ଭୁବନେଶ୍ୱରରେ ଏତିକି ହୋଇଗଲା ତେଲ ଦର

ଭୁବନେଶ୍ୱର,୨୮।୩: ନିର୍ବାଚନ ଲାଗି ନିକଟରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ଭଳି ପରିବର୍ତ୍ତନ ରାଜ୍ୟଗୁଡିକ ଦ୍ୱାରା ଲାଗୁ ହୋଇଥିବା ଟ୍ୟାକ୍ସ ଯୋଗୁଁ ହୋଇପାରେ । ସହରରେ ସ୍ଥାନୀୟ ଟିକସ ଲାଗୁ ହୋଇଥାଏ ଯେଉଁଥିପାଇଁ ଇନ୍ଧନର ମୂଲ୍ୟ ଭିନ୍ନ ହୋଇଥାଏ । ଆସନ୍ତୁ ଜାଣିବା ଆପଣଙ୍କ ସହରରେ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର କ’ଣ ରହିଛି।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୯୪.୭୨ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ୮୭.୬୨ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ୧୦୪.୨୧ ଟଙ୍କା ରହିଥିବା ବେଳେ ଡିଜେଲ ରହିଛି ୯୨.୧୫ ଟଙ୍କା । କୋଲକାତାରରେ ଆଜି ପେଟ୍ରୋଲ ୧୦୩.୦୩ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୯୦.୭୬ ଟଙ୍କା ରହିଛି । ଭୁବନେଶ୍ବରରେ ପେଟ୍ରୋଲ ଲିଟର ପ୍ରତି ୧୦୧.୬ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ରହିଛି ୯୨. ୪୬ ଟଙ୍କା ରହିଛି। ସେହିପରି ଅନ୍ୟ ସହରର ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବା ବେଳେ ମହିଳାଙ୍କୁ କାମୁଡିଦେଲା ସାପ, ତାପରେ….

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ) : ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସିନ୍ଦିରାପଲ୍ଲୀ ଗ୍ରାମର ସାବିତ୍ରୀ…

ବାଲେଶ୍ବର ବଢୁଛି ଜିଞ୍ଜର କାରବାର; ମାଡି ବସିଲା ଅବକାରୀ ପୋଲିସ, ୭ଅଭିଯୁକ୍ତ ଗିରଫ

ବାଲେଶ୍ୱର,୩ା୫( ବାଞ୍ଛାନିଧି ଦେ): ଜିଞ୍ଜର ଚାଲାଣ ବେଳେ ମାଡି ବସିଲା ଅବକାରୀ ପୋଲିସ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଭ୍ରାମ୍ୟମାଣ…

ପ୍ରଗତି କଲିଜିଏଟ ସ୍କୁଲର ସଫଳତା: ରଜତ ମେହେର ସ୍କୁଲ ଟପ୍ପର

ଭବାନୀପାଟଣା,୩।୫(ଉତ୍ତମ କୁମାର ଦାଶ)- ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଭବାନୀପାଟଣା ସହର ନିକଟସ୍ଥ ପ୍ରଗତି କଲିଜିଏଟ ସ୍କୁଲ ଅପୂର୍ବ…

ମାଟ୍ରିକ ଫଳାଫଳ: ସଫଳତାର ଶୀର୍ଷରେ ଘନଶ୍ୟାମ-ଏଞ୍ଜେଲିନା, ବିଭିନ୍ନ ମହଲରୁ ଶୁଭେଚ୍ଛା

ଥୁଆମୂଳ ରାମପୁର, ୩ା୫ (ଦୁର୍ଗା କୀର୍ତ୍ତି): ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଶିକ୍ଷା କ୍ଷେତ୍ରରେ ଏକ ନୂତନ…

କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ୍‌ ପରୀକ୍ଷା ପାସ୍‌ କଲେ ଲକ୍ଷ୍ମୀ

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଦୁର୍ଯ୍ୟୋଧନ ପାତ୍ର): ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ମାଲକାନଗିରି ଜିଲାର ଲକ୍ଷ୍ମୀ ଖିମୁଣ୍ଡୁ ୨ ହାତ…

କାଲି ବାହାରିବ ଭାଗ୍ୟଫଳ; ଆଜି ଦିଦିଙ୍କ ଆସନରେ ପୁଣି ହଙ୍ଗାମା, ଷ୍ଟ୍ରଙ୍ଗ ରୁମ ପାଖକୁ….

କୋଲକାତା,୩ା୫: ପଶ୍ଚିମବଙ୍ଗରେ ଭୋଟ ଗଣନା ପାଇଁ ୨୪ ଘଣ୍ଟାରୁ କମ୍ ସମୟ ବାକି ଥିବାବେଳେ, ରାଜ୍ୟରେ ପୁଣି ଥରେ ଅଶାନ୍ତି ଦେଖାଦେଇଛି । ଏଥର ମମତା ବାନାର୍ଜୀଙ୍କ…

ଭୁବନେଶ୍ବରରେ ବଡ଼ ଦୁର୍ଘଟଣା, ଆମ ବସ୍ ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ

ଭୁବନେଶ୍ବର,୩ା୫: ପୁଣି ଆମ ବସ୍ ନେଲା ଜୀବନ । ଆମ ବସ୍ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ସତସଙ୍ଗ ବିହାର-ବାଣୀବିହାର ମଝିରେ ଏହି ମର୍ମନ୍ତୁଦ…

ସାନ ଭାଇକୁ ହତ୍ୟା କରି କୂଅରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ମର୍ମାହତ ହୋଇ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ବଡ଼ ଭାଇ

ଜୟପୁର,୩ା୫: ରାଜସ୍ଥାନର ବାଲୋତରା ଜିଲାରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଅପହରଣ କରି ପିଟି ପିଟି ହତ୍ୟା କରିଛନ୍ତି । ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ମୃତଦେହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri