ସରିଲା ଗ୍ରାମଦେବୀ ଠାକୁରାଣୀଙ୍କ ଘଟଯାତ୍ରା

ପଟ୍ଟାଙ୍ଗୀ,୧୨।୫(ଡି.ଏନ.ଏ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ଦେବୀ ମାଁ ଗାଙ୍ଗମାଙ୍କ ନବରାତ୍ର ଘଟ ଯାତ୍ରା ଶେଷ ହୋଇଛି। ବୁଧବାର ମା’ ଅସ୍ଥାୟୀ ମଣ୍ଡପରୁ ମନ୍ଦିରକୁ ଫେରିଛନ୍ତି । ଏହି ନବରାତ୍ର ଘଟଯାତ୍ରା ୨ ତାରିଖରୁ ଆରମ୍ଭ ହୋଇ ୯ ଦିନ ଧରି ଚାଲିଥିଲା। ଜଗନ୍ନାଥ ମନ୍ଦିର ନିକଟରେ ଥିବା ଅସ୍ଥାୟୀ ମଣ୍ଡପରେ ମା’ ପୂଜା ପାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ଅସ୍ଥାୟୀ ମଣ୍ଡପରେ ପ୍ରଥମ ଦିନ ପହଞ୍ଚିବା ପରେ ବିଶ୍ରାମ ନେଇ ଦ୍ୱିତୀୟ ଦିନ ହରିଜନ ସାହିରେ ଥିବା ତାଙ୍କ ମା’ ଘରକୁ ଯାଇ ଫେରି ଆସିଥିଲେ। ତୃତୀୟ ଦିନ ଠାକୁରାଣୀ ଗ୍ରାମ ପରିକ୍ରମା କରି ପ୍ରତି ଘର ଓ ସାହିରେ ପୂଜା ପାଇଥିଲେ । ସେହିପରି ଚତୁର୍ଥ ଦିନରେ ବଡଗାଁ ଏବଂ ଶିଶାଗୁଡା ଦୁଇ ଗ୍ରାମରେ ପୂଜା ପାଇ ପଞ୍ଚମ ଦିନରେ ବିଶ୍ରାମ ନେଇଥିଲେ। ଷଷ୍ଠ ଦିନ ଠାକୁରାଣୀ ଗ୍ରାମ ପରିକ୍ରମା କରି ସପ୍ତମ ଦିନ ବିଶ୍ରାମ ନେଇଥିଲେ। ଅଷ୍ଟମ ଏବଂ ନବମ ଦୁଇଦିନ ପ୍ରତ୍ୟେକ ସାହିରେ ପହଞ୍ଚି ପୂଜା ପାଇଥିଲେ। ମାନସିକଧାରୀମାନେ ନିଜ ଘରୁ ଘଣ୍ଟ ହାଣ୍ଡି ବାହାର କରି ଠାକୁରାଣୀଙ୍କ ନିକଟରେ ପହଞ୍ଚି ମାନସିକ ପୂରଣ କରିଥିଲେ। ଅସ୍ଥାୟୀ ମଣ୍ଡପ ନିକଟରେ ଯାତ୍ରା କମିଟି ପକ୍ଷରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଉକ୍ତ ଯାତ୍ରା କମିଟିର ୫ଜଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରତାପ ଚୌଧୁରୀ,ପୂର୍ବତନ ସରପଞ୍ଚ ଭଗବାନ ଖରା, ଅର୍ଜୁନ ଖରା ଏବଂ ରବି ଖରା ପରିଚାଳନା କରିଥିଲେ। ଅଜିତ ଚୌଧୁରୀ, ମନଜ ଦାସ, ତ୍ରିନାଥ ଗେମେଲ, ଶିବ ପଟ୍ଟନାୟକ, ସୁଜିତ ଚୌଧୁରୀ, ତ୍ରିନାଥ ନାୟକ, ସତ୍ୟ ଖରା ଓ ପ୍ରଫୁଲ୍ଲ ବେହେରା, ଜି ଉମା ମହେଶ୍ବର ରାଓ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri