Posted inଫୁରସତ

ରକ୍ତ ସ୍ନାନ କରୁଥିବା ରାଣୀ

ଇତିହାସ ପୃଷ୍ଠାରେ ଦବି ରହିଛି ଅନେକ ରହସ୍ୟ । କିଛି ଘଟଣା ତ ଏମିତି ବି ଘଟିଛି; ଯାହା ଆଜ ିବି ସ୍ତମ୍ଭୀଭୂତ କରିଦିଏ ସମସ୍ତଙ୍କୁ। ଯେମିତି କି ଜଣେ ମହାରାଣୀ ଥିଲେ ଯେ କି ଶହ ଶହ କୁମାରୀ ଯୁବତୀଙ୍କୁ ହତ୍ୟା କରି ତାଙ୍କ ରକ୍ତରେ ସ୍ନାନ କରିଥିଲେ। ବିଶ୍ୱାସ ଥିଲା ଏଭଳି କଲେ ସେ ରହିବେ ଆଜୀବନ ସୁନ୍ଦରୀ । ତା’ସହ ବାର୍ଦ୍ଧକ୍ୟ ଆସିବ ନାହିଁ। ଏହି ରାଣୀଙ୍କ ନାମ ଥିଲା ଏଲିଜାବେଥ୍‌ ବାଥୋରୀ। ସେ ହଙ୍ଗେରୀ ରାଜପରିବାରର ଥିଲେ। କୁହାଯାଏ ଏହି ରାଣୀ ଏତେ କ୍ରୂର ଥିଲେ ଯେ, ଯୁବତୀଙ୍କୁ ହତ୍ୟା କରିବା ପରେ ମୃତ ଶରୀରରୁ ମାଂସ ନିଜ ଦାନ୍ତରେ ଚୋବାଇ ବାହାର କରିଦେଉଥିଲେ। ଆଉ ରକ୍ତରେ ସ୍ନାନ କରୁଥିଲେ। ଏହି କୁକର୍ମରେ ତାଙ୍କୁ ତିନିଜଣ ଚାକର ସାହାଯ୍ୟ କରୁଥିଲେ। ଏଲିଜାବେଥ୍‌ଙ୍କ ସ୍ବାମୀ ହଙ୍ଗେରୀର ଜାତୀୟ ହିରୋଭାବେ ପରିଚିତ ଥିଲେ। କାରଣ ସେ ତୁର୍କୀ ବିରୋଧରେ ହୋଇଥିବା ଯୁଦ୍ଧରେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏଲିଜାବେଥ୍‌ ଏଭଳି ସମ୍ଭ୍ରାନ୍ତ ପରିବାରର ହୋଇଥିବାରୁ ସେ ଆଖପାଖ ଗାଁର ଗରିବ ଯୁବତୀଙ୍କୁ ଭଲ ଦରମାରେ ଚାକିରି ଦେବା ବାହାନାରେ ମହଲ ଡକାଉଥିଲେ। ଆଉ ମହଲକୁ ଆସିଯିବା ପରେ ସେହି ଯୁବତୀ ଆଉ କେବେ ଫେରୁ ନ ଥିଲେ। କାରଣ ଏଲିଜାବେଥ୍‌ ସେମାନଙ୍କୁ ହତ୍ୟା କରିଦେଉଥିଲେ। ଏଭଳି ଲଗାତର କରିବାଦ୍ୱାରା ଯେବେ ଯୁବତୀମାନଙ୍କ ସଂଖ୍ୟା କମିବାରେ ଲାଗିଲା ଓ ଗାଁଗୁଡିକରେ ସନ୍ଦେହ ବଢିଲା ଏଲିଜାବେଥ୍‌ ଉଚ୍ଚ ଖାନ୍‌ଦାନ୍‌ର ଝିଅଙ୍କୁ ବିଭିନ୍ନ ଆଳରେ ଶିକାର କରିବା ଆରମ୍ଭ କଲେ। ଏଭଳି ଯୁବତୀମାନେ ରହସ୍ୟଜନକଭାବେ ଉଭାନ ହେବା ସମସ୍ତଙ୍କ ସନ୍ଦେହ ବଢେଇଥିଲା। ଆଉ ହଙ୍ଗେରୀ ରାଜା ଏହାର ଯାଞ୍ଚ କରିବାକୁ କହିଥିଲେ। ଯେତେବେଳେ ଯାଞ୍ଚକର୍ତ୍ତା ଏଲିଜାବେଥଙ୍କ ମହଲରେ ପହଞ୍ଚତ୍ଲେ ସେଠାକାର ଦୃଶ୍ୟ ଦେଖି ଚକିତ ହୋଇଯାଇଥିଲେ। ମହଲରୁ ସେମାନେ ଅନେକ ନର କଙ୍କାଳ ଓ ସୁନା ରୁପାର ଆଭୂଷଣ ପାଇଥିଲେ। ୧୬୧୦ ମସିହାରେ ଏଲିଜାବେଥ୍‌ଙ୍କୁ ତାଙ୍କ ଘୃଣ୍ୟ କାମ ପାଇଁ ଗିରଫ କରାଯାଇଥିଲା। ତାଙ୍କୁ ଫାଶି ନ ଦିଆଯାଇ ତାଙ୍କରି ମହଲର ଏକ କୋଠରିରେ ବନ୍ଦ କରି ରଖି ଦିଆଗଲା। ଏହାର ଚାରିବର୍ଷ ପରେ ୨୧ ଅଗଷ୍ଟ, ୧୬୧୪ରେ ଏଲିଜାବେଥ୍‌ଙ୍କ ମୃତ୍ୟୁ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ତଳକୁ ମୁହଁ କରି ଖାଉଥିଲା କୁକୁର: ପଛରୁ ଖୁମ୍ପିଲା କାଉ; ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଝିଅକୁ ଭୋକ ଲାଗିବାରୁ ପରିବାରକୁ ସହିବାକୁ ପଡ଼ିଲା ୨ କୋଟି ୫୬ ଲକ୍ଷର କ୍ଷତି

ମହାମାରୀ କରୋନା ଯୋଗୁ ଯେବେଠାରୁ ଳକ୍‌ଡାଉନ୍‌ ଜାରି ହୋଇଛି ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ହୋଇଛି। ରବିବାର ପରି ସବୁଦିନ ଏବେ ଛୁଟିପରି ମନେ ହେଉଛି।...

ଘିରି ଘିରି ଘୁରୁଛି ଘର

ଚକା ଚକା ଭଉଁରୀ ମାମୁଘର ଚଉଁରୀ…। ଏମିତି କହି ପିଲାଦିନେ ସମସ୍ତେ ଘିରି ଘିରି ହୋଇ ଘୁରିଥିବେ। ଆଉ ଶେଷରେ ଘୁରି ଘୁରି ମୁଣ୍ଡ ବି...

ରବର ବ୍ୟାଣ୍ଡ ଡ୍ରେସ୍‌

ଏହି ଷ୍ଟାଇଲିଶ୍‌ ଡ୍ରେସ୍‌ ଦେଖି ଭାବୁଥିବେ ଏହା ବାଦାମୀ ରଙ୍ଗର ଉଲ୍‌ରେ ତିଆରି ବୋଲି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯୁବତୀଜଣକ ପିନ୍ଧିଥିବା ଡ୍ରେସ୍‌ ରବର୍‌...

ଲକ୍‌ଡାଉନରେ ଚିନ୍ତା ଦୂରକରିବାର ଅଭିନବ ଉପାୟ: ପ୍ରତିଦିନ ଦେହରେ ଭିନ୍ନାର୍ଥ ବୋଧକ ଟାଟୁ ଆଙ୍କୁଛନ୍ତି ଏହି ବ୍ୟକ୍ତି

ସମଗ୍ର ବିଶ୍ୱରେ କରୋନା(କୋଭିଡ-୧୯)ର ପ୍ରକୋପ ଦେଖିବାକୁ ମିଳୁଛି। ଏଥିରୁ ରକ୍ଷା ପାଇବା ପାଇଁ ପ୍ରାୟ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଅଧିକାଂଶ ଲୋକେ କରୋନା...

୮ ମାସରେ ୮୦୦ ଜୀବନ ବଞ୍ଚାଇଲେଣି ଏହି ବ୍ୟକ୍ତି, ମାଗଣାରେ ଯୋଗାଉଛନ୍ତି…

ପାଟଣା,୨୦ା୧୨: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଗୌରବ ରାୟ ନାମକ ଜଣେ...

ଜନ୍ମର ୬ ମାସ ମଧ୍ୟରେ ବନିଗଲା ବିଶ୍ୱର ସବୁଠାରୁ ମହଙ୍ଗା ମେଷ

ନୂଆଦିଲ୍ଲୀ, ୩୦।୮: ଜନ୍ମର ମାତ୍ର ୬ ମାସ ମଧ୍ୟରେ ଗୋଟିଏ ମେଷ ଛୁଆ ବିଶ୍ୱର ସବୁଠାରୁ ମହଙ୍ଗା ମେଷ ବନିଯାଇଛି। ସ୍କଟ୍‌ଲାଣ୍ଡରେ ଆୟୋଜିତ ହୋଇଥିବା ଏକ...

ପାଇପ୍‌ ଧରି ଗାଧୋଉଛି ହାତୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

Advertisement
Archives

Model This Week