ନୂଆ ରୂପ ପାଇବ ପୁରୀ ପାଣିପାଗ କେନ୍ଦ୍ର

ପୁରୀ ଅଫିସ,୧୬।୯:  ପୁରୀ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନୂଆ ରୂପ ପାଇବ। ଏହି କେନ୍ଦ୍ରର ଅତ୍ୟାଧୁନିକୀକରଣ କରାଯିବ। ପୁରୀର ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ପାଣିପାଗ ସୂଚନା ପ୍ରଦାନ ସମ୍ପର୍କିତ କମ୍ପ୍ୟୁଟର ଏଲ୍‌ଇଡି ସ୍କ୍ରିନ୍‌ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲଗାଯିବ। ଏହାଦ୍ୱାରା ଜନସାଧାରଣ ଓ ପର୍ଯ୍ୟଟକ ପ୍ରତି ୩ଘଣ୍ଟାରେ ପୁରୀ ସହରର ପାଣିପାଗ ସମ୍ପର୍କିତ ଆଗୁଆ ସୂଚନା ସମେତ ତାପମାତ୍ରା ଓ ଜଳବାୟୁ ସମ୍ପର୍କିତ ଆଗୁଆ ଖବର ପାଇପାରିବେ। ଉଭୟ ଓଡ଼ିଆ ଓ ଇଂଲିଶରେ ସୂଚନା ମିଳିପାରିବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ଡ. ମୃତୁଞ୍ଜୟ ମହାପାତ୍ର କହିଛନ୍ତି। ଡ. ମହାପାତ୍ରଙ୍କୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଭେଟି ପାଣିପାଗ ବିଜ୍ଞାନ କେନ୍ଦ୍ରର ଆଧୁନିକୀକରଣ ପାଇଁ ଦାବି କରିଥିଲେ। ଏହି ଦାବି ନେଇ ଡ. ମହାପାତ୍ର ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ବୁଧବାର ବିଧାୟକ ଷଡ଼ଙ୍ଗୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଙ୍ଗୋପସାଗର ତଟବର୍ତ୍ତୀ ପୁରୀ ସହର ସବୁବେଳେ ଛୋଟବଡ଼ ଝଡ଼ ଓ ଲଘୁଚାପ ବର୍ଷାକୁ ସାମ୍ନା କରୁଛି। ଏଭଳି ପରିସ୍ଥିତି ଉଭୟ ପୁରୀବାସୀ ଓ ପର୍ଯ୍ୟଟକଙ୍କ ଜୀବନ ସଙ୍କଟାପନ୍ନ ହୋଇପଡୁଛି। ପୁରୀ ସହର ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ପାଣିପାଗର ଆଗୁଆ ଓ ସତର୍କ ସୂଚନା ସମସ୍ତଙ୍କ ପାଇଁ ଏକାନ୍ତ ଆବଶ୍ୟକ। ଏଣୁ ପୁରୀସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଅତ୍ୟାଧୁନିକୀକରଣ କରିବା ପାଇଁ ସେ ଆଇଏମ୍‌ଡି ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି। ଡ. ମହାପାତ୍ରଙ୍କ ପ୍ରଶଂସା କରି ବିଧାୟକ ଷଡ଼ଙ୍ଗୀ କହିଛନ୍ତି, ଦେଶ ବିଦେଶରେ ସାମୁଦ୍ରିକ ଝଡ଼ ଓ ତୋଫାନ ସମ୍ପର୍କରେ ଆଗୁଆ ସୂଚନା ଦେଇ ମହାପାତ୍ର ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ପୁରୀର ବିକାଶ କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଉଲ୍ଲେଖନୀୟ ରହିବ ବୋଲି ଆମେ ଆଶାବାଦୀ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ପୁରୀ ସହରର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ଆଶା ରହିଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ଏକ ବାତ୍ୟାପ୍ରବଣ ରାଜ୍ୟ ହୋଇଥିବା ବେଳେ ପୁରୀ ଜିଲା ବ୍ୟାପକ ଭାବେ ପ୍ରଭାବିତ ହୋଇଥାଏ। ପୂର୍ବରୁ ଫାଇଲିନ ଓ ଫନୀ ବାତ୍ୟାରେ ପୁରୀ ଜିଲା ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଦୃଷ୍ଟିରୁ ପୁରୀ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆଧୁନିକୀକରଣ ହୋଇପାରିଲେ ଜିଲାବାସୀ ଓ ପର୍ଯ୍ୟଟକ ଯଥେଷ୍ଟ ଉପକୃତ ହେବା ସହ ଧନଜୀବନ ରକ୍ଷା ପାଇବ ବୋଲି ଭାଜପା ଜିଲା ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri