ଚିନିକଳର ସମ୍ପତ୍ତି ନିଲାମ ନେଇ ଉଠିଲା ପ୍ରଶ୍ନ

ନୟାଗଡ଼,୫।୧୦(ଲୋକନାଥ ମିଶ୍ର)ନୟାଗଡ଼ର ପାଣିପୋଇଲାସ୍ଥିତ ଚିନିକଳ କୋର୍ଟର ଅଡୁଆ ସୂତାରେ ଛନ୍ଦି ହୋଇ ପଡିଛି । କୋର୍ଟରେ ୮୪୦ କୋଟି ଟଙ୍କାର ମାମଲା ଚାଲିଥିବାବେଳେ ଏହାର ନିଲାମ ହୋଇ ପାରିବନି ବୋଲି କୁହାଯାଉଛି । ତେବେ ଋଣ ଟଙ୍କା ଫେରି ପାଇବାକୁ ବ୍ୟାଙ୍କ ନ୍ୟାଶନାଲ କମ୍ପାନୀ ଲ ଟ୍ରିବି୍ୟୁନାଲ(ଏନ୍‌ସିଏଲଟି)ର ଦ୍ୱାରସ୍ଥ ପରେ ଏନ୍‌ସିଏଲଟିର ୬ ଜଣିଆ ଟିମ୍‌ ସମ୍ପତ୍ତି ଆକଳନ କରି ଶୁକ୍ରବାର ଫେରିଛନ୍ତି। ଇତି ମଧ୍ୟରେ ଏନ୍‌ସିଏଲଟିର ସମ୍ପତ୍ତି ଆକଳନକୁ ମିଶାଇ ୩ଥର ଆକଳନ ହୋଇ ସାରିଲାଣି । ଏଭଳିସ୍ଥଳେ ଚିନିକଳ ଇସ୍ୟୁ କୋର୍ଟ କଚେରୀ ଓ ସମ୍ପତ୍ତି ଆକଳନ ପରେ ଚିନିକଳରୁ ଯନ୍ତ୍ରାଂଶ ବାରମ୍ବାର ଚୋରି ହୋଇ ଚାଲିଛି। ଚିନିକଳରୁ ଚୋରିକୁ ପ୍ରଶାସନ ରୋକିବାରେ ଆଖି ବୁଝି ଦେବାରୁ ଅବାଧରେ ଚୋରି ଲାଗି ରହିିଛି। ୪ ବର୍ଷ ଧରି ଏପରି ପରିସ୍ଥିତି ଲାଗି ରହିଥିଲେ ମଧ୍ୟ ଏଯାବତ ଚିନିକଳରୁ ସମସ୍ତ ଯନ୍ତ୍ରାଂଶ ଚୋରି ହୋଇ ପାରିନି । ଚିନିକଳର ସୁରକ୍ଷା ନେଇ ହାଇକୋର୍ଟଙ୍କ ଛାଟ ବାଜିବା ପରେ ୨୦୨୧ ଜାନୁୟାରୀରେ ଚେଇଁ ଶୋଇଥିବା ନୟାଗଡ଼ ଜିଲା ପ୍ରଶାସନ ଜାଗି ଉଠିଥିଲା। ତତ୍‌କାଳୀନ ଜିଲାପାଳ ପୋମା ଟୁଡୁ, ଏସ୍‌ପି ସିଦ୍ଧାର୍ଥ କଟାରିଆ ଓ ଡିଏଫ୍‌ଓ ଏଚ.ଡି. ଧନରାଜ ଅଚାନକ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କହିଥିଲେ । ଚିନିକଳରୁ ଚୋରି ରୋକିବାକୁ ଚିନିକଳ ପରିସରରେ ସିସିଟିଭି କ୍ୟାମେରା ଲଗାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ୨୧ ହଜାର ଟଙ୍କା ବ୍ୟୟରେ ସିସିଟିଭି ଲାଗିଥିଲା । ସେହିପରି ଚିନିକଳକୁ ପଡିଥିବା ସମସ୍ତ ରାସ୍ତା ବନ୍ଦ କରି କେବଳ ଗୋଟିଏ ରାସ୍ତା ରହିଥିଲା । ପୁଣି ଚିନିକଳ ପରିସର ଆଲୋକିତ ହୋଇଥିଲା । କେତେଜଣ ହୋମଗାର୍ଡ ମନଇଚ୍ଛା ଆସି ସୁରକ୍ଷା ଦେଇଥିଲେ । କିଛି ମାସ ପରେ ସୁରକ୍ଷା ଢ଼ିଲା ହୋଇଗଲା । ସିସିଟିଭି ଚୋରି ହୋଇଗଲା । ସଂପୃକ୍ତ ଅଧିକାରୀଙ୍କ ବଦଳି ହୋଇଗଲା । ଚୋରଙ୍କୁ ପୁଣି ଅଧିକ ଚୋରି ପାଇଁ ସୁଯୋଗ ମିଳିଗଲା। ୧୯୯୮ରେ ପାଣିପୋଇଲା ଠାରେ ସ୍ଥାପିତ ଚିନିକଳରେ ୨୦୧୫ରୁ ତାଲା ଝୁଲୁଛି । ସେଲ୍‌ ଅଫ୍‌ ଏଗ୍ରିମେଣ୍ଟରେ ସରକାର ଚିନିକଳକୁ ତୈଲୋକ୍ୟ ମିଶ୍ରଙ୍କୁ ୫କୋଟି ୨୨ ଲକ୍ଷରେ ବିକ୍ରି କରିଥିଲେ । ତୈଲୋକ୍ୟ ମିଶ୍ର ୱାନ ଟାଇମ ପେମେଣ୍ଟ କରି ସାରିଛନ୍ତିି । କିନ୍ତୁ ତୈଲୋକ୍ୟ ମିଶ୍ରଙ୍କ ନାମରେ ଚିନିକଳ ଜମି ରେଜିଷ୍ଟ୍ରେଶନ ହୋଇପାରି ନ ଥିବା ଜଣାପଡିଛି।
ବ୍ୟାଙ୍କ ଋଣ, ଆଖୁଚାଷୀଙ୍କ ପ୍ରାପ୍ୟ ଭରଣା ଚିନ୍ତା
ଚିନିଶିଳ୍ପ ଉପରେ ୟୁକୋ, ଇଣ୍ଡିଆନ ଓ ଏଚ୍‌ଡିଏଫ୍‌ସି ଆଦି ୩ଟି ବ୍ୟାଙ୍କର ୨୫ କୋଟି ଋଣ ଥିବା ଜଣାପଡିଛି । ସେହିପରି ଆଖୁଚାଷୀଙ୍କର ପ୍ରାପ୍ୟ ୪କୋଟି ଟଙ୍କା, ଶ୍ରମିକ ଓ କର୍ମଚାରୀ ମଜୁରୀ ୬କୋଟି ଟଙ୍କା ରହିଥିବା ଅନୁରୂପ ଭାବେ ରହିଛି। ଏଭଳିସ୍ଥଳେ ଚିନିକଳକୁ ପ୍ରଶାସନ ସୁରକ୍ଷା ଦେଇ ନ ପାରିବାରୁ ଆଖୁଚାଷୀ, ଚିନିକଳ ଶ୍ରମିକ ଓ କର୍ମଚାରୀ ଓ ବ୍ୟାଙ୍କ ସେମାନଙ୍କର ଟଙ୍କା କେମିତି ପାଇବେ ସମସ୍ତଙ୍କ ମନରେ ପ୍ରଶ୍ନ । ସେହିଭଳି ନୟାଗଡ଼ ଚିନିକଳ ମାମଲା କୋର୍ଟ କଚେରୀରେ ଫସି ରହିଛିି । ନୟାଗଡ଼ ସୁଗାର ଫ୍ୟାକ୍ଟ୍ରି ୧୪୭୧ କୋଟି ୬୮ ଲକ୍ଷଟଙ୍କାର କ୍ଷତିପୂରଣ ସରକାରଙ୍କଠାରୁ ଦାବି କରିଥିବା ନିକଟରେ ସମବାୟ ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ । ଏ ବାବଦ କେଶ କ’ଣ ହେଲା ଜଣାପଡି ନାହିଁ ।
ସୂଚନାଯୋଗ୍ୟ, ୧୯୯୮ରେ ପାଣିପୋଇଲାଠାରେ ସ୍ଥାପିତ ୧୪୩ ଏକର ଜମିରେ ଚିନିକଳରେ ୨୦୧୫ରୁ ତାଲା ଝୁଲିଥିଲା । ୨୦୨୦ ମାର୍ଚ୍ଚ ୧୨ ତାରିଖରେ ଜିଲା ପ୍ରଶାସନ ଚିନିକଳର ଆକଳନ କରି ସିଲ୍‌ କରିଥିଲା । ସିଲ ପରେ ସୁରକ୍ଷାକୁ ଆଦୌ ଧ୍ୟାନ ଦେଇ ନ ଥିବାରୁ ଚିନି ଶିଳ୍ପ ଇତିହାସ ହୋଇଗଲା। ଏନେଇ ନୟାଗଡ଼ ସୁଗାର କମ୍ପେକ୍ସ ଲିମିଟେଡ ଅଧ୍ୟକ୍ଷ ତୈଲୋକ୍ୟ ମିଶ୍ର କୁହନ୍ତି, ମୋ ଅନୁପସ୍ଥିତିରେ ୩ଥର ଚିନିକଳର ସମ୍ପତ୍ତି ଆକଳନ କରାଯାଇଛି। ତେବେ ଚିନିକଳର କ୍ଷତିପୂରଣ ଦାବି କରି କୋର୍ଟରେ ୮୪୦ କୋଟି ଟଙ୍କାର ଆବ୍ରିଟ୍ରେଶନ ମାମଲା କରିଛି । ଯାହା ବିଚାରଧୀନ ରହିଛି। କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ମୁଁ ଟଙ୍କା ଦେଇ ଚିନିକଳକୁ କିଣିଥିଲେ ମଧ୍ୟ ମୋ ନଁାରେ ଚିନିକଳ ଓ ଏହାର ଜମି ହୋଇ ପାରି ନାହିଁ । ମୁଁ ନ୍ୟାୟ ଅପେକ୍ଷାରେ ରହିଛି ବୋଲି କହିଛନ୍ତି। ଆଇନଜୀବୀ ରଣଜିତ ଦାଶ କୁହନ୍ତି, କୋର୍ଟରେ ମାମଲା ଥିବାବେଳେ ନିଲାମ ହୋଇ ପାରିବ ନାହିଁ । ପୁଣି ଯେଉଁ ଯନ୍ତ୍ରାଂଶ ଅଛି ତାହା ନିଲାମ ହେଲେ ବ୍ୟାଙ୍କ ଅଧା ଟଙ୍କା ପାଇବନି । ପୁଣି ଚୋରି ରୋକା ଯାଇ ପାରୁନି । ସବୁ ଯନ୍ତ୍ରାଂଶ ଚୋରି ପରେ ନିଲାମ ହେବାବେଳକୁ କେବଳ ଜଙ୍ଗଲ ଜମି ରହିଥିବ। ଜଙ୍ଗଲ ଜମି ବିକ୍ରି ତ ହୋଇ ପାରିବନି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?