୪୫ ମିନିଟ କାଟ ହେବ ବିଦ୍ୟୁତ୍‌

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିଃ(ଟିପିସିଓଡିଏଲ) ଅଞ୍ଚଳରେ ଅସ୍ଥାୟୀ ଭାବେ ବିଦ୍ୟୁତ୍‌ କାଟ ଜାରି ରହିବ । କିଛି ଅଞ୍ଚଳରେ ଅଧ ଘଣ୍ଟାରୁ ୪୫ମିନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ହେବ ବୋଲି ଟିପିସିଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ସେନ୍‌ ବାଗମ ମାନଥିରାମ ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କମ୍ପାନୀର ଏହି ଅଞ୍ଚଳରେ ମୋଟ ୨୭.୯୬ଲକ୍ଷ ବିଦ୍ୟୁତ୍‌ ଗ୍ରାହକ ଅଛନ୍ତି। ସମସ୍ତଙ୍କୁ ଉତ୍ତମ ଓ ଗୁଣାତ୍ମକ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯିବ। ୧୦୦ଟି ଏଚଟି ଟ୍ରାନ୍ସଫର୍ମର ମରାମତି ହୋଇଛି। ଲୋ-ଭୋଲଟେଜ ସମସ୍ୟା ଥିବା ଅଞ୍ଚଳ ଚିହ୍ନଟ କରାଯାଇଛି। ଚଳିତବର୍ଷ ପିକ୍‌ ଆୱାରରେ ୧୫୪୫ ମେଗାୱାଟ୍‌ ବିଦ୍ୟୁତ୍‌ ଆବଶ୍ୟକ। ଜଳବିଦ୍ୟୁତ୍‌୍‌ ଉତ୍ପାଦନ ୩୦୦ ମେଗାୱାଟ୍‌ ହ୍ରାସ ପାଇଛି। ତେବେ ତାପଜ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଓଡ଼ିଶାରେ କୋଇଲା ମହଜୁଦ୍‌ ରହିଛି। କୋଇଲା ସଙ୍କଟ ନେଇ ଓଡ଼ିଶାରେ ବିଦ୍ୟୁତ୍‌ ଯୋଗାଣରେ ବାଧା ରହିବ ନାହିଁ। ଗତ ମାର୍ଚ୍ଚ ସୁଦ୍ଧା କମ୍ପାନୀର ବିଦ୍ୟୁତ୍‌ ଗ୍ରାହକ ୯ ପ୍ରତିଶତ ବୃଦ୍ଧିପାଇଛି। ଟିପିସିଓଡିଏଲ୍‌ ଯୋଗାଉଥିବା ମିଟରରେ କୌଣସି ତ୍ରୁଟି ନାହିଁ। ମିଟର ନେଇ ଉଠୁଥିବା ଅଭିଯୋଗ ଅମୂଳକ ବୋଲି ସେ କହିଛନ୍ତି।
୧୦୦୦ ଟ୍ରାନ୍ସଫର୍ମରର ମରାମତି ସହ ୨୦ ହଜାର ଟ୍ରାନ୍ସଫର୍ମରର ରକ୍ଷଣାବେକ୍ଷଣ ହୋଇଛି । ଗ୍ରାହକଙ୍କୁ ୨୪ ଘଣ୍ଟିଆ ଗୁଣାତ୍ମକ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ କମ୍ପାନୀ ପକ୍ଷରୁ ଭିତ୍ତିଭୂମି ବିକାଶ ଲାଗି ୪୫୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯିବ । ୨୦୨୦-୨୧ରେ ଏଟିଆଣ୍ଡ୍‌ସି କ୍ଷତି ୨୯.୫୪ ପ୍ରତିଶତ କମାଯାଇଥିବା ବେଳେ ୨୦୨୧-୨୨ରେ ଏଟିଆଣ୍ଡ୍‌ସି କ୍ଷତି ୨୫.୪ ପ୍ରତିଶତକୁ ହ୍ରାସ କରାଯାଇପାରିଛି ବୋଲି ସିଇଓ କହିଛନ୍ତି ।
ବିଦ୍ୟୁତ୍‌ କ୍ଷେତ୍ରରେ ବଳକା ରାଜ୍ୟ ଭାବେ ଦାବି କରୁଥିବା ଓଡ଼ିଶାରେ କୌଣସି ଘୋଷିତ ବିଦ୍ୟୁତ୍‌ କାଟ କରାଯାଉନାହିଁ ବୋଲି ବିଧାନସଭାରେ ଶକ୍ତିମନ୍ତ୍ରୀ ସୂଚନା ଦେବାର ୩ ମାସ ନ ପୂରୁଣୁ ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ ବିଦ୍ୟୁତ୍‌ କାଟ ହେବ ବୋଲି ଟାଟା ପାୱାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ରାଜ୍ୟରେ ଖରାଦିନେ ଯେଭଳି ବିଦ୍ୟୁତ୍‌ କାଟ ନ ହେବ ସେଥିପାଇଁ ବିଦ୍ୟୁତ୍‌ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଯଥେଷ୍ଟ ପରିମାଣର ବିଦ୍ୟୁତ୍‌ ଶକ୍ତି ଥିବା ୨୦୨୧ ଡିସେମ୍ବର ୧୪ ତାରିଖରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା ଓ ମୁଖ୍ୟ ସଚିବଙ୍କ ସମୀକ୍ଷା ଏବେ ମୂଲ୍ୟହୀନ ହୋଇପଡ଼ିଛି ।
ସୂଚନାଯୋଗ୍ୟ, ଟିପିସିଓଡିଏଲ୍‌ ଓଡ଼ିଶାର ଉପକୂଳବର୍ତ୍ତୀ ଜଗତ୍‌ସିଂହପୁର, ପୁରୀ, କେନ୍ଦ୍ରାପଡ଼ା ସମେତ ଢେଙ୍କାନାଳ, ନୟାଗଡ଼, ଅନୁଗୋଳ, ଖୋର୍ଦ୍ଧା ଜିଲାର ସମସ୍ତ ଅଞ୍ଚଳ ଓ ଯାଜପୁରର କିଛି ଅଞ୍ଚଳରେ ସେବା ଯୋଗାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ରହି ଚିକିତ୍ସିତ ହେବାକୁ ଥିବା କରୋନା ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବ ଅକ୍ସିଜେନ କନସେନ୍‌ଟ୍ରେଟର

ଭୁବନେଶ୍ୱର,୫ା୬(ବ୍ୟୁରୋ): କରୋନା ମହାମାରୀର ଦ୍ୱିତୀୟ ଲହରରେ ଅକ୍ସିଜେନର ଘୋର  ଅଭାବ ଦେଖାଦେଇଛି। ତେବେ ଅକ୍ସିଜେନ ଯୋଗାଣ ପାଇଁ ବିଏମ୍‌ସି ବଡ଼ ପଦକ୍ଷେପ ନେଇଛି। ଏଣିକି ଘରେ...

ଥମୁନି ସଂକ୍ରମଣ: ପୁଣି ଭୁବନେଶ୍ୱରରେ ଚିହ୍ନଟ ହେଲେ ୩୨ ଆକ୍ରାନ୍ତ; ଅଛି ୧୮ ଲୋକାଲ କେସ୍‌

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ୩୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୪ କ୍ୱାରାଣ୍ଟାଇନ୍‌ ମାମଲା ରହିଥିବା ବେଳେ ୧୮ ଲୋକାଲ କେସ୍‌...

ନବୀନଙ୍କୁ ଭେଟିଲେ ନୀତୀଶ

ଭୁବନେଶ୍ୱର,୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନ ନିବାସରେ ଭେଟିଛନ୍ତି। ତେବେ ଏହି ସାକ୍ଷାତ ଅବସରରେ କେଣସି ପ୍ରକାରର ରାଜନେତିକ...

ପୁରୀକୁ ଆସୁଥିବା ଭକ୍ତ ଆମ ଅତିଥି: ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ, ୨୮।୬: ମହାପ୍ରଭୁଙ୍କ ରଥଯାତ୍ରାକୁ ଭଲ ଭାବେ ପାଳନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏ ଦିଗରେ ସେବାୟତ ବନ୍ଧୁମାନେ ସବୁବେଳେ ସହଯୋଗ କରିଆସିଛନ୍ତି।...

ଅଣ୍ଡାରୁ ବାହାରିଲେ ୩୫ ଘଡ଼ିଆଳ ଛୁଆ

ଅନୁଗୋଳ ଅଫିସ, ୨୬ା୫: ଅନୁଗୋଳ ଜିଲା ସାତକୋଶିଆର ଘଡିଆଳ କୁମ୍ଭୀର ପ୍ରଜନନ କେନ୍ଦ୍ର ପାଇଁ ଆସିଛି ଖୁସି ଖବର। ଏଠାରେ କ୍ରମାଗତ ତୃତୀୟ ବର୍ଷ ପାଇଁ...

ଅସ୍ଥାୟୀ ପୋଲରେ ବାଲି ଚାଲାଣ

ବାରିପଦା ଅଫିସ,୨ ।୪ ମୟୂରଭଞ୍ଜ ଜିଲାରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ଓ ନିୟମ ଉଲ୍ଲଂଘନକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟ)ରେ ମାମଲା ରୁଜୁ...

ଡେଙ୍ଗୁ: ସହରବାସୀ ଆତଙ୍କିତ

କଟକ ଅଫିସ, ୪ା୭: କଟକ ସହରରେ ଜଣ୍ଡିସ ପରେ ଏବେ ଡେଙ୍ଗୁ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏହାକୁ ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି। ସହରରେ ବିଶୁଦ୍ଧ...

୬୪୧୨ ଜନବସତିକୁ ରାସ୍ତା ନାହିଁ

ଯାଜପୁର ଅଫିସ,୨୧ା୨: ରାଜ୍ୟରେ ଏବେବି ୬,୪୧୨ ଜନବସତିକୁ ରାସ୍ତା ସଂଯୋଗ ହୋଇପାରିନାହିଁ। ଏଥିରେ କୋରାପୁଟ ଜିଲାରେ ସର୍ବାଧିକ ୮୪୮ ଜନବସତି ରହିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ...

Advertisement
Archives

Model This Week