ବିଶ୍ୱରେ ଶକ୍ତିର ସ୍ଥିତି

ଭାନେସା ନାକାଟେ, ରାଚେଲ କିଟେ

ସାରା ବିଶ୍ୱରେ ସାଧାରଣ ଜନତା ଏବେ ଦୁଇଟି ବୃହତ୍‌ ଓ ବ୍ୟାପକ ସମସ୍ୟାର ପରିଣତି ଭୋଗ କରୁଛନ୍ତି। ଗୋଟିଏ ପଟେ ସେମାନଙ୍କ ଜୀବନ ଜୀବିକା ଓ ବାସସ୍ଥାନ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେବା ସହ ଅତ୍ୟାବଶ୍ୟକ ସେବା ଓ ଦ୍ରବ୍ୟର ଅତ୍ୟଧିକ ମୂଲ୍ୟ ବୃଦ୍ଧିଘଟୁଛି। ଅନ୍ୟ ପକ୍ଷରେ ଉତ୍ତପ୍ତ ଜଳବାୟୁର ପରିଣାମ ସେମାନଙ୍କୁ ପ୍ରଭାବିତ କରୁଛି। ଆଫ୍ରିକାର ପୂର୍ବାଞ୍ଚଳରେ ୨୨ ମିଲିୟନ (୨ କୋଟି ୨୦ ଲକ୍ଷ)ଲୋକ ଏବେ ଭୋକିଲା । ଲଗାତର ୪ଟି ବର୍ଷଋତୁରେ ବର୍ଷା ଅଭାବରୁ ଉପୁଜିଛି ଏଭଳି ସ୍ଥିତି । ବିଶ୍ୱରେ ଖାଦ୍ୟଶସ୍ୟ ମୂଲ୍ୟ ବୃଦ୍ଧିପାଉଛି ଓ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ଇନ୍ଧନ ମୂଲ୍ୟରେ ଅହେତୁକ ବୃଦ୍ଧି ସ୍ଥିତିକୁ ଆହୁରି ଖରାପ କରିଦେଇଛି। ଏହା ଆଫ୍ରିକୀୟ ସମୁଦାୟ ଓ ବ୍ୟବସାୟକୁ ପତନର ଦ୍ୱାରାଦେଶକୁ ଠେଲିଦେଉଛି। ୟୁରୋପରେ ଗ୍ୟାସ୍‌ ମୂଲ୍ୟବୃଦ୍ଧି ଶକ୍ତି ଦର ବୃଦ୍ଧିର କାରଣ ହୋଇଛି। ବହୁ ବର୍ଷ ହେଲା ଜୀବାଶ୍ମ ଇନ୍ଧନ ଶିଳ୍ପ ଯୁକ୍ତି ବାଢିଆସିଛି ଯେ, ଏହାର ଉପତ୍ାଦଗୁଡ଼ିକ ଶସ୍ତା ଶକ୍ତି ଓ ଆର୍ଥିକ ବିକାଶକୁ ପ୍ରଥମ ପଥ ଦେଖାଇଛି। ହେଲେ ଏହି ଦାବି ବାରମ୍ବାର ଭୁଲ୍‌ ପ୍ରମାଣିତ ହୋଇଛି। ଜୀବାଶ୍ମ ଇନ୍ଧନ ବିକାଶ ଦଶନ୍ଧିଗୁଡ଼ିକ ସାହାରା ମରୁଭୂମିର ଦକ୍ଷିଣରେ ଥିବା ଆଫ୍ରିକା ମହାଦେଶର ଅଞ୍ଚଳଗୁଡ଼ିକରେ ଶକ୍ତି ପାଇବାରୁ ବଞ୍ଚିତ ୬୦୦ ମିଲିୟନ (ଯାହା ବୃଦ୍ଧିପାଇଚାଲିଛି) ଲୋକଙ୍କୁ ସେବା ଯୋଗାଇ ପାରିନାହିଁ।
ବିଶ୍ୱରେ ହାଇଡ୍ରୋକାର୍ବନ ମାର୍କେଟରେ ଅସ୍ଥିରତା ଯୋଗୁ ଇନ୍ଧନଶକ୍ତି ଉପରେ ନିର୍ଭରଶୀଳ ସମୁଦାୟଗୁଡ଼ିକ ଅଧିକ ପ୍ରଭାବିତ ହୁଅନ୍ତି। ଚଳିତ ବର୍ଷ ଇଂଲଣ୍ଡରେ ଗ୍ୟାସ୍‌ ଦର ବଢିବାରୁୁ ପରିବାରର ଶକ୍ତି ବିଲ୍‌ରେ ୮୦% ବୃଦ୍ଧି ଘଟାଇଛି। ଆଗାମୀ ମାସଗୁଡ଼ିକରେ ଅନେକ ନିମ୍ନ ଆୟବର୍ଗର ଦେଶ ଏହାଦ୍ୱାରା ପ୍ରଭାବିତ ହେବେ। ସବୁଠୁ ଖରାପ ହେଉଛି, ଚଳିତ ବର୍ଷ ଅନେକ ଯନ୍ତ୍ରଣା ଅନୁଭବ କରିସାରିଲୁଣି। ଯଦି ଶକ୍ତି ପାଇଁ ଆମେ ଜୀବାଶ୍ମ ଇନ୍ଧନ ଉପଯୋଗ କରିଚାଲୁ ତେବେ ଆମକୁ ଆଗକୁ ଏକ ଭୟଙ୍କର ଯନ୍ତ୍ରଣା ଅପେକ୍ଷା କରିଛି ବୋଲି କୁହାଯାଇପାରେ;ଯାହା ତୁଳନାରେ ଏକବାର ଯନ୍ତ୍ରଣା କିଛି ନୁହେଁ। ଚଳିତବର୍ଷ ପ୍ରାରମ୍ଭରେ ଇଣ୍ଟରଗଭର୍ନମେଣ୍ଟାଲ ପ୍ୟାନେଲ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ( ଆଇପିସିସି) ସତର୍କ କରିଦେଇଛି ଯେ, ପ୍ରଳୟଙ୍କରୀ ଉତ୍ତପ୍ତ ପରିବେଶ ଦୂର କରିବାକୁ ହେଲେ ଆମକୁ ନୂତନ ଜୀବାଶ୍ମ ଇନ୍ଧନ ଭିତ୍ତିଭୂମି ଗଠନରୁ କ୍ଷାନ୍ତ ହେବାକୁ ପଡ଼ିବ। ଆମେ ବ୍ୟବହାର କରିଆସୁଥିବା ଜୀବାଶ୍ମ ଇନ୍ଧନକୁ ଶୀଘ୍ର ପର୍ଯ୍ୟାୟକ୍ରମେ ଶେଷ କରିବାକୁ ହେବ। ଏହିପରି ୨୦୨୧ରେ ଇଣ୍ଟର୍‌ନ୍ୟାଶନାଲ ଏନର୍ଜି ଏଜେନ୍ସି (ଆଇଇଏ)ର ମୁଖ୍ୟ ଘୋଷଣା କରିଥିଲେ ଯେ, ଯଦି ଜଳବାୟୁ ସଙ୍କଟ ଉପରେ ସରକାରଗୁଡ଼ିକ ଗମ୍ଭୀର ଭାବେ ଚିନ୍ତା କରନ୍ତି, ତେବେ ଚଳିତ ବର୍ଷରୁ ଏପରିକି ଏବେଠାରୁ ନିଶ୍ଚିତ ଭାବେ ତୈଳ, ଗ୍ୟାସ୍‌ ଏବଂ କୋଇଲା ଉପରେ ନୂତନ ନିବେଶ ହେବ ନାହିଁ।
ଏବକାର ବୈଶ୍ୱିକ ସଙ୍କଟ ବର୍ତ୍ତମାନର ଶକ୍ତି ବ୍ୟବସ୍ଥା ବା ପ୍ରକ୍ରିୟା ଦ୍ୱାରା ସମାଧାନ ହୋଇପାରିବ ବୋଲି ଭାବିବା ପାଗଳାମି ।
ଜୀବାଶ୍ମ ଇନ୍ଧନ ଭିତ୍ତିଭୂମିରେ ଅଧିକ ନିବେଶ ଓ ଜଡ଼ିତ ହେବା ଫଳରେ ପରିବାରଗୁଡ଼ିକ ପାଇଁ ତାହା ଅଧିକ ଯନ୍ତ୍ରଣାଦାୟକ ହେବ,ପରିବାରଗୁଡ଼ିକ ପାଇଁ ଅନିଶ୍ଚିତତା ଆଣିବ। ଏହାସହ ଅନେକ ଶହ କୋଟି ଲୋକଙ୍କ ପାଇଁ ବାସ ଅନୁପଯୁକ୍ତ ଜଳବାୟୁ ସ୍ଥିତି ସୃଷ୍ଟି କରିବ, ଯାହା ଏବେ ଆମେ ସାମ୍ନା କରୁଛୁ। ଓଇସିଡି ଏବଂ ଆଇଇଏ ରିପୋର୍ଟ ଦର୍ଶାଇଛି ଯେ, ବିଭିନ୍ନ ଦେଶରେ ସରକାର ଜୀବାଶ୍ମ ଇନ୍ଧନ ପାଇଁ ଦେଉଥିବା ସବ୍‌ସିଡି ୨୦୨୧ରେ ଦୁଇଗୁଣ ହୋଇ ୬୯୭ ବିଲିୟନ ଡଲାରରେ ପହଞ୍ଚିଥିଲା।
ସମସ୍ତଙ୍କ ପାଇଁ ଆମେ ଯଦି ସହନୀୟ, ସ୍ବଚ୍ଛ ଓ ଶସ୍ତା ଶକ୍ତି ଚାହଁୁ ତେବେ ଶୀଘ୍ର ପ୍ରଭାବଶାଳୀ ସମାଧାନ ବାଟ ଅପାଣାଇବାକୁ ପଡ଼ିବ। ଆମକୁ ଅକ୍ଷୟଶକ୍ତି କ୍ଷମତା ଏବଂ ସମନ୍ବିତ ପାଓ୍ବାର ଗ୍ରୀଡ୍‌ ସଂଖ୍ୟା ବୃଦ୍ଧି କରିବାକୁ ହେବ। ଗ୍ୟାସ୍‌ରୁ ଉପତ୍ାଦିତ ବିଦ୍ୟୁତ୍‌ ତୁଳନାରେ ଏବେ ପବନ ଓ ସୂର୍ଯ୍ୟାଲୋକରୁ ଉପତ୍ାଦିତ ବିଦ୍ୟୁତ୍‌ ଶସ୍ତା ହୋଇଛି। ତେବେ ଇଂଲଣ୍ଡରେ ଶାସନକୁ ଆସିଥିବା ସରକାରଗୁଡ଼ିକ ଏକ ଅକ୍ଷୟଶକ୍ତି କ୍ଷମତା ସୃଷ୍ଟି କରିବାକୁ ବିଫଳ ହୋଇଛନ୍ତି। ଘର ମାଲିକମାନେ ନିଜ ଚେଷ୍ଟାରେ ସୋଲାର୍‌ ପ୍ୟାନେଲ୍‌ ବସାଉଛନ୍ତି। କାରଣ ସେମାନେ ଜାଣନ୍ତି ଯେ, ଏଥିରେ ନିବେଶ କଲେ ଶକ୍ତି ସମ୍ପର୍କିତ ବିଲ୍‌ କମ୍‌ ହୋଇପାରିବ ଓ ସେହି ବାଟରେ ନିବେଶ ଅର୍ଥ ବି ଫେରସ୍ତ ମିଳିଯିବ। ଆଫ୍ରିକାର ଗ୍ରାମୀଣ ଅଞ୍ଚଳରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ଶକ୍ତି ପହଞ୍ଚାଇବାରେ ଅକ୍ଷୟଶକ୍ତିଗୁଡ଼ିକ ହେବ ସବୁଠୁ ଶସ୍ତା ଓ ତ୍ୱରିତ ମାଧ୍ୟମ । କାରଣ ସେଗୁଡ଼ିକୁ ଶକ୍ତି ଉପଯୋଗର ନିକଟରେ ସ୍ଥାପିତ କରାଯାଇପାରିବ।
ଶକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବା ଦରକାର। ଏକ୍ଷେତ୍ରରେ ବିକଶିତ ଦେଶଗୁଡ଼ିକ ନିଜ କାର୍ଯ୍ୟପନ୍ଥା ଆପଣାଇପାରିବେ। କିନ୍ତୁ ସେମାନେ ଲାଟିନ୍‌ ଆମେରିକା, ଏସିଆ ଓ ଆଫ୍ରିକାର ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଅଧିକ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ଦରକାର। ଅନ୍ତର୍ଜାତୀୟ ଅକ୍ଷୟ ଶକ୍ତି ସଂସ୍ଥା ଆକଳନ କରିଛି ଯେ, ସଭିଙ୍କ ଲାଗି ସବୁଜ ଶକ୍ତି ଯୋଗାଣକୁ ନିଶ୍ଚିତ କରିବାକୁ ଆଫ୍ରିକା ପାଇଁ ବାର୍ଷିକ ୭୦ ବିଲିୟନ ଆମେରିକୀୟ ଡଲାର ଆବଶ୍ୟକ ହେବ। ଏହାବାଦ୍‌ ବିଶ୍ୱରେ ପ୍ରମୁଖ ଆର୍ଥିକ ସଙ୍କଟର କାରଣ ପାଲଟିଥିବା ଚାଇନା ଉପରେ ଅନେକ ଦେଶର ନିର୍ଭରଶୀଳତା କମ୍‌ କରିବା ନିମନ୍ତେ ସୌର ଶକ୍ତି ଯୋଗାଣରେ ଅତ୍ୟଧିକ ନିବେଶ କରିବାକୁ ହେବ।
ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ କପ୍‌ ୨୬ ସମ୍ମିଳନୀରେ ଜଳବାୟୁ ସଙ୍କଟକୁ ପ୍ରତିହତ କରିବାରେ ସ୍ଥିରୀକୃତ ଅର୍ଥ ଯୋଗାଡ଼ ଓ ଯୋଗାଣର ଅଭାବ ବିଷୟ ଥିଲା ମୁଖ୍ୟ ଆଲୋଚନାର ପ୍ରସଙ୍ଗ। ୨୦୨୦ ସୁଦ୍ଧା ପ୍ରତିବର୍ଷ ବିକାଶଶୀଳ ଦେଶଗୁଡ଼ିକୁ ୧୦୦ ବିଲିୟନ ଆମେରିକୀୟ ଡଲାର ଯୋଗାଇଦେବାକୁ ଧନୀଦେଶଗୁଡ଼ିକ ୨୦୦୯ରେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା ଏଯାବତ୍‌ ପୂରଣ ହୋଇନାହିଁ। ବିକଶିତ ଦେଶଗୁଡ଼ିକରୁ ସରକାରୀ ଓ ଘରୋଇ କ୍ଷେତ୍ରରୁ ଅତ୍ୟଧିକ ଅର୍ଥ ଯୋଗାଡ଼ କରି ବିକାଶଶୀଳ ଓ ଗରିବ ଦେଶଗୁଡ଼ିକୁ ଯୋଗାଇ ନ ଦେଲେ ଏକ ଉତ୍ତମ ଶକ୍ତି ବ୍ୟବସ୍ଥାରେ ବୈଶ୍ୱିକ ପରିବର୍ତ୍ତନ ହୋଇପାରିବ ନାହିଁ। ନିବେଶରୁ ସମସ୍ତେ ଲାଭ ପାଇବାକୁ ଥିବାରୁ ଉତ୍ତର ଆମେରିକା, ୟୁରୋପ ଓ ଅଷ୍ଟ୍ରେଲିଆ ଦେଶ ସମୂହ , ବିକାଶ କ୍ଷେତ୍ରରେ ଜଡ଼ିତ ବ୍ୟାଙ୍କ ଏବଂ ଘରୋଇ ଅନୁଷ୍ଠାନଗୁଡ଼ିକ କପ୍‌୨୭ ସମ୍ମିଳନୀରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବା ଉଚିତ।
ବିଶ୍ୱରେ ଶକ୍ତି, ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାର ମୂଲ୍ୟବୃଦ୍ଧି ଜନିତ ସଙ୍କଟ ସବୁଠି ଲୋକଙ୍କୁ ପ୍ରଭାବିତ କରୁଛି। ଇଂଲଣ୍ଡ ଓ ଉଗାଣ୍ଡାର ଉତ୍ତରାଞ୍ଚଳରୁ ଆରମ୍ଭ କରି ଫ୍ଲୋରିଡା ଓ ପାକିସ୍ତାନ ଯାଏ, ଅସହ୍ୟ ଗ୍ରୀଷ୍ଣ ଓ ପ୍ରଳୟଙ୍କରୀ ବନ୍ୟାର ନକାରାମତ୍କ ସ୍ଥିତିକୁ ସମ୍ମୁଖୀନ ହେଉଛି। ଏହି ସମୟରେ ସହନୀୟ ତଥା ସବୁଜ ଶକ୍ତିରେ ଅଧିକ ନିବେଶ ସେମାନଙ୍କ ପାଇଁ ଲାଭଦାୟକ ହେବ। ଏବକାର ଜୀବାଶ୍ମ ଇନ୍ଧନରୁ ଶକ୍ତି ଉପତ୍ାଦନ ପ୍ରକ୍ରିୟା, ବିଶ୍ୱରେ ଦେଖାଯାଉଥିବା ନିଷ୍କ୍ରିୟ ଗଣତାନ୍ତ୍ରିକ ବ୍ୟବସ୍ଥା, ବୃଦ୍ଧିପାଉଥିବା ଅସମାନତା, ସାମାଜିକ ଅସ୍ଥିରତା ଏବଂ ଅନ୍ୟସବୁ ଗମ୍ଭୀର ଢାଞ୍ଚାଗତ ଓ ବ୍ୟବସ୍ଥାଗତ ସମସ୍ୟାକୁ ଆମେ ଦୂର ନ କଲେ ସ୍ଥିତି ଆହୁରି ଗମ୍ଭୀର ହେବା ସମ୍ଭାବନା ରହିଛି। ଏବେ ଯଦି ଆମେ ଠିକ୍‌ ନିଷ୍ପତ୍ତି ନେବା ତା’ ହେଲେ ଆମେ ଏକ ଅଧିକ ସ୍ଥାୟୀ, ସମାନତାସମ୍ପନ୍ନ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ସହନୀୟ ପରିବେଶ ଓ ଶକ୍ତି ବ୍ୟବସ୍ଥା ସୃଷ୍ଟି କରିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri