ଜନପ୍ରତିନିଧିଙ୍କ କ୍ଷମତା

ଅନିଲ କୁମାର ବିଶ୍ୱାଳ

ଗଣତନ୍ତ୍ରରେ ଲୋକମାନେ ହେଉଛନ୍ତି ସର୍ବଶକ୍ତିମାନ। ଲୋକମାନେ ଭୋଟ୍‌ ଦେଇ ସେମାନଙ୍କର ପ୍ରତିନିଧି ବାଛିବେ, ସେହି ଜନପ୍ରତିନିଧିମାନଙ୍କ ମୁଣ୍ଡରେ ଶାସନର ଦାୟିତ୍ୱ ରହିବ।
ସେମାନେ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବେ। ସେଥିପାଇଁ ନିର୍ବାଚିତ ହେଉଥିବା ଜନପ୍ରତିନିଧିମାନେ, ସେ ବିଧାୟକ ହୁଅନ୍ତୁ, ସାଂସଦ ହୁଅନ୍ତୁ, ସରପଞ୍ଚ ହୁଅନ୍ତୁ ଜିଲା ପରିଷଦ ହୁଅନ୍ତୁ, ଏମାନେ ହେଉଛନ୍ତି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ଜଣେ ମଙ୍ଗୁଆଳ।
ସେମାନେ ଯେତେ କ୍ଷମତାଶାଳୀ ହେବେ ଲୋକମାନେ ସେତେ ଶକ୍ତିମାନ ହେବେ ା ଏଠାରେ କ୍ଷମତା କହିଲେ ଶକ୍ତି ପ୍ରଦର୍ଶନକାରୀ କ୍ଷମତା ନୁହେଁ, ଏହା ହେଉଛି ଲୋକଙ୍କ କାମ କରିବାର ଦାୟିତ୍ୱ ା ବେଳେବେଳେ ପ୍ରଶ୍ନ ଉଠେ ଯେ ବର୍ତ୍ତମାନର ପ୍ରଚଳିତ ବ୍ୟବସ୍ଥାରେ ସତରେ କଣ ଜନପ୍ରତିନିଧିମାନଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି କି ? ଏହା ଉପରେ ତର୍ଜମା କରିବାର ଆବଶ୍ୟକତା ଅଛି ବୋଲି ମନେହୁଏ।
ଦେଶର ସମ୍ବିଧାନ ପୂରା ଶାସନ ବ୍ୟବସ୍ଥାକୁ ତିନି ଭାଗରେ ବିଭକ୍ତ କରିଛି। ବ୍ୟବସ୍ଥାପିକା (ଜନପ୍ରତିନିଧି), କାର୍ଯ୍ୟପାଳିକା (ସରକାରୀ କର୍ମଚାରୀ) ଓ ନ୍ୟାୟପାଳିକା। ନ୍ୟାୟପାଳିକାକୁ ସ୍ବତନ୍ତ୍ର କ୍ଷମତା ଦିଆଯାଇଛି ସତ କିନ୍ତୁ ଦେଶ ଚଳାଇବା ଦୃଷ୍ଟିରୁ ସବୁଠାରୁ ଅଧିକ କ୍ଷମତାଯୁକ୍ତ କରାଯାଇଛି ବ୍ୟବସ୍ଥାପିକାକୁ ା କିନ୍ତୁ କିଛି ସୀମିତତା ପାଇଁ ବାସ୍ତବରେ ଜନପ୍ରତିନିଧିମାନଙ୍କ ଆଗରେ କାର୍ଯ୍ୟପାଳିକା ବେଶି କ୍ଷମତାଯୁକ୍ତ ପ୍ରତୀୟମାନ ହେଉଛି। ସେଥିପାଇଁ ବ୍ୟବସ୍ଥାଗତ ତ୍ରୁଟି ଗୋଟିଏ କାରଣ ହୋଇଥିବାବେଳେ ଆଉ ଗୋଟିଏ କାରଣ ହେଉଛି ରାଜନୈତିକ।
ଆମେ ବ୍ୟବସ୍ଥାଗତ ତ୍ରୁଟି ଉପରେ ଆଲୋଚନା କରିବା। ଲୋକମାନେ ଭୋଟ୍‌ ଦେଇ ସରକାର ବାଛିଲେ। ହେଲେ ସରକାରରେ ସମସ୍ତ ଜନପ୍ରତିନିଧିଙ୍କର ସ୍ଥାନ ନାହିଁ ା ସରକାର କହିଲେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ମନ୍ତ୍ରିମଣ୍ଡଳ, ଶାସନ ସଚିବ, ଜିଲାପାଳ ଏବଂ ଅନ୍ୟ ଅଧିକାରୀଗଣ ା
ସରକାର କେମିତି ଚାଲିବ, କ’ଣ ନିଷ୍ପତ୍ତି ନିଆଯିବ ସେଥିରେ ଜଣେ ସାଧାରଣ ଜନପ୍ରତିନିଧିର ବିଶେଷ କିଛି ଭୂମିକା ନାହିଁ। ବରଂ ଅନେକ ଘଟଣାରେ ଦେଖାଯାଇଛି ଯେ ଶାସକ ଦଳର ବିଧାୟକମାନେ ବା ସାଂସଦମାନେ ସରକାରଙ୍କୁ ଗଠନ ମୂଳକ ପରାମର୍ଶ ଦେବାରେ ବି ଡରନ୍ତି ବା କୁଣ୍ଠାବୋଧ କରନ୍ତି ା
ସରକାରରେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପାଖରେ ଅନ୍ୟ ଜନପ୍ରତିନିଧିଙ୍କ ତୁଳନାରେ ଆଉ ଏମିତି କେଉଁ ବିଶେଷ କ୍ଷମତା ଅଧିକ ଅଛି ଯେଉଁଥି ପାଇଁ ସେମାନେ ଅଧିକ କ୍ଷମତାଶାଳୀ ? ଜଣେ ମନ୍ତ୍ରୀ ଏବଂ ଜଣେ ସାଧାରଣ ବିଧାୟକ ବା ସାଂସଦଙ୍କ ଭିତରେ କ’ଣ ତଫାତ ଅଛି ? ଦୁଇ ଜଣ ଯାକ ନିର୍ବାଚିତ ଜନପ୍ରତିନିଧି ହେଲେ ମନ୍ତ୍ରୀଙ୍କ ପାଖରେ ରହିଛି କାର୍ଯ୍ୟନିବାହୀ କ୍ଷମତା, ଯାହା ଜଣେ ମନ୍ତ୍ରୀଙ୍କୁ ଆଉ ଜଣେ ବିଧାୟକ ବା ସାଂସଦଙ୍କ ଅପେକ୍ଷା ବେଶି କ୍ଷମତାଶାଳୀ ଏବଂ ବେଶି ଉତ୍ତରଦାୟୀ କରୁଛି ା ଜଣେ ସାଧାରଣ ବିଧାୟକ ବା ସାଂସଦଙ୍କ ପାଖରେ କାର୍ଯ୍ୟନିବାହୀ କ୍ଷମତା ନାହିଁ ା କେବଳ ନିଜ ଆଞ୍ଚଳିକ ଉନ୍ନୟନ ହାତ ପାଣ୍ଠି ଛଡ଼ା ଆଉ କୌଣସି ଆର୍ଥତ୍କ କ୍ଷମତା ମଧ୍ୟ ନାହିଁ ା ଏପରିକି ନିଜ ନିର୍ବାଚନମଣ୍ଡଳୀରେ କୌଣସି ଉନ୍ନୟନମୂଳକ କାମ କରିବାକୁ ହେଲେ ସେମାନଙ୍କୁ ଜିଲାପାଳ, ମନ୍ତ୍ରୀ, ସଚିବଙ୍କୁ ଅନୁରୋଧ କରିବାକୁ ପଡ଼ିବ ା ତାହା ହେବକି ନ ହେବ ତାହା ଜନପ୍ରତିନିଧିଙ୍କ କଥାରେ ନ ଥାଏ ା କିନ୍ତୁ ଜଣେ ପ୍ରଶାସନିକ ଅଧିକାରୀଙ୍କର ଏ ସମସ୍ତ ପ୍ରକାର କ୍ଷମତା ରହିଛି ା ଜଣେ ଜିଲାପାଳ ଚାହିଁଲେ କୌଣସି ନିୟମ ସେହି ଜିଲା ପାଇଁ କରିପାରିବେ, ଯେକୌଣସି ଉନ୍ନତି ମୂଳକ କାମ ପାଇଁ ଅର୍ଥ ବରାଦ କରିପାରିବେ, ନୂଆ ପ୍ରକଳ୍ପ ଆରମ୍ଭ କରିପାରିବେ, ବିଭିନ୍ନ ପ୍ରକାରର ଜନକଲ୍ୟାଣ ଯୋଜନାକୁ ଲାଗୁ କରାଇବାରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିବେ, କାହାର ଭୁଲ ଯଦି ହୁଏ ତା’ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ।
କିନ୍ତୁ ଜଣେ ବିଧାୟକ ବା ସାଂସଦ ସେ କେବଳ ବିଧାନସଭା ବା ସଂସଦରେ ନିୟମ ପ୍ରସ୍ତୁତରେ ଭାଗୀଦାରି ହେବା ଛଡା ଆଉ ସେପରି କୌଣସି କ୍ଷମତାର ଅଧିକାରୀ ନୁହନ୍ତି। ନିଜ ନିର୍ବାଚନମଣ୍ଡଳୀରେ ଜଣେ ଲୋକ ପ୍ରତିନିଧିଙ୍କର ଯେପରି କାର୍ଯ୍ୟ ନିର୍ବାହୀ କ୍ଷମତା ଏବଂ ଆର୍ଥତ୍କ କ୍ଷମତା ରହିବାର ଆବଶ୍ୟକତା ରହିଛି ସେପରି ନାହିଁ କହିଲେ ଚଳେ ା ବିଧାୟକ ବା ସାଂସଦଙ୍କର କଥା ଯଦି କାର୍ଯ୍ୟପାଳିକାମାନେ ନ ମାନିଲେ ତାହା ହେଲେ ମଧ୍ୟ ସମ୍ବିଧାନରେ ସେପରି କିଛି ବ୍ୟବସ୍ଥା ନାହିଁ ା ଜନପ୍ରତିନିଧିମାନେ କେବଳ ଏହାର ରାଜନୈତିକ ପ୍ରତିବାଦ କରିପାରିବା ଛଡା ଆଉ କୌଣସି ଉପାୟ ସେମାନଙ୍କ ପାଖରେ ନାହିଁ ା ସେ କେବଳ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିପାରିବେ ବା ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଜଣାଇ ପାରିବେ ା କିନ୍ତୁ ଜଣେ ଜିଲାପାଳଙ୍କର ଅଧିକାର ଅଛି ଜିଲା ସ୍ତରୀୟ ଲୋକ ପ୍ରତିନିଧିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାର। ହଁ, ବିଧାୟକ ବା ସାଂସଦମାନେ କୌଣସି ଚିଠି ଲେଖିଲେ ଏହାର ଉତ୍ତର ଦେବା ପାଇଁ କାର୍ଯ୍ୟନିର୍ବାହୀ ବାଧ୍ୟ କିନ୍ତୁ ଏହା କେବଳ କୌଣସି ବିଷୟରେ ତଥ୍ୟ ହାସଲ ପାଇଁରେ ସୀମିତ ା ଯଦି ଆମେ ଏହି ଦୃଷ୍ଟିରୁ ତୁଳନା କରିବା ତାହେଲେ କାହା ହାତରେ ବେଶି ଦାୟିତ୍ୱ ଏବଂ କ୍ଷମତା? ବ୍ୟବସ୍ଥାପିକା ନା କାର୍ଯ୍ୟପାଳିକା? ସ୍ବାଭାବିକ ଭାବରେ କାର୍ଯ୍ୟପାଳିକା ା
କିନ୍ତୁ ଗଣତନ୍ତ୍ରର ମୂଳ ଭାବନା ଅନୁସାରେ ବ୍ୟବସ୍ଥାପିକା ଅଧିକ କ୍ଷମତାଶାଳୀ, କାରଣ ସେମାନଙ୍କୁ ଲୋକ ନିର୍ବାଚିତ କରି ପଠାଇଛନ୍ତି। କିନ୍ତୁ ବାସ୍ତବତା କିଛି ଅଲଗା।
ଖାଲି ଯେ ବିଧାୟକ ବା ସାଂସଦଙ୍କ କ୍ଷେତ୍ରରେ ଏମିତି ହେଉଛି ତାହା ନୁହେଁ। ଗ୍ରାମପଞ୍ଚାୟତ, ଜିଲାପରିଷଦ, ସହରାଞ୍ଚଳ ପରିଷଦଗୁଡ଼ିକରେ ବି ସମାନ ବ୍ୟବସ୍ଥା ା ଜନପ୍ରତିନିଧିମାନଙ୍କ ଭିତରୁ ଯିଏ ଅଧ୍ୟକ୍ଷ ହୋଇଗଲା ତାଙ୍କର ଯେହେତୁ କିଛି କାର୍ଯ୍ୟନିର୍ବାହୀ କ୍ଷମତା ରହିଲା ସେ କିଛି ମାତ୍ରାରେ କ୍ଷମତାଯୁକ୍ତ ା ବାକି ଅନ୍ୟ ସମସ୍ତ ଜନପ୍ରତିନିଧିଙ୍କ ପାଖରେ କୌଣସି କାର୍ଯ୍ୟନିର୍ବାହୀ କ୍ଷମତା ନାହିଁ ା କ୍ଷମତା ରହୁଛି ବ୍ଲକ ଉନ୍ନୟନ ଅଧିକାରୀଙ୍କ ପାଖରେ ବା ଜିଲାପାଳଙ୍କ ପାଖରେ ା ପଞ୍ଚାୟତ ସ୍ତରରେ ବା ବ୍ଲକ ସ୍ତରରେ ଯେଉଁ ଜନପ୍ରତିନିଧିମାନେ ଅଛନ୍ତି ବାସ୍ତବରେ ଦେଖିବାକୁ ଗଲେ ସେମାନଙ୍କର ନା କୌଣସି କାର୍ଯ୍ୟନିର୍ବାହ କ୍ଷମତା ଅଛି ନା କୌଣସି ଆଇନ ପ୍ରଣୟନ କ୍ଷମତା ା ସେମାନେ କେବଳ ମଧ୍ୟସ୍ଥର କାମ କରୁଛନ୍ତି ଜନତା ଓ ପ୍ରଶାସନ ଭିତରେ ା ପଞ୍ଚାୟତରେ ମୌଳିକ ସମସ୍ୟା ଯେପରିକି ସ୍ବାସ୍ଥ୍ୟ, ଶିକ୍ଷା ଆଦି ପ୍ରସଙ୍ଗରେ ସମସ୍ୟା ହେଲେ ତାକୁ ସମାଧାନ କରିବାର କ୍ଷମତା ସେମାନଙ୍କର ନାହିଁ ା
ଯେପରି ରାଜ୍ୟର ମୁଖ୍ୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ, ଦେଶର ମୁଖ୍ୟ ପ୍ରଧାନମନ୍ତ୍ରୀ, ଜିଲାର ମୁଖ୍ୟ ହେଉଛନ୍ତି ଜିଲାପାଳ ା ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ହେଉଛି ଲୋକଙ୍କ ଦ୍ୱାରା ନିର୍ବାଚିତ ପଦବୀ, କିନ୍ତୁ ଜିଲାପାଳ ତାହା ନୁହେଁ ା
ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସନ ବ୍ୟବସ୍ଥାର ଏଭଳି ଏକ ମୁଖ୍ୟପଦବୀକୁ ଯଦି ଲୋକଙ୍କ ଦ୍ୱାରା ସିଧାସଳଖ ବା ପରୋକ୍ଷ ଭାବରେ ନିର୍ବାଚିତ କରାଯାଆନ୍ତା ତାହେଲେ ଲୋକଙ୍କ କ୍ଷମତା ବଢ଼ନ୍ତା ଏବଂ ପଦବୀର ଉତ୍ତରଦାୟିତ୍ୱ ଲୋକଙ୍କ ପାଖରେ ବୃଦ୍ଧି ହୁଅନ୍ତା ା ତେଣୁ ଜିଲାପାଳ ପଦଟିକୁ ଜନ ପ୍ରତିନିଧି ପଦରେ ପରିଣତ କରିଲେ କେମିତି ହୁଅନ୍ତା ଏହା ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି। ଶାସନର ସୁବିଧା ଦୃଷ୍ଟିରୁ ତାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଶାସନିକ ଅଧିକାରୀ ନିଯୁକ୍ତି କରିବାରେ କିଛି ଅସୁବିଧା ନାହିଁ ା
କ୍ଷମତାର ବିକେନ୍ଦ୍ରୀକରଣ ବିଶ୍ୱରେ ଯେତେ ଗଣତାନ୍ତ୍ରିକ ରାଷ୍ଟ୍ର ଅଛି ସବୁଠାରେ ଅଲଗା ଅଲଗା ା
ଆମେରିକାରେ ବ୍ୟବସ୍ଥାପିକାର କାମ କଂଗ୍ରେସ ବା ପ୍ରତିନିଧି ସଭାର କିନ୍ତୁ ଏହା ସହିତ ସଦସ୍ୟମାନଙ୍କର କାର୍ଯ୍ୟନିର୍ବାହୀ କ୍ଷମତା ମଧ୍ୟ ନିଜ ନିଜ ଅଞ୍ଚଳ ପାଇଁ ରହିଛି ା ବ୍ରାଜିଲରେ ଏହି କ୍ଷମତା ଆଉ ଟିକିଏ ଶକ୍ତ ା ଆମେରିକାରେ ଯେଉଁ ଅମଲାମାନେ କାର୍ଯ୍ୟନିର୍ବାହୀ କାମ ସମ୍ଭାଳନ୍ତି ସେମାନେ ଦୁଇ ପ୍ରକାର। କ୍ୟାଡର ବ୍ୟୁରୋକ୍ରାଟ ଏବଂ ପ୍ରଫେସନାଲ ବ୍ୟୁରୋକ୍ରାଟ। ଭାରତରେ ଇନ୍ଦିରା ଗାନ୍ଧୀ ଏବଂ ରାଜନାରାୟଣଙ୍କ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ କହିଥିଲେ ଯେ, ଆମ ଦେଶର ସମ୍ବିଧାନ ଅନୁସାରେ କ୍ଷମତାର ବିକେନ୍ଦ୍ରୀକରଣ ବିଶ୍ୱର ଅନ୍ୟ ଦେଶ ଭଳି କଠୋର ବା ଦୃଢ଼ ନୁହେଁ ା ଏହା ନମନୀୟ ଏବଂ ଏହାର ଅର୍ଥ ବ୍ୟାପକ ା ଯେପରିକି ରାଷ୍ଟ୍ରପତି, ବିଚାରପତିଙ୍କ ବିରୋଧରେ ହେଉଥିବା ମହାଭିଯୋଗର ବିଚାର କୋର୍ଟ କରିପାରିବନି, ଏହା କରିବ ବ୍ୟବସ୍ଥାପିକା ା
ସେହିପରି ଆର୍ଟିକିଲ ୧୩ ଅନୁସାରେ ସଂସଦ ବା ବିଧାନସଭା କରିଥିବା ଆଇନକୁ ତର୍ଜମା କରିବାର କ୍ଷମତା ଦିଆଯାଇଛି ନ୍ୟାୟପାଳିକାକୁ ା
ଆମେରିକାରେ ଏହି ଦୁଇଟି କଥା ଦେଖିବାକୁ ମିଳେ ନାହିଁ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଦାଲତରେ ଠିଆ ହେବାକୁ ପଡ଼ିଥିଲା ା
ସେହିପରି ଆମେରିକାର କଂଗ୍ରେସରେ ଯେଉଁ ନିୟମ ପ୍ରସ୍ତୁତ ହୋଇଯାଇଛି ତାକୁ ସେହି ଦେଶର ଅଦାଲତ ତର୍ଜମା କରିପାରିବ ନାହିଁ ା
ସବାଶେଷରେ ଏତିକି କହିବା ଯେ ଗଣତନ୍ତ୍ର ହିଁ ହେଉଛି ଶ୍ରେଷ୍ଠ ପ୍ରକିୟା। ଭାରତରେ ଯେଉଁ ବ୍ୟବସ୍ଥା ଚାଲିଛି ତାହା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟବସ୍ଥା। ସବୁ ବ୍ୟବସ୍ଥାରେ ସଂସ୍କାର ଆସିବା ଏକ ପ୍ରକିୟା ା
୫୦ ବର୍ଷ ତଳେ ଯେଉଁ ବ୍ୟବସ୍ଥାଗତ ତ୍ରୁଟି ଥିଲା ତାହା ଆଜି ନାହିଁ କି ଆଜି ଯାହା ଅଛି ଆଉ ୫୦ ବର୍ଷ ପରେ ତାହା ନଥିବ ା ଆମକୁ ସ୍ବର ଉଠାଇ, ବିତର୍କ କରି, ସଂସ୍କାର ପାଇଁ ରାସ୍ତା ଖୋଲା କରିବାକୁ ପଡ଼ିବ। ଗଣତନ୍ତ୍ର କହିଲେ ଲୋକମାନଙ୍କ ଦ୍ୱାରା ଶାସନ। ଲୋକମାନେ ଜନପ୍ରତିନିଧିଙ୍କୁ ବାଛନ୍ତି ଶାସନ ଚଳାଇବା ପାଇଁ। ତେଣୁ ସେମାନଙ୍କୁ ଅଧିକ କ୍ଷମତାଦେଲେ ପରୋକ୍ଷରେ ଲୋକମାନେ ହିଁ କ୍ଷମତାଶାଳୀ ହେବେ।
ହରିରାଜପୁର, ପୁରୀ
ମୋ – ୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶର ନରସିଂହପୁର ଜିଲା ଅନ୍ତର୍ଗତ ଖମାରିଆ ସରକାରୀ ସ୍କୁଲ୍‌ରେ ଉପଲବ୍ଧ ସୁବିଧା କୌଣସି ଆଗୁଆ ବେସରକାରୀ ସ୍କୁଲ୍‌ଠାରୁ କମ୍‌ ନୁହେର୍ଁ। ଏକ ଛୋଟ ଗାଁରେ ଥିବା...

ଇସ୍ତଫା ଧାରା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କିଛିମାସ ପୂର୍ବେ ବହୁଳ ପ୍ରଚାରିତ ତିନି ଆଇଏଏସ୍‌ ଅଧିକାରୀଙ୍କ ଇସ୍ତଫା ସରକାରୀ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା। ଏଜିଏମ୍‌ୟୁଟି କ୍ୟାଡର୍‌...

ଜୀବନର ମୂଲ୍ୟ କ’ଣ ଦୁଇଲକ୍ଷ ଟଙ୍କା

ସହଦେବ ସାହୁ ସାଧାରଣ ଓଡିଆଟିଏ ମରିଗଲେ ସରକାରଙ୍କର କିଛି ଦୁଃଖ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି ତ ଅଛି! ଓଡିଆର ଜୀବନ ବଡ଼ ଶସ୍ତା। ମାତ୍ର...

ମିୟାଓ୍ବାକୀ ବନୀକରଣ

ପ୍ର. ରମେଶ ଚନ୍ଦ୍ର ପରିଡ଼ା ପୃଥିବୀକୁ ଏକ ବିକଶିତ ଜୀବଜଗତର ‘ଧରିତ୍ରୀମାତା’କୁ ରୂପାନ୍ତରିତ କରିବାରେ ଉଦ୍ଭିଦର ଅବଦାନ ଅତୁଳନୀୟ। ଧରିତ୍ରୀମାତାର ଆମତ୍ା ବୋଲାଉଥିବା ପର୍ଯ୍ୟାବରଣର ଏହା...

ସରକାରଙ୍କ ପାଇଁ ଆହୁତି

ସହଦେବ ସାହୁ   ନିଜର ଭଲ ପାଇଁ ଠାକୁରଙ୍କୁ ସକ୍ରିୟ କରିବା ଅର୍ଥରେ ଯଜ୍ଞରେ ଘିଅ ଆହୁତି ଦିଆଯାଏ। ସେହି ନଜିରରେ ନିଜର ଦାବିକୁ ଭଲଭାବେ...

ସରକାରୀ ସ୍କୁଲ ପାଇଁ ଯୋଜନା

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଚଳିତବର୍ଷ ସରକାରୀ ସ୍କୁଲଗୁଡ଼ିକୁ ସଶକ୍ତ ଓ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ଉଦ୍ୟମ ସୂଚେଇ ଦେଉଛି ଯେ, ସରକାରୀ ସ୍କୁଲଗୁଡ଼ିକ...

ଓଡ଼ିଶାର ସ୍ବାର୍ଥ ସତରେ ରକ୍ଷା ହେବ କି

ଦିଲୀପ ଦାଶଶର୍ମା ସାଧାରଣ ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ପରସ୍ପରକୁ କିଏ କେତେ କଥା କହୁଥିଲେ। ନିର୍ବାଚନ ସରିଗଲା ପରେ ଦୁଇ ଦଳ ପରସ୍ପରକୁ ଭଲ...

ତେଲ ବ୍ୟସ୍ତ କରୁଛି

ଭାରତର କେତେକ ପ୍ରାନ୍ତରରେ ପେଟ୍ରୋଲ ଓ ଡିଜେଲ ଦର ଶତକ ଛୁଇଁଥିବା ବେଳେ ଓଡ଼ିଶା ସେହି ଦିଗରେ ମୁହଁାଇଛି। ଏହି ସମୟରେ ଏଲ୍‌ପିଜି ମୂଲ୍ୟ ୫୦...

Advertisement
Archives

Model This Week