ଅଲୋଡ଼ା ଶିଶୁଙ୍କ ପ୍ରଶ୍ନ

ଷ୍ଟାଙ୍କ ସୃଷ୍ଟିରେ ଶିଶୁଟିଏ ବୋଧହୁଏ ବିଶ୍ୱର ସୁନ୍ଦରତମ ସୃଜନ। ଶିଶୁଟିଏ ଈଶ୍ୱରୀୟ ଆତ୍ମାର ଅମର ଅବତାର। ତା’ର ଜନ୍ମଦାତ୍ରୀ ଜନନୀ ପାଇଁ ଶିଶୁ ସନ୍ତାନଟିଏ ସବୁକାଳରେ ଏକ ବାଞ୍ଛିତ ବରଦାନ, ମାତୃତ୍ୱର ଏକ ମୁଗ୍‌ଧ ଅନୁଭବ। ଜୀବନର ସକଳ ପ୍ରାପ୍ତି ଓ ପ୍ରାଚୁର୍ଯ୍ୟ, ସଂସାରର ଯାବତୀୟ ସମ୍ପଦ ବି ଛୋଟ ପଡ଼ିଯାଏ ଶୈଶବର ଫୁଲଶଯ୍ୟାରେ ଶୋଇ ଦୁଃଖଶୋକହୀନ ଜଗତର ସ୍ବର୍ଗୀୟ ସୌରଭରେ ସୁରଭିତ ହେଉଥିବା ଶିଶୁଟିର ଉଚ୍ଚତା ଆଗରେ!
ସନ୍ତାନଟିଏ ଜନ୍ମ ଦେଇ ମାଆ ବୋଲାଇଲେ ନାରୀତ୍ୱ କେମିତି ସାର୍ଥକ ହୁଏ, ତାହା ଅନୁଭବର କଥା। ଏହି ଦିବ୍ୟ ଅନୁଭବରୁ ବଞ୍ଚତ୍ତ ନାରୀ ଜଣେ ନିଜକୁ ଅଭିଶପ୍ତ ମନେକରେ, ନିଜ ଭାଗ୍ୟକୁ ନିନ୍ଦି ଆପଣାର ବନ୍ଧ୍ୟାତ୍ୱ ପାଇଁ ନୀରବରେ ଆଖିରୁ ଲୁହ ଗଡ଼ାଏ। ପରିସ୍ଥିତି ଏମିତି ହୁଏ ଯେ, କେଉଁଠି ନିଜକୁ ପରିପୂର୍ଣ୍ଣ କରିବାକୁ ଧନୀ ମହିଳା ଜଣେ କେଉଁ ଅନାଥାଶ୍ରମରୁ ପୋଷ୍ୟପୁତ୍ର ଗ୍ରହଣ କରନ୍ତି ତ ଅନ୍ୟ କେଉଁଠି ଗରିବ ନାରୀଟିଏ ସନ୍ତାନ ଚୋରି କରି ଆଣି ନିଜର ବୋଲାନ୍ତି। ବଡ଼ ବିଚିତ୍ର ୟେ ଅବସ୍ଥା! ସନ୍ତାନଟିଏ କୋଳରେ ନ ଥିଲେ ନାରୀତ୍ୱ ଅର୍ଥହୀନ, ଜୀବନ ପୁଣି ମୂଲ୍ୟହୀନ! ସେଥିପାଇଁ ବୋଧହୁଏ କେଇଦିନ ତଳେ ହସ୍ପିଟାଲ ବେଡ୍‌ରୁ ନବଜାତ ଶିଶୁଟିକୁ ଚୋରି କରି ଫେରାର ହୋଇଯାଇଥିବା ଜଣେ ନାରୀ ଘଟଣାର ପ୍ରାୟ ଦୁଇ ସପ୍ତାହ ପରେ ପୋଲିସ ହାତରେ ଧରାପଡ଼ି ନିନ୍ଦିତ ହେଉଥିଲା ବେଳେ କାନ୍ଦି କହି ନ ଥା’ନ୍ତେ- ”ଏ ଅପମାନର ଦୁଃଖ ଓ ନିର୍ଯାତନାଠାରୁ ବନ୍ଧ୍ୟାନାରୀର ଦୁଃଖ ଯେ କେତେ ତୀବ୍ରତର ଏହା କେବଳ ଭୁକ୍ତଭୋଗୀ ହିଁ ଜାଣେ।“ ମାଆ ପାଇଁ ସନ୍ତାନଟିଏ ସଂସାରର ସବୁଠୁ ବଡ଼ ସମ୍ପତ୍ତି।
ଅଥଚ ସେଇ ସନ୍ତାନଟି ପୁଣି କେଉଁ ମାଆ ପାଇଁ ହୋଇପାରେ ସଂସାରର ସବୁଠୁ ବଳି ବଡ଼ ବିପତ୍ତି। ଏମିତି ବିପତ୍ତି ଯେ, ତହିଁରୁ ନିସ୍ତାର ପାଇବା ପାଇଁ କେଉଁଠି ତାକୁ ଖତଗଦାରେ ପୋତି ଦିଆଯାଏ ତ ଅନ୍ୟ କେଉଁଠି ଡ୍ରେନ୍‌ରେ ଅବା ରାସ୍ତାକଡ଼ ଘଞ୍ଚ ବୁଦା ମଧ୍ୟକୁ ଫିଙ୍ଗି ଦିଆଯାଏ। ମାତୃଗର୍ଭର ଅଭୟ ଆଶ୍ରୟରୁ ଭୂପତିତ ହୋଇ ପୃଥିବୀର ପ୍ରଥମ ଆଲୋକ ଦେଖୁ ଦେଖୁ ସେ ସଂସାର ପାଇଁ ଏମିତି ବୋଝ ପାଲଟିଯାଏ ଯେ, ତାକୁ ନିର୍ବିକାରରେ ପରିତ୍ୟାଗ କରି ଯଥାଶୀଘ୍ର ବୋଝମୁକ୍ତ ହେବାକୁ ତା’ର ଜନ୍ମଦାତା ଜନ୍ମଦାତ୍ରୀମାନଙ୍କୁ ତର ସହେନାହିଁ। ଅକାଳରେ ଉଜୁଡ଼ିଯାଏ ଏକ ସ୍ବପ୍ନମୟ ଶୈଶବ। ଅଦିନରେ ବିଲୟ ଘଟେ ଏକ ସମ୍ଭାବନାମୟ ଭବିଷ୍ୟତର। ସନ୍ତାନଟି ହୋଇପାରେ ବୈଦିକ ବା ବିଧିସମ୍ମତ ଭାବେ ଏକାତ୍ମ ହୋଇଥିବା କୌଣସି ଦମ୍ପତିଙ୍କ ବୈଧ ଶିଶୁ ଅବା ହୋଇପାରେ ଉଦ୍ଦାମ ଯୌବନର ଉଜାଣି ସୁଅରେ ନିଜ ଦିଗ ହରାଇଥିବା କେହି କୁମାରୀ ମାଆର ଅବୈଧ ସନ୍ତାନ। ବୈଧ ହେଉ କି ଅବୈଧ, ଅଲୋଡ଼ା ଶିଶୁଟିର ଓଜନଦାର ବୋଝରୁ ମୁକ୍ତି ପାଇବାକୁ ନିର୍ମମ ଭାବେ ସଂଘଟିତ ହୁଏ ଏକ ଦେବଶିଶୁର ଅମାନବୀୟ ସଂହାରଲୀଳା। ମଣିଷର କି ପଶୁସୁଲଭ ନିଷ୍ଠୁରତା ସତେ!
କେଇବର୍ଷ ତଳେ ଯାଜପୁର ଜିଲାର ଏକ ଗଁାରେ ଜଣେ ବ୍ୟକ୍ତିଙ୍କ ଖତଗଦାର ଆବର୍ଜନା ମଧ୍ୟରୁ ଦୃଶ୍ୟମାନ ହୋଇଥିଲା କଅଁଳ ପାଦଟିଏ। ସେଇ ସୁନ୍ଦର କୁନିପାଦଟିର ଆକର୍ଷଣରେ ଯେତେବେଳେ ଗଁାଲୋକଙ୍କ ଭିଡ଼ ଜମିଲା, ସେତେବେଳେ ଜଣାପଡ଼ିଲା ଯେ ପାଦଟି ଗୋଟିଏ ସଦ୍ୟଜନ୍ମା ଶିଶୁର। ଅତି ସନ୍ତର୍ପଣରେ ଶିଶୁଟିକୁ ଅଳିଆ ମଧ୍ୟରୁ ଉଦ୍ଧାର କଲାପରେ ଯାହା ନଜରକୁ ଆସିଲା, ତାହା ଥିଲା ସମଗ୍ର ମଣିଷ ଜାତି ପାଇଁ ଦାରୁଣ ଲଜ୍ଜା ଓ ନିମ୍ନତମ ମଣିଷତ୍ୱ ପାଇଁ ଏକ ପ୍ରଚଣ୍ଡ ପ୍ରଶ୍ନବାଚୀ। ଶିଶୁଟି ଝିଅଟିଏ ଥିଲା ଓ ଆବର୍ଜନା ଗଦାରେ ପୋତା ହୋଇ ଶ୍ୱାସରୁଦ୍ଧ ଭାବେ ପ୍ରାଣ ହରାଇବାର ସମସ୍ତ ସମ୍ଭାବନା ସତ୍ତ୍ୱେ ତଥାପି ଜୀବିତ ଥିଲା। ପ୍ରକୃତରେ ଈଶ୍ୱରଙ୍କ ଲୀଳା ବଡ଼ ବିଚିତ୍ର। ବିଜ୍ଞାନ ଓ ବୌଦ୍ଧିକତାର ଚରମ ଉତ୍କର୍ଷ ସତ୍ତ୍ୱେ ଏଠି ବୁଝିବାକୁ କଷ୍ଟ ହୁଏ ଯେ ଅସାବଧାନତାବଶତଃ ମାଆ କାଖରୁ ତଳକୁ ପଡ଼ି ଯେଉଁଠି ଶିଶୁଟିଏ ପ୍ରାଣ ହରାଏ, ସେଠି ପୁଣି ଦଶମହଲା ଉପରୁ ପଡ଼ି ଶିଶୁଟିଏ ଅକ୍ଷତ ରହିପାରେ କେମିତି ବା ଖତଗଦା ମଧ୍ୟରେ ପୋତା ହୋଇ ଜୀବିତ ରହିପାରେ କେମିତି!
ଏବେ ଆସିବା ଆଉ ଏକ ଘଟଣାକୁ, ଯାହା କେଇ ବର୍ଷ ତଳେ ଘଟିଥିଲା ପଶ୍ଚିମ ଓଡ଼ିଶାର କୌଣସି ଏକ ଗଁାରେ। ସେ ଥିଲା ଏକ ସଦ୍ୟଜନ୍ମିତ ପୁତ୍ର ସନ୍ତାନ, ଯାହାକୁ ଜନ୍ମ ଦେଇ ତା’ର ଜନନୀ ରୂପେ ପରିଚିତ ହେବାକୁ ଚାହିଁ ନ ଥିବା ମାଆ ଜଣେ ତାକୁ ଗୋଟିଏ ଟୋକେଇରେ ଶୁଆଇ ଏକ ନାଳର ସୁଅରେ ଭସାଇ ଦେଇଥିଲା। ଏହା ଥିଲା ଆଉ ଜଣେ କୁନ୍ତୀଙ୍କ କାହାଣୀ, ଯିଏ ନିଜ ପ୍ରାକ୍‌ ବୈବାହିକ ଜୀବନର ପାପକୁ ଲୁଚାଇ ରଖିବାକୁ ସେଇ ଅଲୋଡ଼ା ସନ୍ତାନଟିକୁ ଟେକି ଦେଇଥିଲା ଅଦୃଷ୍ଟ ମହାକାଳ ହାତରେ। ନାଳରେ ଭାସି ଯାଉଥିବା ଛୋଟ ଭେଳାଟି ଭିତରୁ କୁଅଁା କୁଅଁା କାନ୍ଦ ଶୁଣି କେହି ଜଣେ ଉଦାର ପଥଚାରୀ ତାଙ୍କୁ ଉଦ୍ଧାର କରିଥିଲେ ଓ ଯାବତୀୟ ପ୍ରତିକୂଳ ମଧ୍ୟରେ ତଥାପି ବଞ୍ଚତ୍ ରହିଥିବା ଶିଶୁପୁତ୍ରଟିକୁ ହସ୍ପିଟାଲକୁ ନେଇଯାଇଥିଲେ। ଉପରେ ତାତିଲା ସୂର୍ଯ୍ୟ ଓ ତଳେ ଗଭୀର ଜଳରାଶି ଉପରେ ଭାସି ଆସିଥିବା କଅଁଳ ଶିଶୁଟି ତା’ କୁନି କୁନି ଆଖି ଦିଓଟିରେ ତାକୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ଆଗ୍ରହାତିଶଯ୍ୟରୁ ତା’ ଦୁର୍ଭାଗ୍ୟକୁ ଉପଭୋଗ କରୁଥିବା ଦେଖଣାହାରିଙ୍କୁ ଚାହିଁ ଅଶ୍ରୁତ ଶବଦରେ ପଚାରୁଥିଲା ସଂସାରକୁ ଆସୁ ଆସୁ ମୋତେ ଏଠାରୁ ତଡ଼ିଦିଆଯାଉଥିଲା କାହିଁକି? ଜୀବନ ଜୀଉଁ ଜୀଉଁ ମୋତେ ମାରିଦିଆ ଯାଉଥିଲା କାହିଁକି?
ଅବିକଳ ଏମିତି ପ୍ରଶ୍ନଟିଏ ବି ପଚାରିଲା ସେଦିନ ଖତଗଦାର ଅଳିଆ ମଧ୍ୟରୁ ଉଦ୍ଧାର ପାଇଥିବା ସେଇ ସଦ୍ୟଜାତ ଝିଅଟି- ”ମୋତେ ମାରିଦିଆଯାଉଥିଲା କାହିଁକି?“ୟେ କାହିଁକି କେବଳ ଯାଜପୁର ଅବା ପଶ୍ଚିମ ଓଡ଼ିଶାରୁ ପ୍ରତିଧ୍ୱନିତ ହୋଇଥିବା ‘କାହିଁକି’ ନୁହେଁ। ନବ୍ୟ ଆଧୁନିକତା ମଧ୍ୟରେ ନିଜ ମୁହଁ ଲୁଚାଇ ବଢ଼ି ଚାଲୁଥିବା ଅନୈତିକ ସମ୍ପର୍କରୁ ସୃଷ୍ଟି ହେଉଥିବା ବହୁ ଅବାଞ୍ଛିତ ସନ୍ତାନମାନଙ୍କଠୁ ଅନୁରଣିତ ହେଉଥିବା ଏକ ମାର୍ମିକ କୈଫିୟତ ତଲବର ଏ ସ୍ବର କାହିଁକି! ଏ ସ୍ବର କେବଳ କୁଅଁାରୀ ମାଆ ଓ ତାଙ୍କ ସାଥୀଙ୍କ ଉଦ୍ଦେଶ୍ୟରେ ଅଭିପ୍ରେତ ନୁହେଁ। ସମଗ୍ର ମଣିଷସମାଜ ଉଦ୍ଦେଶ୍ୟରେ ଏ ପ୍ରଶ୍ନ। ଆଧୁନିକ ମଣିଷ ନିଜ ଅଭ୍ୟନ୍ତରକୁ ଟିକେ ନିରେଖି ଚାହାନ୍ତା ସିନା, ଜାଣନ୍ତା, ଆଧୁନିକତାର ସକଳ ଉପାଦାନ ଭରପୂର ଥାଇ ବି ମଣିଷ ତା’ର ନିମ୍ନତମ ମଣିଷପଣିଆ ଟିକକ କେଉଁଠି ହଜାଇ ଦେଇଛି। ପାଲଟି ଯାଇଛି ପଶୁଠାରୁ ଆହୁରି ଇତର, ଅଧିକ ନିର୍ମମ ଓ ହୃଦୟହୀନ!
ପଶୁମାନଙ୍କ ମଧ୍ୟରେ ଥିବା ମାତୃତ୍ୱର ମହକ କେବେ ଆଘ୍ରାଣ କରିଥିବେ କି ଖତଗଦା ବା ନାଳରେ ନିଜ ନିଜର ସଦ୍ୟଜନ୍ମା ସନ୍ତାନଙ୍କୁ ନିକ୍ଷେପ କରିଥିବା ମାଆମାନେ! ଗଭୀର ଖାତ ମଧ୍ୟକୁ ଖସି ପଡ଼ିଥିବା ହାତୀଛୁଆକୁ ଉଦ୍ଧାର କରିବାକୁ ମାଆ ହାତୀର ବିକଳ ଆର୍ତ୍ତନାଦ କେବେ ତାଙ୍କ କାନରେ ପଡ଼ିଥିବ କି? ସନ୍ତାନ ପାଇଁ ମାଆର ମମତାର ଅପୂର୍ବ ଦୃଷ୍ଟାନ୍ତ ଆଉ କାହାଣୀମାଳାର ବଉଳା ଗାଈ ଉପାଖ୍ୟାନଠୁ ଆଉ ଅଧିକ କେଉଁଠି ମିଳିପାରିବ। ବାଘ ମୁହଁରେ ପଡ଼ି ମରିବା ନିଶ୍ଚିତ ଜାଣି ନିଜ ସଦ୍ୟଜାତ ବାଛୁରୀକୁ କ୍ଷୀର ପିଆଇବା ପାଇଁ ବ୍ୟାକୁଳ ଭାବେ ବାଘକୁ କାକୁତିମିନତି ହେଉଥିଲା ବଉଳା ଗାଈଟି। ନିଜ ସନ୍ତାନ ପାଇଁ ଝରି ପଡ଼ୁଥିବା ମାଆ ଗାଈଟିର ମମତା ବାଘ ଭଳି ହିଂସ୍ର ପ୍ରାଣୀଟିକୁ ତରଳାଇ ଦେଇଥିଲା। ସେ ବଉଳାକୁ ଛାଡ଼ି ଦେଇଥିଲା। ପଶୁ ହେଲେ ବି ନିଜ ସତ୍ୟ ରକ୍ଷା କରି ବଉଳା ତା’ ବାଛୁରୀକୁ କ୍ଷୀର ପିଆଇ ପୁଣି ଫେରି ଆସିଥିଲା ମରଣ ମୁହଁକୁ। ବଉଳା ପଶୁଟିଏନା! ଅଥଚ ନିଜ ସନ୍ତାନର ସୁରକ୍ଷା ଚିନ୍ତା ତାକୁ ଏତେ ବ୍ୟତିବ୍ୟସ୍ତ କରିଥିଲା ଯେ ସେ ଶାନ୍ତିରେ ମରିପାରୁ ନ ଥିଲା। ମାତ୍ର ମଣିଷ ମାଆମାନେ ନିଜ ଜୀବନର ଶାନ୍ତି ଓ ସୁରକ୍ଷା ପାଇଁ ଅନାୟାସରେ ନିଜ ସନ୍ତାନମାନଙ୍କୁ ମାରିଦେଇପାରନ୍ତି! ଛି…!
ପ୍ରଜ୍ଞା ନିଳୟ
ବିଦ୍ୟାପତି ନଗର, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?