ରାମାୟଣ ପରିବାର

ଡା. ଦିଲୀପ କୁମାର ମହାରଣା

ରାମାୟଣ ଭାରତୀୟମାନଙ୍କର ଜୀବନ ନାଟିକା। କିଛି ବର୍ଷ ଆଗେ ସମଗ୍ର ଭାରତବର୍ଷରେ ଏମିତି ଗୋଟିଏ ଗାଁ ନ ଥିଲା ଯେଉଁଠି ରାମ ଉପାସନା ପାଇଁ ମନ୍ଦିରଟିଏ ନ ଥିଲା, ଏମିତି ଘରଟିଏ ନ ଥିଲା ଯେଉଁଠି ରାମଙ୍କର ଛବି ପୂଜା ପାଉ ନ ଥିଲା କିମ୍ବା ଏମିତି ଜୀଉ ନ ଥିଲା ରାମ ନାମ ଯେଉଁଠି ନୃତ୍ୟ କରୁ ନ ଥିଲା। ସମଗ୍ର ଦେଶ ରାମ ନାମର ସୁଗନ୍ଧରେ ଆମୋଦିତ ହୋଇଥିଲା। ଏବେ ଆମ ହୃଦୟରେ ଧର୍ମଜାତ ହେବା ପାଇଁ ଆମକୁ ଅନେକ ତ୍ୟାଗ କରିବାକୁ ହେବ। ହୃଦୟରେ ଧର୍ମଜାତ ପାଇଁ ଦଶରଥ ପୁତ୍ର କାମେଷ୍ଠି ଯଜ୍ଞ କରିଥିଲେ। ଭଗବାନ ହେଉଛନ୍ତି ଧର୍ମ ସ୍ବରୂପ ଏବଂ ଧର୍ମ ମାଧ୍ୟମରେ ସେ ଉପାସିତ ହୋଇପାରିବେ। ଧର୍ମ ହେଉଛି ପବିତ୍ର କର୍ମ, ପବିତ୍ର କଥା, ପବିତ୍ର ଭାବନାର ଫୁଲମାଳ। ଭଲ ହେବା, ସେବା କରିବା ଓ ଭଲ କାମ କରିବାର ଦକ୍ଷ ହେବାର ସୁଖ୍ୟାତି ଅର୍ଜନ କରିବା। ଏଭଳି କର୍ମ ଦ୍ୱାରା ଯେଉଁ ସନ୍ତାନମାନେ ମାତାପିତାଙ୍କୁ ସୁଖୀ କରନ୍ତି ନାହିଁ ସେମାନେ ଶାନ୍ତି, ନିରାପତ୍ତା ଓ ସୁଖ ହରାଇଛନ୍ତି ବୋଲି ଏବେ ପ୍ରତ୍ୟେକ କ୍ରନ୍ଦନ କରୁଛନ୍ତି। ସବୁଠି ପ୍ରବଳ ଚିତ୍କାର ଶୁଣାଯାଉଛି ମାତ୍ର ଏଇ ଦୁର୍ଦ୍ଦଶା କାହିଁକି ଘଟିଛି କେହି ତାହା ଆବିଷ୍କାର କରିବାକୁ ଚାହୁଁ ନାହାନ୍ତି। ଏହାର କାରଣ ଯାହା କରାଯିବା କଥା ତାହା କରାଯାଉନାହିଁ। ଯାହା ପାଳନ କରିବା କଥା ତାହା ପାଳନ ହେଉନାହିଁ। ଯାହା କୁହାଯାଉଛି ଓ କରାଯାଉଛି ତା’ମଧ୍ୟରେ ସମନ୍ବୟ ନାହିଁ। ସେମାନଙ୍କ ଓଠରେ ଭଗବାନଙ୍କ ନାମ ଉଚ୍ଚାରଣ କରି ଯେଉଁମାନେ ମାଳି ଗଡାଉଛନ୍ତି ସେମାନେ ନିରୀଶ୍ୱର କର୍ମରେ ଲିପ୍ତ ଅଛନ୍ତି। ହାତରେ ଭଗବଦ୍‌ଗୀତା ଧରି ସେମାନେ କୁତ୍ସାରଟନା କରୁଛନ୍ତି ଏବଂ ମନ୍ଦ ଚକ୍ରାନ୍ତ କରୁଛନ୍ତି। ଏହା କୌଣସି ବ୍ରତନୁହେଁ, ଆତ୍ମାର ଶୃଙ୍ଖଳା ନୁହେଁ। ନିଜକୁ ନିଷ୍ଠାପର ଭକ୍ତ ମନେକରୁଥିବା ଜଣେ ବ୍ୟକ୍ତି ସର୍ବଦା ଜାଗ୍ରତ ରହିବା ଉଚିତ ଏବଂ ସର୍ବଦା ଦିବ୍ୟ ଉପସ୍ଥିତିରେ ରହିବାର ଶୃଙ୍ଖଳା ଅଭ୍ୟାସ କରିବା ଦରକାର। ଆମେ ଚେତନାରେ ଏବେ ନିଦ୍ରିତ ଥିବା ଈଶ୍ୱରଙ୍କୁ ଜାଣିବା ଉଚିତ ଏବଂ ତାଙ୍କୁ ଜାଗ୍ରତ କରିବା ଆବଶ୍ୟକ। ତା’ହେଲେ ଆମର ପ୍ରତ୍ୟେକ କର୍ମରେ ଦିବ୍ୟ ଦୀପ୍ତି ପ୍ରକାଶ ପାଇବ। ବ୍ୟକ୍ତି ଅର୍ଥ ପ୍ରକାଶିତ ସୁପ୍ତ ଅବସ୍ଥାରେ ଥିବା ଦିବ୍ୟତ୍ୱକୁ ବ୍ୟକ୍ତ କରୁଥିବାର ସଂସ୍କୃତରେ ଜଣେ ମଣିଷକୁ ବ୍ୟକ୍ତି କୁହାଯାଏ। ଆମ ମଧ୍ୟରେ, ଆମ ନିମନ୍ତେ ଭଗବାନ୍‌ ଅଛନ୍ତି ବୋଲି ଆମେ ଯେତେବେଳେ ଚେତନା ଲାଭ କରିବା ସେତେବେଳେ ସେହି ଚେତନା ଆମର ପ୍ରତ୍ୟେକ ଭାବନା, ଶବ୍ଦ ଓ କର୍ମକୁ ଆଉଥରେ ରୂପ ଦେବା ଉଚିତ ଏବଂ ଭଲ ଇଚ୍ଛା କରିବା ପାଇଁ, ଭଲ କଥା କହିବା ପାଇଁ ଓ ଭଲ ହେବା ଲାଗି ଆମକୁ ପ୍ରେରଣା ଦେବା ଉଚିତ। ଯେଉଁମାନେ ଆଡ଼ମ୍ବର ସହିତ ଧର୍ମଶୃଙ୍ଖଳା ପାଳନ କରିବା ପାଇଁ ନିଜକୁ ଉତ୍ସର୍ଗ କରୁଛନ୍ତି ସେମାନେ ବିଶ୍ୱ ରଙ୍ଗମଞ୍ଚରେ ଚିତ୍କାର କରୁଥିବା ଅଭିନେତା। ଅନ୍ୟମାନେ ସାମାନ୍ୟ ଭକ୍ତି ପୋଷଣ କରନ୍ତି। ସାମାନ୍ୟ ଜଞ୍ଜାଳ ବା ହତାଶା ଆସିଲେ ସେମାନେ ଈଶ୍ୱରଙ୍କ ଉପରୁ ଆସ୍ଥା ହରାନ୍ତି। ମାତ୍ର ଯେତେ ଦୁର୍ଭାଗ୍ୟ ଆସିଲେ ମଧ୍ୟ ପ୍ରକୃତ ଭକ୍ତ ଅତୁଟ ରହିଥାଏ।
ରାମାୟଣରେ ଥିବା ଅସଂଖ୍ୟ ଆଦର୍ଶ ଦୃଷ୍ଟାନ୍ତ ମନେ ପକାଅ। ରାମ ପରିବାର ପରମ ଧର୍ମର ଅମୂଲ୍ୟ ଗ୍ୟାଲେରି। ଜଣେ ପୁଅ ଯଦି ରାମଙ୍କ ପରି ବିଶ୍ୱସ୍ତ ହୋଇଥାଏ,ସେ ଯଦି ବନବାସକୁ ବାପାଙ୍କ ଇଚ୍ଛା ବୋଲି ଗ୍ରହଣ କରେ, ଅଭିଷେକ ପାଇଁ ସିଂହାସନ ଆଡ଼କୁ ଯିବା ପରିବର୍ତ୍ତେ ସେ ଯଦି ଆନନ୍ଦରେ ବନବାସ ଗମନ କରେ, ତା’ହେଲେ ସେ ପ୍ରକୃତରେ ଆଦର୍ଶ ପୁତ୍ର ହେବ। ମହୀୟସୀ ନାରୀ ସୀତା କିପରି ତାଙ୍କ ସ୍ବାମୀଙ୍କୁ ପ୍ରଭୁ ଓ ଅନ୍ତର୍ଯ୍ୟାମୀ ରୂପେ ଉପାସନା କରୁଥିଲେ ତାହା ମନେ ପକାଅ। ସମସ୍ତ ଦୁଃଖକଷ୍ଟ ସହି ସେ ପତିଙ୍କ ସହିତ ବନବାସ କରିବା ପାଇଁ ରାମଚନ୍ଦ୍ରଙ୍କୁ ପ୍ରବର୍ତ୍ତାଇଥିଲେ। ଯଦି ସବୁ ନାରୀ ସୀତାଙ୍କ ପରି ତ୍ୟାଗଶୀଳା, ବିଶ୍ୱସ୍ତ ଓ ପ୍ରେମପରାୟଣା ହୁଅନ୍ତି ତା’ହେଲେ ଭାରତର ସବୁ ଘରେ ପରିତୃପ୍ତିର ହୃଦୟଭରା ହସ ଭରିଯିବ। କେଉଁ ଭାଇ ଲକ୍ଷ୍ମଣ ଅଥବା ଭରତଙ୍କ ଭଳି ହୋଇପାରିବେ? ମା’ ଭରତଙ୍କୁ ବିଶାଳ ସାମ୍ରାଜ୍ୟ ଦେଇଥିଲେ। ମାତ୍ର ବଡ଼ଭାଇ ସାମ୍ରାଜ୍ୟର ଅଧିକାରୀ ହେବା ଉଚିତ ବୋଲି ମତ ଦେଇ ଭରତ ତାହା ପରିତ୍ୟାଗ କରିଥିଲେ। ନୈତିକ ଦୃଷ୍ଟିରୁ ସାମ୍ରାଜ୍ୟ ଯାହାର ବନବାସରୁ ସେ ଫେରିଆସି ତାହା ଗ୍ରହଣ କରନ୍ତୁ ଓ ଉପଭୋଗ କରନ୍ତୁ ଏଇ ଉଦ୍ଦେଶ୍ୟରେ ଭରତ ଏପରି କରିଛନ୍ତି। ଗଭୀର ଅରଣ୍ୟରେ ଭାଇ ଓ ଭାଉଜଙ୍କୁ ଜଗିବା ପାଇଁ ଲକ୍ଷ୍ମଣ ନିଦ୍ରା ଏବଂ ଆହାର ପରିହାର କରିଛନ୍ତି। ପୂର୍ଣ୍ଣମାତ୍ରାରେ ଓ ଆନନ୍ଦର ସହିତ ସେ ଭାଇଙ୍କ ପାଦପଦ୍ମରେ ଶରଣାପନ୍ନ ହୋଇଛନ୍ତି। ଆଉ ନାରୀମାନେ? ରାମଙ୍କ ସହିତ ବନବାସ କରିବା ପାଇଁ ଲକ୍ଷ୍ମଣ ଯେତେବେଳେ ମାତା ସୁମିତ୍ରାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କଲେ ସୁମିତ୍ରା ଯୁକ୍ତି କଲେ ନାହିଁ, ‘ତୁ କାହିଁକି ଯିବୁ? ବାପା ତୋତେ ଯିବା ପାଇଁ ଅନୁମତି ଦେଇ ନାହାନ୍ତି। ପ୍ରାସାଦରେ ଆନନ୍ଦରେ ରହ, ମୋତେ ଓ ତୋର ନବ ବିବାହିତା ବୋହୂକୁ ଆନନ୍ଦରେ ରଖ।’ ସେ କହିଲେ, ‘ପୁଅ ତୁ ଯେ ବଣକୁ ଯାଉଛୁ ଏବଂ ଆମେ ଅଯୋଧ୍ୟା ନଗରୀରେ ରହିଛୁ ଏପରି ଭାବ ନାହିଁ। ରାମଙ୍କ ବ୍ୟତୀତ ଏଇ ନଗରୀ ଏକ ଜଙ୍ଗଲ, ସେ ଥିବା ବେଳେ ଏଇ ଜଙ୍ଗଲ ଅଯୋଧ୍ୟା। ସ୍ତ୍ରୀ ଊର୍ମିଳା ସ୍ବାମୀ ଲକ୍ଷ୍ମଣଙ୍କୁ କ’ଣ କହିଲେ? କେତେକ ଉତ୍ତମ କାରଣରୁ ସୀତାଙ୍କ ପରି ସେ ସ୍ବାମୀଙ୍କ ସହିତ ଯିବାକୁ ଅନୁମତି ଚାହିଁଲେ ନାହିଁ। ସେ କହିଲେ ‘ମୁଁ ଯଦି ଯାଏ ତୁମେ ରାମସୀତାଙ୍କ ସେବାରେ ସମ୍ପୂର୍ଣ୍ଣ ମନୋନିବେଶ କରିପାରିବ ନାହିଁ। ତୁମର ଫେରିବା ପଥକୁ ଅନାଇ ମୁଁ ଏଠାରେ ଚଉଦ ବର୍ଷ ଅପେକ୍ଷା କରିବି।’ ତ୍ୟାଗର କି ମହାନ୍‌ ଦୃଷ୍ଟାନ୍ତ। ଆମର ପ୍ରତ୍ୟେକ ପରିବାରରେ ଯଦି ଏପରି ପୁତ୍ର, ମାତା, ଭ୍ରାତା ଓ ଭଗିନୀ ଥାଆନ୍ତି ତା’ହେଲେ ଦେଶରେ ଉଦ୍‌ବେଗ ବା ଦୁଃଖ ରହିବ ନାହିଁ। ଏହା ଆନନ୍ଦ ଓ ଶାନ୍ତିରେ ଦୀପ୍ତିମନ୍ତ ହେବ।
ଶିଖରପୁର ଉପରସାହି, କଟକ
ମୋ:୯୪୩୮୫୮୩୨୮୯


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?