ଅଭିଯୋଗ ସତ୍ତ୍ୱେ ଦୂର ହେଉନି ସମସ୍ୟା

ମାଲକାନଗିରି,୧୨ା୬(ଡି.ଏନ୍‌.ଏ.):  ଓଡ଼ିଶା ସୀମାନ୍ତବର୍ତ୍ତୀ ଅନେକ ଗ୍ରାମର ପାରିପାର୍ଶ୍ୱିକ ବିକାଶ ହେଉ ନ ଥିବାରୁ ଏଠାରେ ବସବାସ କରୁଥିବା ଲୋକେ ପଡୋଶୀ ରାଜ୍ୟରେ ମିଶିବା ପାଇଁ ଇଚ୍ଛା କରୁଛନ୍ତି। ଯେପରି କୋରାପୁଟ ଜିଲା କୋଟିଆ ଅଞ୍ଚଳ। ଏହାର ସୁଯୋଗ ନେଇ ପଡୋଶୀ ରାଜ୍ୟଗୁଡିକ ସୀମାନ୍ତ ଓଡ଼ିଶା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସୀମାନ୍ତ ରାଜ୍ୟ ଓଡ଼ିଶା ଗ୍ରାମବାସୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ସପକ୍ଷରେ ମତ ରଖିବା ପାଇଁ ପରୋକ୍ଷରେ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି।
ଏପରି ଏକ ଘଟଣା ମାଲକାନଗିରି ଜିଲା ସଦର ବ୍ଲକ ଉଡୁପା ପଞ୍ଚାୟତ ଛତିଶଗଡ ସୀମାନ୍ତକୁ ଲାଗିଥିବା ତଙ୍ଗପାଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମ ଉଡୁପା ପଞ୍ଚାୟତ ସଦର ମହକୁମାଠାରୁ ମାତ୍ର ସାଢ଼େ ୩ କି.ମି. ଛତିଶଗଡ ସୀମାନ୍ତକୁ ଲାଗି ରହିଛି। ଜିଲା ପ୍ରଶାସନ ଆଦିବାସୀମାନଙ୍କ ବିକାଶ ଏବଂ ଛତିଶଗଡକୁ ସଂଯୋଗ ପାଇଁ ମୋଟୁରୁ ତଙ୍ଗପାଲ୍ଲୀ ଗ୍ରାମକୁ ଏକ ବସ୍‌ ସେବା ଯୋଗାଇ ଦେଇଥିଲେ। କିନ୍ତୁ ବସ୍‌ଟି କିଛିଦିନ ଚାଲିଲା ପରେ ରାସ୍ତା ଖରାପ ଯୋଗୁ ବନ୍ଦ ହୋଇଗଲା। ଏହି ରାସ୍ତାରେ ପଡିଥିବା ଗୋଡିଗୁଡିକ ଉଠି ବିଭିନ୍ନ ସ୍ଥାନରେ ଖାଲଖମା ହୋଇଯିବାରୁ ଗ୍ରାମବାସୀ ରୋଗୀଙ୍କୁ ଡାକ୍ତରଖାନା ନେବା, ପଦ୍ମଗିରି ଓ ମାଲକାନଗିରି ସଦର ମହକୁମା ଆସିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଗ୍ରାମରେ କୌଣସି ମୋବାଇଲ ଟାଓ୍ବାର ନ ଥିବା ବେଳେ ସମସ୍ୟା ଜଣାଇବା, ବିଦ୍ୟାଳୟରେ ୧୧୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ଅନ୍‌ଲାଇନ୍‌ ପାଠପଢାରେ ବ୍ୟାଘାତ ଘଟିଛି। ଗ୍ରାମରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ଏଠାରେ କେବଳ ୨ ଜଣ ଶିକ୍ଷୟିତ୍ରୀ ରହିଛନ୍ତି। ଜଣେ ଶିକ୍ଷୟିତ୍ରୀ ସରକାରୀ କାର୍ଯ୍ୟରେ ବାହାରକୁ ଯିବା ସମୟରେ ପାଠପଢାରେ ବ୍ୟାଘାତ ହେଉଛି।
ଏଥି ସହ ବିଦ୍ୟାଳୟରେ ପାନୀୟ ଜଳର କୌଣସି ସୁବିଧା ନ ଥିବାରୁ ମଧ୍ୟାହ୍ନଭୋଜନ ଠିକ୍‌ ସମୟରେ ଯୋଗାଇ ଦିଆଯାଇ ପାରୁନାହିଁ। ଗ୍ରାମରେ ୨୫୦ ପରିବାର ଥିବା ବେଳେ ଏଠାରେ ଜନସଂଖ୍ୟା ୧୧୫୦। ଗ୍ରାମରେ ୫ ନଳକୂପ ଥିବା ବେଳେ ସେଥିରୁ ୪ଟି ଅଚଳ। ଗୋଟିଏ ନଳକୂପ ଉପରେ ସମସ୍ତ ଗ୍ରାମବାସୀ ନିର୍ଭର କରୁଥିବାରୁ ଜଳ ନ ପାଇ ଗ୍ରାମଠାରୁ ଅଧା କି.ମି.ଦୂର ଏକ ଅପରିଷ୍କାର କୁଣ୍ଡରୁ ପାଣି ଆଣୁଥିବା ମହିଳାମାନେ କହିଛନ୍ତି। ସେହି ପାଣିରେ ରନ୍ଧା, ଲୁଗା ସଫା, ପିଲାମାନଙ୍କୁ ଗାଧୋଇବା, ପିଇବା ପାଇଁ ବ୍ୟବହାର କରିବା ସହ କୁଣ୍ଡରୁ ମଧ୍ୟ ଗୋରୁମାନେ ପାଣି ପିଉଛନ୍ତି। ସେହି ପାଣି ବ୍ୟବହାର ଦ୍ୱାରା ଗ୍ରାମରେ ଅନେକ ଚର୍ମରୋଗ, ପେଟରୋଗ ହେଉଥିବା ଗ୍ରାମ ମୁଖିଆ ଭଗବାନ ପଡିଆମି କହିଛନ୍ତି। ସେହିପରି ଦୀର୍ଘ ୧୦ ବର୍ଷ ପୂର୍ବରୁ ଉଠା ପାନୀୟଜଳ ବ୍ୟବସ୍ଥା ପାଇଁ ମୋଟର ଏବଂ ଟାଙ୍କି ଲଗା ଯାଇଥିଲେ ମଧ୍ୟ ଏକ ସପ୍ତାହ ପରେ ତାହା ଅଚଳ ହୋଇ ପଡିଥିବାରୁ ଗ୍ରାମବାସୀଙ୍କ ସମସ୍ୟା ଦୂର ହୋଇ ପାରୁନାହିଁ। ପାଞ୍ଚ ବର୍ଷ ପୂର୍ବରୁ ପଞ୍ଚାୟତ ସଦର ମହକୁମାରୁ ସାଢେ ୩ କି.ମି.ରାସ୍ତା ତଙ୍ଗପାଲ୍ଲୀ ଗ୍ରାମକୁ ପାଣି ଯୋଗାଇବା ପାଇଁ ପାଇପ୍‌ ବିଛା ଯାଇଥିଲା। ଉକ୍ତ ପାଇପ୍‌ଗୁଡିକ ଏକମାସ ମଧ୍ୟରେ ନଷ୍ଟ ହୋଇଯିବାରୁ ଗ୍ରାମକୁ ପାଣି ଆସିପାରିନାହିଁ। ୨୫୦ ପରିବାର ମଧ୍ୟରୁ ମାତ୍ର ୨ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଛନ୍ତି। ୨୦ ବର୍ଷ ମଧ୍ୟରେ ମାତ୍ର ୨୦ ଜଣ ବିଜୁ ପକ୍କା ଘର ପାଇଛନ୍ତି।
ଗ୍ରାମର ମୁଖିଆ ଭଗବାନ ପଡିଆମି, ନରସିଂହ ମାଡକାମି, ସରପଞ୍ଚ ଗଙ୍ଗା ମାଡକାମି, ଜୟ ମାଡକାମି, ରାମଧର ପଡିଆମି, ରାମଚନ୍ଦ୍ର କୁରାମି, ଏବଂ ସାମାଜିକକର୍ମୀ ଫନିଭୂଷଣ ରାୟ କହିଛନ୍ତି, ଗ୍ରାମ ସୀମାନ୍ତକୁ ଲାଗି ଛତିଶଗଡର ଚିତାପାଲ୍ଲୀ ରହିଛି। ସେହିଗ୍ରାମକୁ ଛତିଶଗଡ ସରକାର ଘରେ ଘରେ ପାନୀୟ ଜଳ, ରାସ୍ତାଘାଟ ବିଜୁଳି, ଖାଦ୍ୟ ସାମଗ୍ରୀ, ପ୍ରାଥମିକ ବିଦ୍ୟାଳୟରେ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଇତ୍ୟାଦିର ସୁବିଧା କରିଥିଲେ। ଆମେ ଏ ସମ୍ପର୍କରେ ଜିଲା ଓ ବ୍ଲକ ପ୍ରଶାସନକୁ ବହୁବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। କେବଳ ନିର୍ବାଚନ ସମୟରେ ନେତାମାନେ ଗ୍ରାମକୁ ଆସି ଏହି ସମସ୍ୟା ଶୀଘ୍ର ଦୂର କରିବୁ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ନିର୍ବାଚନ ଶେଷ ହେବା ପରେ ଆଉ ଗ୍ରାମକୁ କେହି ଆସିନାହାନ୍ତି। ଉଡୁପା ପଞ୍ଚାୟତବାସୀଙ୍କ ସହ ତଙ୍ଗପାଲ୍ଲୀ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି, ତୁରନ୍ତ ଆମ ପଞ୍ଚାୟତ ଏବଂ ଗ୍ରାମର ଥିବା ବିଭିନ୍ନ ସମସ୍ୟା ଦୂର କରନ୍ତୁ। ଏ ସମ୍ବନ୍ଧରେ ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?