ସରିଲା ଗ୍ରାମଦେବୀ ଠାକୁରାଣୀଙ୍କ ଘଟଯାତ୍ରା

ପଟ୍ଟାଙ୍ଗୀ,୧୨।୫(ଡି.ଏନ.ଏ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ଦେବୀ ମାଁ ଗାଙ୍ଗମାଙ୍କ ନବରାତ୍ର ଘଟ ଯାତ୍ରା ଶେଷ ହୋଇଛି। ବୁଧବାର ମା’ ଅସ୍ଥାୟୀ ମଣ୍ଡପରୁ ମନ୍ଦିରକୁ ଫେରିଛନ୍ତି । ଏହି ନବରାତ୍ର ଘଟଯାତ୍ରା ୨ ତାରିଖରୁ ଆରମ୍ଭ ହୋଇ ୯ ଦିନ ଧରି ଚାଲିଥିଲା। ଜଗନ୍ନାଥ ମନ୍ଦିର ନିକଟରେ ଥିବା ଅସ୍ଥାୟୀ ମଣ୍ଡପରେ ମା’ ପୂଜା ପାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ଅସ୍ଥାୟୀ ମଣ୍ଡପରେ ପ୍ରଥମ ଦିନ ପହଞ୍ଚିବା ପରେ ବିଶ୍ରାମ ନେଇ ଦ୍ୱିତୀୟ ଦିନ ହରିଜନ ସାହିରେ ଥିବା ତାଙ୍କ ମା’ ଘରକୁ ଯାଇ ଫେରି ଆସିଥିଲେ। ତୃତୀୟ ଦିନ ଠାକୁରାଣୀ ଗ୍ରାମ ପରିକ୍ରମା କରି ପ୍ରତି ଘର ଓ ସାହିରେ ପୂଜା ପାଇଥିଲେ । ସେହିପରି ଚତୁର୍ଥ ଦିନରେ ବଡଗାଁ ଏବଂ ଶିଶାଗୁଡା ଦୁଇ ଗ୍ରାମରେ ପୂଜା ପାଇ ପଞ୍ଚମ ଦିନରେ ବିଶ୍ରାମ ନେଇଥିଲେ। ଷଷ୍ଠ ଦିନ ଠାକୁରାଣୀ ଗ୍ରାମ ପରିକ୍ରମା କରି ସପ୍ତମ ଦିନ ବିଶ୍ରାମ ନେଇଥିଲେ। ଅଷ୍ଟମ ଏବଂ ନବମ ଦୁଇଦିନ ପ୍ରତ୍ୟେକ ସାହିରେ ପହଞ୍ଚି ପୂଜା ପାଇଥିଲେ। ମାନସିକଧାରୀମାନେ ନିଜ ଘରୁ ଘଣ୍ଟ ହାଣ୍ଡି ବାହାର କରି ଠାକୁରାଣୀଙ୍କ ନିକଟରେ ପହଞ୍ଚି ମାନସିକ ପୂରଣ କରିଥିଲେ। ଅସ୍ଥାୟୀ ମଣ୍ଡପ ନିକଟରେ ଯାତ୍ରା କମିଟି ପକ୍ଷରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଉକ୍ତ ଯାତ୍ରା କମିଟିର ୫ଜଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରତାପ ଚୌଧୁରୀ,ପୂର୍ବତନ ସରପଞ୍ଚ ଭଗବାନ ଖରା, ଅର୍ଜୁନ ଖରା ଏବଂ ରବି ଖରା ପରିଚାଳନା କରିଥିଲେ। ଅଜିତ ଚୌଧୁରୀ, ମନଜ ଦାସ, ତ୍ରିନାଥ ଗେମେଲ, ଶିବ ପଟ୍ଟନାୟକ, ସୁଜିତ ଚୌଧୁରୀ, ତ୍ରିନାଥ ନାୟକ, ସତ୍ୟ ଖରା ଓ ପ୍ରଫୁଲ୍ଲ ବେହେରା, ଜି ଉମା ମହେଶ୍ବର ରାଓ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨୨ା୪(ଅମିତାଭ ବେହେରା): ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁତା କୋରାପୁଟ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତଙ୍କଠାରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଏହି ଅବସରରେ...

ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ...

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି...

ପାହାଡ଼ ଜଙ୍ଗଲରେ ନିଆଁ

ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା...

ବେସରକାରୀ ଛାତରେ ଲାଗିଛି ସରକାରୀ ହୋର୍ଡିଂ

ସୁନାବେଡା,ସେମିଳିଗୁଡା,୨୧ା୪କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼: ସୁନାବେଡା ପୌର ପରିଷଦ ଅଧୀନ ସେମିଳିଗୁଡା ଗୋପବନ୍ଧୁ ନଗରଠାରେ ମିଶନ୍‌ ଶକ୍ତି ଏବଂ ନୂଆ-ଓ ର ଦୁଇଟି ବଡ ହୋର୍ଡିଂ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri