ପ୍ରହେଳିକା

ଜନ୍ମରୁ ମୃତ୍ୟୁ ଯାଏ କେବଳ ଆଲୋକ ଆଉ ଅନ୍ଧକାରର ଖେଳ। ଏଇ ଆଲୁଅ ଅନ୍ଧାରର ପ୍ରହେଳିକାମୟ ଲୁଚକାଳି ଖେଳ ଭିତରେ ମଣିଷ ଖୋଜି ଚାଲିଛି ଚିରନ୍ତନ ସୃଷ୍ଟିର ରହସ୍ୟକୁ। ସେହି ଲକ୍ଷ୍ୟ ସାଧନ ପାଇଁ କିଏ ଆଧ୍ୟାତ୍ମିକ ମାର୍ଗ ଅନୁସରଣକରେ ତ କିଏ ବୈଜ୍ଞାନିକ ପଦ୍ଧତିର ବିଶ୍ଳେଷଣାତ୍ମକ ପନ୍ଥା। ଆଜିର ବିଜ୍ଞାନ ସମୃଦ୍ଧ ସମାଜରେ ଅନେକ ବୁଦ୍ଧିଜୀବୀ ଆଧ୍ୟାତ୍ମିକ ମାର୍ଗକୁ ନ୍ୟୁନକରି ଦେଖନ୍ତି।
ବିଜ୍ଞାନକୁ ମାନୁଥିବା ଲୋକେ ଆଧ୍ୟାତ୍ମିକ ହୋଇପାରନ୍ତି ନ ହୋଇପାରନ୍ତି, କିନ୍ତୁ ଏହା ସତ୍ୟ ଯେ ବିଜ୍ଞାନର ଅଗ୍ରଗତି ଯୋଗୁ ବିଭିନ୍ନ ଧର୍ମରେ ପ୍ରଚଳିତ ଋଢ଼ିବାଦୀ ଅନ୍ଧବିଶ୍ୱାସ ସବୁର ମୁଖା ଖୋଲିଯାଇଛି। ତଥାପି କିଛି ଧର୍ମାନ୍ଧ ଗୋଷ୍ଠୀ ସେସବୁ ଅନ୍ଧବିଶ୍ୱାସକୁ ଛାଡ଼ିବାକୁ ନାଚାର। ଏଇ ଅନ୍ଧବିଶ୍ୱାସ ଶଦ୍ଦଟି ଅନ୍ଧାର ସହ ଜଡ଼ିତ, ଅର୍ଥାତ୍‌ ଅନ୍ଧଭାବରେ କୌଣସି କଥାକୁ ମାନିନେବା ଯାହା ଅନ୍ଧାରରେ ବାଡ଼ି ବୁଲାଇବା ସଦୃଶ। କୌଣସି କଥାର ଯଥାର୍ଥତା ବା ସତ୍ୟତାକୁ ନ ପରଖି ମାନିନେବା ହେଉଛି ଅନ୍ଧବିଶ୍ୱାସ। ତେବେ ବିଜ୍ଞାନ କ’ଣ କେବେ ଅନ୍ଧାରରେ ବାଡ଼ି ବୁଲାଏ ନାହିଁ? ବିଜ୍ଞାନ ଯାହା କହେ ସବୁ କ’ଣ ପ୍ରମାଣ ସିଦ୍ଧ? ତେବେ ବିଜ୍ଞାନରେ ଦର୍ଶନ କାହିଁକି ଯୋଡ଼ିହୋଇ ରହିଛି? ଉଦାହରଣ ସ୍ବରୂପ ବିଶ୍ୱ ବ୍ରହ୍ମାଣ୍ଡର ଉପତ୍ତ୍ତିର ତତ୍ତ୍ୱ ବିଗ୍‌ବ୍ୟାଙ୍ଗ୍‌ ବା ବିରାଟ ବିସ୍ଫୋରଣର ପର୍ଯ୍ୟାପ୍ତ ପ୍ରମାଣ ନ ଥାଇ ବି ତାହାକୁ ଗ୍ରହଣ କରାଯାଇଛି। ଏହି ତତ୍ତ୍ୱରେ ବିଜ୍ଞାନର ଆଉ ଧର୍ମର ଏକ ଅପୂର୍ବ ସମନ୍ବୟ ଦେଖିବାକୁ ମିଳେ। ଋକ୍‌ବେଦର ନାଷଦିଅ ସୁକ୍ତରେ (ଦଶମ ମଣ୍ଡଳର ୧୨୯ ସଂଖ୍ୟାର ଶ୍ଳୋକ) ଲିଖିତ ବିଶ୍ୱ ସୃଷ୍ଟିର ରହସ୍ୟ ଅବିକଳ ବିଗ୍‌ବ୍ୟାଙ୍ଗ୍‌ ତତ୍ତ୍ୱର ନକଲ। କେତେଜଣ ବୁଦ୍ଧିଜୀବୀ ମତ ଦିଅନ୍ତି , ବିଗ୍‌ବ୍ୟାଙ୍ଗ୍‌ ତତ୍ତ୍ୱ ସମ୍ଭବତଃ ଋକ୍‌ ବେଦର ନାଷଦିଅ ସୁକ୍ତରୁ ଉଦ୍ଧୃତ କରାଯାଇଛି। ବିଜ୍ଞାନର ଅଗ୍ରଗତି ଯଦି ଦେଖିବା ତେବେ ବିଶ୍ୱର ଉଭୟ ବୃହତର ଓ ସୂକ୍ଷ୍ମତମ ସଂରଚନା କ୍ଷେତ୍ରରେ ଏହା କେବଳ ସମ୍ଭାବନାମତ୍କ ତତ୍ତ୍ୱ ପ୍ରଦାନ କରିପାରିଛି, କୌଣସି ପ୍ରକାର ସ୍ବୟଂସମ୍ପୂର୍ଣ୍ଣ ତତ୍ତ୍ୱ ଏହା ଦେବାକୁ ସକ୍ଷମ ନୁହେଁ। ବିଜ୍ଞାନ ଏହା ଜଣାଇପାରିଛି କି ଆଲୋକର କଣିକା ଦ୍ୱୈତ ପ୍ରକୃତି ବିଶିଷ୍ଟ ଉଭୟ କଣିକା ଓ ତରଙ୍ଗର ମିଶ୍ରଣ, ହେଲେ ଏହା ଜଣାଇପାରି ନାହିଁ ଯେ ଏପରି କାହିଁକି ହେଉଛି।
ପୃଥିବୀର ବାୟୁମଣ୍ଡଳକୁ ଭେଦି ମହାକାଶକୁ ଚାଲିଗଲେ ସବୁ ଅନ୍ଧକାରମୟ ଓ ତାହା ଭିତରେ ଆଲୋକ ପ୍ରଦାନ କରୁଥିବା ନକ୍ଷତ୍ରମାନେ ଛୋଟ ଛୋଟ ବିନ୍ଦୁ ପରି ଦେଖାଯାଆନ୍ତି। କହିବା ବାହୁଲ୍ୟ ଯେ ସାରା ଜଗତରେ ଅନ୍ଧାର ହେଉଛି ସୀମାହୀନ ଆଉ ତା’ ଭିତରେ ଆଲୋକ ହେଉଛି ଅତି ସୀମିତ। ଅନ୍ଧାରର ଗହନ ଅଜ୍ଞତା ଭିତରେ କି ପ୍ରକାର ରହସ୍ୟ ଭରି ରହିଛି ତାହା ଜ୍ଞାତ ହେବାକୁ ଆଲୋକର ଆବଶ୍ୟକତା ଅଛି। ତେଣୁ ଆଲୋକ ହେଉଛି ଜ୍ଞାନର ଅନ୍ୟ ଏକ ରୂପ ଆଉ ଅନ୍ଧାର ହେଉଛି ଅଜ୍ଞତାର ପ୍ରତୀକ। ମହାଭାରତରେ ବର୍ଣ୍ଣିତ ଯକ୍ଷ ଯୁଧିଷ୍ଠିର କଥୋପକଥନରେ ଯକ୍ଷଙ୍କର ଏକ ପ୍ରଶ୍ନ ଥିଲା, ଏ ଦୁନିଆକୁ କ’ଣ ଢାଙ୍କି ରଖିଛି, ଯାହାର ଉତ୍ତର ଦେବାକୁ ଯାଇ ଯୁଧିଷ୍ଠିର କହିଥିଲେ, ସାରା ଜଗତକୁ ଅଜ୍ଞତା ରୂପକ ଅନ୍ଧକାର ଢାଙ୍କି ରଖିଛି। ଥରେ ଚିନ୍ତା କରନ୍ତୁ, ଯଦି ଏ ପୃଥିବୀରୁ ପୂରା ମଣିଷ ସମାଜ ବିଲୀନ ହୋଇଯିବ ତେବେ ଅନୁଶୀଳନ ଚେତନାଶୂନ୍ୟ ଏ ଜଗତରେ ବିଶ୍ୱ ବ୍ରହ୍ମାଣ୍ଡର ସ୍ବରୂପ କିପରି ହେବ। ଏ ଜଗତ ଥାଇ ନ ଥିଲା ପରି ହୋଇଯିବ। ଆଖି ଖୋଲାଥିଲେ ଜଗତକୁ ଦେଖିବା ପାଇଁ ଆଲୋକର ଅବଶ୍ୟକତା ଅଛି ଓ ଘୋର ଅନ୍ଧକାର ମଧ୍ୟରେ ଆଖି ଥାଇ ଆମେ ଅନ୍ଧ ଭଳି। ଜାଗ୍ରତ ଅବସ୍ଥାରେ ଆମ ସଚେତନ ଓ ନିଦ୍ରିତ ଅବସ୍ଥାରେ ଅଚେତନ, ଏହି ଦୁଇ ଅବସ୍ଥାରେ ମଧ୍ୟ ଜଗତ ଆମ ପାଇଁ ଯଥାକ୍ରମେ ଗୋଚର ଆଉ ଅଗୋଚର ସ୍ଥିତିରେ ଥାଏ। ଆଲୋକ ଓ ଅନ୍ଧାରର ଏହି ଖେଳ ମଧ୍ୟରେ ଆମେ ସବୁ ଚେତନାର ଗୋଟିଏ ଗୋଟିଏ କ୍ଷଣସ୍ଥାୟୀ ପିଣ୍ଡ। ଯାହା ବାସ୍ତବ ଭାବୁଛେ ପର ମୁହୂର୍ତ୍ତରେ ତାହା ଅବାସ୍ତବ ପ୍ରତୀୟମାନ ହୁଏ। ଆମେ ସବୁ ଜଣେ ଜଣେ ନିରୀକ୍ଷଣକାରୀ ମାତ୍ର, ଅର୍ଥାତ୍‌ ଜଗତରେ ଯାହା କିଛି ଅଛି ଆମେ ନିରୀକ୍ଷଣ କଲେ ଯାଇ ତାହା ବାସ୍ତବ ଅନ୍ୟଥା ତାହାର ସ୍ଥିତି ଥାଇ ବି ଅମୂଳକ ସଦୃଶ। କଣିକା ବିଜ୍ଞାନର ତତ୍ତ୍ୱକୁ ବଖାଣିବାକୁ ଯାଇ ନିଲ୍‌ ଡୋନାଲ୍ଡ ୱଲ୍ସ କହିଥିଲେ,” ଆମେ ନିରୀକ୍ଷଣ କରୁଥିବା କୌଣସି ବସ୍ତୁ ଆମ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ।“ ଅର୍ଥାତ୍‌ ଆମେ ଯଦି ଜହ୍ନକୁ ନିରୀକ୍ଷଣ କରୁଛେ ଏହାଦ୍ୱାରା ଜହ୍ନ ଉପରେ କୌଣସି ପ୍ରଭାବ ପଡ଼େନାହିଁ, ଆମେ ଏ ବିଶାଳ ବିଶ୍ୱର କେବଳ ଏକ ନିରୀକ୍ଷଣକାରୀ ହିଁ ଅଟୁ। ଏହି ମର୍ମରେ ଭଗବଦ୍‌ ଗୀତାର ତୃତୀୟ ଅଧ୍ୟାୟର ୨୭ତମ ଶ୍ଳୋକ ବିଶେଷ ଗ୍ରହଣ ଯୋଗ୍ୟ; ‘ପ୍ରକୃତେଃ କ୍ରିୟମାଣାନୀ ଗୂଣୈଃ କର୍ମାଣୀ ସର୍ବସଃ। ଅହଙ୍କାରବିମୂଢାମତ୍ା କର୍ତାଷମିତି ମନ୍ୟତେ’॥ ଅର୍ଥାତ୍‌ ଜଗତରେ ସମସ୍ତ କର୍ମ ପ୍ରକୃତିର ତାଡ଼ନାରେ ହିଁ ସମ୍ପାଦିତ ହେଉଛି, କିନ୍ତୁ ଅହଂକାରର ବଶବର୍ତ୍ତୀ ଆମତ୍ା ଭାବୁଛି ମଁୁ ହିଁ ସବୁ କିଛି କରୁଛି। ଚେତନଶୀଳ ଆମ ଏ ଶରୀର କେବଳ ଏକ ନିରୀକ୍ଷଣକାରୀ ଆଉ ପ୍ରକୃତିର ପ୍ରରୋଚନାରେ ଯନ୍ତ୍ରବତ୍‌ କାର୍ଯ୍ୟ କରୁଥିବା ଏକ ଜୀବନ୍ତ ପିଣ୍ଡ ବ୍ୟତୀତ ଆଉ କିଛି ନୁହେଁ। ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ସୂକ୍ଷ୍ମ କଣିକାଗୁଡ଼ିକର ବିଚିତ୍ର ବ୍ୟବହାରକୁ ଲକ୍ଷ୍ୟକରି ‘ଭଗବାନ୍‌ ଲୁଡୁ ଖେଳୁନାହାନ୍ତି’ ବୋଲି ମନ୍ତବ୍ୟ ମଧ୍ୟ ଦେଇଥିଲେ। ଏହାର ତାତ୍ପର୍ଯ୍ୟ ହେଲା ବିଶ୍ୱ ଅବ୍ୟବସ୍ଥିତ ଭାବରେ ସୃଷ୍ଟିହୋଇ ନାହିଁ ବରଂ ସବୁ କିଛି ବ୍ୟବସ୍ଥିତ ଭାବରେ କୌଣସି ଏକ ଅଦୃଶ୍ୟ ସତ୍ୟ ଦ୍ୱାରା ପରିଚାଳିତ ହେଉଛି।
ସମଗ୍ର ଜୀବଜଗତରେ ମାନବ ହେଉଛି ଶ୍ରେଷ୍ଠତର ପ୍ରାଣୀ। କାରଣ ମାନବର ଚେତନା ଥିବା ସହ ବିଷ୍ଳେଶଣାମତ୍କ ଚିନ୍ତନ ଶକ୍ତିର ପ୍ରଖରତା ଅଛି। ପ୍ରକୃତିକୁ ବୁଝିବାର ଦୁର୍ବାର ଉଦ୍ଦୀପନା ମଣିଷକୁ ଅଧିକ କ୍ରିୟାଶୀଳ କରାଇଛି ଏବଂ ସେଥିରେ ଲୁକ୍କାୟିତ ଅନେକ ରହସ୍ୟକୁ ଉଜାଗର କରିଚାଲିଛି। ହେଲେ ପ୍ରକୃତିକୁ ଅଧୀନ କରିବାର ଶକ୍ତି ମଣିଷ ଏ ପର୍ଯ୍ୟନ୍ତ କରାୟତ୍ତ କରିପାରିନାହିଁ। ଏହି ପ୍ରକୃତି ମଧ୍ୟରେ ମଣିଷର ଜନ୍ମ ଓ ମୃତ୍ୟୁର ପ୍ରକ୍ରିୟା ଅହରହ ଚାଲୁ ରହିଛି। ମଣିଷ ଏ ପର୍ଯ୍ୟନ୍ତ ଏହିସବୁ କ୍ରିୟାକୁ ନିଜର ଅଧୀନ କରିପାରି ନାହିଁ। ଜନ୍ମ, ମୃତ୍ୟୁ, ଜରା, ବ୍ୟାଧିକୁ ମଣିଷ ଜୟ କରିବା ଅସମ୍ଭବ ମନେହୁଏ। କହିବା ବାହୁଲ୍ୟ ଯେ ବିଜ୍ଞାନ ଯେତେ ଅଗ୍ରଗତି କଲେ ବି ସଂସାରର ଏହି ବିଚିତ୍ର ପ୍ରକ୍ରିୟା ମଧ୍ୟରେ ସବୁ ସମାପନ ହେଉଛି। ପଥରଟିଏ ଫିଙ୍ଗିଲେ ତାହା ତଳକୁ ହିଁ ଖସିବ, ଦୁଇଟି ଉଦ୍‌ଜାନ ଓ ଗୋଟିଏ ଅମ୍ଳଜାନ ଅଣୁ ମିଶିଲେ ଜଳ ହିଁ ସୃଷ୍ଟି ହେବ ଏବଂ ଏକ ବସ୍ତୁର ଅଧିକତମ ବେଗ ଆଲୋକର ବେଗଠାରୁ ଅଧିକ ହୋଇପାରିବ ନାହିଁ। ଏସବୁ ବିଧି ନିର୍ଦ୍ଧାରିତ ଏବଂ ବିଜ୍ଞାନ ଏହି ପ୍ରକ୍ରିୟାକୁ କେବଳ ଉଜାଗର କରିପାରିଛି, କିନ୍ତୁ ନିୟମ ବାହାରେ ଯାଇ ଏହି ପ୍ରକ୍ରିୟାକୁ ପରିବର୍ତ୍ତନ କରିପାରି ନାହିଁ। ଅର୍ଥାତ୍‌ ମାନବ ସମାଜର ତଥାକଥିତ ବିଜ୍ଞାନ ଏହି ପ୍ରକୃତିର ଅଧୀନ ।
ପରିଶେଷରେ ଏତିକି କୁହାଯାଇପାରେ, ଯେଉଁ ସ୍ତରରେ ବିଜ୍ଞାନର ସୀମାର ଅନ୍ତ ହୁଏ ସେହିଠାରୁ ଧାର୍ମିକ ଦର୍ଶନର ଆରମ୍ଭ ହୁଏ। ସେଥିପାଇଁ ବୋଧହୁଏ ଅନେକ ବିଖ୍ୟାତ ବୈଜ୍ଞାନିକ ଧାର୍ମିକ ମତବାଦଗୁଡ଼ିକ ପ୍ରତି ଅକୃଷ୍ଟ ହୋଇଛନ୍ତି। ମଣିଷ ଯାହାର ଉତ୍ତର ବିଜ୍ଞାନର ପରିଧି ଭିତରେ ନ ପାଏ ତାହା ସେ ଅତି ଭୌତିକ ଦର୍ଶନରୁ ପାଇବାକୁ ଚେଷ୍ଟାକରେ, ସେଥିରୁ ଧର୍ମୀୟ ମତବାଦ ଓ ଏକ ଦୈବିକ ଭାବନାର ସୃଷ୍ଟି। ପୃଥିବୀର ସର୍ବ ପୁରାତନ ଦର୍ଶନ ବେଦରେ ଲିଖିତ ଅନେକ ରୋଚକ ରହସ୍ୟ ଏହି ପ୍ରକୃତିକୁ ବୁଝିବାର ପ୍ରୟାସ ମାତ୍ର, ସେ ଅଗ୍ନି ହୁଅନ୍ତୁ କି ବର୍ଷା, ଏସବୁର ଉପତ୍ତ୍ତି ପ୍ରକ୍ରିୟାକୁ ବୁଝିବାକୁ ଯାଇ ଦେବତାମାନଙ୍କର ସୃଷ୍ଟି ଯାହାର ଉତ୍ତର ହୁଏତ ଆଜିର ବିଜ୍ଞାନରେ ମିଳିଯାଇଥାଏ। କିନ୍ତୁ କେତେକ କ୍ଷେତ୍ରରେ ତାହା ସମ୍ପୂର୍ଣ୍ଣ ସତ୍ୟ ବି ନ ହୋଇପାରେ।

– ରିତେଶ କୁମାର ଶିଶୁ
ସାଇଲୋ, ବଡ଼ବିଲ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?