Posted inଜାତୀୟ

ଟିକାକରଣ ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ,୧୧।୩: ୪ ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରିରେ ବିଧାନସଭା ର୍ନିବାଚନକୁ ଦୃଷ୍ଟିରେ ରଖି କୋଭିଡ-୧୯ ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଉଠାଇ ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ଘୋଷଣା କରିଛି। ନିର୍ବାଚନ କମିଶନଙ୍କ ନିକଟରୁ ନୋଟିସ ପାଇବା ପରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନା ଯୋଗ୍ୟ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) କୋଭିଡ-୧୯ ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉଥିବା ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଥିଲା। ଅଭିଯୋଗ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନିର୍ବାଚନ କମିଶନ ମାର୍ଚ୍ଚ ୬ରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ। ଏଥିରେ ବିଧାନସଭା ନିର୍ବାଚନର ହେବାକୁ ଥିବା ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ କମିଶନଙ୍କ ନିକଟରୁ ନୋଟିସ ପାଇବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କମିଶନଙ୍କ ନିର୍ଦ୍ଦେଶ ପାଳନ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୭୦୦ ଲକ୍ଷ ବର୍ଷ ପୁରାତନ ପ୍ରାଣୀ ଜୀବାଶ୍ମର ମିଳିଲା ସନ୍ଧାନ

ଭୋପାଳ,୧୦।୨: ମଧ୍ୟପ୍ରଦେଶର ଭୋପାଳ ଠାରୁ ୪୦ କିଲୋମିଟରର ଦୂରରେ ଥିବା ୟୁନେସ୍କୋ ଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇ ଥିବା ଭୀମ୍‌ବେଟ୍‌କାରେ ୫୭୦୦ ଲକ୍ଷ...

୩ ଆତଙ୍କବାଦୀଙ୍କୁ ଧରାଇଲେ ୩୦ ଲକ୍ଷ

ଜମ୍ମୁ,୨୪ା୧୦(ପି.ଟି.): ୩ ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଧରାଇଦେଲେ ୩୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ବୁଧବାର ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ସେମାନେ...

‘ଯଦି ଆମେ ଆମ ଭିତରେ ଲଢ଼େଇ କରିବା, ତେବେ ଭାଜପା ସହ କେମିତି ଲଢ଼ିବା’

ନୂଆଦିଲ୍ଲୀ,୨୬।୮: ଯଦି ଆମେ ଆମ ଭିତରେ ଲଢ଼େଇ କରିବା, ତେବେ ଭାଜପା ସହ କେମିତି ଲଢ଼ିବା। କଂଗ୍ରେସ ନେତାମାନେ ପ୍ରଥମେ ଆର୍‌ଏସ୍‌ଏସ୍‌ ଓ ଭାଜପା ସହ...

ଜମ୍ମୁ-କଶ୍ମୀର ଆଇପିଏସ୍‌ ଅଫିସର ବସନ୍ତ ରଥ ନିଲମ୍ବିତ

ଶ୍ରୀନଗର,୮।୭: ଦୁର୍ବବ୍ୟହାର ଓ ଅସଦାଚରଣ ଅଭିଯୋଗରେ ଜମ୍ମୁ- କଶ୍ମୀରର ବରିଷ୍ଠ ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ବୁଧବାର ନିଲମ୍ବିତ କରାଯାଇଛି। ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର...

ଏନ୍‌କାଉଣ୍ଟରରେ ୧୩ ମାଓବାଦୀ ନିହତ

ଗଡ଼ଚିରୋଲି,୨୨ା୫: ମହାରାଷ୍ଟ୍ର ପୋଲିସକୁ ଶୁକ୍ରବାର ବଡ଼ ସଫଳତା ମିଳିଛି। ଗଡ଼ଚିରୋଲି ଜିଲା ଏଟାପଲ୍ଲୀ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ପୋଲିସ ଏନ୍‌କାଉଣ୍ଟରରେ ୧୩ ମାଓବାଦୀ ନିହତ ହୋଇଛନ୍ତି।...

ବସ୍‌ଷ୍ଟାଣ୍ଡ୍‌ରେ ଜଳି ଗଲା ୭ ବସ୍‌

ଦାମୋହ,୨୫।୩: ମଧ୍ୟପ୍ରଦେଶ ଦାମୋହରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବସ୍‌ଷ୍ଟାଣ୍ଡ୍‌ରେ ନିଆଁ ଲାଗି ୭ଟି ବସ୍‌ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଗୁରୁବାର ଭୋର୍‌ ସମୟରେ...

ଗମ୍ଭୀରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୪।୫ : ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶରେ ଅଭାବ ଥିବା କୋଭିଡ୍‌-୧୯ ଔଷଧକୁ ପ୍ରବଳ...

ପାର୍ଲାମେଣ୍ଟରେ ମହାରାଷ୍ଟ୍ର ତାତି: ହଟ୍ଟଗୋଳ ଯୋଗୁ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ,୨୬ା୧୧(ପି.ଟି.): ମହାରାଷ୍ଟ୍ର ରାଜନୀତିକୁ ନେଇ ସୋମବାର ପାର୍ଲାମେଣ୍ଟରେ ଜୋରଦାର ହଟ୍ଟଗୋଳ ହେବା ପରେ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଲୋକ ସଭାରେ...

Advertisement
Archives

Model This Week