Posted inଜାତୀୟ

କଥା ଦେଇ କଥା ରଖିଲେ ମୋଦି

ନୂଆଦିଲ୍ଲୀ,୧୬।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଅଂଶଗ୍ରହଣ କ୍‌ରିଥିବା ଭାରତୀୟ ଖେଳାଳିଙ୍କ ପାଇଁ ସୋମବାର ଏକ ଜଳଖିଆ ପାର୍ଟିର ଆୟୋଜନ ହୋଇଛି। ଏହି ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଖେଳାଳିଙ୍କ ସହ ଜଳଖିଆ ଖାଇଥିଲେ। ଏହାସହ ବ୍ୟାଡମିଣ୍ଟନରେ ବ୍ରୋଞ୍ଚ ପଦକ ଜିତିଥିବା ପି.ଭି ସିନ୍ଧୁଙ୍କ ସହ ଆଇସକ୍ରିମ ମଧ୍ୟ ଖାଇଥିଲେ ମୋଦି। ଟୋକିଓ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ସିନ୍ଧୁଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ ଟୋକିଓରେ ତୁମର ସଫଳତା ପରେ ମୁଁ ତୁମ ସହିତ ଆଇସକ୍ରିମ ଖାଇବି। ଆଜି ଏହି ପ୍ରତିଶ୍ରୁତି ପ୍ରଧାନମନ୍ତ୍ରୀ ମୋଦି ପୂରଣ କରିଛନ୍ତି। ଏହି ପାର୍ଟି ବିଜେତା ଏବଂ ରାଜିତ ଖେଲାଳିଙ୍କ ସହ କିଛି ସମୟ ବିତାଇଥିଲେ ମୋଦି।
ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନରେ କରିଥିଲା ଭାରତ। ଗୋଟିଏ ସ୍ବର୍ଣ୍ଣ ପଦକ ସମେତ ମୋଟ ୭ଟି ପଦକ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୟଶଙ୍କର-ୟାଙ୍ଗ ଆଲୋଚନା

ମସ୍କୋ, ୧୦।୯: ରୁଷିୟା ରାଜଧାନୀ ମସ୍କୋଠାରେ ସାଙ୍ଘାଇ ସହଯୋଗ ସଙ୍ଗଠନ( ଏସସିଓ) ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପୁଷ୍ଠଭୂମିରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଓ...

ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କଲେ ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୧୦।୧୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ଅକ୍ଷୟ କୁମାର ସିଂ ମଙ୍ଗଳବାର ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିଛନ୍ତି। ଅନ୍ୟ ଦୋଷୀମାନଙ୍କ ଭଳି ଅକ୍ଷୟଙ୍କୁ ମଧ୍ୟ ଟ୍ରାଏଲ...

ଥମୁଛି ବିବାଦ: ଏଲ୍‌ଏସିରୁ ହଟୁଛନ୍ତି ଦୁଇପକ୍ଷ

ଲଦାଖ,୧୮।୨: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଥମିବାରେ ଲାଗିଛି। ଭାରତୀୟ ସେନା ଏବଂ ଚାଇନା ସୈନ୍ୟ ବାହିନୀ...

ରୁହନ୍ତୁ ସାବଧାନ ! ଫୁସ୍‌ଫୁସ୍‌ ସହିତ ଏସବୁ ଅଙ୍ଗକୁ ବି ପ୍ରଭାବିତ କରେ କରୋନା…

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଭାରତରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଭୂତାଣୁ ମୁଖ୍ୟତଃ ଫୁସ୍‌ଫୁସ୍‌କୁ...

ଟୁଇଟର ଛାଡ଼ିବେ ଗୋୟଲ !

ନୂଆଦିଲ୍ଲୀ,୯।୨: ଟୁଇଟର ଛାଡ଼ିବେ ଭାରତର ରେଳ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ। ଏନେଇ ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ ସଂକେତ ଦେଇଛନ୍ତି...

ପିଏମ୍‌ କିଷାନ ଯୋଜନାରେ ୧୧୦ କୋଟି ହେରଫେର୍‌: ୮୦ କର୍ମଚାରୀ ଚାକିରିରୁ ବିଦା

ନୂଆଦିଲ୍ଲୀ, ୯।୯: ଦେଶରେ ଚାଷୀଙ୍କ ବିକାଶ ପାଇଁ ପ୍ରଣୟନ ହୋଇଥିବା ‘ପିଏମ୍‌ କିଷାନ ଯୋଜନା’ରେ ୧୧୦ କୋଟିରୁ ଅଧିକ ଟଙ୍କା ହେରଫେର୍‌ ସମ୍ପର୍କରେ ଜଣାପଡ଼ିଛି। ଅନ୍‌ଲାଇନ୍‌ରେ...

ଦିଦିଙ୍କ ଉପରେ ସଙ୍କଟ, ପ୍ରାର୍ଥୀପତ୍ର ନାକଚ ହେବା ଆଶଙ୍କା…

କୋଲକାତା,୧୪।୯: ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଆସନରେ ସେପ୍ଟେମ୍ବର ୩୦ରେ ଉପ ନିର୍ବାଚନ ହେବ। ଏହି ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।...

ତାରିଖ ଘୋଷଣା କଲା ବ୍ୟାଟେଲଗ୍ରାଉଣ୍ଡ୍‌

ନୂଆଦିଲ୍ଲୀ,୧୪।୫ : ପବ୍‌ଜୀ ଗେମ୍‌ର ନୂଆ ଅବତାର ‘ ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ ’ର ପ୍ରି-ରେଜିଷ୍ଟ୍ରେଶନ ତାରିଖ ଘୋଷଣା କରିଛି ଭିଡିଓ ଗେମ୍‌ ଡେଭଲପର କ୍ରାଫ୍ଟନ।...

Advertisement


Archives

Model This Week