ସିଲାବସ୍‌ ହ୍ରାସ ପାଇଁ ପ୍ରକ୍ରିୟା ଶେଷ

ଭୁବନେଶ୍ୱର,୨୪ା୮(ବ୍ୟୁରୋ): କରୋନା ସଙ୍କଟ ପାଇଁ ପିଲାଙ୍କ ପାଠପଢ଼ା ବୋଝକୁ ହାଲୁକା କରାଯିବ। ୨୦୨୦-୨୦୨୧ ଶିକ୍ଷାବର୍ଷ ପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ହ୍ରାସ କରାଯିବ। ଏ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ନୂତନ ସିଲାବସ୍‌ ପ୍ରକାଶ ପାଇବ ବୋଲି ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ସେ କହିଛନ୍ତି, ଖୁବ୍‌ଶୀଘ୍ର ସିଲାବସ୍‌ ହ୍ରାସକୁ ନେଇ ଛାତ୍ରୀଛାତ୍ରଙ୍କ ଦ୍ୱନ୍ଦ୍ୱ
ଦୂର ହେବ। ସିଲାବସ୍‌ ସମ୍ପର୍କରେ ବିଭାଗୀୟ ସଚିବଙ୍କ ଦ୍ୱାରା ଯାଞ୍ଚ ଚାଲିଛି। ଇତିମଧ୍ୟରେ ବିଶେଷଜ୍ଞ କମିଟି ରିପୋର୍ଟ ଦେଇଛି। ତେବେ କେତେ ପ୍ରତିଶତ ସିଲାବସ୍‌ କମିବ, ଏଯାଏ ନିଷ୍ପତ୍ତି ହୋଇନାହିଁ। ସିବିଏସ୍‌ଇ ସିଲାବସ୍‌ କାଟିବା ପରେ କିଛି ବିଷୟକୁ ନେଇ ଦ୍ୱନ୍ଦ୍ୱ ଥିଲା। ତାହା ଉପରେ ନଜର ରଖାଯାଇଛି। କେତେ ପ୍ରତିଶତ ସିଲାବସ୍‌ କମିବ, ତାହା ସ୍କୁଲ ଖୋଲିବା ଉପରେ ନିର୍ଭର କରୁଛି ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ସିବିଏସ୍‌ଇ
ବୋର୍ଡ ୩୦% ସିଲାବସ୍‌ କମାଇଥିବାବେଳେ ସିଆଇଏସ୍‌ସିଇ ବୋର୍ଡ ୨୫% କମାଇଛି। ଏହାକୁ ଆଧାର କରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟ ସମସ୍ତ ୧୨ଟି ଶ୍ରେଣୀର ପାଠ୍ୟକ୍ରମରେ ୩୦% କମାଇବାକୁ ସ୍ଥିର କରିଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ହ୍ରାସ ପାଇଁ ୩ଟି ବୋର୍ଡ (ପରିଷଦ)କୁ ଦାୟିତ୍ୱ ଦିଆଯାଇଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏସ୍‌ସିଇଆର୍‌ଟିକୁ ସିଲାବସ୍‌ କମାଇବା ପାଇଁ କୁହାଯାଇଥିବା ବେଳେ ନବମ ଓ ଦଶମ ଶ୍ରେଣୀ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଦାୟିତ୍ୱ ଦିଆଯାଇଥିଲା। ଏହା ଭିତରେ ସମସ୍ତ ୩ଟି ବୋର୍ଡର ବିଶେଷଜ୍ଞ ଟିମ୍‌ ସିଲାବସ୍‌ ହ୍ରାସ କରି ବିଭାଗକୁ ହସ୍ତାନ୍ତର କରିସାରିଥିବା ଜଣାପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏଏସ୍‌ଆଇର ସୁରକ୍ଷିତ ବଳୟରେ ନିର୍ମାଣ କଟକଣା ବଢିଲା: ଫୋକସ୍‌ରେ ରାଜାରାଣୀ, ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର, ୧୪ା୯ (ଡି.ଏନ.ଏ.): ମନ୍ଦିର ମାଳିନୀ ଏକାମ୍ରକ୍ଷେତ୍ର ସରକାରୀ ଉଦାସୀନତା ଓ ଜବରଦଖଲକାରୀଙ୍କ ଦୌରାମ୍ୟରୁ ନିଜକୁ ରକ୍ଷା କରିପାରିନାହିଁ। ଏହିକ୍ରମରେ ଶୁକ୍ରବାର ଶିଶୁପାଳଗଡ଼ ରାମପାଟ୍‌...

ଭିତ୍ତିଭୂମି ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ

ଜଗତ୍‌ସିଂହପୁର ଅଫିସ, ୧୧ା୭: ରାଜ୍ୟ ସରକାର ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଉଥିବା ନେଇ ପ୍ରଚାର ହେଉଛି। କିନ୍ତୁ ନିକଟସ୍ଥ ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟଟି...

ଭୁବନେଶ୍ୱର ବିମାନବନ୍ଦରକୁ ‘ଭଏସ୍‌ ଅଫ୍‌ କଷ୍ଟମର’ ମାନ୍ୟତା

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଏୟାରପୋର୍ଟ କାଉନ୍‌ସିଲ ଇଣ୍ଟରନ୍ୟାଶନାଲ(ଏସିଆଇ) ଅଧୀନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ୨୦୨୧ ପାଇଁ ‘ଯାତ୍ରୀଙ୍କ ସ୍ବର’ ବା ‘ଭଏସ୍‌ ଅଫ୍‌ କଷ୍ଟମର’ ମାନ୍ୟତା...

କମୁନି କରୋନା ମୃତ୍ୟୁ ହାର : ପୁଣି ରାଜ୍ୟରେ ୧୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୪ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଥିବା ରାଜ୍ୟ...

ମାଣ୍ଡିଆକେକ୍‌ ପ୍ରସ୍ତୁତି ପ୍ରଣାଳୀକୁ ସ୍ବୀକୃତି

ସମ୍ବଲପୁର,୧୧।୪(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)କୁ ଆଉ ଏକ ସଫଳତା ମିଳିଛି। ହୋମ୍‌ ସାଇନ୍ସର ପିଜି ଓ ସ୍କୁଲ ଅଫ କେମେଷ୍ଟ୍ରି ବିଭାଗର ମିଳିତ ମାଣ୍ଡିଆ ପ୍ରସ୍ତୁତିି...

ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଜୀବନ ଗଲା

କୋରୁକୋଣ୍ଡା,୨୪ା୩: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ୍‌ ତାରଲାକୋଟା ପଞ୍ଚାୟତର ସି-କଲୋନୀରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଜୀବନ ଯାଇଛି।...

ବଢ଼ିଲା ରତ୍ନଅଳଙ୍କାର ଯାଞ୍ଚ ସମ୍ଭାବନା

ପୁରୀ ଅଫିସ,୨୬ା୮:ଖୋଲିବ କି ଭିତର ରତ୍ନଭଣ୍ଡାର? ଯାଞ୍ଚ ହେବ କି ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନଅଳଙ୍କାର? ଦୀର୍ଘଦିନ ଧରି ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ଆଶା ଆଶଙ୍କା...

ରାଜ୍ୟରେ ଅନୁଭୂତ ହେଲାଣି ଶୀତ, ୧୫ ଡିଗ୍ରୀ ତଳେ ୪ ସହରର ତାପମାତ୍ରା

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ): ରାଜ୍ୟରୁ ମୌସୁମୀ ଫେରିଯାଇଛି। ମୌସୁମୀ ଫେରିଯିବା ପରେ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଶୀତ ଅନୁଭୂତ ହେଲାଣି। ରାଜ୍ୟରେ ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ...

Advertisement
Archives

Model This Week