Posted inଫୁରସତ

ରକ୍ତ ସ୍ନାନ କରୁଥିବା ରାଣୀ

ଇତିହାସ ପୃଷ୍ଠାରେ ଦବି ରହିଛି ଅନେକ ରହସ୍ୟ । କିଛି ଘଟଣା ତ ଏମିତି ବି ଘଟିଛି; ଯାହା ଆଜ ିବି ସ୍ତମ୍ଭୀଭୂତ କରିଦିଏ ସମସ୍ତଙ୍କୁ। ଯେମିତି କି ଜଣେ ମହାରାଣୀ ଥିଲେ ଯେ କି ଶହ ଶହ କୁମାରୀ ଯୁବତୀଙ୍କୁ ହତ୍ୟା କରି ତାଙ୍କ ରକ୍ତରେ ସ୍ନାନ କରିଥିଲେ। ବିଶ୍ୱାସ ଥିଲା ଏଭଳି କଲେ ସେ ରହିବେ ଆଜୀବନ ସୁନ୍ଦରୀ । ତା’ସହ ବାର୍ଦ୍ଧକ୍ୟ ଆସିବ ନାହିଁ। ଏହି ରାଣୀଙ୍କ ନାମ ଥିଲା ଏଲିଜାବେଥ୍‌ ବାଥୋରୀ। ସେ ହଙ୍ଗେରୀ ରାଜପରିବାରର ଥିଲେ। କୁହାଯାଏ ଏହି ରାଣୀ ଏତେ କ୍ରୂର ଥିଲେ ଯେ, ଯୁବତୀଙ୍କୁ ହତ୍ୟା କରିବା ପରେ ମୃତ ଶରୀରରୁ ମାଂସ ନିଜ ଦାନ୍ତରେ ଚୋବାଇ ବାହାର କରିଦେଉଥିଲେ। ଆଉ ରକ୍ତରେ ସ୍ନାନ କରୁଥିଲେ। ଏହି କୁକର୍ମରେ ତାଙ୍କୁ ତିନିଜଣ ଚାକର ସାହାଯ୍ୟ କରୁଥିଲେ। ଏଲିଜାବେଥ୍‌ଙ୍କ ସ୍ବାମୀ ହଙ୍ଗେରୀର ଜାତୀୟ ହିରୋଭାବେ ପରିଚିତ ଥିଲେ। କାରଣ ସେ ତୁର୍କୀ ବିରୋଧରେ ହୋଇଥିବା ଯୁଦ୍ଧରେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏଲିଜାବେଥ୍‌ ଏଭଳି ସମ୍ଭ୍ରାନ୍ତ ପରିବାରର ହୋଇଥିବାରୁ ସେ ଆଖପାଖ ଗାଁର ଗରିବ ଯୁବତୀଙ୍କୁ ଭଲ ଦରମାରେ ଚାକିରି ଦେବା ବାହାନାରେ ମହଲ ଡକାଉଥିଲେ। ଆଉ ମହଲକୁ ଆସିଯିବା ପରେ ସେହି ଯୁବତୀ ଆଉ କେବେ ଫେରୁ ନ ଥିଲେ। କାରଣ ଏଲିଜାବେଥ୍‌ ସେମାନଙ୍କୁ ହତ୍ୟା କରିଦେଉଥିଲେ। ଏଭଳି ଲଗାତର କରିବାଦ୍ୱାରା ଯେବେ ଯୁବତୀମାନଙ୍କ ସଂଖ୍ୟା କମିବାରେ ଲାଗିଲା ଓ ଗାଁଗୁଡିକରେ ସନ୍ଦେହ ବଢିଲା ଏଲିଜାବେଥ୍‌ ଉଚ୍ଚ ଖାନ୍‌ଦାନ୍‌ର ଝିଅଙ୍କୁ ବିଭିନ୍ନ ଆଳରେ ଶିକାର କରିବା ଆରମ୍ଭ କଲେ। ଏଭଳି ଯୁବତୀମାନେ ରହସ୍ୟଜନକଭାବେ ଉଭାନ ହେବା ସମସ୍ତଙ୍କ ସନ୍ଦେହ ବଢେଇଥିଲା। ଆଉ ହଙ୍ଗେରୀ ରାଜା ଏହାର ଯାଞ୍ଚ କରିବାକୁ କହିଥିଲେ। ଯେତେବେଳେ ଯାଞ୍ଚକର୍ତ୍ତା ଏଲିଜାବେଥଙ୍କ ମହଲରେ ପହଞ୍ଚତ୍ଲେ ସେଠାକାର ଦୃଶ୍ୟ ଦେଖି ଚକିତ ହୋଇଯାଇଥିଲେ। ମହଲରୁ ସେମାନେ ଅନେକ ନର କଙ୍କାଳ ଓ ସୁନା ରୁପାର ଆଭୂଷଣ ପାଇଥିଲେ। ୧୬୧୦ ମସିହାରେ ଏଲିଜାବେଥ୍‌ଙ୍କୁ ତାଙ୍କ ଘୃଣ୍ୟ କାମ ପାଇଁ ଗିରଫ କରାଯାଇଥିଲା। ତାଙ୍କୁ ଫାଶି ନ ଦିଆଯାଇ ତାଙ୍କରି ମହଲର ଏକ କୋଠରିରେ ବନ୍ଦ କରି ରଖି ଦିଆଗଲା। ଏହାର ଚାରିବର୍ଷ ପରେ ୨୧ ଅଗଷ୍ଟ, ୧୬୧୪ରେ ଏଲିଜାବେଥ୍‌ଙ୍କ ମୃତ୍ୟୁ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?