Posted inଜାତୀୟ

ଖାର୍ଗେଙ୍କ ‘ମୋଦି କା ବାପ୍‌’ ମନ୍ତବ୍ୟକୁ ନେଇ ପାଟନା କାର୍ଯ୍ୟକ୍ରମରେ ହଙ୍ଗାମା

ପାଟନା, ୨୬ା୧୦: ବିହାରର ପାଟନାଠାରେ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମ୍ବୋଧନ ସମୟରେ ହଙ୍ଗାମା ଘଟିଛି। ଏହି ସମୟରେ ଯେତେବେଳେ ଶ୍ରୋତାଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ ଛାଡ଼ିବେ ନାହିଁ। ଏହି ମନ୍ତବ୍ୟର ଜବାବ ଦେଇ ଖାର୍ଗେ କହିଥିଲେ, ‘ମୋଦୀ କା ବାପ ଭି ଜାଏଗା’। ଏହି ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କୁ କଂଗ୍ରେସ ସମର୍ଥକମାନେ ମାଡ଼ ମାରିଥିଲେ। ହଲ୍‌ ବାହାରେ କଥାବାର୍ତ୍ତା ବେଳେ ସନ୍ତୋଷ କୁମାର ନାମକ ସେହି ବ୍ୟକ୍ତିଜଣକ କହିଛନ୍ତି ଯେ ତାଙ୍କ କଥାକୁ ଭୁଲ ବୁଝାଯାଇଛି। ପାଟନାରେ ଡକ୍ଟର ଶ୍ରୀ କୃଷ୍ଣ ସିଂଙ୍କ ୧୩୯ତମ ଜୟନ୍ତୀ ପାଳନ ଅବସରରେ ସଭାକୁ ସମ୍ବୋଧିତ କରି ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ଆହୁରି ଟାର୍ଗେଟ କରି କହିଛନ୍ତି ଯେ, ପିଏମ ମୋଦିଙ୍କର ମିଛ କହିବାର ଅଭ୍ୟାସ ଅଛି। ସେ କହିଥିଲେ ଯେ ସେ ତାଙ୍କର ପ୍ରଥମ ୧୦୦ ଦିନ ମଧ୍ୟରେ କଳାଧନ ଫେରାଇ ଆଣିବେ। ମୁଁ ପଚାରିବାକୁ ଚାହୁଁଛି, ସେହି ଟଙ୍କା କାହିଁ?” ବୋଲି ଖାର୍ଗେ ପ୍ରଶ୍ନ କରିଛନ୍ତି। ସେ ଆର୍‌ଏସ୍‌ଏସ୍‌କୁ ମଧ୍ୟ ଆକ୍ରମଣ କରି ଦେଶରୁ ଏହାର ଚିନ୍ତାଧାରାକୁ ସମାପ୍ତ କରିବାକୁ ଆହୱାନ ଦେଇଛନ୍ତି। ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ଭାଜପା ଖାର୍ଗେଙ୍କୁ ଆକ୍ରମଣ କରିଛି ଏବଂ କହିଛି ଯେ କଂଗ୍ରେସ ନିଜର ନିରାଶା ପ୍ର ଦର୍ଶନ କରୁଛି ଏବଂ ଗଣତାନ୍ତ୍ରିକ ମର୍ଯ୍ୟାଦାକୁ ଅବମାନନା କରୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା: ଏଣିକି ଇଣ୍ଟରନେଟ୍‌ରେ ପଠାଇହେବ ସୁଗନ୍ଧ

ୱାଶିଂଟନ, ୨୬ା୧୦: ଡିଜିଟାଲ ଦୁନିଆରେ ବର୍ତ୍ତମାନ ସୁଦ୍ଧା ଆମେ କେବଳ ଫଟୋ, ଭିଡିଓ ଏବଂ ଅଡିଓ ଶେୟାର୍‌ କରିପାରୁଛୁ। କିନ୍ତୁ ଏବେ ଦୂରରେ ଥାଇ ମଧ୍ୟ ପରସ୍ପରକୁ…

ଲୁଲାଙ୍କ ବଡ଼ ବିଜୟ: ରାଷ୍ଟ୍ରପତି ନିର୍ବାଚନ ଜିତି ଚତୁର୍ଥ ଥର କ୍ଷମତାକୁ ଫେରିଲେ!

ବ୍ରାସିଲିଆ, ୨୬।୧୦: ବ୍ରାଜିଲରେ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା କଡ଼ା ମୁକାବିଲାରେ କନଜରଭେଟିଭ ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରି ପୁଣିଥରେ କ୍ଷମତା ହାସଲ…

ହାତରେ ଗୋଟିଏ ଉଇକେଟ୍‌, ଦରକାର ୮୮ ରନ୍‌; ତଥାପି ହାର୍‌ ମାନିଲାନି ପାକିସ୍ତାନ, ‘ଅସମ୍ଭବ’କୁ କଲା ‘ସମ୍ଭବ’

ନୂଆଦିଲ୍ଲୀ, ୨୬।୧୦: ଶାଦାବ ଖାନଙ୍କ ଶତକୀୟ ଇନିଂସ ବଳରେ ଏକାକୀ ପାକିସ୍ତାନକୁ ହାରିବାକୁ ଥିବା ମ୍ୟାଚରେ ଜିତାଇ ଦେଲେ। ସତେ ଯେମିତି ସେ ‘ଅସମ୍ଭବ’କୁ ‘ସମ୍ଭବ’ କରି…

‘ମନ୍‌ କି ବାତ୍‌’ର ୧୨ ବର୍ଷର ଯାତ୍ରା

ନୂଆଦିଲ୍ଲୀ, ୨୬ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୧୨ବର୍ଷର ଯାତ୍ରାକୁ ଏକ ‘ତୀର୍ଥଯାତ୍ରା’ ବୋଲି ଅଭିହିତ କରିଛନ୍ତି।…

୯ମରୁ ଦ୍ୱାଦଶ ଶ୍ରେଣୀ ପାଇଁ ଏନ୍‌ସିଇଆର୍‌ଟି ଆରମ୍ଭ କଲା ୨୦ ଘଣ୍ଟିଆ ଏଆଇ ମଡ୍ୟୁଲ

ନୂଆଦିଲ୍ଲୀ, ୨୬ା୧୦: ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନେ ଏବେ ଏନ୍‌ସିଇଆର୍‌ଟି ଦ୍ୱାରା ପ୍ରକାଶିତ କମ୍ପ୍ୟୁଟେଶନାଲ ଥିଙ୍କିଙ୍ଗ(ସିଟି) ଏବଂ ଏଆଇ ଉପରେ ଆଧାରିତ ଏକ ୨୦ ଘଣ୍ଟିଆ ପ୍ରାରମ୍ଭିକ…

ସାରା ୟୁରୋପରେ ବିକ୍ଷୋଭର ଝଡ଼

ପ୍ୟାରିସ୍‌,୨୬ା୧୦: ମହଙ୍ଗାମାଡ଼, ଜୀବନଧାରଣ ବ୍ୟୟ ବୃଦ୍ଧି, ବାସଗୃହ ସମସ୍ୟା ଏବଂ ସରକାରୀ ନୀତି ବିରୋଧରେ ସାରା ଫ୍ରାନ୍ସରେ ଉଠିଥିବା ବିରୋଧ କ୍ରମଶଃ ଗମ୍ଭୀର ହେବାରେ ଲାଗିଛି। ପ୍ୟାରିସ୍‌…

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?