୪୫ ମିନିଟ କାଟ ହେବ ବିଦ୍ୟୁତ୍‌

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିଃ(ଟିପିସିଓଡିଏଲ) ଅଞ୍ଚଳରେ ଅସ୍ଥାୟୀ ଭାବେ ବିଦ୍ୟୁତ୍‌ କାଟ ଜାରି ରହିବ । କିଛି ଅଞ୍ଚଳରେ ଅଧ ଘଣ୍ଟାରୁ ୪୫ମିନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ହେବ ବୋଲି ଟିପିସିଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ସେନ୍‌ ବାଗମ ମାନଥିରାମ ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କମ୍ପାନୀର ଏହି ଅଞ୍ଚଳରେ ମୋଟ ୨୭.୯୬ଲକ୍ଷ ବିଦ୍ୟୁତ୍‌ ଗ୍ରାହକ ଅଛନ୍ତି। ସମସ୍ତଙ୍କୁ ଉତ୍ତମ ଓ ଗୁଣାତ୍ମକ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯିବ। ୧୦୦ଟି ଏଚଟି ଟ୍ରାନ୍ସଫର୍ମର ମରାମତି ହୋଇଛି। ଲୋ-ଭୋଲଟେଜ ସମସ୍ୟା ଥିବା ଅଞ୍ଚଳ ଚିହ୍ନଟ କରାଯାଇଛି। ଚଳିତବର୍ଷ ପିକ୍‌ ଆୱାରରେ ୧୫୪୫ ମେଗାୱାଟ୍‌ ବିଦ୍ୟୁତ୍‌ ଆବଶ୍ୟକ। ଜଳବିଦ୍ୟୁତ୍‌୍‌ ଉତ୍ପାଦନ ୩୦୦ ମେଗାୱାଟ୍‌ ହ୍ରାସ ପାଇଛି। ତେବେ ତାପଜ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଓଡ଼ିଶାରେ କୋଇଲା ମହଜୁଦ୍‌ ରହିଛି। କୋଇଲା ସଙ୍କଟ ନେଇ ଓଡ଼ିଶାରେ ବିଦ୍ୟୁତ୍‌ ଯୋଗାଣରେ ବାଧା ରହିବ ନାହିଁ। ଗତ ମାର୍ଚ୍ଚ ସୁଦ୍ଧା କମ୍ପାନୀର ବିଦ୍ୟୁତ୍‌ ଗ୍ରାହକ ୯ ପ୍ରତିଶତ ବୃଦ୍ଧିପାଇଛି। ଟିପିସିଓଡିଏଲ୍‌ ଯୋଗାଉଥିବା ମିଟରରେ କୌଣସି ତ୍ରୁଟି ନାହିଁ। ମିଟର ନେଇ ଉଠୁଥିବା ଅଭିଯୋଗ ଅମୂଳକ ବୋଲି ସେ କହିଛନ୍ତି।
୧୦୦୦ ଟ୍ରାନ୍ସଫର୍ମରର ମରାମତି ସହ ୨୦ ହଜାର ଟ୍ରାନ୍ସଫର୍ମରର ରକ୍ଷଣାବେକ୍ଷଣ ହୋଇଛି । ଗ୍ରାହକଙ୍କୁ ୨୪ ଘଣ୍ଟିଆ ଗୁଣାତ୍ମକ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ କମ୍ପାନୀ ପକ୍ଷରୁ ଭିତ୍ତିଭୂମି ବିକାଶ ଲାଗି ୪୫୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯିବ । ୨୦୨୦-୨୧ରେ ଏଟିଆଣ୍ଡ୍‌ସି କ୍ଷତି ୨୯.୫୪ ପ୍ରତିଶତ କମାଯାଇଥିବା ବେଳେ ୨୦୨୧-୨୨ରେ ଏଟିଆଣ୍ଡ୍‌ସି କ୍ଷତି ୨୫.୪ ପ୍ରତିଶତକୁ ହ୍ରାସ କରାଯାଇପାରିଛି ବୋଲି ସିଇଓ କହିଛନ୍ତି ।
ବିଦ୍ୟୁତ୍‌ କ୍ଷେତ୍ରରେ ବଳକା ରାଜ୍ୟ ଭାବେ ଦାବି କରୁଥିବା ଓଡ଼ିଶାରେ କୌଣସି ଘୋଷିତ ବିଦ୍ୟୁତ୍‌ କାଟ କରାଯାଉନାହିଁ ବୋଲି ବିଧାନସଭାରେ ଶକ୍ତିମନ୍ତ୍ରୀ ସୂଚନା ଦେବାର ୩ ମାସ ନ ପୂରୁଣୁ ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ ବିଦ୍ୟୁତ୍‌ କାଟ ହେବ ବୋଲି ଟାଟା ପାୱାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ରାଜ୍ୟରେ ଖରାଦିନେ ଯେଭଳି ବିଦ୍ୟୁତ୍‌ କାଟ ନ ହେବ ସେଥିପାଇଁ ବିଦ୍ୟୁତ୍‌ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଯଥେଷ୍ଟ ପରିମାଣର ବିଦ୍ୟୁତ୍‌ ଶକ୍ତି ଥିବା ୨୦୨୧ ଡିସେମ୍ବର ୧୪ ତାରିଖରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା ଓ ମୁଖ୍ୟ ସଚିବଙ୍କ ସମୀକ୍ଷା ଏବେ ମୂଲ୍ୟହୀନ ହୋଇପଡ଼ିଛି ।
ସୂଚନାଯୋଗ୍ୟ, ଟିପିସିଓଡିଏଲ୍‌ ଓଡ଼ିଶାର ଉପକୂଳବର୍ତ୍ତୀ ଜଗତ୍‌ସିଂହପୁର, ପୁରୀ, କେନ୍ଦ୍ରାପଡ଼ା ସମେତ ଢେଙ୍କାନାଳ, ନୟାଗଡ଼, ଅନୁଗୋଳ, ଖୋର୍ଦ୍ଧା ଜିଲାର ସମସ୍ତ ଅଞ୍ଚଳ ଓ ଯାଜପୁରର କିଛି ଅଞ୍ଚଳରେ ସେବା ଯୋଗାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?