ବନିତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସାତସପନ

ରାଜକନିକା,୨୯ା୯(ସଞ୍ଜୟ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରୁଛନ୍ତି। ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚତ୍ ପାରୁନାହିଁ। ପ୍ରଶାସନ ଆଢୁଆଳରେ ରହି ଯାଉଛନ୍ତି ଅନେକ ପରିବାର। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ସେମାନଙ୍କ ପାଇଁ ନାହିଁ। କଚ୍ଚାଘର ଉପରେ ପଲିଥିନ ପକାଇ ଜୀବନ ବିତାଉଛନ୍ତି। ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ସତ୍ତ୍ୱେ କେହି ସେମାନଙ୍କ ଦୁଃଖ ଶୁଣୁନାହାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ପାରିନୂଆପଡ଼ା-ହାବଳଗଣ୍ଡ ପଞ୍ଚାୟତ ହାବଳଗଣ୍ଡ ଗଁାର ବନିତା ସାହୁଙ୍କ କ୍ଷେତ୍ରରେ।
ବନିତାଙ୍କ ପରିବାର କହିଲେ, ସ୍ବାମୀ କଳ୍ପତରୁ, ପୁଅ ଅଭିଷେକ, ଝିଅ ଆଦ୍ୟାଶା। ତାଙ୍କର ଘରଡିହ ଛଡ଼ା ଆଉ କିଛି ନାହିଁ। ସରକାରୀ ଯୋଜନା କହିଲେ କେବଳ ରାଶନ ସାମଗ୍ରୀ ପାଉଛନ୍ତି। ତାହା ପୁଣି ପରିବାରର ୪ଜଣ ଥିଲେ ବି ମିଳୁଛି ୩ ଜଣଙ୍କୁ ୧୫ କିଲୋ ଚାଉଳ। ମୁଣ୍ଡ ଗୁଞ୍ଜିବା ପାଇଁ ନୂଆଣିଆ ଭଙ୍ଗା ଦଦରା ଚାଳଘର। ପଇସାପତ୍ର ଅଭାବରୁ ଘର ଛପର ହୋଇ ନ ପାରିବାରୁ ପଲିଥିନ ପଡ଼ିଛି। ତାହା ପୁଣି ମାଟିରେ ମିଶିବାକୁ ବସିଲାଣି। ବର୍ଷାରେ କାନ୍ଥ ଭାଙ୍ଗି ପଡ଼ିଛି। ବିପଦପୂର୍ଣ୍ଣ ଭାବେ ସେହି ଘରେ ବାଧ୍ୟ ହୋଇ ପରିବାର ରହୁଛନ୍ତି। କିଛିଦିନ ପୂର୍ବେ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଅଳ୍ପକେ ପରିବାର ଲୋକ ବର୍ତ୍ତି ଯାଇଥିଲେ। ଛପର ନ ହେବା ଯୋଗୁ ବର୍ଷା ହେଲେ ଘର ଭିତରେ ପାଣି ଲହଡ଼ି ମାରୁଛି। ବିଷଧର ସର୍ପ ସରୀସୃପ ଘର ଭିତରକୁ ଅବାଧରେ ବିଚରଣ କରିବା ଭୟ ବି ସୃଷ୍ଟି ହେଉଛି। କେବଳ ବର୍ଷାଦାଉରୁ ରକ୍ଷା ପାଇବା ପାଇଁ ପଲିଥିନ୍‌ ପକାଇ ପରିବାର ସହ ବନିତାଙ୍କ ପରିବାର ବଞ୍ଚତ୍ଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯେମିତି ତାଙ୍କ ପାଇଁ ସାତସପନ ବୋଲି ସେ ଅଭିଯୋଗ କରିଛନ୍ତି। ଅନେକଥର ଘର ଖଣ୍ଡେ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ କାକୁତିମିନତି କରି ନିରାଶ ହୋଇଛନ୍ତି। ଥିଲାବାଲା ସବୁ ସରକାରୀ ଯୋଜନା ପାଇବେ, ଆମ ଗରିବ ଗୁରୁବାଙ୍କୁ ପଚାରେ କିଏ ବୋଲି ବନିତା କହି କାନ୍ଦି ପକାଇଥିଲେ। ପୂର୍ବ ସରକାରଙ୍କ ସମୟରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ମାଧ୍ୟମରେ ଘର ଖଣ୍ଡିଏ ପାଇଁ ବହୁବାର ଫର୍ମ ପକାଇଥିଲି। ହେଲେ କିଛି ଲାଭ ମିଳିଲା ନାହିଁ। ଲଘୁଚାପଜନିତ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଯିବାର ଆଶଙ୍କା ରହିଛି। ଏପରି ଆଶା ଆଶଙ୍କା ମଧ୍ୟରେ ଜୀବନ ଜିଉଥିବା ପରିବାର ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଇବାକୁ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଦାୟିତ୍ୱରେ ଥିବା ବିଡିଓ ପୃଥ୍ବୀରାଜ ପରିଡ଼ାଙ୍କୁ ପଚାରିବାରେ ଆପଣଙ୍କଠାରୁ ଜାଣିବାକୁ ପାଇଲି। କ’ଣ ହେଇଛି ନାହିଁ ତଦନ୍ତ କରାଯିବ। ସେ ଆବାସ ପାଇବାକୁ ଯୋଗ୍ୟ ଥିଲେ ତୁରନ୍ତ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?