ରଥକାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ: ସାନ୍ତ୍ୱନା ଦେଲେ ମହାପ୍ରଭୁ

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅଧିନସ୍ଥ ସିର୍ଜାପାଲି ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଆଡମ୍ବରରେ ହେରାପଞ୍ଚମୀ ସୋମବାର ପାଳିତ ହୋଇଯାଇଛି। ଉକ୍ତ ଗ୍ରାମର ଶ୍ରୀପଦ୍ମନାଭ(ବଳଭଦ୍ର) ପ୍ରମୋଦ କୁମାର ଦାଶ (ଜଗନ୍ନାଥ), ମାମି ମହାପାତ୍ର (ସୁଭଦ୍ରା) ଓ ରୀତାଞ୍ଜଳି ଦାଶ ଲକ୍ଷ୍ମୀ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣିଥିଲେ। ମା’ ଲକ୍ଷ୍ମୀ ସାଆନ୍ତାଣୀ ନନ୍ଦିଘୋଷ ରଥ ଭାଙ୍ଗି ବଡ ଦେଉଳକୁ ଫେରି ଯାଇଥିଲେ। ପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀକୁ କଥା ଦେଇଥିଲେ ମୁଁ ଦଶମୀ ଦିନ ବଡ଼ ଦେଉଳକୁ ଫେରିଯିବି କହି ସାନ୍ତ୍ୱନା ଦେଇଥିଲେ।

ଏହି ପରମ୍ପରା ଅନୁଯାୟୀ, ଗ୍ରାମର ଶତାଧିକ ମହିଳା ମା’ ଲକ୍ଷ୍ମୀଙ୍କୁ ହାଣ୍ଡୋଲାରେ ବସାଇ ଗାଁ ଦାଣ୍ଡରେ ଗୁଣ୍ଡିଚା ମନ୍ଦିରକୁ ନେଇଥିଲେ। ରଥର ହଂସ ପଟା ଭାଙ୍ଗି ଦେଇ ରୋଷରେ ବଡ ଦେଉଳକୁ ଫେରିଯାଇଥିଲେ। ଗ୍ରାମର ପ୍ରଥମ ସେବାୟତ ଅଚ୍ୟୁତ ସାହୁ, ଅରୁଣ କୁମାର ଭୋଇ, ମନବୋଧ ପ୍ରଧାନ, ରୋହିତ ସାହୁ, ଦିଲ୍ଲୀପ କୁମାର ସାହୁ, ସୁବନ ଗହିର, କର୍ଣ୍ଣ ଗହିର, ଉକ୍ତ କାର୍ଯ୍ୟକୁ ସୂଚାରୁ ରୁପେ ସମ୍ପାଦନ କରିଥଲେ। ତତ୍‌ସହିତ ବେଳଖଣ୍ଡି ଗ୍ରାମର ବୁଲୁ ବାରିକ ନରସିଂହ ରୂପ ସଜ୍ଜିତ କରି ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଆକର୍ଷିତ କରିଥିଲେ। ଶେଷରେ ଜଗନ୍ନାଥ ସଂସ୍କୃତି ଉପରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉତ୍ତର କାର୍ଯ୍ୟ କରାଯାଇ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

ସିକିମ ଭୂସ୍ଖଳନରେ ୭ ମୃତ, ନିର୍ମାଣାଧୀନ ସୁଡ଼ଙ୍ଗରେ ମିଥେନ ବିସ୍ଫୋରଣ, ଉଦ୍ଧାର କାର୍ଯ୍ୟ ଜାରି

ଗ୍ୟାଙ୍ଗଟକ,୨୧।୭: ଉତ୍ତର-ପୂର୍ବ ରାଜ୍ୟ ସିକିମର ଏକ ନିର୍ମାଣାଧୀନ ସୁଡଙ୍ଗରେ ସୋମବାର ଭୂସ୍ଖଳନ ହେବା ଫଳରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ସଂଶୋଧିତ ଇଂଲିଶ ବନାନ ତ୍ୱରିତ କାର୍ଯ୍ୟକାରୀ ଲାଗି ନିର୍ଦ୍ଦେଶ, ସବୁ ଜିଲାପାଳଙ୍କୁ ରାଜସ୍ବ ସଚିବଙ୍କ ଚିଠି

ଭୁବନେଶ୍ୱର,୨୧।୭(ସୁନିତ୍‌ ମିଶ୍ର): ରାଜ୍ୟର ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳ ଗୁଡ଼ିକ ନାମର ସଂଶୋଧିତ ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବା…

ପଶ୍ଚିମବଙ୍ଗ ସରକାରୀ କାର୍ଯ୍ୟରେ ବଙ୍ଗଳା ଭାଷା ବାଧ୍ୟତାମୂଳକ ହେବ

କୋଲକାତା, ୨୧ା୭: ପଶ୍ଚିମବଙ୍ଗ ସରକାର ଆସନ୍ତା ସେପ୍ଟେମ୍ବର ୧ରୁ ସମସ୍ତ ପ୍ରଶାସନିକ କାର୍ଯ୍ୟରେ ବଙ୍ଗଳା ଭାଷାକୁ ବାଧ୍ୟତାମୂଳକ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…

ଆସାମରେ ବନ୍ୟା ବିଭୀଷିକା

ଗୁଆହାଟୀ,୨୧ା୭: ଉପର ଆସାମରେ ବନ୍ୟା ସ୍ଥିତି ଉତ୍କଟ ହୋଇଛି। ୭ ଜିଲାରେ ୫୭,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ଚା’ ବଗିଚାଗୁଡ଼ିକ ପାଣିରେ ବୁଡ଼ିଯାଇଛି। ଲଗାଣ ବର୍ଷା…

ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ମାଗିଲେ ଏସବୁ ରିପୋର୍ଟ

ନୂଆଦିଲ୍ଲୀ,୨୧ା୭: ଅନଶନରତ ଆକ୍ଟିଭିଷ୍ଟ ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଆଙ୍ଗ୍‌ମୋ କରିଥିବା ଆବେଦନ ଉପର ଦିଲ୍ଲୀ ହାଇକୋର୍ଟ ସୋମବାର ସଫଦରଜଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri