଳିକା ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚାଲିଚାଲି ଯାଉଥିବାର ସିସିଟିଭି ଫୁଟେଜ୍‌ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି। ତାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ପ୍ରାୟ ୨ କି.ମି. ଚାଲି ଘରକୁ ଯାଉଥିବା ଫୁଟେଜରେ ଦେଖିବାକୁ ମିଳିଛି।
ରିପୋର୍ଟ ଅନୁସାରେ ଘଟଣା ସେପ୍ଟେମ୍ବର ୧ ତାରିଖର। ହେଲେ ଭିଡିଓ ବହୁଳ ପ୍ରସାରିତ ହେବା ପରେ ଏବେ ଏହା ଚର୍ଚ୍ଚାକୁ ଆସିଛି। ମୋରଦାବାଦ ପୋଲିସ କହିବା ଅନୁଯାୟୀ, ନାବାଳିକା ଜଣକ ପଡ଼ୋଶୀ ଗ୍ରାମକୁ ମେଳା ଦେଖିବାକୁ ଯାଇଥିଲେ। ସେଠାରେ ତାଙ୍କୁ ୫ ଜଣ ଅପହରଣ କରିଥିଲେ। ପାଟିଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ନାବାଳିକାଙ୍କ ପୋଷାକ ଓ ଅନ୍ୟ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ। ତାଙ୍କୁ ବଳାତ୍କାର କରାଯାଇଥିବା ନେଇ ପୀଡ଼ିତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ନାଁରେ ଗଣବଳାତ୍କାର ମାମଲା ରୁଜୁ ହୋଇଛି। ଗତ ୧୫ ତାରିଖରେ ଅଭିଯୁକ୍ତ ନୌଶେଦ୍‌ ଅଲିଙ୍କୁ ଗିରଫ କରାଯାଇଛି। ତେବେ ମେଡିକାଲ ଟେଷ୍ଟ ରିପୋର୍ଟରେ ନାବାଳିକାଙ୍କୁ ବଳାତ୍କାର କରାଯାଇ ନ ଥିବା ଉଲ୍ଲେଖ ରହିଛି। ଘଟଣାର ତଦନ୍ତ ଚାଲିଥିବା ମୋରଦାବାଦ ରେଞ୍ଜ ଡିଆଇଜି ଶାଲାଭ ମାଥୁର କହିଛନ୍ତି।
ତେବେ ନାବାଳିକାଙ୍କ ମାତାପିତା ଗଣବଳାତ୍କାର ହୋଇ ନ ଥିବା ବୟାନ ଦେଇଛନ୍ତି ବୋଲି ଏସ୍‌ପି ସନ୍ଦୀପ କୁମାର ମୀନା କହିଛନ୍ତି। ପୀଡ଼ିତା ଜଣେ ମାନସିକ ରୋଗୀ ବୋଲି ମଧ୍ୟ ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୪ରେ ଭାଜପାର ଏହି ହେଭିଓ୍ବେଟ୍‌ ନେତାଙ୍କୁ ହରାଇ ହଇଚଇ ସୃଷ୍ଟି କରିଥିଲେ ଗୋବିନ୍ଦା, କିଛି ଏଭଳି ଥିଲା…

ନୂଆଦିଲ୍ଲୀ,୨୯।୩: ୧୪ ବର୍ଷର ବଡ଼ ବ୍ୟବଧାନ ପରେ ଅଭିନେତା ଗୋବିନ୍ଦା ପୁଣିଥରେ ରାଜନୀତିକୁ ଫେରିଛନ୍ତି। ଲୋକ ସଭା ନିର୍ବାଚନ ୨୦୨୪ର ଠିକ୍‌ ପୂର୍ବରୁ ସେ ଦ୍ୱିତୀୟ...

ରିଲ୍‌ ଲାଇଫର ‘ରାମ’ଙ୍କ ପରି ପୂର୍ବରୁ ‘ରାବଣ’ଙ୍କୁ ମଧ୍ୟ ଟିକେଟ୍‌ ଦେଇଛି ଭାଜପା, ଜାଣନ୍ତୁ ‘ଲଙ୍କେଶ’ଙ୍କ କିପରି ଥିଲା ରାଜନୈତିକ କ୍ୟାରିୟର

ମୁମ୍ବାଇ: ଚାରି ଦଶକ ପୂର୍ବରୁ ଟିଭି ସିରିଆଲରେ ଲୋକପ୍ରିୟ ହୋଇଥିଲା ରାମାୟଣ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ହିନ୍ଦୁଙ୍କ ରିଅଲ ଲାଇଫର...

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

କଂଗ୍ରେସ ଏହି ଖୁସିକୁ ସହି ପାରିଲା ନାହିଁ, କାହିଁକି ଏମିତି କହିଲେ କଙ୍ଗନା

ଶିମଲା,୨୯।୩: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ...

କଂଗ୍ରେସ ପରେ ବଢିଲା ଏହି ଦଳର ମୁଣ୍ଡବ୍ୟଥା, ଆୟକର ବିଭାଗରୁ ମିଳିଲା ନୋଟିସ

ନୂଆଦିଲ୍ଲୀ,୨୯।୩: କଂଗ୍ରେସ ପରେ ଏବେ ଅନ୍ୟ ଏକ ଦଳର ସମସ୍ୟା ବଢିଥିବା ସୂଚନା ମିଳିଛି। ଏହି ପାର୍ଟିକୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ମଧ୍ୟ...

ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏହି କାରଣ ପାଇଁ ହୋଇଛି ମୃତ୍ୟୁ

ବାନ୍ଦା,୨୯।୩: ମାଫିଆ ମୁଖତାର୍‌ ଅନସାରୀଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ପୋଷ୍ଟମର୍ଟମ ଘରୁ ବାହାରକୁ ଆସିଥିବା ଡାକ୍ତରମାନେ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri