Posted inଫୁରସତ

ହେଡ୍‌ଷ୍ଟାଣ୍ଡ କରି ବାଇକ ଚାଳନା; ଘଣ୍ଟା ପ୍ରତି ୧୨୨.୫୯ କି.ମି. ବେଗରେ…

ବାଇକ୍‌ ଚଳାଇଲାବେଳେ ମୁଣ୍ଡରେ ହେଲ୍‌ମେଟ୍‌ ଲଗାଇବା ସହ ସତର୍କତା ଅବଲମ୍ବନ କରି ଚଳାଇବାକୁ ହୁଏ। କାରଣ ଟିକେ ଏପଟ ସେପଟ ହେଲେ ଦୁର୍ଘଟଣା ହେବାର ଆଶଙ୍କା ଥାଏ। କିନ୍ତୁ ଜଣେ ବ୍ୟକ୍ତି ବାଇକ୍‌କୁ ଏତେ ବିପଜ୍ଜନକଶୈଳୀରେ ଚଳାଉଛନ୍ତି ଯେ, ତାହା ନ ଦେଖିଲେ ବିଶ୍ୱାସ ହେବ ନାହିଁ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ହାମ୍‌ସଫାୟର୍‌ର ୩୧ ବର୍ଷ ବୟସ୍କ ମାର୍କୋ ଜର୍ଜ। ସେ ବାଇକ୍‌ ଉପରେ ହେଡ୍‌ଷ୍ଟାଣ୍ଡ କରି ବା ମୁଣ୍ଡରେ ଠିଆ ହୋଇ ଚଳାଇ ପାରନ୍ତି। ଏହିଭଳିଭାବେ ରହି ସବୁଠାରୁ ଦ୍ରୁତଗତିରେ ବାଇକ୍‌ ଚଳାଇ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ବି ପାଇଛନ୍ତି। ଏହି ରେକର୍ଡ ସେ ତିନି ଥର କଲେଣି। ଆଉ ପ୍ରତିଥର ସେ ନିଜ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ କରିଥାନ୍ତି। ଏବେ ସେ ହେଡ୍‌ଷ୍ଟାଣ୍ଡ କରି ଘଣ୍ଟା ପ୍ରତି ୧୨୨.୫୯ କି.ମି. ବେଗରେ ବାଇକ ଚଳାଇ ନୂଆ ରେକର୍ଡ କରିଛନ୍ତି। ଏଭଳି ବାଇକ୍‌ ଚଳାଇବା ସତରେ କୌଣସି ବିସ୍ମୟଠାରୁ କମ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ହେଲ୍‌ମେଟ ଘରକୁ କରୋନା ଆଣୁନାହିଁ ତ

ଆପଣଙ୍କ ହେଲମେଟ ଘରକୁ କରୋନା ଭାଇରସ୍‌ ଆଣୁ ନାହିଁ ତ? ଏହି ପ୍ରଶ୍ନ ଶୁଣି ଆପଣ ଟିକେ ଅଜବ ଅନୁଭବ କରିପାରନ୍ତି, କିନ୍ତୁ ବର୍ତ୍ତମାନ ଏହି...

କରୋନା ଯୋଗୁ ଛଟେଇ: ମାସକୁ ୬ ଲକ୍ଷ ଟଙ୍କା ଆୟ କରୁଥିବା ପାଇଲଟ ଏବେ ଡେଲିଭରି ବୟ

କରୋନା ସଂକ୍ରମଣ ଭୟାବହତାକୁ ଦୃଷ୍ଟିରେ ରଖି ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି କାରଣରୁ ଅଧିକାଂଶ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବେରୋଜଗାରୀଙ୍କ ସଂଖ୍ୟା...

ପ୍ରାକୃତିକ ସୁଇମିଂ ପୁଲ୍, ଏଥିରେ ବ୍ୟବହାର ହୋଇନି ରାସାୟନିକ ପଦାର୍ଥ

ସମସ୍ତଙ୍କର ସ୍ବପ୍ନ ଥାଏ ନିଜ ଘର ସବୁଠୁ ସୁନ୍ଦର ହେଉ। ଘର ନିକଟରେ ବଗିଚା, ସୁଇମିଂ ପୁଲ୍‌ ଆଦି ରହି ଶୋଭାବର୍ଦ୍ଧନ କରୁ। ଖାସ୍‌ ଏଥିପାଇଁ...

ସମୁଦ୍ର ତଳେ ପୋଷ୍ଟ ଅଫିସ

୧୮୭୪ ମସିହା ଠିକ୍ ଆଜିର ଦିନରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ ପ୍ରତିଷ୍ଠା କରିବାକୁ ୨୨ ଦେଶ ସହମତି ପ୍ରକାଶ କରିଥିଲେ । ଏହାପରେ ୧୯୬୯ରେ ଜାପାନର...

ଦୁଇ ଗୋଡ଼ ବାହାରକୁ କରି ପାଣି କୁଣ୍ଡରେ ଏମିତି ହେଉଛି ହାତୀଛୁଆ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଏହି ଅଟୋରିକ୍ସାକୁ ଦେଖି ଇମ୍ପ୍ରେସ୍‌ ହେଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ: ଏବେ ଇଣ୍ଟନେଟରେ ଆନନ୍ଦ ମହିନ୍ଦ୍ରାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଜାଣନ୍ତି ଆନନ୍ଦ ମହିନ୍ଦ୍ରା ଯେତେବେଳେ ବି ଭିଡିଓ ଶେୟାର କରନ୍ତି...

ବିଶାଳ ସମୁଦ୍ର ଉପରେ ଗାଁ

ନୂଆଦିଲ୍ଲୀ: ଦୁନିଆରେ ବହୁତ ଅଦ୍ଭୁତ ଜିନିଷ ଅଛି, କିନ୍ତୁ ଆପଣ ସମୁଦ୍ର ଉପରେ ଥିବା ଗାଁ ବିଷୟରେ ଶୁଣିଛନ୍ତି? ହୁଏତ ନା। ଚାଇନାରେ ଏଭଳି ଏକ...

ଲାଲୁ ପ୍ରସାଦଙ୍କ ଝିଅ ଏବେ ଅଖିଳେଶ ଯାଦବଙ୍କ ବୋହୂ: ଏହି ଭବ୍ୟ ବଙ୍ଗଳାରେ ବିତାଉଛନ୍ତି ସମୟ; ଦେଖନ୍ତୁ ଫଟୋ

ଲାଲୁ ପ୍ରସାଦ ଯାଦବ ଏବଂ ରାବିଡି ଦେବୀଙ୍କ ସବୁଠୁ ସାନ ଝିଅ ହେଲେ ରାଜଲକ୍ଷ୍ମୀ। ଉଭୟଙ୍କ ୯ ସନ୍ତାନ ମଧ୍ୟରେ ସେ ସବୁଠାରୁ ଗେହ୍ଲା। ମୁଖ୍ୟମନ୍ତ୍ରୀ...

Advertisement


Archives

Model This Week